ମୋବାଇଲ ଫୋନ ସେବା ଦ୍ଵାରା କୃଷକଙ୍କ ରୋଜଗାର 56 ହଜାର କୋଟିକୁ ବୃଦ୍ଧି ହୋଇପାରିବ

ମୋବାଇଲ ଫୋନ ସେବା ଦ୍ଵାରା କୃଷକଙ୍କ ରୋଜଗାର 56 ହଜାର କୋଟିକୁ ବୃଦ୍ଧି ହୋଇପାରିବ

Monday November 02, 2015,

6 min Read

ଭୋଡାଫୋନ ଟେଲିକମ୍ କଂପାନୀ ନିକଟରେ ଏହାର କନେକ୍ଟେଡ ଫାର୍ମିଙ୍ଗ ଇନ୍ ଇଣ୍ଡିଆ ରିପୋର୍ଟ ପ୍ରକାଶିତ କରିଛି, ଯାହାର ଶେଷଭାଗରେ ଉଲ୍ଲେଖ ହୋଇଛି ଯେ ବଜାରରେ କ୍ଷୁଦ୍ର ଚାଷୀମାନଙ୍କ ଠାରେ ସରଳ ମୋବାଇଲ ସେବାର ସାହାଯ୍ୟ ଆରମ୍ଭ ଦ୍ବାରା 2020 ବେଳକୁ 7 କୋଟି ଭାରତୀୟ କୃଷକ 56 ହଜାର କୋଟି ଟଙ୍କା ରୋଜଗାର କରିପାରିବେ।

image


ଭୋଡାଫୋନ ଫାଉଣ୍ଡେସନର ସହାୟତାରେ ଆସେଞ୍ଚର ଷ୍ଟ୍ରାଟେଜିର ଦ୍ଵାରା ଏକ ଗବେଷଣାରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ଦୈନିକ 250ଟଙ୍କାରୁ କମ ଅର୍ଥରେ ସାଧାରଣ କୃଷକ ପରିବାରର ଭରଣପୋଷଣ ହୋଇଥାଏ ଏବଂ ବହୁ କୃଷକଙ୍କୁ ସେମାନଙ୍କ ପରିବାରକୁ ଖୁଆଇବା ଏବଂ ପାଠ ପଢ଼ାଇବା ପାଇଁ ସଂଘର୍ଷ କରିଥାନ୍ତି। ସମାଜରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏଭଳି ଦୁଇ ତୃତୀୟାଶଂ କୃଷକ ସାଧାରଣ ମୋବାଇଲ ସେବା ବ୍ୟବହାର କରି ସେମାନଙ୍କ ବାର୍ଷିକ ଆୟକୁ ଆଠ ହଜାର ଟଙ୍କାକୁ ବୃଦ୍ଧି କରିପାରିବେ।

ରିପୋର୍ଟରେ ପ୍ରସ୍ତାବିତ ମୋବାଇଲ ସର୍ଭିସ ଭାରତୀୟ କୃଷକଙ୍କ ଜୀବନ ଏବଂ ଜୀବିକାକୁ ବଦଳାଇବା ସହ 2020 ସୁଦ୍ଧା ଏଥିରୁ 56 ହଜାର କୋଟି ଟଙ୍କା ରୋଜଗାର ହୋଇପାରିବ, ଯାହା ମଧ୍ୟରେ ରହିଛି-

  1. କୃଷି ଉପରେ ସୁଚନା ସେବା ଜଳବାୟୁର ବାତାବରଣ, ପାଣିପାଗର ଆଗୁଆ ସୂଚନା, ଫସଲ ଅମଳ କରିବାର ଉପଯୁକ୍ତ ସମୟ ଏବଂ ଫସଲ ଅମଳରେ ବୃଦ୍ଧି ପାଇଁ ଆବଶ୍ୟକ କୌଶଳ ଉପରେ ତଥ୍ୟ ପ୍ରଦାନ କରିଥାଏ। ଏହି ସେବା ଦ୍ବାରା 2020 ମସିହା ସୁଦ୍ଧା 60ମିଲିୟନ ଭାରତୀୟ କୃଷକଙ୍କ ବାର୍ଷିକ ଆୟକୁ ପାଖାପାଖି 89 ଆମେରିକୀୟ ଡଲାରକୁ ବୃଦ୍ଧି ହୋଇପାରିବ।
  2. ପ୍ରଦତ୍ତ ଅର୍ଥର ପରିମାଣ ଏବଂ କରଜ ପ୍ରଦାନ କରିବା – କୃଷକମାନେ ସହଜରେ ଏବଂ ସୁରକ୍ଷିତ ଆର୍ଥିକ ଉପାଦାନର ସୁଯୋଗ ଉଠେଇବା ସହ ଅର୍ଥକୁ ସୁଝିପାରିବେ ଏବଂ କରଜ ପାଇପାରିବେ। 2013ରେ ଆରମ୍ଭ ହୋଇଥିବା ଭୋଡାଫୋନର M-Pesa ଦ୍ବାରା ମୋବାଇଲ ମନି ପେମେଣ୍ଟ ସେବା ମାଧ୍ୟମରେ ଏହି ସୁବିଧାର ଲାଭ ଉଠାଇପାରିବେ। ଉଚ୍ଚକ୍ଷମତା ସଂପର୍ଣ୍ଣ ମାଇକ୍ରୋ- ଫାଇନାନ୍ସ ଦ୍ବାରା ଲାଭ ମିଳିବାର ସୁବିଧା ଏବଂ 2020 ସୁଦ୍ଧା ଶୀଘ୍ର ଓ ସ୍ବଚ୍ଛ ଇଲେକଟ୍ରୋନିକ ପେମେଣ୍ଟ ସିଷ୍ଟମ କିଛି କୃଷକଙ୍କୁ 690ଆମେରିକୀୟ ଡଲାର ବାର୍ଷିକ ଲାଭ ଦେଇପାରିବ। ଏହା ସେମାନଙ୍କ ହାରାହାରି କୃଷି ଆୟର 39ପ୍ରତିଶତ ହେବ।
  3. ରିସିପ୍ଟ ସେବା- ଦୈନିକ କଞ୍ଚାମାଲ ଯୋଗାଣର ସେବାରେ ସ୍ବଚ୍ଛତା ଆଣିବା ପାଇଁ ପଣ୍ୟଦ୍ରବ୍ୟର କାରବାର ପାଇଁ ରିସିପ୍ଟ ସେବା ଆରମ୍ଭ ହୋଇଛି। ମୋବାଇଲ ମାଧ୍ୟମରେ ପଞ୍ଜିକରଣ ଏବଂ ଏଥିପାଇଁ ରିସିପ୍ଟ ଦେବା ଫଳରେ କୃଷକମାନେ ସେମାନଙ୍କ ଦକ୍ଷତା ବୃଦ୍ଧି, ଦରଦାମ ନିୟନ୍ତ୍ରଣ ଏବଂ ଠକାମୀକୁ ଦୂରେଇ ପାରିବାରେ ସକ୍ଷମ ହେବେ।
  4. କ୍ଷେତ୍ର ହିସାବ- କାଗଜରେ ରେକର୍ଡ ରଖିବା ବଦଳରେ ହିସାବରକ୍ଷକମାନ ଟାବଲେଟ ଏବଂ ମୋବାଇଲ ମାଧ୍ୟମରେ ରେକର୍ଡ ରଖିବା ଦ୍ବାରା ମାନର ପରୀକ୍ଷଣ, ସମର୍ଥନ ଏବଂ ସରଳ ଭାବରେ ସାର୍ଟିଫିକେସନର ଆବଶ୍ୟକତା ପୂରଣ ହୋଇପାରିବ। ଖୁସିର କଥା ଏହି ପ୍ରକ୍ରିୟାରେ କିଛି କୃଷକମାନେ ସକ୍ଷମ ଏବଂ ଦକ୍ଷତାସଂପର୍ଣ୍ଣ ହୋଇ ତାଙ୍କର ବାର୍ଷିକ ଆୟକୁ 612ଆମେରିକୀୟ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିପାରିଛନ୍ତି।
  5. ସ୍ଥାନୀୟ ଯୋଗାଣ ବ୍ୟବସ୍ଥା- ମୋବାଇଲ ମନି ସିଷ୍ଟମ ଦ୍ବାରା କ୍ଷୁଦ୍ରଧରଣର ଉତ୍ପାଦକମାନେ ସେମାନଙ୍କ ବ୍ୟବସାୟ ସ୍ଥାନୀୟ ବଜାରରେ ସରଳ ଭାବରେ କିନ୍ତୁ ବଳିଷ୍ଠ ସୂଚନା ପାଇବାରେ ସକ୍ଷମ ହେଇପାରିବେ। 2020 ବେଳକୁ ଏହା ଦ୍ବାରା କିଛି କୃଷକମାନଙ୍କର ବାର୍ଷିକ ଆୟ 271 ଆମେରିକୀୟ ଡଲାରକୁ ବୃଦ୍ଧି ହୋଇପାରିବା ଯାହା ବର୍ତ୍ତମାନ ଆୟପ 50ପ୍ରତିଶତ ଅଧିକ।
  6. ସ୍ମାର୍ଟଫୋନ ସୁବିଧା ସେବା- ଉତ୍ତମ ପରିଚାଳନା ଏବଂ ସଠିକ ସୂଚନା ଯୋଗାଇବା ପାଇଁ ଏସଏମଏସ୍ ଏବଂ ଭଏସମୋଲ ସେବାର ଭୂମିକା ରହିଛି। ଗ୍ରାମାଞ୍ଚଳରେ ସ୍ମାର୍ଟଫୋନର ବ୍ୟବହାରର ସଂଖ୍ୟା କମ। ଏହି ଅଞ୍ଚଳଗୁଡ଼ିକରେ ଦିନକୁ ଦିନ ବଜାର ବଢିବାର ଦେଖାଦେଇଛି। ଉନ୍ନତ ଏବଂ କମ୍ ଅର୍ଥରେ ମୋବାଇଲ ସେବାର ବ୍ୟବହାର କୃଷିରୁ ଆସୁଥିବା ବାର୍ଷିକ ଆୟର ହାରାହାରି ପରିମାଣ 675ଆମେରିକୀୟ ଡଲାର 2020ବେଳକୁ ଚାରିମିଲିୟନ କୃଷକଙ୍କ ପରିମାଣ ସହ ସମାନ ହୋଇପାରିବ।

