'ଜାମ୍ମୁ କାଶ୍ମୀର ମାନେ ଖାଲି ଡ୍ରାଇ ଫ୍ରୁଟ ଓ କେଶର ନୁହେଁ' Puremart ପହଞ୍ଚାଏ ରାଜ୍ୟର ଅନ୍ୟାନ୍ୟ ଅର୍ଗାନିକ ଉତ୍ପାଦ

'ଜାମ୍ମୁ କାଶ୍ମୀର ମାନେ ଖାଲି ଡ୍ରାଇ ଫ୍ରୁଟ ଓ କେଶର ନୁହେଁ' Puremart ପହଞ୍ଚାଏ ରାଜ୍ୟର ଅନ୍ୟାନ୍ୟ ଅର୍ଗାନିକ ଉତ୍ପାଦ

Monday October 26, 2015,

4 min Read

ପ୍ରତିଟି ସଫଳତାର ଅନ୍ତରାଳେ ନିହିତ ଥାଏ ଏକ ଛୋଟ କାହାଣୀ । କେବଳ କାହାଣୀର ନାୟକର ପ୍ରଚେଷ୍ଟା, ଦୃଢନିଷ୍ଠା ଓ ପରିଶ୍ରମ ସେଇ କ୍ଷୁଦ୍ର କାହାଣୀର ପ୍ରାରମ୍ଭିକ ପର୍ଯ୍ୟାୟର ଅନାବନା ଭାବନାକୁ ସଫଳ ରୂପାୟନ ଦେଇଥାଏ । Puremartର କାହାଣୀ ମଧ୍ୟ ଆରମ୍ଭ ସେହିପରି କିଛି ଅନାବନା ଭାବନାର ତରଙ୍ଗରୁ । କିଛି ବର୍ଷ ତଳେ ଜମ୍ମୁର ଏକ କିଶୋରଙ୍କ ଭାବନାର ସଫଳ ରୂପାୟନ ହେଉଛି Puremart । ସେହି ବାଳକ ଜଣକ ହେଉଛନ୍ତି ଆଜିର ସାହିଲ ବର୍ମା, ଯିଏକି ଆଜି ଜମ୍ମୁ କାଶ୍ମୀର ଜୈବିକ ବା ଅର୍ଗାନିକ ପ୍ରଡକ୍ଟର ଏକ ଆନ୍ତର୍ଜାତିକ ମାର୍କେଟ ତିଆରି କରିପାରିଛନ୍ତି । 

image


Puremartର ମୁଖ୍ୟ ସାହିଲ ନିଜର ସେହି ଅଭୁଲା ଦିନର ସ୍ମୃତିକୁ ମନେପକାଇ କୁହନ୍ତି, 

ମୁଁ ଜମ୍ମୁରେ ବଢୁଥିବା ସମୟରେ ମୋ ମନକୁ ଏକ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରୁଥାଏ । ରାଜ୍ୟ ବାହାରର ଲୋକମାନେ ମୋ ରାଜ୍ୟର ଡ୍ରାଇ ଫ୍ରୁଟ ପ୍ରତି କାହିଁକି ଏତେ ଆଗ୍ରହୀ ? ଯେଉଁ ଗୁଡିକକି ମୋ ପଇଁ ଅତି ସହଜରେ ଉପଲବ୍ଧ?"

