ସମଗ୍ର ଦେଶରେ ସହରାଂଚଳ ଉଦ୍ୟାନ ଓ ଜୈବ ଉତ୍ପାଦ ପହଂଚାଇବା ଆମର ଲକ୍ଷ୍ୟ: ପୂର୍ଣ୍ଣ ଅର୍ଗାନିକ୍ସ

ସମଗ୍ର ଦେଶରେ  ସହରାଂଚଳ ଉଦ୍ୟାନ ଓ ଜୈବ ଉତ୍ପାଦ ପହଂଚାଇବା ଆମର ଲକ୍ଷ୍ୟ: ପୂର୍ଣ୍ଣ ଅର୍ଗାନିକ୍ସ

Monday November 02, 2015,

4 min Read

ଜୈବ ଉତ୍ପାଦର ଅନଲାଇନ୍ ବ୍ୟବସାୟ କରୁଥିବା ପୂର୍ଣ୍ଣ ଅର୍ଗାନିକ୍ସର ପ୍ରତିଷ୍ଠାତା ମାଲେସ ତିଙ୍ଗାଲିଙ୍କ କହିବାନୁସାରେ, “ସମଗ୍ର ଦେଶରେ ସଂପ୍ରତି ସୁସ୍ଥ ଜୀବନଶୈଳୀ ସଂପର୍କରେ ସଚେତନତା ସୃଷ୍ଟି ହୋଇଛି ଏବଂ ବେଙ୍ଗାଲୁରୁ, ଜୈବ ଅଭିଯାନର ଏକ ପ୍ରକୃଷ୍ଟ କ୍ଷେତ୍ର ରୂପେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି । ସାମଗ୍ରିକ ଭାବେ ସେ ସୂଚନା ଦେଇଛନ୍ତି ଯେ ଦେଶର ଜନସଂଖ୍ୟାର ଏକ ବଡ଼ ଭାଗ ଦୋକାନରେ ମିଳୁଥିବା ପନିପରିବା, ଯେଉଁଥିରେ ଉଚ୍ଚସ୍ତରର କୀଟନାଶକ ରହିଥାଏ, ବ୍ୟବହାର କରିବା ପରେ ପୁନର୍ବାର ଜୈବ ଉତ୍ପାଦ ଆଡ଼କୁ ମନ ବଳାଇଛନ୍ତି ।

image


“ଆପଣ ଯାହା ଖାଆନ୍ତି, ତା’ର ନିୟନ୍ତ୍ରଣ ନିଜ ହାତକୁ ନିଅନ୍ତୁ” ଏହି ଉଦ୍ଧେଶ୍ୟର ପ୍ରଚାର ଓ ପ୍ରସାର ପାଇଁ ୨୦୦୮ ମସିହାରେ ବେଙ୍ଗାଲୁରୁ ରେ ପୂର୍ଣ୍ଣ ଅର୍ଗାନିକ୍ସ ଆରମ୍ଭ ହୋଇଥିଲା । ସଂପ୍ରତି ସମଗ୍ର ଦେଶରେ ଏହାର ୧୦ହଜାର ଗ୍ରାହକ ଅଛନ୍ତି ।

ପୂର୍ଣ୍ଣ ଅର୍ଗାନିକ୍ସର ପ୍ରତିଷ୍ଠାତା ମାଲେସ ତିଙ୍ଗାଲି

ପୂର୍ଣ୍ଣ ଅର୍ଗାନିକ୍ସର ପ୍ରତିଷ୍ଠାତା ମାଲେସ ତିଙ୍ଗାଲି


ପୂର୍ଣ୍ଣ ଅର୍ଗାନିକ୍ସ, ‘ନିଜହାତରେ ନିଜ ପନିପରିବା ଉତ୍ପାଦନ’ ପାଇଁ ତୃଣମୂଳ ସ୍ତରରୁ ସଚେତନତା ସୃଷ୍ଟି କରୁଛି । ବାସଗୃହର ନିକଟରେ ଯେପରି ବାଲକୋନି, ଟେରାସରେ ଅଧିକ ଘନ ପରିବା ଉଦ୍ୟାନର ସୃଷ୍ଟି କରାଯାଇପାରିବ ସେଥିନିମନ୍ତେ ସଂସ୍ଥା ପକ୍ଷରୁ ପ୍ଲାଂଟ୍ରେ ବକ୍ସଗୁଡ଼ିକର ପ୍ରୟୋଗ ଆରମ୍ଭ କରିଛି । ଏହି ବକ୍ସଗୁଡ଼ିକ ସ୍ୱୟଂଚାଳିତ ଜଳସେଚନ ପ୍ରଣାଳୀ ଦ୍ୱାରା ସଂଯୁକ୍ତ ହୋଇଛି ଫଳରେ ସହରାଂଚଳରେ ବସବାସ କରୁଥିବା ଲୋକଙ୍କ ‘ସ୍ୱଳ୍ପ ସମୟର ଆବଶ୍ୟକତା’କୁ ପୂରଣ କରିପାରିବ ବୋଲି ଶ୍ରୀଯୁକ୍ତ ମାଲେସ କହିଛନ୍ତି ।

