ମୋବାଇଲ ହେବ ମହିଳାଙ୍କ ସୁରକ୍ଷାର ସାରଥି

ମୋବାଇଲ ହେବ ମହିଳାଙ୍କ ସୁରକ୍ଷାର ସାରଥି

Tuesday February 28, 2017,

1 min Read

ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟଫୋନ । କଥାଟା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଟୟ । ମାତ୍ର ଏହି ତଥ୍ୟଟି ସଂପୂର୍ଣ୍ଣ ରୂପେ ସତ୍ୟ ଅଟେ । କାରଣ ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ଅକଥନୀୟ ହିଂସାକୁ ଦୃଷ୍ଟିରେ ରଖି କୋରିଆର ଇଲୋକ୍ଟ୍ରନିକ୍ସ କଂପାନୀ ‘ଏଲଜି’ ଏକ ‘ପାନିକ୍ ବଟନ’ ସୁବିଧା ଥିବା ଲେସ୍ ମୋବାଇଲ ଫୋନର ଲଂଚ କରିଛି । ଏହି ମୋବାଇଲଟିରେ, ଆପତକାଳୀନ ସ୍ଥିତିରେ ୧୧୨ ନମ୍ବର ବଟନ ଡାଏଲ ଆପେ ଆପେ ହେବାର ସୁବିଧା ରଖାଯାଇଛି । ତେବେ ଏହି ମୋବାଇଲଟିର ନାଁ ‘କେ୧୦-୨୦୧୭’ ରଖାଯାଇଛି ।

image


ସୂଚନା ମୁତାବକ, ନିକଟରେ ଭାରତ ସରକାର ଦେଶରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ ଫୋନରେ ପାନିକ୍ ବଟନର ସୁବିଧା ଦେବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ । ଆଉ ଏହାର ଶେଷ ସୀମା ୨୮ ଫେବୃୟାରୀ ତଥା ଆଜି ଯାଏଁ ରଖା ଯାଇଥିଲା । ତେବେ ଏହି ଆଦେଶ ଅନୁସାରେ, ମୋବାଇଲରେ ଏହି ସୁବିଧା ରହିବାଦ୍ୱାରା ଏହା ମହିଳାଙ୍କ ସୁରକ୍ଷା ପାଇଁ ଏକ ଭଲ ପଦକ୍ଷେପ ପରି କାମ କରିଥାଏ ।

ତେବେ କଂପାନୀର ମୁଖ୍ୟଙ୍କ ସୂଚନା ମୁତାବକ, ‘କେ୧୦-୨୦୧୭’ ସ୍ମାର୍ଟଫୋନରେ ଏହି ସୁବିଧା ଉପଲବ୍ଧ । ଏହି ସୁଇଚ୍ ଟିପିବା କ୍ଷଣି ଏହା ସିଧାସଳଖ ୧୧୨ ଆପତକାଳୀନ ନମ୍ବରକୁ ସଂଯୋଗ ହୋଇଯାଇଥାଏ । ଆଉ ଯାହାଦ୍ୱାରା ଆଲାରାମ ବାଜିଥାଏ । ଯାହା ଫଳରେ ବଡ ବଡ ବିପଦକୁ ଏଡାଯାଇପାରିବ । ତେବେ କଂପାନୀ ଏହି ମୋବାଇଲଟିର ମୂଲ୍ୟ ମାତ୍ର ୧୩,୯୯୦ ଟଙ୍କା ରଖିଛନ୍ତି । (ସୂତ୍ର - କନକନ୍ଯୁଜ)