ସେହି ବାଳକଟି ଯେତେବେଳେ ପ୍ରଥମଥର ପାଇଁ ଘରୁ ଗୋଡ କାଢି ଫାର୍ମାସୀ ପଢିବା ପାଇଁ ବାଙ୍ଗାଲୋର ଗଲେ ଏହା ସତେ ଯେମିତି ତାଙ୍କ ପାଇଁ ଜୀବନର ସବୁଠୁ ଦୁରୂହ ବ୍ୟାପାର ଥିଲା । ପରେ ପରେ ସେଠାରେ ସେ ଦେଶର କୋଣ ଅନୁକୋଣରୁ ଆସିଥିବା ଲୋକମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନର ସୁଯୋଗ ପାଇଲେ ଓ ତାଙ୍କର ବହୁ ଉତ୍ତମ ବନ୍ଧୁ ସୃଷ୍ଟି ହେଲେ । ଏଠାରେ ସେ ଜମ୍ମୁକାଶ୍ମୀର ପ୍ରତି ଲୋକମାନଙ୍କମନରେ ଥିବା ଭ୍ରାନ୍ତ ଧାରଣା ଗୁଡିକ ବିଷୟରେ ମଧ୍ୟ ଅବଗତ ହେଲେ । ପ୍ରଥମଥର ପଇଁ ଘରୁ ବାହାରକୁ ଯାଇଥିବାର ସେଇ ଅନୁଭୂତିକୁ ମନେ ପକାଇ ସେ କୁହନ୍ତି, ମୁଁ ସେଠାରେ ନିଜକୁ ଏକ ଆତଙ୍କବାଦ, କେଶର , ୱାଲନଟ ଓ ବରଫର ଦେଶରୁ ଅସିଥିବା ବ୍ୟକ୍ତି ଭାବରେ ପରିଚୟ ପାଇଲି । ଅବଶ୍ୟ ସ୍ନାତକ ସମାପନ ପରେ ମୁଁ ୧୪ ବର୍ଷ ଧରି ବାଙ୍ଗାଲୋର, ପୁନେ, ଚେନ୍ନାଇ, ହାଇଦ୍ରାବାଦ ଓ ମୁମ୍ବାଇ ଭଳି ସହର ବୁଲିବାମଧ୍ୟରେ ମୋ ରାଜ୍ୟପ୍ରତି ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାରେ ଅନେକ ପରିବର୍ତ୍ତନ ଘଟିଥିବା ମୁଁ ଉପଲବ୍ଧି କରିଛିା ଏହି ସମୟରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପିତାଙ୍କ ବିୟୋଗ ତାଙ୍କ ଜୀବନ ଗତି ପଥର ମୋଡ ବଦଳାଇ ଦେଇଥିବା ସେ କୁହନ୍ତି ।

image


ଏ ନେଇ ସେ କୁହନ୍ତି, ବ୍ୟସ୍ତ ବହୁଳ ଜୀବନ ଓ ଖରାପ ଖାଦ୍ୟାଭାସ ମୋ ଅଙ୍କଲଙ୍କର ମୃତ୍ୟୁର କାରଣ ଥିଲା । ସାଧାରରତଃ ଜମ୍ମୁ କାଶ୍ମୀର ଲୋକମାନଙ୍କର ଅକାଳ ବିୟୋଗ ବହୁତ କମ୍ ହୋଇଥାଏ । ଏଠାକାର ଲୋକମାନେ ନିଜ ଖାଦ୍ୟରେ ପ୍ରଚୁର ପରିମାଣର ୱାଲନଟ୍, କେଶର ପରି ସ୍ୱାସ୍ଥ୍ୟପ୍ରଦ ଡ୍ରାଏ ଫ୍ରୁଟସ୍ ବ୍ୟବହାର କରୁଥିବାରୁ ହୃଦଘାତ, ଶ୍ୱାସନଳୀ ଓ ଅସ୍ଥି ସମ୍ବନ୍ଧୀୟ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଯାଇନଥାଏ । ଯେଉଁଗୁଡିକ କି ଭାରତରେ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା । ସାହିଲ ଜମ୍ମୁ କାଶ୍ମୀରର ଏହି ପ୍ରାକୃତିକ ଓ ସ୍ୱାସ୍ଥ୍ୟପ୍ରଦ ଫଳଗୁଡିକ ଲୋକମାନଙ୍କପାଖରେ ପହଂଚାଇ ନିଜ ରାଜ୍ୟର ସାରାଦେଶରେ କେବଳ ଆତଙ୍କବାଦର ମ୍ୟାଟେରିଆଲର କାରଖାନା ବୋଲି ଥିବା ଭ୍ରାନ୍ତ ଧାରଣାକୁ ଦୂର କରି ଏହାର ପ୍ରକୃତିଦତ୍ତ ସୁନ୍ଦର ସ୍ୱାସ୍ଥ୍ୟପ୍ରଦ ଖାଦ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବାକୁ ସ୍ଥିର କଲେ ।

ଏପରି ଏକ ଭିନ୍ନ ଧରଣର ବ୍ୟବସାୟ କରିବାକୁ ସେ ତାଙ୍କର ପତ୍ନୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇଥିଲେ ମଧ୍ୟ ନିଜର ପିତାମାତାଙ୍କୁ ଜଣାଇ ନଥିଲେ। ଭୟଥିଲା ତାଙ୍କର ପାରମ୍ପରିକ ପରିବାର ତାଙ୍କର ଏହି ସିଦ୍ଧାନ୍ତକୁ ସ୍ୱୀକୃତି ଦେଇନପାରନ୍ତି । ବ୍ୟବସାୟ ଆରମ୍ଭରେ ଉତ୍ତର ଭାରତର ଜୈବିକ ବା ଅର୍ଗାନିକ ପ୍ରଡକ୍ଟ ପ୍ରତି ଲୋକମାନଙ୍କର କଣ ଧାରଣା ଅଛି ଜାଣିବାକୁ ଓ ସିଧାସଳଖ ପ୍ରମୋସନ ପାଇଁ ସେ ନିଜର ସହ ପ୍ରତିଷ୍ଠାତ୍ରୀ ସହଧର୍ମିଣୀ ରଜନୀ ବର୍ମାଙ୍କ ସହ ସହରରୁ ସହର ଘୁରିବୁଲିଲେ ।

