ରୋଷେଇଘରେ ପ୍ରଦୁଷଣ କମେଇବାରେ ସହାୟକ ହେଉଛି ନବଦୁର୍ଗାର ଧୁଆଁ ବିହୀନ ଚୁଲା

ରୋଷେଇଘରେ ପ୍ରଦୁଷଣ କମେଇବାରେ ସହାୟକ ହେଉଛି ନବଦୁର୍ଗାର ଧୁଆଁ ବିହୀନ ଚୁଲା

Tuesday November 03, 2015,

3 min Read

ଆମ ଦେଶରେ ଶତକଡା ଅଶୀ ଭାଗ ଗୃହିଣୀ ମାନେ ରୋଷେଇ କରିବା ସମୟରେ ପାରମ୍ପାରିକ ଜାଳେଣୀ ଯଥା କୋଇଲା, କାଠ,ଘସି ଉପରେ ନିର୍ଭର କରନ୍ତି ଯାହା ପରିବେଶକୁ ପ୍ରଦୂଷିତ କରିବା ସହ ନିର୍ଗତ ଧୁଆଁ ଗୃହିଣୀ ମାନଂକ ଆଖି ଓ ଶ୍ଵାସନଳୀ କୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଥାଏ ଓ ଏହା ପ୍ରକାରାନ୍ତରେ ଅନେକ ଗୁଡାଏ ରୋଗର କାରଣ ହୁଏ। ବିଶ୍ଵ ବ୍ୟାଙ୍କର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତରେ ପ୍ରତି ବର୍ଷ ୧୩ ଲକ୍ଷ ଲୋକ ଘରୋଇ ପ୍ରଦୂଷଣ ଦ୍ଵାରା ପ୍ରାଣ ହରାନ୍ତି, ଯାହାକି ମୁଖ୍ୟତ ଏହି ଧୂଳି ଓ ଧୁଁଆ ରୁ ସୃଷ୍ଟି। ପରିବେଶ ପ୍ରଦୂଷଣ ବ୍ୟତୀତ ଏହା ବହୁତ ସମୟ ସାପେକ୍ଷ, ଯାହା ଗୃହିଣୀ ମାନଙ୍କର ବହୁତ ସମୟ ମଧ୍ୟ ଅପଚୟ କରେ ଫଳରେ ସେମାନଙ୍କର ଅଧିକାଂଶ ସମୟ ରୋଷେଇଘରେ ହିଁ ଚାଲିଯାଏ। ଏବଂ ଏହି ଗରିବ ଶ୍ରେଣୀର ଲୋକେ ଯେଉଁମାନେ କିରୋସିନି ବ୍ୟବହାର କରନ୍ତି ସେମାନେ ନିଜ ମାସିକ ଆୟର ୩୦ ପ୍ରତିଶତ ପର୍ଯ୍ୟନ୍ତ କେବଳ ଜାଳେଣୀରେ ଖର୍ଚ୍ଚ କରିଥାନ୍ତି।

image


ଏହିସବୁ ଅସୁବିଧାକୁ ଦେଖି ସୌରଭ ସାଗର ଜୈସବାଲ୍ ଓ ତାଙ୍କ ପିତା ଅରବିନ୍ଦ ଜୈସବାଲ୍ ନବଦୁର୍ଗା ମେଟାଲ୍ ୨୦୦୯ରେ ପ୍ରତିଷ୍ଠା କଲେ ଯାହାକି ଗୃହିଣୀମାନଙ୍କୁ ସୁଲଭ ମୁଲ୍ୟରେ ଧୁଆଁ ରହିତ ଚୂଲି ଯୋଗାଇ ଦେଉଛି। ସୌରଭ ଏ ବ୍ୟବସାୟ ନିମନ୍ତେ ନିଜ ଶଶୁର ମହେନ୍ଦ୍ର ଜୈସବାଲଙ୍କ ଠାରୁ ପ୍ରେରଣା ପାଇଥିଲେ। ମହେନ୍ଦ୍ର ନେପାଳରେ ଜଣେ ଗ୍ରାମୀଣ ମହିଳାଙ୍କ ଅସୁବିଧାକୁ ସ୍ଵଚକ୍ଷୁ ରେ ଦେଖି ହୃଦୟଙ୍ଗମ କରିଥିଲେ ଓ ନିଷ୍ପତ୍ତି ନେଇଥିଲେ ମହିଳା ମାନଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ, ଏକ ଧୂଆଁରହିତ ଚୂଲା ତିଆରି କରି। ନବଦୁର୍ଗା ର ଚୁଲା ଯେବେ ପ୍ରଥମେ ବଜାର କୁ ଆସିଲା ତାହାର ଦାମ ଥିଲା ମାତ୍ର ୫୦୦ ଟଙ୍କା।