ଶ୍ରୀଯୁକ୍ତ ମାଲେସ, ଏକ ସାକ୍ଷାତକାରରେ ଆମକୁ ଜଣାଇଛନ୍ତି ଯେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ଲାଣ୍ଟର ବକ୍ସ ଗୁଡ଼ିକ ଫୁଡ୍ ଗ୍ରେଡ୍ ପ୍ଲାଷ୍ଟିକରେ ନିର୍ମିତ । ଏହି ପ୍ଲାଷ୍ଟିକ୍ ବକ୍ସର ବ୍ୟବହାର ଦ୍ୱାରା ସମୟାନୁକ୍ରମେ ଖାଦ୍ୟପଦାର୍ଥଗୁଡ଼ିକ ମଧ୍ୟକୁ ରସାୟନିକ ପଦାର୍ଥର ପ୍ରବେଶକୁ ରୋକାଯାଇପାରିବ । କେବଳ ଏହାନୁହେଁ ଏହି ବକ୍ସଗୁଡ଼ିକ ପ୍ରଖର ସୂର୍ଯ୍ୟତାପରେ ଯେପରି ନଷ୍ଟ ହେବନାହିଁ ସେଥିପାଇଁ ଅତି ବାଇଗଣି ରଶ୍ମୀ(ୟୁଭି) ପ୍ରତିରୋଧକ ବ୍ୟବସ୍ଥା ପ୍ରଣାଳୀରେ ନିର୍ମିତ ହୋଇଛି ବୋଲି ସେ କହିଛନ୍ତି ।

ସେମାନଙ୍କ ସମସ୍ତ ଉତ୍ପାଦ ଅନଲାଇନରେ ସୂଚନାତ୍ମକ ଭିଡ଼ିଓ ଏବଂ ବ୍ୟବହାର ପୁସ୍ତିକା ସହ ମିଳୁଛି, ଯଦ୍ୱାରା ଉଦ୍ୟାନର ସୃଷ୍ଟି ଓ ପରିଚାଳନା ସହଜରେ କରାଯାଇପାରିବ । ଏହା ସହ ଆମେ ଉଦ୍ୟାନର ସ୍ଥାପନା ଏବଂ ପରିଚାଳନା ସଂପର୍କରେ ଉଭୟ ୱେବ ଏବଂ ବ୍ୟକ୍ତିଗତ ଭାବେ ପ୍ରଶିକ୍ଷଣ ଦେଉଛୁ, ଫଳରେ ଆମ ଗ୍ରାହକମାନେ ଏହି ପଥରେ ଦୃଢ଼ତାର ସହ ଆଗେଇପାରିବେ ବୋଲି ମାଲେସ କହିଛନ୍ତି ।

image


ଦ୍ୱିତୀୟ ସୋପାନରେ ଉଦ୍ୟାନ କୃଷିକୁ ଅଧିକ ରୋଚକ କରିବାକୁ ଆମେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ । ଇ-ଉଦ୍ୟାନ ସଂପର୍କରେ ମାଲେସ ଆମକୁ ଦେଇଥିବା ସୂଚନାରେ, “ଏହା ଏକ ସୃଜନାତ୍ମକ କାର୍ଯ୍ୟକ୍ରମ, ଯେଉଁଠି ସମଗ୍ର ଦେଶର ଉଦ୍ୟାନପ୍ରେମୀମାନେ ଆମର ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ସେମାନଙ୍କ ଘରେ ଆରାମରେ ବସି ଅଂଶଗ୍ରହଣ କରିପାରିବେ । ଗତ ବର୍ଷ ଆମେ ୱେବ ଜରିଆରେ ୫୦୦ ଗ୍ରାହକଙ୍କୁ ପ୍ରଶିକ୍ଷଣ ଦେଇସାରିଛୁ । ଏହା ସହ ଆମ ଟିମ୍, ବିଦ୍ୟାଳୟ ଓ ଶିଳ୍ପପ୍ରତିଷ୍ଠାନଗୁଡ଼ିକ ପାଇଁ ଯଥାକ୍ରମେ ଇକୋପାଲ୍ ଏବଂ ଉଦ୍ୟାନ ସଂପର୍କ ର ସ୍ଥାପନା କରିଛନ୍ତି । ଇକୋପାଲ୍ ୩୦୦୦ ସ୍କୁଲ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚି ସେମାନଙ୍କୁ ସେମାନେ ଖାଉଥିବା ଖାଦ୍ୟ ସହ ସଚେତନ କରାଇପାରିଛି । ସେହିଭଳି ଉଦ୍ୟାନ ସଂପର୍କ ଦ୍ୱାରା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ୧୦୦୦ କର୍ମଚାରୀଙ୍କୁ ପ୍ରଶିକ୍ଷିଣ ଦେଇ ସେମାନଙ୍କୁ ସେମାନଙ୍କ ଅବସର ସମୟରେ ଉଦ୍ୟାନ କୃଷି କରିବା ଏବଂ ଏହାକୁ ଏକ ଅବସରବିନୋଦ ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛି।

