ଭାରତର ଗ୍ରାମାଞ୍ଚଳ ଶିଶୁ ସ୍କୁଲକୁ ଯିବା ପାଇଁ ୪୦୦ରୁ ଅଧିକ ସାଇକେଲ୍ ଆବଣ୍ଟନ କରିଥିବା ଆମେରିକୀୟ ବାଳକ

ଭାରତର ଗ୍ରାମାଞ୍ଚଳ ଶିଶୁ ସ୍କୁଲକୁ ଯିବା ପାଇଁ ୪୦୦ରୁ ଅଧିକ ସାଇକେଲ୍ ଆବଣ୍ଟନ କରିଥିବା ଆମେରିକୀୟ ବାଳକ

Tuesday November 03, 2015,

3 min Read

ଆମେରିକୀୟ ସ୍କୁଲ ଛାତ୍ର ଥୋମାସ ହିରକକଙ୍କୁ ଯେତେବେଳେ ୧୨ ବର୍ଷ ସେତେବେଳେ ସେ ନିଜ ପିତା ଡେଭିଡଙ୍କ ସହ ଭାରତକୁ ଆସିଥିଲେ । ଝାଡ଼ଖଣ୍ଡ ଓ ବିହାରରେ ଶିଶୁ ଶ୍ରମିକ ନିରୋଧ ପାଇଁ କାମ କରୁଥିବା ଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବଚପନ ବଚାଓ ଆନ୍ଦୋଳନ’ କାର୍ଯ୍ୟ ସହ ଡେଭିଡ୍ ଘନିଷ୍ଠ ଭାବେ ଜଡ଼ିତ ଥିଲେ । ଝାଡ଼ଖଣ୍ଡ ଓ ବିହାରରେ ସାକ୍ଷରତା ହାର ପ୍ରାୟତଃ ୨୦ ପ୍ରତିଶତରୁ ଅଧିକ ହୁଏନାହିଁ, ଏବଂ ଅଧିକାଂଶ ବାଳିକା ବିଦ୍ୟାଳୟ ଶିକ୍ଷାର ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରୁନଥିଲେ ।

image


ଝାଡ଼ଖଣ୍ଡ ଘଞ୍ଚ ଜଙ୍ଗଲ ଘେରା ଏକ ରାଜ୍ୟ ଅଟେ, ଏହାବ୍ୟତୀତ ଏହା ଭାରତର ଅନ୍ୟତମ ଖଣିଜ ବହୁଳ ଅଞ୍ଚଳ ଅଟେ । ଗମନାଗମନ କ୍ଷେତ୍ରରେ ଜଙ୍ଗଲ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ । ଖଣି ଖନନ ଦ୍ୱାରା ଶିଶୁ ଶ୍ରମିକଙ୍କ ସଂଖ୍ୟା ସମ୍ଭବତଃ ବୃଦ୍ଧି ପାଇଥାଏ । ଭାରତର ମାଇକା ଖଣି ଇଲାକାରେ ଶିକ୍ଷା ବିଶେଷତଃ ବାଳିକା ଶିକ୍ଷାର ହାର ବିଭିନ୍ନ କାରଣ ଯୋଗୁଁ ସର୍ବନିମ୍ନ ରହିଥାଏ; ଯେପରି ବିଦ୍ୟାଳୟର ଅଭାବ, ଦୂର ସ୍ଥାନରେ ବିଦ୍ୟାଳୟ, ବିଦ୍ୟାଳୟରେ ଶୌଚାଳୟର ଅଭାବ, ପୁତ୍ର ସନ୍ତାନ ଅପେକ୍ଷା କନ୍ୟା ସନ୍ତାନଙ୍କ ଶିକ୍ଷା ପ୍ରତି ସମାଜର ଯୁବଗୋଷ୍ଠୀଙ୍କ ଆଗ୍ରହର ଅଭାବ ଆଦି ପ୍ରସଙ୍ଗ । ଏହି ଅଞ୍ଚଳରେ କନ୍ୟା ସାକ୍ଷରତା ହାର ୨୦ ପ୍ରତିଶତରୁ କମ୍ ଅଟେ। ଅଧିକାଂଶ ଗାଁରେ କନ୍ୟା ସନ୍ତାନ କ୍ୱଚିତ୍ ସ୍କୁଲର ପିଣ୍ଡା ମାଡ଼ିବାର ସୁଯୋଗ ପାଇଥାନ୍ତି ।

ଯେଉଁମାନେ ସ୍କୁଲ ଯାଆନ୍ତି ସେମାନେ ବିପଦ ସଙ୍କୁଳ ରାସ୍ତାରେ ଯାଇଥାନ୍ତି । ଜଙ୍ଗଲର ହିଂସ୍ର ଜନ୍ତୁ, ଯେପରି ସାପ, ବାଘ ଆଦି ସ୍କୁଲ ଯିବା ରାସ୍ତାରେ ଗମନାଗମନ କରିଥାନ୍ତି । ଏପରିକି ଶିଶୁ ଚାଲାଣ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି ।ଏହି ସମସ୍ତ ବିପଦ ସତ୍ତ୍ୱେ, ବାଳିକାମାନେ ସ୍କୁଲ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି, ସାଧାରଣତଃ ୧୦ କିମି ସ୍କୁଲ ରାସ୍ତାକୁ ଦିନକୁ ଦୁଇଥର ଯିବାଆସିବା କରିବାକୁ ପଡ଼ିଥାଏ ।

ଥୋମାସ ଅଞ୍ଚଳର ଦାରିଦ୍ର୍ୟତାକୁ ଦେଖି ବିଚଳିତ ହୋଇପଡ଼ିଥିଲେ ଏବଂ ସାହାଯ୍ୟ କରିବାକୁ ମନବଳାଇଥିଲେ । ଏଣୁ ଶିଶୁମାନେ ଯାହା ଅଧିକ ଆବଶ୍ୟକ କରିଥାନ୍ତି ତାହା ଜାଣିବାକୁ ଚାହିଁଥିଲେ । ଶିଶୁମାନଙ୍କ ଠାରୁ ଯାହା ଉତ୍ତର ମିଳିଥିଲା ତାହା ପେନ୍ ଓ ଖାତା ନଥିଲା- ଏହା ଥିଲା ସାଇକଲ । ନିଜ ଘର ଠାରୁ ସ୍କୁଲଗୁଡ଼ିକ ସାଧାରଣତଃ ୬-୭ କିଲୋମିଟର ଦୂରରେ ଥିବାରୁ ସ୍କୁଲ ପହଞ୍ଚିବା ସବୁଠାରୁ କଷ୍ଟକର ଥିଲା । ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ରାସ୍ତାରେ ଶିଶୁମାନଙ୍କ ପାଇଁ ଅପହଞ୍ଚ ବିଦ୍ୟାଳୟ ଥିଲା ପ୍ରମୁଖ ପ୍ରତିବନ୍ଧକ । ଏଣୁ ଡେଭିଡଙ୍କ ସନ୍ତାନ ସହାୟତା କରିବାକୁ ଆଗଭର ହେଲେ ।

image


ନିଜ ଘର ଫିଲାଡେଲଫିଆ ଫେରିବା ପରେ, ସେ ପାଠ ପଢ଼ୁଥିବା ସ୍କୁଲ-ଷ୍ଟ୍ରାଟ୍ରଫର୍ଡ ଫ୍ରେଣ୍ଡ୍ସ ସ୍କୁଲ ସହ ମିଶି ୬୦୦ ଡଲାର ଅର୍ଥ ସଂଗ୍ରହ କଲେ । ୨୦୦୮ ମସିହାରେ ସେ ଏହି ଅର୍ଥରେ ୧୦ଟି ସାଇକଲ କିଣିଲେ । ଏହି ସଫଳତା ଥୋମାସଙ୍କୁ ଆହୁରି ଅଧିକ ଦେବା ପାଇଁ ପ୍ରୋତ୍ସାହିତ କଲା ଏବଂ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ସାଇକଲ ସେ ଗଠନ କରିଥିବା ଅଣଲାଭଦାୟକ ପ୍ରକଳ୍ପ ବାଇକ୍ କ୍ଲବ ଦ୍ୱାରା ବିପଦରେ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଇଛନ୍ତି । ୨୦୧୧ରେ ସେ ୯୦୦ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ । ସାଇକଲ ଗୁଡ଼ିକ ପାହାଡ଼ଜଙ୍ଗଲ ରାସ୍ତାରେ ଯେଭଳି ସହଜରେ ଚାଲିପାରିବ ତାକୁ ଦୃଷ୍ଟିରେ ରଖାଯାଇ ଭାରତରେ ନିର୍ମାଣ କରାଯାଉଥିଲା । ଦୀର୍ଘ ସମୟ ବ୍ୟବହାର କରିବା ସକାଶେ ପ୍ରତି ସାଇକଲରେ ମରାମତି କରିବା ସକାଶେ ଏକ କିଟ୍ ରହୁଥିଲା । ପ୍ରତି ସାଇକଲ ଚାରିଜଣ ପିଲାଙ୍କ ଓଜନ ସମ୍ଭାଳୁଥିଲା, ଏଣୁ ପରିମାଣ ଅପେକ୍ଷା ଗୁଣାତ୍ମକମାନକୁ ଅଧିକ ଗୁରୁତ୍ୱ ଦିଆଗଲା ।

ଅନେକ ଶିଶୁ ସାଇକଲ ଚଳାଇବା ଶିଖିନଥିଲେ, ଏଣୁ ଥୋମାସ ସେମାନଙ୍କୁ ଏହାର ପ୍ରଶିକ୍ଷଣ ଦେବାକୁ ଚାହିଁଲେ । ବିବିସିକୁ ଦେଇଥିବା ଏକ ସାକ୍ଷାତକାରେ ଥୋମାସ କହିଛନ୍ତି, “ଏହି ଶିଶୁମାନଙ୍କୁ ଏକ ସାଇକଲ ଦେବା ଦ୍ୱାରା ସେମାନଙ୍କୁ ଶକ୍ତିଶାଳୀ କରିହେବ, ଏହା ସେମାନଙ୍କୁ ଶକ୍ତି ପ୍ରଦାନ କରିବା ଭଳି ଅଟେ । ଏହା ଏକ ରୋମାଂଚକର କାର୍ଯ୍ୟ ।” ଭାରତୀୟ ଶିଶୁଙ୍କୁ ମିଳୁଥିବା ଗମନାଗମନର ସୁବିଧା ଠାରୁ ସାଇକଲ ସେମାନଙ୍କ ଶିକ୍ଷା ଲାଭ କରିବା କ୍ଷେତ୍ରରେ ଅଧିକ ଫଳପ୍ରଦ ଅଟେ । ଏହା ଝାଡ଼ଖଣ୍ଡ ଓ ବିହାର ଭବିଷ୍ୟ ପାଇଁ ମଧ୍ୟ ଉତ୍ତମ ଅଟେ । ଏହି ଯୋଜନା ବାଳିକା ମଧ୍ୟରେ ଉଚ୍ଚ ଅଭିଳାଷା ସୃଷ୍ଟି କରିପାରିଛି । ବର୍ତମାନ ସେହି ଶିଶୁମାନେ ନିକଟସ୍ଥ ଗାଁଗୁଡ଼ିକୁ ଯାଇ ଅନ୍ୟ ଶିଶୁମାନଙ୍କ ସେମାନଙ୍କ ମୌଳିକ ଅଧିକାର ସଂପର୍କରେ ସଚେତନ କରୁଛନ୍ତି ।

ଯେତେବେଳେ ସମ୍ଭବ ହୁଏ, ଥୋମାସ୍ (ବର୍ତ୍ତମାନ ବୟସ ୧୬ବର୍ଷ) ଭାରତ ବିଶେଷତଃ ଝାଡ଼ଖଣ୍ଡକୁ ନିଜ ପିତାଙ୍କ ସହ ଆସନ୍ତି ଏବଂ ଅଧିକ ସାଇକଲ ବଣ୍ଟନ କରନ୍ତି ।