Yummadeର ସଫଳତାର କାହାଣୀ: ଷ୍ଟାର୍ଟଅପ କମ୍ପାନୀଙ୍କ ପାଇଁ ଶ୍ରେଷ୍ଠ ଉଦାହରଣ 

0

ଆଜିକାଲିର ଷ୍ଟାର୍ଟଅପ୍ ପରିବେଶରେ ହୁସିଆର୍ ହୋଇ ବେପାରକୁ ଆଗକୁ ବଢେଇବା ଗୁରୁତ୍ୱପୂର୍ଣ୍ଣ । ଅଧିକ ବେପାର ପାଇଁ ଡିଶକାଉଣ୍ଟ ଟ୍ରିକ୍ ବେଳେବେଳେ ସମସ୍ୟା ସୃଷ୍ଟି କରିପାରେ । ବିଶେଷକରି ଅଳ୍ପ ବଜେଟ୍ ରେ ବ୍ୟବସାୟ କରୁଥିବା କମ୍ପାନୀଙ୍କ ପାଇଁ ତାହା ବିପଦପୂର୍ଣ୍ଣ ହୋଇପାରେ । ତେଣୁ ନୂଆ ବ୍ୟବସାୟ ଆରମ୍ଭ କରିଥିବା ସଂସ୍ଥାମାନେ, କେବଳ ଅଧିକ ଗ୍ରାହକ ପାଇବାକୁ ନୁହେଁ, ବରଂ ସବୁଦିନିଆ ଓ ଭରସାଯୋଗ୍ୟ ଗ୍ରାହକଙ୍କୁ କିପରି ନିଜ ଆଡକୁ ଟାଣି ପାରିବେ ସେ ଦିଗରେ ଷ୍ଟ୍ରାଟେଜି କରିବା କଥା ।

ଏବେ ମୁମ୍ବାଇସ୍ଥିତ Yummade ସଂସ୍ଥା ଏବେ ଗ୍ରାହକଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା କରିଛି । ଏହା ଏପରି ଏକ ବଜାର ସୃଷ୍ଟି କରିଛି ଯେଉଁଠି ଗ୍ରାହକମାନେ ସିଧାସଳଖ ଭାବେ ସ୍ଥାନୀୟ ଉତ୍ପାଦକଙ୍କ ଠାରୁ ସିଧାସଳଖ ପ୍ରାକୃତିକ ଖାଦ୍ୟଦ୍ରବ୍ୟ କିଣି ପାରିବେ । ୨୦୧୫ରେ ସଂସ୍ଥା ଅନଲାଇନ ବ୍ୟବସାୟରେ ପ୍ରବେଶ କରିବା ପରଠୁ ଏହାର ଅଧିକ ଅଭିବୃଦ୍ଧି ହୋଇଛି । ଏହି ଅଭିବୃଦ୍ଧିର ଅଧିକାଂଶ ଭାଗ ଏକଦମ ଅର୍ଗାନିକ ଭାବେ ଅର୍ଥାତ ବିନା କୌଣସି ଖର୍ଚ୍ଚର ମାର୍କେଟିଙ୍ଗ ପ୍ରଚାର ବିନା ହେଇଛି।  ତେଣୁ କିଛିମାସ ତଳେ ଟିମ୍ Yummade କିଛି ନୂଆ ପଦକ୍ଷେପ ନେଲାପରେ ଅନୁଭବ କରିଥିଲା ଯେ, ନୂଆ ବ୍ୟବସାୟୀମାନେ ନିଜ ଦ୍ରବ୍ୟର ମାର୍କେଟିଂ ପାଇଁ ଅଯଥା ଗୁଡାଏ ଟଙ୍କା ଖର୍ଚ୍ଚ ନକରି, ବରଂ ଗ୍ରାହକଙ୍କ ପାଖରେ ସିଧା ପହଂଚିବାକୁ ଅନଲାଇନ ବଜାରର ସୁବିଧା ନେବା ଉଚିତ ।

