ଦୁବାଇର ଗୋଟେ ଧାଉଡ଼ି ଘରୁ ଆରମ୍ଭ ହୋଇଥିବା HolidayMe ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଟ୍ରାଭେଲ ପୋର୍ଟାଲ ହେବାର ଲକ୍ଷ୍ୟ ରଖିଛି

ଦୁବାଇର ଗୋଟେ ଧାଉଡ଼ି ଘରୁ ଆରମ୍ଭ ହୋଇଥିବା HolidayMe ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଟ୍ରାଭେଲ ପୋର୍ଟାଲ ହେବାର ଲକ୍ଷ୍ୟ ରଖିଛି

Monday December 07, 2015,

2 min Read

ବୁଲିବାକୁ ଭଲ ପାଉଥିବା ଦିଗବିଜୟ ପ୍ରତାପ ଓ ଗୀତ ଭଲ୍ଲା ଉପଲବ୍ଧି କଲେ ଯେ ଅନଲାଇନରେ ସମ୍ପୂର୍ଣ ଯାତ୍ରା ବୁକିଂ କରିବା ବୁଲିବାର ଅଧା ମଜା କମାଇ ଦେଉଛି । ବହୁତ ପୋର୍ଟାଲ ଥିଲେ ବି ଗୋଟେ ଥରରେ ସବୁ ବୁକ୍ କଲା ଭଳି ସୁବିଧା କୌଣସିଥିରେ ନାହିଁ ।

ୱେବସାଇଟମାନଙ୍କରେ ବିଭିନ୍ନ ହଲିଡେ ପ୍ୟାକେଜ୍ ଥିଲେ ବି ସହଜରେ ନିଜ ଇଛାମୁତାବକ ସୁବିଧା ଆପଣେଇ ପାରନ୍ତିନି ଗ୍ରାହକ । ହୁଏତ ସେମାନେ ସାଲିସ କରିବେ ନହେଲେ ନିଜେ ନିଜେ ଅଫ୍ଲାଇନ୍ରେ ବୁକ୍ କରିବେ ।

Geet Bhalla and Digvijay Singh

Geet Bhalla and Digvijay Singh


ଦୁବାଇର ଗୋଟେ ଧାଉଡ଼ି ଘରର ଏକକ ବଖରାରେ ମାତ୍ର ୫ ଜଣ ଲୋକଙ୍କୁ ନେଇ ହଲିଡେ-ମି ଆରମ୍ଭ ହୋଇଛି। ଗୀତ୍ କହନ୍ତି, ‘ଆମେ ବୁଝିଛୁ, ଲୋକେ ନିଜ ମନମୁତାବକ ହଲିଡେ ପ୍ୟାକ୍ ପାଇଁ ସହଜ ସୂତ୍ର ଚାହୁଛନ୍ତି।’ ସିଟିଓ ରଜତ ପନୱାର ପ୍ରଥମେ ଏକ ପ୍ରୋଟୋଟାଇପ୍ ୱେବସାଇଟ ଏଥିପାଇଁ ତିଆରି କରିଥିଲେ ।

ନୂଆ ବଜାର ଉପରେ ଆଖି

ହଲିଡେ-ମିରେ ପୂର୍ବ ପ୍ରସ୍ତୁତ ନୁହେଁ, ବରଂ ନିଜ ଇଛାରେ ନିଜର ପ୍ୟାକେଜ୍ ତିଆରି କରି ବୁକ୍ ରିବାର ସୁଯୋଗ ପାଉଛନ୍ତି ଗ୍ରାହକ । ଭାରତ ବଡ଼ ବଜାର ହୋଇଥିଲେ ହେଁ, ଏଠଶରେ ବହୁ ବଡ଼ ବଡ଼ ସଂସ୍ଥା ବଜାରକୁ ମାଡ଼ି ବସିଛନ୍ତି । ତେଣୁ ସେମାନେ ମଧ୍ୟପ୍ରାଚ୍ୟକୁ ବାଛିଲେ ।

ଗୀତ୍ କହନ୍ତି, ‘ମଧ୍ୟପ୍ରାଚ୍ୟରେ ଲୋକେ ଏବେ ବି ସ୍ଥାନୀୟ ଟୁର ଅପରେଟରଙ୍କ ଉପରେ ନିର୍ଭର କରନ୍ତି । ସେମାନଙ୍କର କୌଣସି ସ୍ଥାନୀୟ ଅନ୍ଲାଇନ୍ ଟ୍ରାଭେଲ ପୋର୍ଟାଲ ନାହିଁ, ଯେଉଁଠି ସେମାନେ ସବୁ କିଛି ବୁକ୍ କରିପାରିବେ ।’

ହଲିଡେ-ମି ସେଇ ଶୂନ୍ୟତାକୁ ପୂର୍ଣକଲା । ଲୋକେ ଏଥିରେ ନିଜ ଇଛାମୁତାବକ ପ୍ୟାକେଜ୍ ବୁକ୍ କରିପାରିଲେ ।