ଆପଣମାନେ ବିଶ୍ୱାସ କରିବେ କି ନାହିଁ, ଅଧିକାଂଶ ଲୋକଙ୍କର କେଶର ଓ ୱାଲନଟ୍ ଦେଖିବାକୁ କିପରି ତାହା ମଧ୍ୟ ଧାରଣା ନ ଥିଲା। ସେଥିପାଇଁ ସେ ସାଙ୍ଗରେ ସର୍ବଦା ଏହି ଫଳଗୁଡିକ ରଖୁଥିଲେ ଓ ଲୋକଙ୍କୁ ଦେଖାଉଥିଲେ। ସାହିଲ କୁହନ୍ତି, ଏପରି ଲୋକମାନଙ୍କ ସହ ସିଧାସଳଖ ସଂପର୍କରେ ଆସିବାପରେ ବିତରକମାନଙ୍କ ମାଧ୍ୟମରେ ବ୍ୟବସାୟରୁ ବ୍ୟବସାୟ ଢାଂଚାରେ ସଫଳତା ମିଳିବା ନେଇ ସନ୍ଦେହ ଜାତ ହେବାରୁ ଆମେ ଗ୍ରାହକମାନଙ୍କୁ ସିଧାସଳଖ ଆମର ଦ୍ରବ୍ୟ ଓ ବାର୍ତ୍ତା ପହଂଚାଇବାକୁ ସ୍ଥିର କଲୁ ।

ଏହା ୨୦୧୧ ମସିହାର କଥା । ସେ ସମୟରେ ଇ-କମର୍ସ ଭାରତରେ ନୂଆ ନୂଆ ଚେର ଧରୁଥାଏ । ତେଣୁ ଆମେ ଇ-କମର୍ସ ମାଧ୍ୟମରେ ବ୍ୟବସାୟ କରିବାକୁ ସ୍ଥିର କଲୁ । ପ୍ରାରମ୍ଭିକ ପର୍ଯ୍ୟାୟରେ କେଶର ଓ ୱାଲନଟ୍ କୁ ନେଇ ପିଓରମାର୍ଟର ଆରମ୍ଭ ହେଲା । କାରଣ ଏହା ବହୁତ ସ୍ୱାସ୍ଥ୍ୟପ୍ରଦ ଓ ଲୋକଙ୍କର ପ୍ରଥମ ପସନ୍ଦ ଥିଲା। ବର୍ତ୍ତମାନ ଆମେ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ପହଂଚି ପାରିଛୁ ଓ କାନାଡା, ୟୁକେ, ଦୁବାଇ ଭଳି ବାହାର ଦେଶରୁ ମଧ୍ୟ ପାଖାପାଖି ୨୦୦୦ ଅର୍ଡର ମିଳିଛି । ପିଓରମାର୍ଟ ନିଜର ସମସ୍ତ ପ୍ରଡକ୍ଟ ସିଧାସଳଖ ଜୈବିକ ପକ୍ରିୟାରେ ଚାଷ କରୁଥିବା ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଥାଏ । ଏହା ସହିତ ଆମେ ଜୈବିକ ଓ ସବୁଜ ଭାରତର ସଂକଳ୍ପ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ନିଉ ହର୍ବାଲ ସହ ଅନୁବନ୍ଧିତ । ନିକଟରେ ଆମେ ୨୪ ମନ୍ତ୍ରା ସହ ମଧ୍ୟ ପାର୍ଟନରସିପ କରିଛୁ ଯାହା କି ଆପଣଙ୍କ ରୋଷେଇ ଘରକୁ ସଂପୂର୍ଣରୂପେ ଜୈବିକ ଗ୍ରୋସରୀ ଆଇଟମରେ ଭରିଦେବ ବୋଲି ସାହିଲ କୁହନ୍ତି ।

image


ଆମେ ଏକ ବ୍ରାଣ୍ଡ ଅପେକ୍ଷା କେବଳ ଉନ୍ନତମାନର ପ୍ରଡକ୍ଟ ତିଆରି କରିବାରେ ବିଶ୍ୱାସ କରୁ । ଏକ ଉନ୍ନତ ପ୍ରଡକ୍ଟ ଏକ ଉନ୍ନତ ବ୍ରାଣ୍ଡ ହୋଇପାରିବ ଯଦି ଏହା ଗ୍ରାହକମାନଙ୍କର ମନ ଜିଣେ । ଗ୍ରାହକମାନଙ୍କର ଫିଡବ୍ୟାକ ୯୯ ପ୍ରତିଶତ ଆମ ସପକ୍ଷରେ ଆସୁଛି । ଯେଉଁ ୧ ପ୍ରତିଶତ ଅସନ୍ତୁଷ୍ଟ କେବଳ ଆମମାନଙ୍କ ସହ ଅନୁବନ୍ଧିତ ଥିବା ଡେଲିଭରି କଂପାନୀମାନଙ୍କର ଅସୁବିଧା ସକାଶେ।

ଡେଲିଭରି ଓ ପେମେଣ୍ଟ ଆମ ପାଇଁ ଏକ ବିରାଟ ଚ୍ୟାଲେଜ ରୂପେ ଉଭା ହୋଇଛି । ଏହି ସମସ୍ୟାର ସମାଧାନପାଇଁ ଆମେମାନେ ଆମର ଏକ ଦିବସୀୟ ବା ୱାନ ଡେ ଡେଲିଭରି ମଡେଲ ବାଙ୍ଗାଲୋରରେ ଆରମ୍ଭ କରିଛୁ । ଯାହାକି କୈାଣସି ଅଧିକ ଶୁଳ୍କବିନା ସେବା ଯୋଗାଉଛି ଓ ଏହି ସେବାକୁ ଆମେ ଆଉ କିଛି ସହରରେ ମଧ୍ୟ ଆରମ୍ଭ କରିବାକୁ ଯାଉଛୁ ବୋଲି ସାହିଲ କୁହନ୍ତି ।

image


ସେ କୁହନ୍ତି Puremart ଅନେକ ନୂଆ ନୂଆ ପ୍ରୋଜେକ୍ଟରେ ପରିପୂର୍ଣ୍ଣ । ଆଗକୁ ସେମାନେ ବ୍ୟବସାୟର ବୃଦ୍ଧି ସଂପ୍ରସାରଣ ସହ ମଲଟି ଚ୍ୟାନେଲ ମାର୍କେଟରେ ଜୈବିକ ମେଳା ମାଧ୍ୟମରେ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି। ଏଥିସହିତ ସେମାନେ ସମଭାବାପନ୍ନ ବ୍ୟବସାୟିକ ପାର୍ଟନର ମାନଙ୍କ ସଂନ୍ଧାନରେ ମଧ୍ୟ ଅଛନ୍ତି । ଯାହାକି ସେମାନଙ୍କୁ ମେଟ୍ରୋସିଟି ମାନଙ୍କରେ ବ୍ୟବସାୟ ଡେଲିଭରି ଚ୍ୟାନେଲ ସୃଷ୍ଟି କରିବାକୁ ସହାୟକ ହେବ । ଚଳିତ ବର୍ଷ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡି ହେବାକୁ ଲକ୍ଷ୍ୟ ରଖିଥିବାର ସାହିଲ କହିଛନ୍ତି । ଆମେ ଜମ୍ମୁ କାଶ୍ମୀରର ସାମାଜିକ ବ୍ୟବସାୟ ସଂଘଗୁଡିକ ସହ ମିଶି ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ବସ୍ତ୍ରର ଅନଲାଇନ ମାର୍କେଟରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖି ୨୦୧୫ରେ ଏକ କୋଟି ଟଙ୍କାର ବ୍ୟବସାୟ ପାଇଁ ଚେଷ୍ଟା କରିବୁ ବୋଲି ସାହିଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋର ସହଧର୍ମିଣୀ ଓ ପାଂଚଜଣିଆ ଟିମ ସହ ଦୁଇବର୍ଷ ଧରି ଅନଲାଇନ ମାର୍କେଟରେ ନିଜର ସ୍ଥିତି ଜାହିର କରିବାପରେ ମୁଁ ମୋର ନିଜ ରାଜ୍ୟକୁ ଫେରି ପରିବାର ସହ ରହୁଛି । ପରିବାର ସଦସ୍ୟଙ୍କ ଆଖିରେ ମୁଁ ବିଶ୍ୱାସ ଓ ଦୃଢ ମନୋବଳ ଲକ୍ଷ୍ୟ କରୁଛି । ନିଜର ଉଦ୍ୟୋଗରେ ଏକ ନିଆରା ମଜା, ସ୍ୱାଦ ଓ ଆନନ୍ଦ ଅଛି।