ତେବେ Yummade କ୍ଷେତ୍ରରେ କେମିତି ଏହି ଉପାୟ କାମ କଲା ତାହା ଜାଣିବା ଆଗରୁ ତା’ର କିଛି ଫଳାଫଳ ଦେଖି ନିଅନ୍ତୁ ।

୧. ୱେବସାଇଟ ଟ୍ରାଫିକରେ ୨୫ ଗୁଣ ଅଭିବୃଦ୍ଧି କେବଳ ସୋସିଆଲ୍ ମିଡିଆ ମାଧ୍ୟମରେ 

୨. ସପ୍ତାହକୁ ସପ୍ତାହ ଗ୍ରାହକ ଅଭିବୃଦ୍ଧି ୩୦ ପ୍ରତିଶତ

୩. ଅନ୍ୟ ଉପାୟ ତୁଳନାରେ ଫେସବୁକ ବିଜ୍ଞାପନ ମାଧ୍ୟମରେ ୫୦ ପ୍ରତିଶତ କମ୍ CAC (Customer Acquisition Cost)

୪. ନୂଆ ଗ୍ରାହକଙ୍କଠାରୁ ୨୫ ପ୍ରତିଶତ ହାରାହାରି ଟିକେଟ୍ ସାଇଜ୍ ଅଭିବୃଦ୍ଧି

୫. ଫେସବୁକ ବିଜ୍ଞାପନ ମାଧ୍ୟମରେ ୨୦୦ ପ୍ରତିଶତ ଅଧିକ CTR (Click Through rate)

ଅବଶ୍ୟ ଏ ସବୁ ବ୍ୟବସ୍ଥା ସମସ୍ତ ନୂଆ ବ୍ୟବସାୟୀଙ୍କ କ୍ଷେତ୍ରରେ ଠିକ୍ ଠିକ୍ କାମ କରିନପାରେ । କିନ୍ତୁ ଯଦି ମାନସିକ ଭାବେ ଆପଣ ଏଥିପାଇଁ ପ୍ରସ୍ତୁତ ହେବେ ତାହେଲେ ଏ ସବୁର ସୁବିଧା ଠିକ୍ ଭାବେ ମିଳିପାରେ ।

୧. ଗ୍ରାହକର ସଂଜ୍ଞା ନିରୂପଣ କରନ୍ତୁ

କହିବା ସହଜ କିନ୍ତୁ କରିବା କଷ୍ଟ । ସବୁ ନୂଆ ବ୍ୟବସାୟୀ ଭାବନ୍ତି, ପ୍ରତିଟି ବ୍ୟକ୍ତି ଜଣେ ଗ୍ରାହକ ହୋଇପାରେ । ପୁଞ୍ଜି ବିନିଯୋଗକାରୀ ମାନଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ସେମାନେ ଏକ ବଡ ମାର୍କେଟ ତିଆରି କରିବାର ଆଶା ନେଇ ସମସତନୁ ଏକ ସମ୍ଭାବିତ ଗ୍ରାହକ ରୂପେ ଧରି ନିଅନ୍ତି। କିନ୍ତୁ ତାହା ହିଁ ହେଉଛି ସବୁଠାରୁ ବଡ ଭୁଲ। 

ଆପଣ ସମସ୍ତଙ୍କ ପାଇଁ ସବୁକିଛି ହେବା ସମ୍ଭବ ନୁହେଁ । ଏହା ହେଲା ବିଫଳତାର ରେସିପି ।

ଯେତେବେଳେ କୌଣସି ସୋସିଆଲ୍ ମିଡିଆ, ବିଶେଷକରି ଫେସବୁକରେ ବିଜ୍ଞାପନ କଥା ଉଠେ, କୁହାଯାଇ ପାରିବେ ଯେ, କୌଣସି କ୍ୟାମ୍ପେନ୍ ର ତାହା ହେଉଛି ସବୁଠାରୁ ବିଷମ ସମସ୍ୟା । କାରଣ ଫେସବୁକ ହେଉଛି ସବୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ଅଭ୍ୟାସର ଗୋଟେ ଗନ୍ତାଘର । ସେମାନେ କେଉଁ ପ୍ରକାର ଡିଭାଇସ୍ ବ୍ୟବହାର କରନ୍ତି, କ’ଣ ପସନ୍ଦ କରନ୍ତି ଏବଂ କ’ଣ ପସନ୍ଦ କରନ୍ତି ନାହିଁ । ଯଦି ଏହା ମାର୍କେଟିଂ ପାଇଁ ସେତେଟା ଭଲ ନୁହେଁ, ତେବେ ଚିନ୍ତାର ବିଷୟ ନିଶ୍ଚୟ ।

ଗ୍ରାହକଙ୍କ ସଂଜ୍ଞା ନିରୂପଣର ଅର୍ଥ ନୁହେଁ, ସେମାନଙ୍କ ବୟସ, ଲିଙ୍ଗ ଓ ସ୍ଥାନ ଖୋଜିବା । ବାସ୍ତବରେ ତାହା ହେଉଛି, ଆପଣଙ୍କ ଗ୍ରାହକମାନଙ୍କର ଦୈନିକ ଅଭ୍ୟାସ ବା କାର୍ଯ୍ୟକୁ ଅନୁଧ୍ୟାନ କରି ଗୋଟେ ଡିଜିଟାଲ ପ୍ରୋଫାଇଲ୍ ପ୍ରସ୍ତୁତ କରିବା । ସେମାନେ କୁଆଡେ ଯାଆନ୍ତି, କ’ଣ ଖାଆନ୍ତି, କାହାକୁ ଫଲୋ କରନ୍ତି, ଏମିତିକି ତାଙ୍କ ପରିବାର ସଦସ୍ୟ କ’ଣ ପସନ୍ଦ କରନ୍ତି ବା କରନ୍ତି ନାହିଁ । ସାମଗ୍ରିକ ଭାବେ ଏତିକି କୁହାଯାଇ ପାରିବ ଯେ, ବାସ୍ ଗ୍ରାହକଙ୍କୁ ନିଜ ସ୍ଥାନରେ ରଖି ସବୁ ବିଷୟ ଚିନ୍ତା କରିବେ ।

ଗୋଟିଏ ନୁହେଁ, ସମାନ ଚରିତ୍ର ଥିବା ଏହିପରି ଗୁଡାଏ ଗ୍ରାହକଙ୍କର ପ୍ରୋଫାଇଲ୍ ଗ୍ରୁପ୍ ତିଆରି କରନ୍ତୁ, ଯେମିତିକି କୌଣସି ଉତ୍ପାଦନ ବା ଅଫର୍ ବିଷୟରେ ଏକାଥରେ କହିବାକୁ ସୁବିଧା ହେବ । Yummade ଅଲଗା ଅଲଗା ଶ୍ରେଣୀର ଗ୍ରାହକଙ୍କୁ ନେଇ ଏହିପରି ୨୦ଟି ଗ୍ରୁପ୍ କରିଛି ।

୨. ଗୁଣବତ୍ତା ଆଗ

ଅଳ୍ପ ଟଙ୍କା ଖର୍ଚ୍ଚ କରି ଗ୍ରାହକଙ୍କୁ ଧରିବାର ଭଲ ଉପାୟ ଅଛି । ଛୋଟ ଛୋଟ ଗ୍ରୁପ୍ ହେଉ ପଛେ କିନ୍ତୁ କ୍ୱାଲିଟି ଗ୍ରାହକ ହେବା ଦରକାର । ଯାହାକୁ ଇଂରାଜୀରେ କହନ୍ତି - କ୍ୱାଲିଟି ଓଭର୍ କ୍ୱାଂଟିଟି ।