"ଆଜି ଆମେ ଏହି ଚୂଲା ମାଧ୍ୟମରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛୁ। ଏହି ଚୂଲା ପରିବେଶ ପ୍ରଦୁଷଣ ରୋକିବା ସହ ସମୟ ମଧ୍ୟ ବଞ୍ଚାଉଛି, ଯାହା ଫଳରେ ଗ୍ରାମୀଣ ମହିଳା ମାନେ ସ୍ଵଚ୍ଛନ୍ଦରେ ରୋଷେଇ କରିପାରୁଛନ୍ତି। 

image


ଏ ପର୍ଯ୍ୟନ୍ତ ୩୦,୦୦୦ ପରିବାର ବା ୧,୮୦,୦୦୦ ଲୋକ ଏହା ଦ୍ଵାରା ଉପକୃତ ହୋଇପାରିଛନ୍ତି ଓ ବାର୍ଷିକ ପ୍ରାୟ ୬୦,୦୦୦ ଟନ୍ ଦୂଷିତ କାରବନ୍ ଡାଇଅକସାଇଡ୍ ଗ୍ୟାସକୁ ଅଟକାଇ ପାରିଛନ୍ତି। ଆଉ ସେମାନଙ୍କୁଧୂଳି ଓ ଧୂଆଁର ସାମନା କରିବାକୁ ପଡୁନି। ପ୍ରତି ଚୂଲା ଆଜି ବର୍ଷକୁ ହାରାହାରି ୨୦ଟି ବୃକ୍ଷ ୨ ଟନ୍ ଗ୍ରୀନ୍ ହାଉସ ଗ୍ୟାସ୍ ଓ ୭୩୦ ଘଣ୍ଟାର ରୋଷେଇ ସମୟ ବଞ୍ଚାଉଛି," କହନ୍ତି ବିଭୋର ଜୈସବାଲ ଯେ କି MBA କରିବା ପରେ ସ୍ପାଇସଜେଟ ନାମକ ଏକ ବିମାନ ଚଳାଚଳ କମ୍ପାନୀ ରେ ମାନବ ସମ୍ବଳ ଅଧିକାରୀ ଭାବେ କାମ କରୁଥିଲେ ଓ ଏବେ ଚାକିରୀ ଛାଡି ନିଜ ବାପାଙ୍କ ବ୍ୟବସାୟ ରେ ଯୋଗ ଦେଇଛନ୍ତି।