ଏକ ସ୍ପେଶାଲ ମେସେଜ ମାଧ୍ୟମରେ ଏକ ଗୋଷ୍ଠୀକୁ ସମ୍ବୋଧନ କରି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ମୋହନବାଇ କଲ୍ୟାଣଜୀଭାଇ କୁନ୍ଦରିୟା କହିଛନ୍ତି, “ଦେଶର ଜନସଂଖ୍ୟାର 58ପ୍ରତିଶତ ଲୋକଙ୍କ ଜୀବନଧାରଣର ମୁଖ୍ୟ ଜୀବିକା କୃଷି। ଏକ ସମୃଦ୍ଧଶାଳୀ ଭାରତର ଗଠନ ପାଇଁ କୃଷିର ବିକାଶ ଅତ୍ୟନ୍ତ ପ୍ରୟୋଜନନୀୟ। ତେବେ ଏହା ଦ୍ଵାରା କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀମାନେ ଉପକୃତ ହୋଇପାରିବେ। ଇନଫରମେସନ ହାଇୱେ ଦ୍ଵାରା କୃଷକଭାଇମାନଙ୍କୁ ଯୋଡ଼ିବା ପାଇଁ ସରକାର ପ୍ରତିଶୃତିବଦ୍ଧ ଏବଂ ଉନ୍ନତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସୁବିଧା ଯୋଗାଇ ସେମାନଙ୍କ ଚାଷଜମିକୁ ଉର୍ବର କରିବା ଓ ସେମାନଙ୍କୁ ଆର୍ଥିକସ୍ତରରେ ମଜଭୁତ କରିବା ଲକ୍ଷ୍ୟ ରହିଛି। ଭୋଡାଫୋନ ଏହି ଉଦ୍ଦେଶ୍ୟ ସାଧନ ପାଇଁ ପ୍ରତିଶୃତିବଦ୍ଧ ଥିବାରୁ ଏବଂ ଏହାକୁ ବ୍ୟବହାର କରି ଅନ୍ୟ ସୁଦୃଢ ବଜାର ତୁଳନାରେ ଭାରତୀୟ କୃଷିକ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକରୁଥିବାରୁ ମୁଁ ଖୁସି ଅନୁଭବ କରୁଛି। କୃଷି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆସେଚାମର ଏହି ପ୍ରୟାସ ପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ଏବଂ ଭାରତୀୟ କୃଷି କ୍ଷେତ୍ରର କାର୍ଯ୍ୟକାରିତା ବୃଦ୍ଧିପାଇଁ ଏକ ସ୍ଵତନ୍ତ୍ର ରିପୋର୍ଟ ପ୍ରସ୍ତୁତ ପାଇଁ ଭୋଡାଫୋନର ଉଦ୍ୟମକୁ ପ୍ରଶଂସା କରୁଛି। ଦେଶବ୍ୟାପୀ ମୋବାଇଲ ସେବା ମାଧ୍ୟମରେ ସହାୟତା ଆଗାମୀ ଦିନରେ କୃଷି କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିବ।”

