ଓଡ଼ିଆ ଯୁବକ ସୀତେଶଙ୍କ ୩ କୋଟିର ଆଇଟି କଂପାନି 'Future Career Solutions'

ଓଡ଼ିଆ ଯୁବକ ସୀତେଶଙ୍କ ୩ କୋଟିର ଆଇଟି କଂପାନି 'Future Career Solutions'

Monday May 09, 2016,

2 min Read

ଆଇଟି ସେବା କ୍ଷେତ୍ରରେ ଏବେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଯୁବ ଓଡ଼ିଆ ଉଦ୍ୟୋଗପତି ସୀତେଶ ପଟ୍ଟନାୟକ । ସେ ଗଠନ କରିଛନ୍ତି Future Career Solutions ନାମକ ଆଇଟି କଂପାନି । ମାତ୍ର ୩ ଲକ୍ଷ ଟଙ୍କାର ମୂଳଧନରୁ ଏହି କଂପାନି ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାହାର କାରବାର ୩ କୋଟି ଟଙ୍କାରେ ପହଂଚିଗଲାଣି ।

image


ସୀତେଶ ବି ଟେକ୍ ଡିଗ୍ରି ହାସଲ କରିବା ପରେ ଏମବିଏ ପାଠ ପଢ଼ିଥିଲେ । ଏହା ପରେ ସେ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି କରିବାକୁ ମନ ବଳାଇଥିଲେ । ତାଙ୍କର ସେହି ମାନସିକତାରୁ ଜନ୍ମ ନେଇଥିଲା ଆଇଟି କଂପାନି Future Career Solutions pvt. ltd (FCS) । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଭୁବନେଶ୍ୱରରେ ଏହି କଂପାନିର କାରବାର ସୀମିତ ରହିଥିଲା । SAP ତାଲିମ ପ୍ରଦାନ କରିବାରେ ଏହା ଭୁବନେଶ୍ୱରରେ କାମ କରୁଥିଲା । ଏବେ ଏହି କଂପାନି ୱେବସାଇଟ୍ ଡିଜାଇନ୍ ଠାରୁ ଆରମ୍ଭ କରି ମୋବାଇଲ୍ ଆପ୍ଲିକେସନ୍ ବିକଶିତ କରିବା ଓ ଅନ୍ୟ କେତେକ କ୍ଲାଏଂଟ୍ ସର୍ଭିସିଂ ସେବା ପ୍ରଦାନ କରୁଛି ।

ଏହା ପ୍ରଯୁକ୍ତି, ଆଉଟସୋର୍ସିଂ ଓ ତାଲିମ ମଧ୍ୟ ପ୍ରଦାନ କରୁଛି । ତ୍ରୀବେଣୀ ଆର୍ଥମୁଭର୍ସରେ ଏହା ବିଡବ୍ଲୁ୍ୟ କାର୍ଯ୍ୟକାରୀ କରାଇଥିବା ବେଳେ JIPTLରେ ୱେ ବ୍ରିଜ୍ ଅଟୋମେସନ୍ କାର୍ଯ୍ୟ କରାଇଛି । କେଜେଏସ୍ ଆଲୁୱାଲିଆ ଷ୍ଟିଲ୍ ଆଣ୍ଡ୍ ପାୱାରରେ ମଧ୍ୟ ଏହା ୱେ ବ୍ରିଜ୍ ଅଟୋମେସନ୍ କାର୍ଯ୍ୟ କରାଇଛି । କଂପାନି ପକ୍ଷରୁ ଭାରତୀୟ ବିଦ୍ୟା ଭବନ, ଟାଟା ଷ୍ଟିଲ୍, ଜିନ୍ଦଲ ହିସାର, ଗିଫ୍ଟ, ଭଳି ସଂସ୍ଥାକୁ ସେବା ପ୍ରଦାନ କରାଯାଉଛି ।

Sitesh Pattanaik

Sitesh Pattanaik


ସୀତେଶଙ୍କ ଟିମ୍ ରେ ରହିଛନ୍ତି ଅନ୍ୟ ଦୁଇ ଜଣ ଓଡ଼ିଆ ଯୁବକ । ସେମାନେ ହେଉଛନ୍ତି ପ୍ରଭାକର ପଣ୍ଡା ଓ ସନ୍ଦୀପ ପାଣିଗ୍ରାହୀ । ପ୍ରଭାକର କାପାସିଟି ବିଲ୍ଡିଂ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ବେଳେ ସନ୍ଦୀପ ଏଚଆର୍ ଓ ସିଷ୍ଟମ୍ ର ମୁଖ୍ୟ ଭାବେ କାମ କରୁଛନ୍ତି । ଫ୍ୟୁଚର କ୍ୟାରିୟର ସଲ୍ୟୁସନ୍ସ ଏହାର କାରବାରକୁ ଦେଶ ବିଦେଶରେ ପହଂଚାଇବାକୁ ଯୋଜନା ରଖିଛି । ଆମେରିକାର ବିଭିନ୍ନ ରାଷ୍ଟ୍ରକୁ ଏବେ ଏହା ଟାର୍ଗେଟ୍ କରୁଛି । ଆଗାମୀ ଦିନରେ କାରବାର ପରିମାଣ ବଢ଼ାଇବା ପାଇଁ ଏହି ଜୋରଦାର ସଂପ୍ରସାରଣ କରିବାକୁ ଯୋଜନା ରଖିଛି ।

ଓଡ଼ିଆ ଯୁବ ଉଦ୍ୟୋଗୀ ସୀତେଶ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଫ୍ୟୁଚର କ୍ୟାରିଅର ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ(ଏଫସିଏସ) ଓଡ଼ିଶା ପରେ ଏବେ କୋଲକାତା ବଜାରରେ ପ୍ରବେଶ କରିଛି । କୋଲକାତାର ରାଜଦଙ୍ଗା ରୋଡ୍ ର ରୁବି ହସ୍ପିଟାଲ ନିକଟରେ ଚଳିତ ମାସ ୫ ତାରିଖରେ କମ୍ପାନି ଏକ କାର୍ଯ୍ୟାଳୟ ଖୋଲିଛି । SAP, ମୋବାଇଲ ଆପ୍ସ ଡେଭଲପମେଂଟ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଜାଭା, ୱେବ ଡେଭଲପମେଂଟ୍ ହାଇ ଏଣ୍ଡ୍ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରକଳ୍ପ, ପରାମର୍ଶ ଏବଂ ପେସାଦାର ତାଲିମ ସେବା କମ୍ପାନି ପ୍ରଦାନ କରି ଆସୁଛି । ଏସବୁ କାର୍ଯ୍ୟ ପାଇଁ କମ୍ପାନିରେ ୬୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛି । କୋଲକାତା ପରେ କମ୍ପାନି ଆମେରିକାରେ ଶାଖା ଖୋଲିବା ଯୋଜନା ରଖିଛି ବୋଲି ଯୁବ ଉଦ୍ୟୋଗୀ ତଥା ଏଫସିଏସର ଏମଡ଼ି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଟେକ୍ ଏବଂ ଏମବିଏ ଡିଗ୍ରି ହାସଲ ପରେ ଶ୍ରୀ ପଟ୍ଟନାୟକ ବ୍ୟବସାୟରେ ମନୋନିବେଶ କରିଥିଲେ । ୨୦୦୯ ମସିହାରେ ୩ ଲକ୍ଷ ଟଙ୍କାର ପୁଞ୍ଜିକୁ ନେଇ କମ୍ପାନି ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଏହାର କାରବାର ୩ କୋଟି ଟଙ୍କାରେ ପହଂଚିଥିବା ସେ ସୂଚନା ଦେଇଛନ୍ତି ।