ଗୁଗଲର ଭାରତୀୟ ଗଣତନ୍ତ୍ର ଦିବସ ଉପଲକ୍ଷେ ଡୁଡଲ

ଗୁଗଲର ଭାରତୀୟ ଗଣତନ୍ତ୍ର ଦିବସ ଉପଲକ୍ଷେ ଡୁଡଲ

Sunday January 29, 2017,

1 min Read

ସର୍ଚ ଇଞ୍ଜିନ କ୍ଷେତ୍ରରେ ସବୁଠାରୁ ବଡ଼ ନାମ ଗୁଗଲ ନିଜର ବିଶେଷ ଭାବେ ଡିଜାଇନ ହେଉଥିବା ଡୁଡଲକୁ ନେଇ ଅନେକ ସମୟ ଚର୍ଚ୍ଚାରେ ରୁହେ। ଏଥର ଭାରତର ୬୮ତମ ସାଧାରଣତନ୍ତ୍ର ଦିବସରେ ଗୁଗଲ ଏକ ସ୍ଵତନ୍ତ୍ର ଡୁଡଲ ଡିଜାଇନ କରିଥିଲା। ଏହି ଡୁଡଲରେ ଷ୍ଟାଡିଅମ ଭର୍ତ୍ତି ଲୋକଙ୍କ ମଧ୍ୟରେ ପଡିଆକୁ ତିରଙ୍ଗାରେ ସଜାଯାଇଥିବାର ଦୃଶ୍ୟ ଥିଲା।

image


ଡୁଡଲରେ ଷ୍ଟାଡିଅମର ଅଧା ଦେଖାଯାଇଛି ଯେଉଁଥିରେ ଦୁଇ ପାଖରେ ଦର୍ଶକ ବସି ରହିଛନ୍ତି। ଏକ ଅର୍ଦ୍ଧଚନ୍ଦ୍ର ଭଳି ଟ୍ରାକର ଭିତରରେ ଏକ ନାରଙ୍ଗୀ ରଙ୍ଗର ପଟି ଯାଇଛି ଏବ ବାହ୍ୟ ଭାଗରେ ତିରଙ୍ଗାର ରଙ୍ଗରେ ସଜାହେଇଛି। ଦୌଡ ଟ୍ରାକରେ ସବୁଜ ରଙ୍ଗରେ GOOGLE ଲେଖାଯାଇଛି।

ଗୁଗଲର ଭାରତୀୟ ସିଇଓ ସୁନ୍ଦର ପିଛାଇ ପ୍ରତ୍ଯେକ ବର୍ଷ ଏହି ବିଶେଷ ଦିନରେ ଏକ ନିଆରା ଡିଜାଇନ ନେଇ ଆସିଥାନ୍ତି। ଗତବର୍ଷ ଏହା ଓଟ ପିଠିରେ ବସିଥିବା ସୀମା ସୁରକ୍ଷା ବାହିନୀଙ୍କୁ ସମର୍ପିତ ଥିଲା। ଏହି ବାହିନୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ଏକ ବଡ଼ ଆକର୍ଷଣ ଅଟନ୍ତି।

ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାରତର ପ୍ରତିରକ୍ଷା ବାହିନୀର ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ଏବଂ ଭାରତର ବିବିଧ ସଂସ୍କୃତିର ପ୍ରଦର୍ଶନ କରାଯାଇଛି। ଏଥର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆବୁ ଧାବିର ଯୁବରାଜ ଜାଏଦ ଆଲ ନାହୟା। ୱିଙ୍ଗ କମାଣ୍ଡର ରମେଶ କୁମାର ଦୁବେଙ୍କ ନେତୃତ୍ଵରେ ଏହି ପ୍ୟାରେଡ Mi-୧୭ ହେଲିକାପ୍ଟର ଠାରୁ ଆରମ୍ଭ ହେଇଥିଲା। ପ୍ରଥମେ ଏକ ହେଲିକାପ୍ଟର ତ୍ରିରଙ୍ଗା ପତାକା ନେଇ ଗଲା ଓ ତାପରେ ତିନୋଟି ହେଲିକାପ୍ଟର ଆର୍ମିର ଧ୍ଵଜ ଉଡାଇ ଯାଇଥିଲେ। ଏୟାର ଫୋର୍ସ ଏବଂ ଆର୍ମି ଫୁଲ ପାଖୁଡ଼ାର ବର୍ଷା କରିଥିଲେ ବୋଲି NDTVର ଏକ ରିପୋର୍ଟ କୁହେ।

ଗୁଗଲ ଭାରତର ୬୫ତମ ଗଣତନ୍ତ୍ର ଦିବସରେ ବିଏସଏଫର ମୋଟରସାଇକେଲ ବାହିନୀ ‘ଜାନବାଜ’ଙ୍କୁ ଫିଚର କରିଥିଲା। ଜାନବାଜ ବାହିନୀ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋଟରସାଇକେଲରେ ପିରାମିଡ ପ୍ରଦର୍ଶନ କରି ପ୍ରସିଦ୍ଧ।