ଜନାଗ୍ରହ , ସାମାଜିକ ପରିବର୍ତନ ଧାରାର ନୂତନ ଦୃଷ୍ଟାନ୍ତ

ଜନାଗ୍ରହ , ସାମାଜିକ ପରିବର୍ତନ ଧାରାର ନୂତନ ଦୃଷ୍ଟାନ୍ତ

Friday October 23, 2015,

3 min Read

ପରିବର୍ତନର ଧାରାରେ ସାମିଲ ହୋଇ ଏକ ଉନ୍ନତତର ଜୀବନଧାରାକୁ ଆପଣାଇନେବାକୁ ଆମେ ମାନେ ଉଦ୍ୟମ ରତ । ବେଳେବେଳେ କିଛି ଛୋଟ ଛୋଟ କାର୍ଯ୍ୟର ସଫଳ ରୂପାୟନ ଆମକୁ ଏଥିରେ ବହୁତ ସାହାଯ୍ୟ କରିଥାଏ । ସାମୁହିକ ଭାବରେ ଏହି ଛୋଟ ଉଦ୍ୟମଟିକୁ ସଫଳ କରିବାକୁ ଉଦ୍ୟମ କଲେ ଏହା ଏକ ବୃହତ ପକଳ୍ପରେ ମଧ୍ୟ ରୂପାନ୍ତରିତ ହୋଇପାରେ । ଜନାଗ୍ରହ ଅନୁଷ୍ଠାନଟି ଏହି ଭଳି ଏକ ଛୋଟ ଉଦ୍ୟମରୁ ଆରମ୍ଭ ହୋଇଥିଲା । ରମେଶ ଏବଂ ସ୍ୱାମୀ ରାମନାଥନଙ୍କ ଦ୍ୱାରା ଟେକନୋଲୋଜିର ବ୍ୟବହାର କରି ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟିକରି ପରିବର୍ତନ ଆଣିବା ଲକ୍ଷ୍ୟ ନେଇ ଅନୁଷ୍ଠାନଟି ଆରମ୍ଭ ହୋଇଥିଲା ।

image


ଆଇ ଚେଞ୍ଜ ମାଇଁ ସିଟି

ଜାଗରଣ ଦ୍ୱାରା ଆରମ୍ଭ ହୋଇଥିବା ଏକ ୱେବ ବେସ୍ଡ ସାମାଜିକ କ୍ଷେତ୍ର । ଏହା ବ୍ୟବହାରକାରୀମାନଙ୍କୁ ଏକତ୍ରିତ ହୋଇ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରିବାକୁ ସାହଯ୍ୟ କରିଥାଏ । ତତ୍ ସହ ଲୋକମାନଙ୍କୁ ନାଗରିକ ସମସ୍ୟା, ନିଜ ଅଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଠିକଣା ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କର ସବିଶେଷ ବିବରଣୀ, ନିର୍ବାଚନ କେନ୍ଦ୍ର, ନିର୍ବାଚନ ମଣ୍ଡଳୀ ସୀମା ଓ ପାଖ ନାଗରିକ କମିଟି ଆଦିର ତଥ୍ୟ ପ୍ରଦାନ କରିଥାଏ । ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ଅନୁଷ୍ଠାନ, ଲୋକମାନଙ୍କ ଜୀବନ ଧାରଣର ମାନ ଓ ଭୋଟଦାତାମାନଙ୍କ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିଥାଏ ।

image


ଅଭିଯୋଗ ଗ୍ରହଣ ସୁବିଧା ଏହି ସାମାଜିକ ସାଇଟର ଅନ୍ୟ ଏକ ବିଶେଷତ୍ୱ । ଯାହାଦ୍ୱାରା ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଯଥା ରାସ୍ତାରେ ଥିବା ଖାଲ , ମଦ ଦୋକାନ ଦ୍ୱରା ଅଂଚଳରେ ହେଉଥିବା ବିଶୃଙ୍ଖଳା ଏବଂ ଆଖପାଖର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିବା ସହ କମ୍ୟୁନିଟିର ଲୋକମାନଙ୍କ ସହ ଆଲୋଚନା କରି ଏହାର ସମାଧାନର ସୂତ୍ର ବାହାର କରିପାରିବେ ।

ଲୋକମାନେ ୱେବସାଇଟକୁ ଯାଇ କିମ୍ବା ଏହାର ମୋବାଇଲ ଆପ ଦ୍ୱାରା ମଧ୍ୟ ନିଜର ଅଭିଯୋଗ ଦାଖଲ କରିପାରିବେ । ସବୁ ପ୍ରକାରର ଅଭିଯୋଗ ପାଇଁ ୱେବସାଇଟରେ ତିନୋଟି ଟ୍ୟାଗ ରହିଛି । ଯାହାକି ଅଭିଯୋଗ ଉପରେ ନିଆଯାଇଥିବା ଓ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥାଏ । ବ୍ୟବହାରକାରୀମାନେ ଏହାର ଫଟୋ ନେଇ ନିଜର ମତାମତ ରଖିପରିବା ସହ ଆବଶ୍ୟକୀୟ ପରିବର୍ତନ ପାଇଁ ସୁପାରିଶ କରିପାରିବେ। ବ୍ୟବହାରକାରୀ ନିଜର ଅଭିଯୋଗ ଦାଖଲ କରିବା ପରେ ଏହା ବିଭାଗୀୟ ଦପ୍ତରକୁ ପଠାଯାଇଥାଏ ଓ ଏହା ଉପରେ ନିଆଯାଉଥିବା ପଦକ୍ଷେପ ମଧ୍ୟ ସମୟକୁ ସମୟ ସାଇଟରେ ଦର୍ଶାଯାଉଥାଏ । ଏଥିପାଇଁ କେବଳ ଆପଣଙ୍କ ଅଂଚଳରେ ଥିବା ସମସ୍ୟାର ଏକ ଫଟୋ ନେଇ ସାଇଟରେ ନିଭର ଅଭିଯୋଗ ସହ ରେଜିଷ୍ଟର କରିବାକୁ ପଡିବ । ଯଦି ଆପଣ ଏହାଦ୍ୱାରା ବ୍ୟକ୍ତିଗତ ଭାବରେ କିଛି କ୍ଷତି ସହିଛନ୍ତି ତାହା ମଧ୍ୟ ଲେଖିବା ଆବଶ୍ୟକ । ଯଦି ଏହା ଅନେକ ଲୋକଙ୍କୁ କ୍ଷତି ପହଞ୍ଚଉ ଥାଏ ତେବେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯାଇଥାଏ ।

image


ଆଇ ଚେଞ୍ଜ ମାଇଁ ଷ୍ଟ୍ରୀଟ

ନିକଟରେ ସାଇଟର ଆଇ ଚେଞ୍ଜ ମାଇଁ ଷ୍ଟ୍ରୀଟରେ ବାଙ୍ଗାଲୁର ଚାପ୍ଟର ସାମିଲ ହୋଇଛି । ଏହା ବାଙ୍ଗାଲୁରର ରାସ୍ତାଗୁଡିକୁ ସଫା ଓ ଉନ୍ନତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି । ୨୦୦ରୁ ଅଧିକ ବିଦ୍ୟାଳୟର ୧୦୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ଵେଛାସେବୀ, ସାମାଜିକ କର୍ମୀ, ୯ଜଣ ବିଧାୟକ, ୨୦ କାଉନସିଲରଙ୍କ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି ଏହି କ୍ୟାମ୍ପେନରେ ଭାଗନେଇଥିଲେ । ଛାତ୍ର ସଂପ୍ରଦାୟ ଏଥିରେ ଅତିମାତ୍ରାରେ ଅନୁପ୍ରାଣିତ ହୋଇଥିଲେ । ଏହା ଆଇ ଚେଞ୍ଜ ମାଇଁ ସିଟି ପେଜରେ ୫୦୦୦୦ରୁ ଅଧିକ ଦସ୍ତାକ୍ଷର ପାଇଥିବା ବେଳେ ଅଂଶଗ୍ରହଣକାରୀମାନେ ବିଭିନ୍ନ ସମସ୍ୟା ନେଇ ଘରକୁ ଘର ବୁଲି ଲୋକମାନଙ୍କୁ ଭେଟିଥିଲେ । ଏବଂ ଲୋକମାନେ ମଧ୍ୟ ଏହାକୁ ବିପୁଳ ଭାବରେ ସମର୍ଥନ କରିଥିଲେ ।

image


ଆମେମାନେ ଆମର ପିଲାମାନଙ୍କୁ ଭବିଷ୍ୟତରେ ଡାକ୍ତର, ଇଂଜିନିୟର, ବୈଜ୍ଞାନିକ , ଶିକ୍ଷକ ହେବାକୁ କହୁଛନ୍ତି, ହେଲେ ସେମାନଙ୍କୁ ଜଣେ ଜଣେ ସଚେତନ ନାଗରିକ ହେବାକ କହୁନାହାଁନ୍ତି । ଆମେମାନେ ଆମର ପିଲାମାନଙ୍କୁ ସେମାନଙ୍କ ଅଂଚଳର ସମସ୍ୟା ପ୍ରତି ସଚେତନ ରହିବା ସହ ପରିବର୍ତନ ଧାରାର ଜଣେ ଜଣେ ସଦସ୍ୟ ହେବାକୁ ଶିକ୍ଷା ଦେବା ଉଚିତ ବୋଲି ଜାଗରଣର ସହ ପ୍ରତିଷ୍ଠାତା ସ୍ୱାତୀ ରାମନାଥନ ଏହି ଅବସରରେ କହିଛନ୍ତି ।