“ଆମ ଲକ୍ଷ୍ୟ ହେଉଛି ସବୁଠାରୁ ଭଲ ବସ୍ତୁଟି ତିଆରି କରିବା, ସବୁଠାରୁ ବଡ ନୁହେଁ ।” -ଷ୍ଟିଭ୍ ଜବ୍ସ

Yummade ଅନୁଭବ କରିଛି ଯେ, ସାଧାରଣରେ ବିଜ୍ଞାପନ ଦେଇ ସମସ୍ତଙ୍କୁ ଟାର୍ଗେଟ୍ କରିବାଠାରୁ ବରଂ ୧୦ ହଜାରିଆ ଭଲ କ୍ୱାଲିଟି ଗ୍ରାହକ ଗୋଷ୍ଠୀକୁ ଟାର୍ଗେଟ୍ କରିବା ଶ୍ରେୟସ୍କର । ଉଦାହରଣ ସ୍ୱରୂପ- ୨୫ରୁ ୩୪ ବର୍ଷ ମଧ୍ୟରେ ଥିବା ମୁମ୍ବାଇର ସମସ୍ତ ମହିଳାଙ୍କୁ ଟାର୍ଗେଟ୍ କରିବା, ଯାହାଙ୍କର କି ପରିମାଣ ହୋଇପାରେ ୮୦ ହଜାର । ଏହାର କିଛି ମାନେ ନାହିଁ ।

ଭୁଲ୍ ଗ୍ରାହକଙ୍କ ପିଛା ଆପଣ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି । ଏହାର ଅର୍ଥ ଯଦି ଆପଣଙ୍କ ଗ୍ରାହକ ଗୋଷ୍ଠୀ ଠିକଠାକ ଅଛି ତେବେ ଆପଣଙ୍କ ଶ୍ରମ ସାର୍ଥକ ହେଲା ।

୩. ବିଜ୍ଞାପନର ଭାଷା

ଯଦି ଆପଣ ନିଜ ପାଇଁ ଗୋଟେ ଗ୍ରାହକ ଗୋଷ୍ଠୀ ସୃଷ୍ଟି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବିଜ୍ଞାପନର ମେସେଜକୁ ପ୍ରତି ଗ୍ରୁପ୍ ପାଇଁ ଅଲଗା ଅଲଗା କରିଦିଅନ୍ତୁ । ଉଦାହରଣ ସ୍ୱରୂପ, Yummade ହାଉସ୍ ୱାଇଫ୍ ଙ୍କୁ ଟାର୍ଗେଟ୍ କରି ପ୍ରକାଶ କରୁଥିବା ବିଜ୍ଞାପନର ଭାଷା, କର୍ମଜୀବୀ ମହିଳାଙ୍କ ପାଇଁ ପ୍ରକାଶ କରୁଥିବା ବିଜ୍ଞାପନର ଭାଷାଠାରୁ ସଂପୂର୍ଣ୍ଣ ଅଲଗା ।

ଆପଣଙ୍କ ଉତ୍ପାଦ ବା ପ୍ରଡକ୍ଟ ପ୍ରକୃଷ୍ଟ ଗ୍ରାହକ ଗୋଷ୍ଠୀ ପାଇଁ ହିଁ ହେବା ଉଚିତ ଓ ଲାଭ ଦେବା ଉଚିତ୍ । ଅବଶ୍ୟ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଜିନିଷ ଆପଣ କେବେବି ପୁରୁଷଙ୍କୁ ବିକ୍ରି କରିପାରିବେ ନାହିଁ । ଏହାଦ୍ୱାରା ଆପଣ ଜାଣିପାରିବେ ଯେ, ଉଚିତ୍ ଗ୍ରାହକ ଗୋଷ୍ଠୀକୁ ଟାର୍ଗେଟ୍ କରିଥିବା ନିର୍ଦ୍ଦିଷ୍ଟ ବିଜ୍ଞାପନଟି କାମ ଦେଲା ନା ନାହିଁ ।

