ଏସଟିଡ଼ି ବୁଥରୁ ୧୪୦ କୋଟିର ଟ୍ରାଭେଲ କମ୍ପାନୀ

ଏସଟିଡ଼ି ବୁଥରୁ ୧୪୦ କୋଟିର ଟ୍ରାଭେଲ କମ୍ପାନୀ

Saturday December 31, 2016,

2 min Read

୪୯ ବର୍ଷୀୟ ଅରୁଣ ଖରାଟ ଦିନେ ପୁଣେ ସହରର ଏକ ଚାଳିରେ ରହୁଥିଲେ ଓ ଏକ ଛୋଟ ଏସଟିଡ଼ି ବୁଥ ଚଳଉଥିଲେ। ଆଜି ସେହି ସହରର ଏକ ଦାମୀ ଅଞ୍ଚଳରେ ରୁହନ୍ତି ଅରୁଣ ଏବଂ Wings Travels ନାମରେ ଏକ କାର ରେଣ୍ଟାଲ, ରେଡ଼ିଓ କ୍ୟାବ ଓ ଷ୍ଟାଫ ଟ୍ରାନ୍ସପୋର୍ଟ କମ୍ପାନୀ ଚଳାନ୍ତି। ତାଙ୍କ କମ୍ପାନୀରେ ବର୍ତ୍ତମାନ ୬୦୦ କର୍ମଚାରୀ କାମ କରୁଛନ୍ତି ଏବଂ ତାଙ୍କର ବାର୍ଷିକ ଆୟ ହେଉଛି ୧୪୦ କୋଟି ଟଙ୍କା।

Image : (L) – <a href=

Image : (L) –

The Hindu Business Line; (R) – Click Indiaa12bc34de56fgmedium"/>

ଛୋଟ ଥିବା ବେଳେ ଅରୁଣଙ୍କୁ ପାଠପଢା ଆଦୌ ପସନ୍ଦ ନଥିଲା ଓ ତାଙ୍କ ଭାଇ(ଆଜି ଡାକ୍ତର) ପଢୁଥିବା ବହି ଦେଖିଲେ ତାଙ୍କ ମୁଣ୍ଡ ବୁଲାଇ ଦେଉଥିଲା। ଦଶମ ଶ୍ରେଣୀ ସାରିବା ପରେ ସେ ନିଜ କକା ଚଲାଉଥିବା ଏକ ଜୋତା ଦୋକାନରେ ସେ ବସିବାକୁ ଲାଗିଲେ। ଦିନେ ନିଜର ବ୍ୟବସାୟ ଆରମ୍ଭ କରିବାର ସ୍ଵପ୍ନ ନେଇ ସେ ସରକାରୀ ପଲିଟେକନିକ କଲେଜରେ ଯୋଗ ଦେଲେ ଓ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କଲେ।

ପର କିଛିବର୍ଷ ମଧ୍ୟରେ କିଛି ଜାଗାରେ ଚାକିରୀ କରିସାରିବା ପରେ ସେ ନିଜର ଟ୍ରାଭେଲ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କଲେ। ସେ ପ୍ରଥମେ ଏକ ଏସଟିଡ଼ି ବୁଥରୁ ଆରମ୍ଭ କଲେ ଓ ପରେ ଧୀରେ ଧୀରେ ଏକ ପ୍ରାଇଭେଟ ବସ କମ୍ପାନୀ ପାଇଁ ଟିକେଟ ଏଜେଣ୍ଟ ହେଇଗଲେ। ୧୯୯୩-୯୪ ସୁଦ୍ଧା ସେ କାର ଭଡ଼ାରେ ଦେବା ଆରମ୍ଭ କରିଦେଇଥିଲେ ଓ ୧୯୯୬ରେ ସେ ନିଜେ କାର କିଣିବା ଆରମ୍ଭ କଲେ।

ଆଜି Wings Travels ନଅଟି ଭାରତୀୟ ସହରରେ କାମ କରୁଛି – ମୁମ୍ବାଇ, ପୁଣେ, ଗୁଡ଼ଗାଓଁ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମଦାବାଦ ଓ ବରୋଦା। ସେ ବିଦେଶରେ ଥାଇଲାଣ୍ଡରେ ମଧ୍ୟ ନିଜ ବ୍ୟବସାୟକୁ ସଂପ୍ରସାରଣ କରିଛନ୍ତି। 

“ଆଜି ଆମ କମ୍ପାନୀର ନିଜର ପ୍ରାୟ ୪୭୫ଟି ଗାଡ଼ି ଅଛି। ମାଲିକ ଚାଳକ ଯୋଜନା ଅନ୍ତର୍ଗତ ଆଉ ୮୦୦ଟି ଗାଡ଼ି ଚାଲୁଅଛି ଓ କଣ୍ଟ୍ରାକ୍ଟରେ ୫୫୦୦ଟି ଗାଡ଼ି ରହିଛି। “ ଅରୁଣ The Weekend Leaderକୁ କୁହନ୍ତି।

ସହରରେ ଥିବା ଅନେକ ତ୍ରଭେଲ୍ସ କମ୍ପାନୀଙ୍କ ମଧ୍ୟରେ Wing travelsକୁ ତାଙ୍କର କିଛି ଉଦ୍ୟମ ନିଆରା କରିଦିଏ। ଚଳିତ ବର୍ଷ ସେମାନେ ମୁମ୍ବାଇର ଏଲଜିବିଟି ସମାଜର ପ୍ରାୟ ୩୦୦ ସଦସ୍ୟଙ୍କୁ ପ୍ରାଇଭେଟ ଟ୍ଯାକ୍ସି ଚାଳକ ହେବା ପାଇଁ ତାଲିମ ଦେଇଥିଲେ। ହମସଫର ଟ୍ରସ୍ଟ ସହ ମିଶି ଏହି ଯୋଜନାରେ ସେମାନେ ଭାଗ ନେଇଥିଲେ।

ଠିକ୍ ସେହିଭଳି ଭାବେ ବେଙ୍ଗାଲୁରୁରେ ଅରୁଣ ତାଙ୍କ କମ୍ପାନୀର ଗାଡ଼ି ଗୁଡିକରେ ଏକ sos ଫିଚର ରଖିଛନ୍ତି। ଏହା ଦ୍ଵାରା ଯଦି କୌଣସି ଯାତ୍ରୀ ଜୋରରେ ଚିତ୍କାର କରନ୍ତି ତେବେ ଏହି ଫିଚରଟି ଏକ୍ଟିଭେଟ ହେଇଯାଇ କମ୍ପାନୀକୁ ତୁରନ୍ତ ସୂଚନା ଦେଇଥାଏ ଓ କମ୍ପାନୀ ସେହି ପାଖରେ ଥିବା ଅନ୍ୟଏକ ଗାଡ଼ିକୁ ସହାୟତା ପାଇଁ ସେଠାକୁ ପଠାଇଥାଏ ବୋଲି ଅରୁଣ The Indian Expressକୁ କୁହନ୍ତି।