ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ କାର୍ଗୋ ସେବା

ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ କାର୍ଗୋ ସେବା

Wednesday March 01, 2017,

1 min Read

ଭୁବନେଶ୍ୱରରୁ ବିଦେଶକୁ ସିଧା ହେବ ମାଲ ପରିବହନ ବ୍ୟବସ୍ଥା ଆରମ୍ଭ ହେଉଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ କାର୍ଗୋ ସେବା। 

image


ଆନ୍ତର୍ଜାତୀୟ ଖାଉଟି ଦିବସ ଅବସରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ମାଲ ପରିବହନ ଉଡାଣ । ରାଜ୍ୟର ସାମୁଦ୍ରିକ ଖାଦ୍ୟ, କୃଷି ଜାତ ସାମଗ୍ରୀ, ହ୍ୟାଣ୍ଡଲୁମ୍, ମସଲା ପ୍ରସ୍ତୁତକାରୀ ସଂସ୍ଥାମାନେ ସେମାନଙ୍କ ସାମଗ୍ରୀର ରପ୍ତାନୀ ନେଇ ଏହି ଉଡାଣ ସହାୟକ ହେବ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଏହି ବିମାନବନ୍ଦରରୁ ମଧ୍ୟ ପୂର୍ବ, ପୂର୍ବ ଓ ୟୁରୋପୀୟ ରାଷ୍ଟ୍ରଗୁଡିକୁ ସିଧାସଳଖ ମାଲ ପଠାଇହେବ ବୋଲି ଜଣାପଡିଛି ।