୪. ଆପଣଙ୍କ ଗ୍ରାହକଙ୍କ ପାଇଁ ଠିକ୍ ଚ୍ୟାନେଲ୍ ଚୟନ

ଏବେ ବଜାରରେ ବହୁତ ଡିଜିଟାଲ୍ ଚ୍ୟାନେଲ୍ ରହିଛି । କିନ୍ତୁ ନୂଆ ବ୍ୟବସାୟୀମାନେ ସେମାନଙ୍କ ଟାର୍ଗେଟ୍ ଗ୍ରାହକଙ୍କ ପାଇଁ ଉଚିତ ଚ୍ୟାନେଲ୍ ବାଛିବା ଦରକାର ।

ସ୍ଥାନୀୟ ବ୍ୟବସାୟ ପାଇଁ ଫେସବୁକ ଖୁବ୍ ଉପଯୋଗୀ । କିନ୍ତୁ ଆଉକିଛି ବ୍ୟବସାୟ ପାଇଁ ଗୁଗୁଲ୍ ସର୍ଚ୍ଚ ବିଜ୍ଞାପନ ଉପଯୁକ୍ତ ହୋଇପାରେ । (ଯଦି ଆପଣଙ୍କ ଉତ୍ପାଦ ସର୍ଚ୍ଚ ଉପରେ ନିର୍ଭରଶୀଳ) । କିଛି କ୍ଷେତ୍ରରେ ଡିସପ୍ଲେ ବିଜ୍ଞାପନ ଉପଯୋଗୀ ହୋଇଥାଏ । (କିନ୍ତୁ Yummade ପାଇଁ ଏହା ବିଶେଷ କାମ ଦେଇନି) । କେତେକଙ୍କ ପାଇଁ LinkedIn ଭଲ । ଆଉ କେତେକଙ୍କ ପାଇଁ ବ୍ଲଗ୍ କିମ୍ବା ଫେସବୁକ ଗ୍ରୁପ୍ ଉପଯୁକ୍ତ ।

Yummade କ୍ଷେତ୍ରରେ ଅନ୍ୟ ଚ୍ୟାନେଲ୍ ଅପେକ୍ଷା ଫେସବୁକ ବେଶ୍ ଭଲ କାମ ଦେଇଛି । ଅଳ୍ପ ଖର୍ଚ୍ଚରେ ଏସ୍ଇଓ ଦ୍ୱାରା ବି ଭଲ ଲାଭ ଉଠେଇଛି ଏହି କମ୍ପାନୀ । ଏସ୍ଇଓ ଅବଶ୍ୟ ଏକ ମନ୍ଥର ଉପାୟ, କିନ୍ତୁ Yummade ଏହାର ସବୁ ପ୍ରଡକ୍ଟ କ୍ୟାଟେଗୋରିକୁ ପାଇଁ ଟପ୍ ୫ଟି ୱେବସାଇଟ ଭିତରେ ରହିବାରେ ସଫଳ ହୋଇଛି ।

ଉପଯୁକ୍ତ ଚ୍ୟାନେଲ ପସନ୍ଦ କରିବା ଦ୍ୱାରା ଜଣାପଡି ଯିବ ଯେ, ଆପଣଙ୍କ CLV((Customer Lifetime Value) ଅତି ଉଚ୍ଚରେ ଅଛି କିମ୍ବା CAC ନିମ୍ନରେ ରହିଛି । ତେବେ ନୂଆ ବ୍ୟବସାୟୀମାନେ ଏ ଦିଗରେ ଧ୍ୟାନ ଦେବା ଜରୁରି ।