ଗ୍ରାହକଙ୍କ ନିଜ କଥା

ଦିଗବିଜୟ କହନ୍ତି, “ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ୱେବସାଇଟ୍ରେ ‘ସ୍ପିକ୍ ଟୁ ଆନ୍ ଏକ୍ସପର୍ଟ’ ଫିଚର ରଖିଚୁ । ସେଇଠି ଗ୍ରାହକମାନେ ଯେ କୌଣସି ସମୟରେ ପରାମର୍ଶ ନେଇପାରୁଛନ୍ତି ।”
ଅନ୍ୟ ସଂସ୍ଥାଙ୍କ ଠାରୁ ପରାମର୍ଶ ଓ ବିଦ୍ୱାନଙ୍କ ଉପଦେଶ ଅନୁସାରେ ପ୍ରୋଟୋଟାଇପ୍ ୱେବସାଇଟରେ ଉନ୍ନତି ଅଣାଯାଇ ସାଉଦି ଆରବରେ ପୁଞ୍ଚିନିବେଶକଙ୍କ ପାଖରେ ଉପସ୍ଥାପନା କରାଯାଇଛି । ଏଥିପାଇଁ ଟ୍ରାଭେଲ ଶିଳ୍ପରୁ ଅଭିଜ୍ଞ ଓ ବରିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ଅଣାଯାଇ କାମରେ ଲଗାଯାଇଛି ।
ହଲିଡେ-ମି ଏହାର ଗ୍ରାହକାମନଙ୍କୁ ନିଜର ଉପଲବ୍ଧି ବଖାଣିବାକୁ ଉତ୍ସାହିତ କରିଥାଏ ।

ନୂଆ ବଜାର ପ୍ରବେଶ

ପ୍ରଥମ ଆହ୍ୱାନ ଥିଲା ମଧ୍ୟପ୍ରାଚ୍ୟର ଗ୍ରାହକମାନଙ୍କୁ ଏ ନୂଆ ଯୋଜନା ସହ ପରିଚିତ କରାଇବା । ତେବେ କାଳକ୍ରମେ ତାହା ସହଜ ହୋଇଗଲା । ଗୀତ୍ କହନ୍ତି, ‘ବର୍ଷେ ଭିତରେ ଆମେ ଆରବରେ ଅନ୍ଲାଇନ୍ ଟ୍ରଭେଲ ବ୍ୟବସାୟର ନେତୃତ୍ୱ ନେଉଛୁ । ପ୍ରତି ମାସରେ ଆମେ ଶହ ଶହ ହଲିଡେ ପ୍ୟାକେଜ୍ ବିକୁଛୁ ।’

ଭାଷା ବାଧକକୁ ଅତିକ୍ରମ

ଗୀତ କହନ୍ତି, ସେମାନଙ୍କ ପୋର୍ଟାଲ ହେଉଛଇ ପ୍ରଥମ ହଲିଡେ ପୋର୍ଟାଲ ଯିଏ ଆରବିକ୍ ଭାଷାରେ ତଥ୍ୟ ଦେଉଛି। ଅନୁଷ୍ଠାନର ପରିଚାଳନା ନିର୍ଦେଶକ ଦିଗବିଜୟ ପୂର୍ବରୁ ଅଭିଭା, ହୋଟେଲଟ୍ରାଭେଲ ଡଟ୍ କମ୍ ଓ ପାଥ୍ ଫାଇଣ୍ଡର ଭଳି ସଂସ୍ଥାରେ କାମ କରି ସାରିଛନ୍ତି । ସଂସ୍ଥାର ସିଓଇ ଗୀତ୍ ଜଣେ ପାଗଳ ପରିବ୍ରାଜକ ଯିଏ କି ୫୦ରୁ ଅଧିକ ଦେଶ ବୁଲି ସାରିଲେଣି ।

ମଧ୍ୟପ୍ରାଚ୍ୟ ବଜାରକୁ କବଜାକୁ ନେବା

ହଲିଡେ-ମି ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ହଲିଡେ ପୋର୍ଟାଲ ହେବାକୁ ଲକ୍ଷ୍ୟ ରଖିଛି । ମୋବାଇଲରେ ଏଥିପାଇଁ ସେବା ଉପଲବ୍ଧ କରିବାକୁ ସେମାନେ ଯୋଜନା କରୁଛନ୍ତି । ଗିତ୍ କହନ୍ତି, ‘ଆମେ ୟୁଏଇରୁ ବ୍ୟବସାୟ ଆରମ୍ଭ କରିଥିଲେ ବି ସାଉଦି ବଜାର ଉପରେ ଏବେ ଆଖି ରଖିଛୁ । କତାର, କୁଏତ ଓ ବାହାରିନରେ ଭବିଷ୍ୟତରେ ବ୍ୟବସାୟ ସଂପ୍ରସାରଣ ପାଇଁ ଲକ୍ଷ୍ୟ ରଖିଛୁ ।’

ମୂଳ ଲେଖା - ସିନ୍ଧୁ କାଶ୍ୟପ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା