ଆଇସିଆଇସିଆଇ ପକ୍ଷରୁ ମୁଦ୍ରା ବିନିମୟ ମେଳା

ଆଇସିଆଇସିଆଇ ପକ୍ଷରୁ ମୁଦ୍ରା ବିନିମୟ ମେଳା

Thursday December 10, 2015,

1 min Read

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ସହାୟତାରେ ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ଼ ଏହାର ଭୁବନେଶ୍ୱର, କଟକ ଓ ପୁରୀରେ ଥିବା ଶାଖାରେ ମୁଦ୍ରା ବିନିମୟ ମେଳା ଆୟୋଜନ କରିଥିଲା ।

image


ଆଇସିଆଇସିଆଇ ନିୟମିତ ବ୍ୟବଧାନରେ ଏପ୍ରକାର ମେଳା ଆୟୋଜନ କରିଥାଏ । ଏଥିରେ ଗ୍ରାହକ ସେମାନଙ୍କ ନଷ୍ଟ ହୋଇଥିବା ଗ୍ରହଣଯୋଗ୍ୟ ମୁଦ୍ରା ବା ନୋଟ ବଦଳ କରି ନୂତନ ମୁଦ୍ରା ନେଇଥାନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ମଧ୍ୟରେ ବେଶ ଆଗ୍ରହ ରହିଥାଏ । ସର୍ବସାଧାରଣ ବିନା କୌଣସି ଦେୟରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।

ଚଳିତ ଥର ଏଥିରେ ୭୦୦ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଜନସାଧାରଣ ୧୦ଲକ୍ଷ ଟଙ୍କା ମୂଲ୍ୟର ମୁଖ୍ୟତଃ ୨ ଟଙ୍କିଆ, ୧ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ବଦଳ କରିଥିଲେ ।

ଓଡ଼ିଶାରେ ଆଇସିଆଇସିଆଇର ଏବେ ୧୧୫ଟି ଶାଖା ଓ ୨୫୦ଟି ଏଟିଏମ୍ କାର୍ଯ୍ୟ କରୁଛି । ଭୁବନେଶ୍ୱର ଠାରେ ଏହାର ସ୍ୱୟଂକ୍ରିୟ ଟଚ୍ ବ୍ୟାଙ୍କିଙ୍ଗ ଶାଖା କାର୍ଯ୍ୟ କରୁଛି । ବ୍ୟାଙ୍କ ପକ୍ଷରୁ ଏକାଧିକ ଗ୍ରାହକକୈନ୍ଦ୍ରୀକ ଇଲେକଟ୍ରୋନିକ୍ସ ସେବା ପ୍ରଚନ କରାଯାଇଛି ।

Share on
close