ଓଡ଼ିଆ ଉଦ୍ୟୋଗପତି ସତ୍ୟ ଶତପଥୀ: ନୂଆ ଷ୍ଟାର୍ଟ-ଅପଙ୍କୁ ସାହାଯ୍ୟ କରିବେ

ଓଡ଼ିଆ ଉଦ୍ୟୋଗପତି ସତ୍ୟ ଶତପଥୀ: ନୂଆ ଷ୍ଟାର୍ଟ-ଅପଙ୍କୁ ସାହାଯ୍ୟ କରିବେ

Monday March 28, 2016,

2 min Read

-ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେବେ

-ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟ-ଅପ୍ ଇଣ୍ଡିଆକୁ ଦୃଢ଼ ସମର୍ଥନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ଅଭିଯାନ ଷ୍ଟାର୍ଟ ଅପ୍ ଇଣ୍ଡିଆ , ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆକୁ ଦେଶର ଅଗ୍ରଣୀ ଇଂଟରନେଟ୍ ଓ ତତ୍ ସଂକ୍ରାନ୍ତୀୟ ସେବା ପ୍ରଦାନକାରୀ Creation Infoways ପ୍ରାଇଭେଟ୍ ଲିମିଟେଡ୍ ସମର୍ଥନ ଜଣାଇଛି । ଏହି ସଂସ୍ଥା ନୂଆ ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ପ୍ରକାଶ କରିଛି । ଓଡ଼ିଆ ଯୁବ ଉଦ୍ୟୋଗପତି ସତ୍ୟ ନାରାୟଣ ଶତପଥୀ ହେଉଛନ୍ତି ଏହି କଂପାନିର ସିଇଓ ।

Satya Narayan Satpathy, CEO, Creation Infoways 

Satya Narayan Satpathy, CEO, Creation Infoways 


୧୯୯୯ ମସିହାରେ ଏହି କଂପାନି ଆରମ୍ଭ ହୋଇଥିଲା । ସତ୍ୟ ଜଣେ ଆଇଟି ପ୍ରଫେସନାଲ୍ ଥିଲେ । ନିଜର ଅଭିଜ୍ଞତାକୁ ପାଥେୟ କରି ସେ ଏହି କଂପାନି ଗଠନ କରିଛନ୍ତି । ଆରମ୍ଭରେ ସେ ୫ ଜଣିଆ ଟିମ୍ ନେଇ କାମ ଆରମ୍ଭ କରିଥିଲେ । ବର୍ତ୍ତମାନ ୧୦୦ରୁ ଅଧିକ ଲୋକ ଏହି କଂପାନିର କର୍ମଚାରୀ ରହିଛନ୍ତି । ଏହାର ଶାଖା ନୂଆଦିଲ୍ଲୀ ଓ ଭୁବନେଶ୍ୱର ସମେତ ଅନେକ ବଡ଼ ବଡ଼ ସହରରେ ରହିଛି । ସାରା ବିଶ୍ୱରେ ଏହାର ମାର୍କେଟିଂ କାର୍ଯ୍ୟାଳୟ ରହିଛି । କଂପାନି ଚଳାଇବାରେ ସତ୍ୟଙ୍କର ଦୀର୍ଘ ୧୭ ବର୍ଷର ଅଭିଜ୍ଞତା ହୋଇଗଲାଣି ।

image


ଏହି କଂପାନି ଷ୍ଟାର୍ଟଅପ୍ ଗୁଡିକୁ ୱେବ୍ ଭିତ୍ତିକ ସମାଧାନ ପ୍ରଦାନ କରିବା ସହ ସେମାନଙ୍କ ଗ୍ରାହକ ପରିମାଣ ବଢ଼ାଇବାରେ ସହାୟତା ଯୋଗାଇଦେବ ।

ପୁନଃଶ୍ଚ, ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଖରେ ଆଗକୁ ବଢ଼ିବାର ବିଶେଷ ସୁଯୋଗ ରହିଛି, ସେମାନଙ୍କୁ କ୍ରିଏସନ୍ ଇନ୍ଫୋୱେଜ୍ ଆର୍ଥିକ ସହାୟତା ଯୋଗାଇ ଦେବ । ଦେଶରେ ଉଦ୍ୟୋଗୀପଣକୁ ଆଗକୁ ବଢ଼ାଇବ । ଦେଶରେ ଉଦ୍ୟୋଗୀ ସୃଷ୍ଟି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷ ପ୍ରାରମ୍ଭ ଆଡ଼କୁ ୧୯ ସୁତ୍ରୀ ଆକ୍ସନ୍ ପ୍ଲାନ୍ ବିଶିଷ୍ଟ ଷ୍ଟାର୍ଟ-ଅପ୍ ଅଭିଯାନ ଘୋଷଣା କରିଥିଲେ ।

କ୍ରିଏସନ୍ ଇନ୍ଫୋୱେଜ ର ନିର୍ଦ୍ଦେଶକ ସତ୍ୟ ଶତପଥୀ କହିଛନ୍ତି ଯେ,

ଆମେ ଦେଶର ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇ ଦେବାକ ପ୍ରତିଶ୍ରୁତିବଦ୍ଧ । ଆମ ପାଖରେ ଯେଉଁ ସବୁ ସୁବିଧା ରହିଛି ଆମେ ତାହା ଉଦ୍ୟୋଗୀମାନଙ୍କୁ ଯୋଗାଇ ଦେବୁ । ଏଥି ସହିତ ଆମର ଅଭିଜ୍ଞ ତଥା ପ୍ରଭାବଶାଳୀ ଟିମ୍ ର ସହାୟତା ସେମାନେ ନେଇପାରିବେ । ଦେଶର ଅଧିକାଂଶ ଜନସଂଖ୍ୟା ଯୁବଗୋଷ୍ଠୀ ହୋଇଥିବାରୁ ଏଠାରେ ଅନଲାଇନ୍ ଓ ମୋାବାଇଲ୍ କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ବହୁତ ନୂଆ ସୁଯୋଗ ରହିଛି । 

କ୍ରିଏସନ୍ ଇନ୍ଫୋୱେଜ୍ ଅନଲାଇନ୍ ରେ ସୃଷ୍ଟି ହୋଇଥିବା ସେହି ସୁଯୋଗ ହାସଲ କରିବାକୁ ଉଦ୍ୟମ କରିବ ବୋଲି ସେ କହିଛନ୍ତି । କ୍ରିଏସନ୍ ଇନ୍ଫୋୱେଜ୍ ୱେବ୍ ପୋର୍ଟାଲ୍ ବିକଶିତ କରିବାଠାରୁ ଆରମ୍ଭ କରି ଇ-କମର୍ସ ଭିତ୍ତିକ ୱେବ୍ ଡିଜାଇନ୍, ମୋବାଇଲ୍ ୱେବ୍ ଡିଜାଇନ୍, ସପ୍ଟଓୟାର ଓ ଆପ୍ଲିକେସନ୍ ଡେଭେଲପମେଂଟ୍, ଏସ୍ଇଓ ସେବା, ଇ-ମେଲ୍ ଅଭିଯାନ, ଇତ୍ୟାଦି ସୁବିଧା ଯୋଗାଇ ଦେଉଛି । ଅନଲାଇନ୍ ଓ ମୋବାଇଲ୍ କ୍ଷେତ୍ରର କଂପାନିଗୁଡ଼ିକୁ ନୂତନ ବଜାରରେ ଓ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବାରେ ଏହି କଂପାନି ସହାୟତା ପ୍ରଦାନ କରୁଛି । 

ଯୋଗାଯୋଗ - ଫେସବୁକ ପେଜ

ୱେବସାଇଟ - http://www.creationinfoways.com/