image


ପୂର୍ଣ୍ଣ ଅର୍ଗାନିକ୍ସ ନିଜର ବ୍ୟବସାୟ ସେବାର ପରିସୀମାକୁ ବୃଦ୍ଧି କରିଛନ୍ତି, “ ପ୍ଲାଣ୍ଟର ବକ୍ସ(ପେଟେନ୍ଟ କରାଯିବ) ସହ ଆମେ ଜୈବ ଉଦ୍ୟାନ ସାମଗ୍ରୀ, ଜୈବ କୀଟନାଶକ ବ୍ୟବସ୍ଥା ଓ ଉଦ୍ୟାନ ଉପକରଣ ଆଦି ଯୋଗାଇ ଦିଆଯାଉଛି” । ସଂସ୍ଥା ପକ୍ଷରୁ ସେମାନଙ୍କ ବ୍ୟବସାୟ ତାଲିକାରେ ଖାଦ୍ୟ ସାମଗ୍ରୀ, ବ୍ୟକ୍ତିଗତ ଏବଂ ସୌନ୍ଦର୍ଯ୍ୟ (ପ୍ରସାଧନ) ସାମଗ୍ରୀ ସାମିଲ କରିଛି । ଗ୍ରାହକମାନେ ଏଥିପାଇଁ ସେମାନଙ୍କ ଡେବିଟ କିମ୍ବା କ୍ରେଡିଟ୍ କାର୍ଡ କିମ୍ବା କ୍ୟାସ ଅନ୍ ଡେଲିଭରିର ବ୍ୟବହାର କରିପାରିବେ ବୋଲି ଶ୍ରୀଯୁକ୍ତ ମାଲେସ କହିଛନ୍ତି । “ଯେହେତୁ ଆମର ସାମଗ୍ରୀଗୁଡ଼ିକ ବ୍ୟବହାର ଉପଯୋଗୀ ଏବଂ ଗ୍ରାହକମାନେ ସହଜରେ ଏହାକୁ ପ୍ରୟୋଗ କରିପାରିବେ ତଥାପି ଆବଶ୍ୟକସ୍ଥଳେ ଆମେ ଟେଲିଫୋନ୍ ଯୋଗେ ସହାୟତା ଯୋଗାଇଦେଉଛୁ । ବେଙ୍ଗାଲୁରୁର ଗ୍ରାହକମାନେ ସେମାନଙ୍କ ଘରେ ଏହା ସ୍ଥାପନ କରିବାକୁ ସିଧାସଳଖ ଆମର ଟିମ୍ ସଦସ୍ୟଙ୍କ ସହାୟତା ନେଇପାରିବେ” ବୋଲି ଶ୍ରୀଯୁକ୍ତ ମାଲେସ କହନ୍ତି ।

image


ଯଦିଓ ସହରାଂଚଳ ଜୈବିକ ଉଦ୍ୟାନର ସ୍ଥାପନ ନିମନ୍ତେ ପରାମର୍ଶ ପାଇଁ ଓ ଉଦ୍ୟାନଭିତ୍ତିକ ସାମଗ୍ରୀର ବିକ୍ରି ନିମନ୍ତେ ସଂଖ୍ୟାଧିକ କଂପାନୀ କାର୍ଯ୍ୟ କରୁଛନ୍ତି, ତେବେ ପୂର୍ଣ୍ଣ ଅର୍ଗାନିକ୍ସ ଏ ସମସ୍ତଙ୍କ ଠାରୁ ଭିନ୍ନ ବୋଲି ଶ୍ରୀଯୁକ୍ତ ମାଲେସ କହିଛନ୍ତି । ସେ କହନ୍ତି,“କାରଣ ଆମେ ସାମଗ୍ରିକ ଭାବେ ପ୍ରଶିକ୍ଷଣ, ସାମଗ୍ରୀ ଓ ସେବା ଯୋଗାଣର ଯୋଜନାବଦ୍ଧ ଭାବେ ପ୍ରଦାନ କରୁଛୁ ।”

କଂପାନୀର ପରବର୍ତ୍ତୀ ସୋପାନ ହେଉଛି ବଜାରରେ ଜୈବିକ ପ୍ରମାଣପତ୍ର ପ୍ରାପ୍ତ ସାମଗ୍ରୀର ବ୍ୟବସାୟ, ଯଦ୍ୱାରା ସଂଖ୍ୟାଧିକ ଲୋକଙ୍କ ନିକଟରେ ଉତ୍ପାଦନକାରୀମାନେ ସେମାନଙ୍କ ଉତ୍ପାଦକୁ ବିକ୍ରି କରିପାରିବେ । ଶ୍ରୀଯୁକ୍ତ ମାଲେସ କହନ୍ତି, “ ସମଗ୍ର ଦେଶର ଉତ୍ପାଦନକାରୀମାନେ ସେମାନଙ୍କ ଉତ୍ପାଦକୁ ପଂଜିକୃତ କରିବା ପାଇଁ ଆମେ ପ୍ରୋତ୍ସାହିତ କରିବୁ । ଏହାଦ୍ୱାରା ଆମେ ଆଶା କରୁଛୁ ଯେ ଅନେକ ପ୍ରକାରର ଏବଂ ଗୁଣାତ୍ମକମାନର ଜୈବିକ ପ୍ରମାଣପତ୍ର ଯୁକ୍ତ ଖାଦ୍ୟ, ଗୃହୋପକରଣ, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ସାମଗ୍ରୀ ଏବଂ ଜୀବନଶୈଳୀ ଆମେ ଗ୍ରାହକଙ୍କୁ ଯୋଗାଇପାରିବୁ, ଫଳରେ ସେମାନେ ଏକ ସୁସ୍ଥ ଜୈବିକ ଜୀବନଯାପନ କରିପାରିବେ ।”

ଶ୍ରୀଯୁକ୍ତ ମାଲେସ କହନ୍ତି, “ବର୍ତମାନ ଆମେ ବେଟା ପ୍ରୟୋଗ ପର୍ଯ୍ୟାୟରେ ଅଛୁ ଏବଂ ଅତିଶୀଘ୍ର ଏହି କ୍ଷେତ୍ରରୁ ଆଗକୁ ଗତିକରିବୁ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଦେଶରେ ଏକ ଜୈବ ବିପ୍ଲବର ସୃଷ୍ଠି । ଯେଉଁଠି ଜୈବିକ ଖାଦ୍ୟପଦାର୍ଥ ସୁଲଭରେ ସମସ୍ତଙ୍କୁ ମିଳିପାରିବ ।”

ଜୈବ କୃଷି ସଂପ୍ରତି ଭାରତୀୟ ବଜାରରେ ବିସ୍ତାର ଲାଭ କରୁଛି ଓ ଅନେକ ସଂସ୍ଥା ଆବଂଟନ କ୍ଷେତ୍ର ସ୍ଥାପନ କରିଛନ୍ତି । ତଥାପି, ସେମାନଙ୍କ ନିକଟରେ ଏକ ବଡ଼ ପ୍ରତିବନ୍ଧକ ହେଉଛି ଯେ ସ୍ଥାନୀୟ ବଜାରଠାରୁ ଦୂରରେ ବ୍ୟବସାୟର ସୁଯୋଗ ପ୍ରାପ୍ତିକରିବା । ଏହି କ୍ଷେତ୍ରରେ ଶ୍ରୀଯୁକ୍ତ ମାଲେସ କିନ୍ତୁ ଅଧିକ ସକାରାତ୍ମକ ଅଛନ୍ତି । ସେ କହନ୍ତି, “ଆମେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଉଭୟ ଜୈବିକ ଖାଦ୍ୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ନକଟକୁ ପହଂଚିବୁ ଓ ଏକ ସୁସ୍ଥ ଜୈବିକ ଜୀବନଯାପନ ପାଇଁ ସେମାନଙ୍କୁ ସେମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇଦେବୁ ।