ଆଦିବାସୀ, ମହିଳା କାରିଗରଙ୍କୁ ଅନଲାଇନକୁ ଆଣିବ Craftsvilla

ଆଦିବାସୀ, ମହିଳା କାରିଗରଙ୍କୁ ଅନଲାଇନକୁ ଆଣିବ Craftsvilla

Wednesday February 17, 2016,

2 min Read

ଅନଲାଇନରେ ଶାଢ଼ୀ, ସାଲୱାର ସୁଟ୍, ଲେହେଙ୍ଗା, ଗହଣା, ଘରସଜ୍ଜା ସାମଗ୍ରୀ ଓ ଅନ୍ୟାନ୍ୟ ପାରମ୍ପରିକ ଉତ୍ପାଦ ବିକ୍ରି କରୁଥିବାର ଅଗ୍ରଣୀ ସଂସ୍ଥା Craftsvilla ଉପେକ୍ଷିତ ବିକ୍ରେତାମାନଙ୍କୁ ପେବ୍ୟାକ୍ କମିସନ ମଡେଲ୍ ଜରିଆରେ ଯୋଡ଼ିବାକୁ ଏକ ଅଭିନବ ଅଭିଯାନ ଆରମ୍ଭ କରିଛି । ଏହି ଅଗ୍ରଣୀ ଇ-କମର୍ସ ସଂସ୍ଥା ବର୍ତ୍ତମାନ ଉଚ୍ଚ ଅଭିବୃଦ୍ଧି ସ୍ତରରେ ଥିବା ବେଳେ ଏହା ହେଉଛି ଦେଶର ଏକମାତ୍ର ଲାଭଜନକ ବଡ଼ ଇ-କମର୍ସ ସଂସ୍ଥା । ବିକ୍ରେତାଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏ ପର୍ଯ୍ୟନ୍ତ କୌଣସି ପ୍ରୋତ୍ସାହନ ଯୋଜନା ଘୋଷଣା କରିନଥିଲା ।

image


ତେବେ ଭାରତୀୟ ଇ-କମର୍ସ ବଜାରରେ ପ୍ରଥମ ଧରଣର ଅଭିଯାନ ଭାବେ ଏହା ସମାଜର ନିମ୍ନ ବର୍ଗଙ୍କୁ ଇ-ବଜାରରେ ସାମିଲ କରିବା ପାଇଁ ପେବ୍ୟାକ୍ କମିସନ ମଡେଲ୍ ବିଷୟରେ ଘୋଷଣା କରିଛି ।

ପଢନ୍ତୁ - ୫୦୦ ମିଲିଅନ୍ ଡଲାର ସିରିଜ୍-ଏଫ୍ ଫଣ୍ଡିଂ ‘ଓଲା’ ପାଇଁ ଆଣିଲା ଆଗୁଆ କ୍ରିସମାସ

ମନୋଜ ଗୁପ୍ତା, ସିଇଓ ଓ ସହପ୍ରତିଷ୍ଠାତା, Craftsvilla କହିଛନ୍ତି ଯେ, “ଆମର ପ୍ରକ୍ରିୟା ଓ ସମସ୍ତ ବିଷୟ ଅଣପାରମ୍ପରିକ ଓ ଏହା Craftsvillaକୁ ଅନ୍ୟମାନଙ୍କଠାରୁ ଅଲଗା କରିଛି । ଆମେ ବହୁତ ଖୁସି, ଯେ ଆମେ ଉପେକ୍ଷିତ କାରିଗର, ବିଶେଷ କରି ମହିଳା ଓ ଆଦିବାସୀ କାରିଗର, ଯେଉଁମାନେ ଆର୍ଥିକ ସ୍ତରରେ ଅନଗ୍ରସର ସେମାନଙ୍କୁ ପେବ୍ୟାକ୍ କମିସନ ପ୍ରଦାନ କରିବା ସ୍ଥିତିରେ ପହଂଚିଛୁ । ଆମେ ସେମାନଙ୍କୁ ପ୍ରତି ବିକ୍ରି ପାଇଁ କମିସନ ଚାର୍ଜ କରିବା ବଦଳରେ ପ୍ରଦାନ କରିବୁ ।’’

Craftsvilla ଡଟ୍ କମର ସହ ପ୍ରତିଷ୍ଠାତା ମୋନିକା ଗୁପ୍ତାଙ୍କ କୁଚ ର କାରିଗରଙ୍କ ସହ ମିଶି କାମ କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି Craftsvillaର ବଜାର ଉପଲବ୍ଧ କରିବା ଏବେ ଭାରତୀୟ ଷ୍ଟାର୍ଟ-ଅପ୍ ଜଗତ ପାଇଁ ଏକ ପ୍ରେରଣା ଭାବେ ଉଭା ହୋଇଛି ।

ଭାରତରେ Craftsvilla ଏକ ଅଗ୍ରଣୀ ଇ-କମର୍ସ ସାଇଟ ଓ ଏହା ଆଗକୁ ବଢ଼ି ଚାଲିଛି । ବଟମଲାଇନକୁ ଦ୍ୱିଗୁଣିତ କରିବାକୁ ଏହା ପ୍ରତିଶ୍ରୁତିବଦ୍ଧ । ନିଜର ୱେବସାଇଟ୍ ଓ ମୋବାଇଲ୍ ଆପ୍ ଜରିଆରେ କଂପାନି ପ୍ରତି ଦିନ ୧ ନିୟୁତ ଗ୍ରାହକଙ୍କ ପାଖରେ ପହଂଚୁଛି ।

ପେବ୍ୟାକ୍ କମିସନ ପ୍ରଦାନ କରିବା ପୂର୍ବରୁ ନିର୍ଧାରିତ ମାନଦଣ୍ଡ ଅନୁସାରେ Craftsvilla ଯଥାର୍ଥ ଆକଳନ କରି କାରିଗରଙ୍କୁ ଚୟନ କରିବ । କାରଣ Craftsvilla ଗୁଣାତ୍ମକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୂତିବଦ୍ଧ । Craftsvilla ଡଟ୍ କମ୍ ପାଖରେ ଏବେ ୨୫ ହଜାର ବିକ୍ରେତା ରହିଛନ୍ତି ଓ ଏହି ଅଭିଯାନ ଜରିଆରେ କଂପାନି ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ୧୦% ଅଧିକ ବିକ୍ରେତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ଏବେ ଫୁଟ୍ ଆଣ୍ଡ ମାଉଥ୍, ଅନ୍ୱେଷ ଟ୍ରାଇବାଲ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍, କ୍ରାଫ୍ଟରୁଟ୍ସ ଭଳି ଏନଜିଓ Craftsvilla ସହ ଜିରୋ କମିସନରେ କାମ କରୁଛନ୍ତି । ଏହି ଏନଜିଓଓଗୁଡ଼ିକ ବିଶେଷ କରି ମହିଳାଙ୍କ ସହ କାମ କରୁଛନ୍ତି । ମାଉଥ୍ ଆଣ୍ଡ ଫୁଟ୍ର କାରିଗର ମୁମ୍ବାଇରେ ରହୁଥିବା ବେଳେ ଅନ୍ୱେଷାର ଓଡ଼ିଶାର ଭୁବନେଶ୍ୱରରେ, କ୍ରାଫ୍ଟରୁଟ୍ସର ଗୁଜୁରାଟର ଅହମ୍ମଦାବାଦରେ ରହୁଛନ୍ତି ।

କେବଳ ଯୋଗ୍ୟ ମହିଳା ଓ ଆଦିବାସୀ କାରିଗରଙ୍କୁ ପେବ୍ୟାକ୍ କମିସନ ପ୍ରଦାନ କରାଯିବ ।

image


ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ନୂଆ କାର୍‍ କ୍ରୟ ୱେବସାଇଟ୍‍ Mynewcarକୁ ମିଳିଲା ୨.୫ ଲକ୍ଷ ଡଲାର ସିଡ୍‍ ଫଣ୍ଡିଂ

2। ପୁରୁଣା ବାଇକ୍ ଖୋଜୁଖୋଜୁ ଗୃହିଣୀ ଚିତ୍ରା ବାନାର୍ଜି ଉଦ୍ୟୋଗୀ ପାଲଟିଗଲେ

3। ପିଲାଙ୍କ କାନ୍ଦିବାର କାରଣ କହିବ ନୂଆ - ଆପ୍