ବିଭୋର ଯୋଗ ଦେଲା ପରେ ନବଦୁର୍ଗା ବର୍ତ୍ତମାନ ତିନୋଟି ରାଜ୍ୟରୁ ବଢି ଦେଶର ୮ଟି ରାଜ୍ୟରେ ବ୍ୟବସାୟ କରୁଛି। ପ୍ରାରମ୍ଭିକ ସମୟରେ ନବଦୁର୍ଗା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଇଥିଲା, ଯଥା ପୁଞ୍ଜି ଯୋଗାଡ କରିବା, ଏହି ପ୍ରକାର ଚୂଲାର ଚାହିଦା ସୃଷ୍ଟି କରିବା ଏବଂ ନିମ୍ନ ରୋଜଗାରିଆ ଗ୍ରାହକଙ୍କ ମଧ୍ୟରେ ଏକ ବିଶ୍ଵସନୀୟତା ସୃଷ୍ଟି କରିବା। ଏସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ବିଭୋର ଅନେକ ସହାୟତା ଯୋଗେଇଥିଲେ। ସେ କୁହନ୍ତି, ନବଦୁର୍ଗା ଚୂଲା ରୀତିମତ ଗ୍ୟାସ ଚୂଲା ଭଳି ସହଜ ଓ ସ୍ଵଚ୍ଛନ୍ଦ ଏବଂ ଠିକ ଏଲପିଜି ଚୂଲା ଭଳି ୫ ସେକେଣ୍ଡରେ ବିନା ଧୂଆଁରେ ଚାଲୁ ହେଇ ନୀଳ ଶିଖା ଜଳିଥାଏ। ନବଦୁର୍ଗା ୧୦ଟି ଚୂଲିର ଡିଜାଇନ କରିସାରିଛି ଯାହାକି ଧାନ ଚଷୁ ବ୍ୟବହାର କରେ ଓ ଭାର ଭିତର ପ୍ରଦୂଷଣକୁ ୮୦ ପ୍ରତିଶତ ଯାଏ କମେଇଥାଏ।

“ଏପର୍ଯ୍ୟନ୍ତ ଧାନ ଚଷୁ ବ୍ୟବହାର କରୁଥିବା ଚୂଲା ତିଆରିରେ ଦେଶରେ ଆମେ ଏକମାତ୍ର କମ୍ପାନୀ ଯିଏକି ଉତ୍ପାଦନ, ଡିଜାଇନ ଓ ବଣ୍ଟନ ସବୁକିଛି କରିଥାଏ,” କୁହନ୍ତି ଜୈସବାଲ। ନବଦୁର୍ଗାର ମୁଖ୍ୟ ଅଫିସ ଉତ୍ତର ପ୍ରଦେଶ ଠାରେ ଅଛି। ଏହା ବର୍ତ୍ତମାନ ଉତ୍ତରାଖଣ୍ଡ, ବିହାର, ଓଡିଶା, ଛତିଶଗଡ, କର୍ଣ୍ଣାଟକ, ଆସାମ ଓ ମେଘାଳୟ ଠାରେ ତାର ଚୂଲା ବିକ୍ରୟ କରୁଛି।

ନବଦୂର୍ଗା ଅନ୍ୟାନ୍ୟ କୃଷି ସମ୍ପର୍କୀୟ ବର୍ଜ୍ୟବସ୍ତୁକୁ ମଧ୍ୟ ଜାଳେଣୀରେ ରୂପାନ୍ତରିତ କରିବା ଉପରେ କାମ କରୁଛି। ଏହି ସାମାଜିକ ଉଦ୍ୟୋଗ ନିକଟରେ ଅଗ୍ନି ମଧ୍ୟାହ୍ନ ଭୋଜନ ଚୂଲା ସ୍ଥାପିତ କରିଛି। "ଏଗୁଡିକ ଗାଁ ମାନଙ୍କରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକର ଆବଶ୍ୟକତାକୁ ଚାହିଁ ତିଆରି କରାଯାଇଛି। ଆମେ ଖୁବ ଶୀଘ୍ର ନେପାଳକୁ ନିଜର ଯୋଗାଣ ସମ୍ପ୍ରସାରିତ କରିବୁ," ବୋଲି ବିଭୋର କୁହନ୍ତି।

ଭବିଷ୍ୟତର ଯୋଜନା ସମ୍ପର୍କ ରେ ସେ କହନ୍ତି ଯେ ଆମେ ଆସନ୍ତା ବର୍ଷ ନେପାଳ ରେ ବ୍ୟବସାୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଚୁ ଓ ୨୦୧୬ ଶେଷ ସୁଦ୍ଧା ୨୦୦୦୦୦ ଚୁଲା ବିକ୍ରୀ କରିବାକୁ ଯୋଜନା କରିଛୁ।

ଏହି ଚୂଲା ସମ୍ପର୍କରେ ଆହୁରି ଜାଣିବାକୁ ଇଚ୍ଛା କଲେ ଏଠାରେ ତାଙ୍କର ୱେବସାଇଟ ଚେକ କରନ୍ତୁ