ଗୋଟିଏ ହାତ ହରାଇଥିଲେ କିନ୍ତୁ ଉଦ୍ଯୋଗୀ ହେବାର ସ୍ଵପ୍ନ ଅଟକିଲା ନାହିଁ

3

୩୦ ବର୍ଷର ରଚିତଙ୍କୁ ସେତେବେଳେ ମାତ୍ର ପାଞ୍ଚ ବର୍ଷ ହେଇଥିଲା ଯେତେବେଳେ ଡାକ୍ତର କହିଲେ ତାଙ୍କୁ କ୍ୟାନସର ହେଇଛି। ମାତ୍ର ଛ’ ବର୍ଷ ବୟସରେ କ୍ୟାନସର ଯୋଗୁଁ ତାଙ୍କର ବାମ ହାତ କାଟିବା ଦରକାର ପଡିଥିଲା। ଗୋଟିଏ ହାତ ହରାଇବା ପରେ ମଧ୍ୟ ରଚିତ ଜୀବନ ଯୁଧ୍ୟରେ ହାର ମାନିଲେ ନାହିଁ। ସେ ଦୃଢ ନିଷ୍ପତ୍ତି ନେଲେ ଯେ ଜୀବନକୁ ଜୀଇଁବା ସେ କୌଣସି ପରିସ୍ଥିତିରେ ମଧ୍ୟ ଛାଡ଼ିବେ ନାହିଁ। ଆଜି ରଚିତ କ୍ରିକେଟ, ଚେସ ଓ ଟେବଲ ଟେନିସ ଖେଳନ୍ତି ଓ ୧୩,୫୦୦ ଫୁଟ ଉଚ୍ଚ ପର୍ବତକୁ ଦୁଇ ଥର ଆରୋହଣ କରିସାରିଛନ୍ତି।

Image : Humans of Bombay
Image : Humans of Bombay

ଛୋଟ ବେଳେ ଅନ୍ୟ ସାମାନ୍ୟ ପିଲା ମାନେ ତାଙ୍କୁ ଥଟ୍ଟା କରୁଥିଲେ, ଉପହାସ କରୁଥିଲେ। ସେ ଅନେକ କିଛି ସୁବିଧା ପାଇପାରୁନଥିଲେ। ସେଇ ସଂଘର୍ଷରେ ଭରା ସମୟ କିନ୍ତୁ ତାଙ୍କର ଦମ୍ଭକୁ ଭାଙ୍ଗି ପାରିନଥିଲା। ବରଂ ଆହୁରି ଦୃଢ କରିଦେଇଥିଲା। Humans of Bombayର ଏକ ଫେସବୁକ ପୋଷ୍ଟ ଜରିଆରେ ରଚିତ କୁହନ୍ତି।

“ମୁଁ ସବୁବେଳେ ଫୁଟବଲର ବଡ଼ ଫ୍ୟାନ ଥିଲି। ଗୋଲକିପର ହେବା ପାଇଁ ଦିନରାତି ଟ୍ରେନିଂ ନେଉଥିଲି। ମୋର ପରିଶ୍ରମ ସୁଫଳ ଦେଲା ଓ ମୁଁ ଇଣ୍ଟର ସ୍କୁଲ ଲେଭେଲରେ ଖେଳିବା ପାଇଁ ମନୋନୀତ ହେଲି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ଯାଚକୁ ମୁଁ କେବେ ଭୁଲିପାରିବିନାହିଁ। ବିପରୀତ ପକ୍ଷ ସ୍କୁଲର କୋଚ ଯେତେବେଳେ ମୋତେ ଦେଖିଲେ ଓ ଜାଣିଲେ ଯେ ମୁଁ ଗୋଲକିପର, ସେ ଘୋଷଣା କଲେ ତାଙ୍କ ଦଳ କିଛି ନହେଲେ ୬ଟି ଗୋଲରେ ବିଜୟ ଲାଭ କରିବ। କିନ୍ତୁ ସେଭଳି ଘୋଷଣା ଦ୍ଵାରା ନିଜକୁ ପ୍ରଭାବିତ ହେବାକୁ ଦେଲିନାହିଁ। ମୁଁ ନିଜର ଖେଳ ଉପରେ ଧ୍ୟାନ ଦେଲି ଓ ଆମେ ସେଦିନ ୨-୪ରେ ଜିତିଥିଲୁ। ସେଇଦିନଟି ମୋତେ ବିଶ୍ବାସ ଦେଇଥିଲା ଯେ ନିରନ୍ତର ପ୍ରଚେଷ୍ଟା ଆଗରେ କୌଣସି ବିଘ୍ନ ବେଶି ସମୟ ତିଷ୍ଠି ପାରେନାହିଁ।"

ଜୀବନକୁ ସଂପୂର୍ଣ୍ଣ ଭାବେ ଜୀଇଁବା ଉଦ୍ଦେଶ୍ୟ ନେଇ ରଚିତ ଅନେକ କିଛି ପରୀକ୍ଷା ନିରୀକ୍ଷା କରିଛନ୍ତି। ଅନେକ ପ୍ରକାରର କାମ କରିଛନ୍ତି – ଯେମିତିକି ୱେଟର, ବାରଟେଣ୍ଡର, ହୋଟେଲ ମ୍ୟାନେଜର, କଲ ସେଣ୍ଟର କର୍ମୀ ଇତ୍ୟାଦି। ରଚିତ ଭ୍ରମଣ କରିବାକୁ ଭଲ ପାଆନ୍ତି। ସେ କବିତାମଧ୍ୟ ଲେଖନ୍ତି ଓ ଉଦ୍ଯୋଗୀ ଭାବେ ନିଜର ପୋଷ୍ଟ ଫିଲ୍ମ ପ୍ରଡ଼କ୍ସନ ହାଉସ ‘Secret Locators’ ଆରମ୍ଭ କରିଛନ୍ତି।

୨୦୧୪ରେ ରଚିତଙ୍କ କ୍ୟାନସର ଆଉ ଏକ ରୂପରେ ପୁଣି ଆକ୍ରମଣ କରିଥିଲା। କିନ୍ତୁ ରଚିତ ତାକୁ ପୁଣି ଥରେ ହରାଇଥିଲେ। “ମୁଁ ସବୁବେଳେ କୁହେ ମୋର ଅଦୃଶ୍ୟ ହାତ କ୍ୟାନସରକୁ ଅଦୃଶ୍ୟ ଆଙ୍ଗୁଠି ଦେଖେଇଦେଉଛି !” କୁହନ୍ତି ରଚିତ। ତାଙ୍କର ସଂପୂର୍ଣ୍ଣ ଫେସବୁକ ପୋଷ୍ଟଟି ଏଠାରେ ପଢନ୍ତୁ।