ଈ-କ୍ରାନ୍ତି ମାଧ୍ୟମରେ ମୋବାଇଲ ସେବା ଦ୍ଵାରା କୃଷିକ୍ଷେତ୍ରର ବିକାଶ ପାଇଁ ଆସୋଚାମ ଦ୍ଵାରା ଆୟୋଜିତ ଏକ ସମ୍ମିଳନୀରେ କୃଷି ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଘବ ଚନ୍ଦ୍ରାଙ୍କ ଦ୍ଵାରା ଦି କନେକ୍ଟେଡ ଫାର୍ମିଙ୍ଗ ଇନ୍ ଇଣ୍ଡିଆ ରିପୋର୍ଟ ଉନ୍ମୋଚନ କରିଥିଲେ।

ରିପୋର୍ଟ ଉନ୍ମୋଚନ କରି ରାଘବ ଚନ୍ଦ୍ରା କହିଛନ୍ତି, “କୃଷକଙ୍କ ପାଇଁ ବୈଷୟିକ କୌଶଳ ଈ-କ୍ରାନ୍ତିର ମୁଖ୍ୟ ଲକ୍ଷ୍ୟ ଯାହା ଡିଜିଟାଲ ଇଣ୍ଡିଆର ଏକ ମୁଖ୍ୟ ସ୍ତମ୍ଭ। କୃଷିରେ ବଢୁଥିବା ଚାହିଦା ଏବଂ ଏଥିପାଇଁ ଆବଶ୍ୟକ ଜ୍ଞାନ ଡିଜିଟାଲ ସେବାମାଧ୍ୟମରେ ସହଜରେ ଉପଲବ୍ଧ ହେବ ଯାହା କୃଷିର ଭବିଷ୍ୟତ ପାଇଁ ଗୁରୁତ୍ତ୍ଵପୁର୍ଣ୍ଣ। ମୋବାଇଲ ସେବାର ବିକାଶ ଉପଯୋଗୀ ସମ୍ବଳ କୃଷି ପାଇଁ ବୈଶିଷ୍ଟତା ରଖେ। କୃଷକଙ୍କ ହାତରେ ମୋବାଇଲର ବ୍ୟବହାର ନିୟନ୍ତ୍ରଣରୁ ମୁକ୍ତ ରଖି mKissanର ଉଦ୍ୟମରୁଏହାର ସଫଳତାକୁ ମପାଯାଇପାରିବ। ଦି କନେକ୍ଟେଡ ଫାର୍ମିଙ୍ଗ ଇନ୍ ଇଣ୍ଡିଆ ରିପୋର୍ଟରେ ଏହା ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। କୃଷି ଭଳି ଗୁରୁତ୍ତ୍ଵପୁର୍ଣ୍ଣ ବିଷୟକୁ ସାମନାକୁ ଆଣିବାରେ ଉଭୟ ଆସେଚାମ ଏବଂ ଭୋଡାଫୋନର ପଦକ୍ଷେପ ଉତ୍ସାହବର୍ଦ୍ଧକ। ଏମାନଙ୍କ ମିଳିତ ଉଦ୍ୟମରେ ମୋବାଇଲ ସେବା ଦ୍ବାରା କୃଷିର ଉନ୍ନତି ପାଇଁ ପଦକ୍ଷେପ ଆଗାମୀ ଦିନରେ କୃଷି ଓ କୃଷିଭିତ୍ତିକ ଉପାଦାନ ଉପରେ ନୂଆ ଆଶାର ସଞ୍ଚାର ସୃଷ୍ଟି କରିବ।”

ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ବିଶ୍ଵରେ ଭାରତ ଅଗ୍ରଣୀ ସ୍ଥାନରେ ରହିଛି। 20କୋଟିରୁ ଅଧିକ ଲୋକ କୃଷି ସହ ଜଡ଼ିତ ଯେଉଁମାନଙ୍କ ମଧ୍ୟରୁ 10 କୋଟି କୃଷକ ହୋଇଥିବା ବେଳେ ଅବଶିଷ୍ଟ 10 କୋଟି ଏଥିରେ ମଜୁରିଆ ବା ସହାୟକ ଭାବରେ କାମ କରିଥାନ୍ତି। 62 ପ୍ରତିଶତ କୃଷକଙ୍କ ପାଖରେ ଏକ ହେକ୍ଚରରୁ କମ ନିଜସ୍ଵ ଚାଷଜମି ରହିଛି। କୃଷି ପାଇଁ ପ୍ରୟାସ ଚାଲିଥିବା ବେଳେ ବିଭିନ୍ନ କାରଣରୁ ଫସଲ ନଷ୍ଟ, କୀଟନାଶକ କ୍ରୟ, ଫସଲରେ ପୋକ ଏବଂ ଅସ୍ଥିର ବଜାର ଦର ସେମାନଙ୍କ ଉପରେ ପ୍ରଭାବ ପକାଉଛି।

ଭାରତରେ କିଷାନ ମିତ୍ର ନାମରେ ଫାର୍ମର୍ସ କ୍ଲବ ଗଠନ କରିବାକୁ ଟେଲିକମ୍ କଂପାନୀ ଘୋଷଣା କରିଛି। ଏହା ସହିତ କୃଷିପାଇଁ ପରିଚିତ ଅନ୍ୟ 6ଟି ଦେଶ- ଘାନା, କେନିୟା, ନିଉଜିଲ୍ୟାଣ୍ଡ ଏବଂ ତାଞ୍ଜାନିଆରେ ଆଗାମୀ ବର୍ଷ ସୁଦ୍ଧା ଏହି କ୍ଲବ ଗଠନ ହେବାର ପ୍ରସ୍ତାବ ରହିଛି। ତୁର୍କୀରେ ଏହା 2009 ଠାରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛି ଏବଂ ଏହା ଦ୍ଵାରା 1.2 ମିଲିୟନ କୃଷକ ଉପକୃତ ହୋଇ ଅଧିକ ଫସଲ ଉତ୍ପାଦନ କରିବା ଏବଂ ବଜାରରେ ତାର ସଠିକ ମୂଲ୍ୟ ପାଇପାରୁଛନ୍ତି। ଭୋଡାଫୋନ ଫାର୍ମର୍ସ କ୍ଲବ ଏକ ସାମାଜିକ ବାଣିଜ୍ୟ କ୍ଷେତ୍ର ଯାହା ମୋବାଇଲ ସେବା ମାଧ୍ୟମରେ ନିଜର ଉତ୍ପାଦ ବୃଦ୍ଧି କରିବାକୁ କୃଷକମାନଙ୍କୁ ସହାୟତା ପ୍ରଦାନ କରିଥାଏ। ପ୍ରତି ଦେଶ ପାଇଁ କୃଷକମାନଙ୍କୁ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସେବା ଯୋଗାଇଦିଆଯାଏ। ତେବେ ନିଜ ଉତ୍ପାଦର ସଠିକ ଦରରେ ବିକ୍ରୟ ଓ ଲାଭ ପାଇଁ ବଜାର ସଂପର୍କରେ ବିବରଣୀ, ବଜାରର ଦର ଏବଂ ଅନ୍ୟାନ୍ୟ ଉପଯୋଗୀ ସୂଚନା ଏଥିରେ ଦିଆଯାଇଥାଏ।

ଆଫ୍ରିକା, ମିଡିଲ ଇଷ୍ଟ ଏବଂ ଏସିଆ ପାସିଫିକ ରିଜିୟନର ଭୋଡାଫୋନ ଗ୍ରୁପ ରିଜିଓନାଲ ଚିଫ୍ ଏକ୍ସିକ୍ୟୁଟିଭ ଶେର୍ପିଲ ତିମୁରେ ବିଭିନ୍ନ ଦେଶରେ ଫାର୍ମର୍ସ କ୍ଲବ ଖୋଲିବାର ପ୍ରସ୍ତାବ ଦେଇ କୁହନ୍ତି, “ଦୁଇ ହେକ୍ଟରରୁ କମ୍ ଜମିଥିବା 500 ମିଲିୟନ କ୍ଷୁଦ୍ର ଚାଷୀଙ୍କ ଉତ୍ପାଦିତ ଶସ୍ୟ ଉପରେ ବିଶ୍ବ ମାନବସମାଜର ଏକ ତୃତୀୟାଂଶ ଲୋକ ନିର୍ଭର କରିଥାନ୍ତି। କୃଷିକୁ ଗୁରୁତ୍ତ୍ଵ ଦେଇ ଏହାକୁ ପୁର୍ବାବସ୍ଥାକୁ ଫେରାଇପାରିବା ଏବଂ ଗରିବରୁ ଗରିବମାନଙ୍କର ଜୀବନଧାରଣର ମାନରେ ପରିବର୍ତ୍ତନ ପାଇଁ ମୋବାଇଲ ସେବାର ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଂଶ ଗ୍ରହଣକରିଛି। ଫସଲର ଉତ୍ପାଦନ ବୃଦ୍ଧି କ୍ଷମତା, କୃଷିଭିତ୍ତିକ ଆୟ ଏବଂ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମୋବାଇଲର ଭୂମିକାକୁ ଆମେ ତୁର୍କୀର କୃଷକମାନଙ୍କ ଠାରେ ଅନୁଭବ କରିପାରିଛୁ। ବିଶ୍ଵବ୍ୟାପୀ ଜନସଂଖ୍ୟାରେ ବୃଦ୍ଧି ହେଉଥିବାରୁ କୃଷକମାନଙ୍କୁ ଖାଦ୍ୟ ଉତ୍ପାଦନରେ ବୃଦ୍ଧି କରିବା ସହ ଏହା ଯେପରି ନଷ୍ଟ ନହେବ ବା ଅପଚୟ ନହେବ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ। ଭୋଡାଫୋନ ଫାର୍ମର୍ସ କ୍ଲବର ପରିକଳ୍ପନା ବାସ୍ତବରେ ବିଶ୍ଵର ଖାଦ୍ୟ ଉତ୍ପାଦନ ଏବଂ ସୁରକ୍ଷା ଉପରେ ଏକ ଅଦୂରଦର୍ଶୀ ପାରଦର୍ଶିତା ସୃଷ୍ଟି କରିଛି।”

ଭୋଡାଫୋନ ଇଣ୍ଡିଆର ଏମଡି ଏବଂ ସିଇଓ ସୁନିଲ ସୁଦ୍ ଭୋଡାଫୋନ କିଷାନ ମିତ୍ରର ପ୍ରବର୍ତ୍ତନ ନେଇ କହିଛନ୍ତି, “ଆଗାମୀ ସବୁଜ ବିପ୍ଳବର ଭିତ୍ତିଭୂମି ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବିପ୍ଳବ ଭାବରେ ଗଣାହେବ ବିଶେଷ କରି ମୋବାଇଲ ସେବା ଏଥିରେ ପ୍ରମୁଖ ଭୂମିକା ନେବ। ଆଜିକାଲି ଗ୍ରାମାଞ୍ଚଳର 46 ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ରହିଛି ଏବଂ ଅପହଞ୍ଚ ଥିବା ଅଞ୍ଚଳରେ ମୋବାଇଲ ସେବା ଏବେ ଦୃତ ଗତିରେ ସ୍ଥିତି ବଦଳୁଛି। କୃଷି କ୍ଷେତ୍ରରେ ଏକ ନୂଆ ରାସ୍ତା ଦେଖାଇବା ଏବଂ ଗ୍ରାମାଞ୍ଚଳର ସ୍ଥାନୀୟ ଲୋକଙ୍କୁ ଉନ୍ନତ ଧରଣର ସେବା ଯୋଗାଇଦେବା ପାଇଁ ଏହା ନୂଆ ସମ୍ଭାବନା ସୃଷ୍ଟି କରିଛି। ଆମ ପାଖରେ ଥିବା ସମସ୍ତ ସୂଚନାକୁ ଆମେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶୃତିବଦ୍ଧ ଏବଂ ଏହା ନୂଆ ବ୍ୟବସାୟ ପାଇଁ ରାସ୍ତା ଦେଖାଇବ ଯାହା କୃଷକମାନଙ୍କୁ ସହାୟକ ହେବ। ଭାରତରେ କିଷାନ ମିତ୍ରର ଆରମ୍ଭ କୃଷି ସଂପ୍ରଦାୟ ପାଇଁ ଆମର ପ୍ରଥମ ପଦକ୍ଷେପ ଯାହା କୃଷକମାନଙ୍କୁ ଠିକ ସମୟରେ ସୂଚନା ଦେବା ସହ ବଜାର ଏବଂ ଆର୍ଥିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ। ”