୫. ବିଜ୍ଞାପନର ସମୟ

ବିଜ୍ଞାପନ ଖର୍ଚ୍ଚର ମୂଲ୍ୟ ଉଠେଇବାକୁ, ଯେକୌଣସି ସମୟରେ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ବିରକ୍ତ କରିବା ଉଚିତ ନୁହେଁ । ଅନେକ ସମୟରେ ବିଜ୍ଞାପନଟି ସେମାନଙ୍କ ପାଇଁ ଅଦରକାରୀ ହୋଇଥାଏ ।

ଉଦାହରଣ ସ୍ୱରୂପ, ମିଲ୍ ବା ଭୋଜନ ବିକ୍ରି କରୁଥିବା କମ୍ପାନୀ ସେତେବେଳେ ତା’ର ବିଜ୍ଞାପନ ଛାଡିବା ଆବଶ୍ୟକ, ଯେତେବେଳେ ଲୋକମାନେ ସେମାନଙ୍କ ମଧ୍ୟାହ୍ନଭୋଜନ କିମ୍ବା ରାତ୍ରୀଭୋଜନ ପାଇଁ ଯୋଜନା କରୁଥିବେ । ଯଦି କୌଣସି ମଧ୍ୟାହ୍ନ ଭୋଜନ ବିଜ୍ଞାପନ ସଂଧ୍ୟା ୬ଟାରେ ଆଉ ରାତ୍ରୀଭୋଜନ ବିଜ୍ଞାପନ ରାତି ୨ଟାରେ ଦେଖାଏ, ତେବେ ଏହାର କୌଣସି ଉପଯୋଗିତା ରହିବ ନାହିଁ । କାରଣ ରାତି ୨ଟାରେ ଫେସବୁକ ବ୍ରାଉଜ୍ କରୁଥିବା ଲୋକ ପାଇଁ ତାହା କି କାମରେ ଆସିବ ? ସେତେବେଳେ ସବୁ ରେଷ୍ଟୁରାଂଟ୍ ବନ୍ଦ ଥାଏ ।

ବିଜ୍ଞାପନ ସମୟର ସଠିକ୍ ପରିଚାଳନା ଦ୍ୱାରା Yummade ଅନ୍ୟ କମ୍ପାନୀଙ୍କଠାରୁ ଅଧିକ ଗ୍ରାହକ ପାଇବାରେ ସଫଳ ହୋଇଛି ।

୬. ଗ୍ରାହକଙ୍କୁ ବାନ୍ଧି ରଖିବାର କଳା

ପ୍ରଚୁର ଟଙ୍କା ଖର୍ଚ୍ଚ କରି ଅଧିକ ଗ୍ରାହକ ପାଇବା ସହଜ । କିନ୍ତୁ ଯଦି କୌଣସି ଉପାୟରେ ଗ୍ରାହକଙ୍କୁ ବାନ୍ଧି ରଖିବା ସମ୍ଭବ ହେଲା ତେବେ ତାହା ସବୁଠାରୁ ଭଲ ଉପାୟ । ସ୍ୱଳ୍ପ ଖର୍ଚ୍ଚରେ ଗ୍ରାହକଙ୍କୁ ବାନ୍ଧି ରଖିବା ଦ୍ୱାରା ସେମାନେ ବାରମ୍ବାର ଫେରିଥାନ୍ତି ।

ଉଦାହରଣ ସ୍ୱରୂପ, Yummade ତା’ର ଉତ୍ପାଦ ଉପରେ ଫ୍ଲାଟ୍ ରିହାତି ନଦେଇ, ସବୁବେଳେ ଗ୍ରାହକଙ୍କୁ ଭାଉଚର ମାଧ୍ୟମରେ କ୍ୟାସବ୍ୟାକ ଅଫର ଦେଇଥାଏ । ଏହାଫଳରେ ଭାଉଚରକୁ କାମରେ ଲଗେଇବାକୁ ଗ୍ରାହକ ବାରମ୍ବାର ଫେରିଥାଏ । ବର୍ତ୍ତମାନ ସୁଦ୍ଧା Yummadeର ସ୍ୱତନ୍ତ୍ର ୱାଲେଟ୍ ନାହିଁ । ଅବଶ୍ୟ ଏହା ପୂରା ପ୍ରକ୍ରିୟାକୁ ସହଜ କରିଦେବ, କିନ୍ତୁ ଜଣେ ଗ୍ରାହକ ପ୍ରତି ଆପ୍ ପାଇଁ କ’ଣ ସ୍ୱତନ୍ତ୍ର ୱାଲେଟ୍ ବ୍ୟବହାର କରିବା ସମ୍ଭବ କି? କିନ୍ତୁ ଠିକ୍ ବୈଷୟିକ ବ୍ୟବସ୍ଥା ନଥିଲେ ଗ୍ରାହକ ହରେଇବା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ।

ଗ୍ରାହକଙ୍କୁ ବାନ୍ଧି ରଖିବାର ଉପାୟଟି ସବୁବେଳେ ସରଳ ହେବା ଜରୁରି । କେବେବି କଷ୍ଟଦାୟକ ଓ ନିରାଶାଜନକ ହେବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ, ଏକ ଭାରତୀୟ ଟ୍ରାଭେଲ୍ ପୋର୍ଟାଲ୍ ଗ୍ରାହକଙ୍କୁ ସେମାନଙ୍କ ପରବର୍ତ୍ତୀ କ୍ରୟ ପାଇଁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅନୁମତି ଦେଇଥାଏ । ଯଦି ତାହା ଏକ ଦାମିକା ଏୟାର୍ ଟିକେଟ୍ ହୋଇଥାଏ, ତେବେ ସେ କ୍ଷେତ୍ରରେ ଏହି କ୍ୟାସବ୍ୟାକ ଅଫର୍ ଅତ୍ୟନ୍ତ ଅନାକର୍ଷଣୀୟ ଲାଗୁନି କି ?

ଗ୍ରାହକଙ୍କୁ ବାନ୍ଧି ରଖିବାକୁ Yummadeର ଆଉଏକ ସ୍ୱଳ୍ପଖର୍ଚ୍ଚ ଉପାୟ ଅଛି । ତାହା ହେଲା ସବସ୍କ୍ରିପଶନ ମଡେଲ୍ ବା ସମୟାନୁପାତିକ ଗ୍ରାହକ । ସବୁ ନୂଆ ବ୍ୟବସାୟୀଙ୍କ ପାଇଁ ଏହା ଫଳପ୍ରଦ ହୋଇନପାରେ, କିନ୍ତୁ Yummade ଏଥିରୁ ବେଶ୍ ଲାଭ ପାଇଛି । ଏହା ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଜିନିଷପତ୍ର ଅର୍ଡର୍ ଦେବାରେ ସାହାଯ୍ୟ କରେ ।

ଗ୍ରାହକ ହେଉଛନ୍ତି ଆପଣଙ୍କ ମୁଖ୍ୟ ବଳ । ସେମାନେ ଯଦି ଆପଣଙ୍କ ଉତ୍ପାଦର ମୂଲ୍ୟ ବୁଝନ୍ତି, ତାହେଲେ ଅଳ୍ପ ଖର୍ଚ୍ଚରେ ବି ଆପଣ ସେମାନଙ୍କୁ ବାନ୍ଧି ରଖିପାରିବେ । ବର୍ତ୍ତମାନ ଆଉକିଛି କମ୍ପାନୀ ‘କଷ୍ଟମର୍ ରେଫରାଲ୍ ପ୍ରୋଗ୍ରାମ୍’ ଚଳାଇଛନ୍ତି । ଏହି ଉପାୟ ଭଲଭାବେ କାମ କଲେ, ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦରକାର ପଡୁଥିବା ଖର୍ଚ୍ଚ ଅନେକ ମାତ୍ରାରେ କମିଯିବ ।