ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡିଶା ଟୁରିଜିମ୍ ର ନୂଆ ପଦକ୍ଷେପ : ଦେଶର ବିଭିନ୍ନ ସହରରେ ରୋଡ୍ ଶୋ

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡିଶା ଟୁରିଜିମ୍ ର ନୂଆ ପଦକ୍ଷେପ : ଦେଶର ବିଭିନ୍ନ ସହରରେ ରୋଡ୍ ଶୋ

Monday February 29, 2016,

3 min Read

ଓଡିଶାକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଆସିପାରିବେ, ସେ ନେଇ ପର୍ଯ୍ୟଟନ ବିଭାଗ ଉଦ୍ୟମ ଜାରି ରଖିଛି | ଓଡିଶାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଭଲ ସ୍ଥାନ | ଏଠାରେ ସୁରକ୍ଷିତ ଭାବେ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ | ଏହି କଥାକୁ ପ୍ରଚାର ଓ ପ୍ରସାର କରାଯାଉଛି | ଖବରକାଗଜ ଓ ଟିଭି ବିଜ୍ଞାପନ, ୱେବସାଇଟ୍ ଆଦିରେ ବିଭାଗ ପକ୍ଷରୁ ଏନେଇ ଅନେକ ସୂଚନା ଦିଆଯାଇଛି | ତେବେ ପର୍ଯ୍ୟଟନ ବିଭାଗ ଏଇ କିଛି ଦିନ ହେଲା ଆଉ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି | ବିଭିନ୍ନ ସହରରେ ରୋଡ୍ – ଶୋ କରି ଓଡିଶାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୂଚନା ଦେବା ସହ ଏଠାକୁ ଆସିବାକୁ ନିମନ୍ତ୍ରଣ ଦିଆଯାଉଛି | ନିକଟରେ ଓଡିଶା ଟୁରିଜିମ୍ ପକ୍ଷରୁ ମୁମ୍ବାଇରେ ଏଭଳି ଏକ ରୋଡ୍ – ଶୋ କରାଯାଇଛି |

ଏହି ରୋଡ୍ – ଶୋ ରେ ପର୍ଯ୍ୟଟନ ସହ ଜଡିତ ବିଭିନ୍ନ ଷ୍ଟେକ ହୋଲ୍ଡରମାନେ ଭାଗନେଇଥାନ୍ତି | ଯେମିତିକି ହୋଟେଲ୍ ପ୍ରତିଷ୍ଠାନ, ଟୁର ଅପରେଟର୍ସ, ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ଲେଖକ ଓ ସାମ୍ବାଦିକ ଆଦି | ଏମାନଙ୍କୁ ଓଡିଶାରେ ଥିବା ପର୍ଯ୍ୟଟନ କ୍ଷେତ୍ର ବିଷୟରେ ଅବଗତ କରାଯାଇଥାଏ ଏବଂ ଓଡିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆଣିବା ପାଇଁ ଅନୁରୋଧ କରାଯାଇଥାଏ |

image


ଓଡିଶାରେ ଧାର୍ମିକ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛି | ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ବିକାଶ ଲାଭ କରିଥିବାରୁ ଧର୍ମ ସହ ଜଡିତ ଅନେକ କୀର୍ତ୍ତିରାଜି, ଐତିହ୍ୟପୀଠ ରହିଛି | ପୁରୀ-କୋଣାର୍କ –ଭୁବନେଶ୍ୱର ସ୍ୱର୍ଣ ତ୍ରିଭୁଜ ଓ ଲଳିତଗିରି-ରତ୍ନଗିରି- ଉଦୟଗିରି ହୀରକ ତ୍ରିଭୁଜ, ଶିମିଳିପାଳ, ଖଣ୍ଡଗିରି ହାତୀଗୁମ୍ଫା, ବିଶ୍ୱପ୍ରସିଦ୍ଧ ଚିଲିକା ଓ ଭିତରକନିକା ଆଦି ଅନେକ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି |

image


ମୁମ୍ବାଇରେ ହୋଇଥିବା ରୋଡ୍- ଶୋ ରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ,

ଓଡିଶାରେ ବିଭିନ୍ନ ପ୍ରକାର ଉତ୍ସବ ମଧ୍ୟ ହୁଏ, ଯାହା ପର୍ଯ୍ୟଟକମାନେ ଦେଖିଲେ ଜାଣିପାରିବେ | କୋଣାର୍କ ଉତ୍ସବ, ଆନ୍ତର୍ଜିତିକ ବାଲୁକା କଳା ଉତ୍ସବ, ପରବ, ରାଜାରାଣୀ ଉତ୍ସବ, ମୁକ୍ତେଶ୍ୱର ଉତ୍ସବ ଓ ଧନୁଯାତ୍ରା ପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନିଶ୍ଚୟ | ଏହା ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି | ବୌଦ୍ଧପୀଠ ଧଉଳିଠାରେ ଆକର୍ଷଣୀୟ ଶବ୍ଦ-ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି |

ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ୱରକୁ ଆନ୍ତର୍ଜାତିକ ବିମାନ ସେବା ରହିଛି | ଯାହା ଦ୍ୱାରା ପର୍ଯ୍ୟଟକମାନେ ଖୁବ ଆରାମ ଦାୟକ ଯାତ୍ରା କରିବା ସହତ ଓ ଅଳ୍ପ ସମୟ ମଧ୍ୟରେ ଭୁବନେଶ୍ୱର ପହଁଚନ୍ତି | ପୁଣି ରାଜ୍ୟ ପର୍ଯ୍ୟଟନ ନୀତିରେ ସିଙ୍ଗଲ ୱିଣ୍ଡୋ କମିଟି ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବନ୍ଦୋବସ୍ତ କରାଯାଇଛି | ଯାହା ଫଳରେ ଏଥିରେ ଅଯଥା ବିଳମ୍ବ ଘଟୁନାହିଁ | ପର୍ଯ୍ୟଟକମାନଙ୍କ ଇଛାନୁସାରେ ସେମାନଙ୍କ ପାଇଁ ହୋଟେଲରେ ରହଣୀ ବ୍ୟବସ୍ଥା ମଧ୍ୟ କରାଯାଉଛି |

ଏହି ବର୍ଷ ଦୁଇଟି ରୋଡ୍ – ଶୋ ସଫଳତାର ସହ ଶେଷ ହୋଇଛି | ଏହି ବର୍ଷର ପ୍ରଥମ ରୋଡ୍ – ଶୋ ହୋଇଥିଲା ଜାନୁୟାରୀ ୨୦ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ | ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାକୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା| ପଶ୍ଚିମବଙ୍ଗ ପରେ ଆନ୍ଧ୍ରପ୍ରଦେଶରୁ ସବୁଠୁ ଅଧିକ ପର୍ଯ୍ୟଟକ ଓଡିଶା ଆସିଥାନ୍ତି | ତେଣୁ ଏଠାରେ ଓଡିଶା ପର୍ଯ୍ୟଟନ ବିଷୟରେ ବିଭିନ୍ନ ହୋଟେଲ୍ ପ୍ରତିଷ୍ଠାନ, ଟୁର ଅପରେଟର୍ସ, ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ଲେଖକ ଓ ସାମ୍ବାଦିକଙ୍କୁ ଅବଗତ କରାଯାଇଥିଲା |

image


ସେହିପରି ଫେବୃୟାରୀ ୧୦ ତାରିଖରେ ବାରାଣାସୀ ଠାରେ ପର୍ଯ୍ୟଟନ ବିଭାଗ ଏଭଳି ରୋଡ୍ ଶୋ ହୋଇଥିଲା | ବାରାଣାସୀ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବା ପରେ ସେଠାରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ରୋଡ୍ – ଶୋ ଆୟୋଜନ କରାଯାଇଥିଲା | ବାରଣାସୀକୁ ବହୁ ସଂଖ୍ୟାରେ ବୌଦ୍ଧ ପ୍ରେମୀ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ଟୁର ଅପରେଟରଙ୍କୁ ଓଡିଶାର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଅବଗତ କରାଯାଇଥିଲା | ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡି, ଧଉଳି, ପୁରୀ, ଭୁବନେଶ୍ୱରକୁ ବିଲିବା ପାଇଁ ଆସିବାକୁ ସେଠାକାର ପର୍ଯ୍ୟଟନମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା |

ଆଗକୁ ଏପରି ଆଉ ୧୦ଟି ରୋଡ୍ ଶୋ କରାଯିବା ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି | ଏହି ରୋଡ୍ ସୋ ମାଧ୍ୟମରେ ରାଜ୍ୟକୁ ଅଧିକ ପର୍ଯ୍ୟଟକ ଆସିପାରିବେ ବୋଲି ଆଶା କରାଯାଉଛି |

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା ଦରିଆ ସୁନ୍ଦରୀଙ୍କ “ତାଳସରୀ ବେଳାଭୂମି’’

ପୁରୀ ଅଭୟାରଣ୍ୟରେ ରାତି କଟାଇବେ ପର୍ଯ୍ୟଟକ, ଆଦିବାସୀ ଅଂଚଳକୁ ବିଦେଶୀଙ୍କୁ ଅନୁମତି

୪୦ଟି ଇକୋ-ଟୁରିଜିମ୍ ପ୍ରକଳ୍ପ ବିକାଶ ପାଇଁ ଯୋଜନା, ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର