କ୍ୟାଣ୍ଡି କେନ୍ କ୍ଲବ - ଆପଣଙ୍କ ଶିଶୁଙ୍କ ପାଇଁ ଶିକ୍ଷଣୀୟ ବୋର୍ଡ ଗେମ୍ ବିଧି ମେହେରାଙ୍କ ଦ୍ୱାରା

କ୍ୟାଣ୍ଡି କେନ୍ କ୍ଲବ - ଆପଣଙ୍କ ଶିଶୁଙ୍କ ପାଇଁ ଶିକ୍ଷଣୀୟ ବୋର୍ଡ ଗେମ୍ ବିଧି ମେହେରାଙ୍କ ଦ୍ୱାରା

Thursday December 17, 2015,

3 min Read

ଯେତେବେଳେ ବିଧି ମେହେରାଙ୍କ ପିଲାମାନେ ତିନି ଓ ପାଞ୍ଚ ବର୍ଷର ଥିଲେ, ସେତେବେଳେ ସେମାନେ ବିଧିଙ୍କୁ ତାଙ୍କର ନୂଆ ବ୍ୟବସାୟର ନାମ କ୍ୟାଣ୍ଡି କେନ୍ କ୍ଲବ ରଖିବାକୁ ପ୍ରସ୍ତାବ ଦେଇଥିଲେ।

ସେତେବେଳେ ତାଙ୍କ ପିଲାମାନଙ୍କ ହାତରେ ଗୋଟିଏ ଗୋଟିଏ କ୍ୟାଣ୍ଡି କେନ୍ ଥିଲା ଏବଂ ଏମିତି କଥାବାର୍ତ୍ତା ବେଳେ ଏଇ ନାମଟିର ପ୍ରସ୍ତାବ ଦେଇଥିଲେ। ବହୁତ ଭାବିବା ପରେ ସେ ଏଇ ନାମରେ ରାଜି ହୋଇଥିଲେ ଏବଂ ତାଙ୍କର ବ୍ୟବସାୟର ନାମ କ୍ୟାଣ୍ଡି କେନ୍ କ୍ଲବ ରଖିବାକୁ ନିଷ୍ପତି ନେଲେ।

image


କ୍ୟାଣ୍ଡି କେନ୍ କ୍ଲବର ପ୍ରତିଷ୍ଠାତା ବିଧି କହନ୍ତି ଯେ ସେ ଦୁଇ ରୁ ପାଞ୍ଚ ବର୍ଷର ପିଲାମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ସେ ପିଲାମାନଙ୍କର ବିକାଶ ଖେଳ ଦ୍ୱାରା କରିବାକୁ ଚାହୁଁଥିଲେ।

ସେଥିପାଇଁ ସେ ପ୍ରଥମେ ୨୦୦୮ରେ ନିଜ ପିଲାଙ୍କ ପାଇଁ ବୋର୍ଡ ଗେମ୍ ତିଆରି କରିବାକୁ ଆରମ୍ଭ କଲେ ଓ ପରେ ସେଇ ବୟସ ଶ୍ରେଣୀର ସବୁ ପିଲାଙ୍କ ପାଇଁ। ବିଧିଙ୍କ ଲକ୍ଷ୍ୟ ଅତ୍ୟନ୍ତ ସରଳ ଥିଲା, ସେ ପିଲାମାନଙ୍କୁ ପାର୍ଶ୍ଵିକ ଚିନ୍ତାଧାରା ଓ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିବାକୁ ଚାହୁଁଥିଲେ।

ହେଲେ ବଜାରରେ କିଛି ଜଣାଶୁଣା ବ୍ରାଣ୍ଡ ଛାଡିଦେଲେ ଅଧିକ କିଛି ଖେଳ ନଥିଲା ଯାହା ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିପାରିବ। ସେ ୧୦ଟି ବୋର୍ଡ ଗେମ୍ ଡିଜାଇନ୍ କଲେ ଯାହା ସିଧାସଳଖ 30ଟି ସହରରେ ପ୍ରଦର୍ଶିତ କରାଗଲା। ତାଙ୍କର ଆରମ୍ଭ ଖୁବ ଭଲ ଥିଲା ହେଲେ ସେ ଜାଣିନଥିଲେ କିଏ ତାଙ୍କର ଖେଳନା ବ୍ୟବହାର କରୁଛି ଏବଂ ଏହା ଉପରେ ମତାମତ ଜାଣିବାକୁ ଇଚ୍ଛୁକ ଥିଲେ।

ମୁଁ ସବୁ ଅଭିଭାବକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଥିଲି କାରଣ ମୁଁ ସବୁବେଳେ ପିଲାମାନଙ୍କ ସହ କଥାହେବାକୁ ପସନ୍ଦ କରୁଥିଲି। ମୁଁ ରହୁଥିବା ପାଲି ହିଲ୍ସରେ ଲୋକ ମତେ ଏକ ସ୍ଵାଧୀନ ପ୍ରାଣୀ ବୋଲି ଜାଣନ୍ତି। ଅଭିଭାବକମାନେ ସବୁବେଳେ ତାଙ୍କ ପିଲାମାନଙ୍କୁ ମୋ ପାଖରେ ଛାଡି ଯାଅନ୍ତି ଏବଂ ମୁଁ ସେମାନଙ୍କର ଖେଳକଥା ନିଶ୍ଚିତ କରେ। ମୁଁ ମୋ ଫାଙ୍କା ସମୟରେ ମଧ୍ୟ ସ୍ୱେଚ୍ଛାକୃତଭାବେ ପିଲାଙ୍କ ସ୍କୁଲ ଯାଇ ସେମାନଙ୍କ ସହ କଥାବାର୍ତ୍ତା କରେ, ବିଧି କହନ୍ତି।

ମୁଁ ନିରନ୍ତରଭାବେ ନୂଆ ଯୋଜନା କରୁଥାଏ କି କେମିତି କୌଣସି ଖେଳେରେ ପ୍ରବୃତରଖି କିଛି ନୂଆ ଶିଖାଯାଇପାରିବ। ଏହା ହିଁ କ୍ୟାଣ୍ଡି କେନ୍ କ୍ଲବରେ ବୋର୍ଡ ଗେମକୁ ସ୍ଥାନ ଦେଲା।

ଶିକ୍ଷଣୀୟ ବୋର୍ଡ ଗେମର ତିଆରି

ଏହି ସମୟରେ ସେ ଡକ୍ଟର ଟୟକୁ ଭେଟିଲେ, ଯାହା ଯୁକ୍ତରାଷ୍ଟ୍ର ଆମେରିକାରେ ଶିଶୁଙ୍କ ପାଇଁ ଖେଳନା ପ୍ରସ୍ତୁତ କରୁଥିବା ଏକ ପ୍ରସିଦ୍ଧ ନାମ।

image


ବିଧି ତାଙ୍କର ଅଭିଜ୍ଞତା ଓ ଅଭିଭାବକ କଣ ଚାହଁନ୍ତି ତାହା ବାଣ୍ଚିବାକୁ ଚାହୁଁଥିଲେ। ସେଥିରୁ ପିଲାମାନଙ୍କ ପାଇଁ ସବସ୍କ୍ରିପସନ୍ ବକ୍ସର ଉପାୟ ତିଆରି ହେଲା।

ଯେତେବେଳେ ବିଧି ୨୦୦୯ରେ କ୍ୟାଣ୍ଡି କେନ୍ କ୍ଲବର ଆରମ୍ଭ କଲେ ଏହାର ମୂଳ ଲକ୍ଷ୍ୟ ଥିଲା ତିନିରୁ ଅଧିକ ବୟସର ପିଲାଙ୍କ ପାଇଁ ଶିକ୍ଷଣୀୟ ବୋର୍ଡ ଗେମ୍ ଓ ବହି ତିଆରି କରିବା। ଏବଂ 2009ରେ ପିଲାମାନେ ଅନଲାଇନ ଗେମ୍ ଓ ଇଲୋକ୍ଟ୍ରନିକ ଖେଳଣା ସଂସ୍ପର୍ଶରେ ଆସିଲେ।ବିଶ୍ୱସାରାର ବିଶେଷଜ୍ଞମାନେ ସାଧାରଣ ଖେଳଣା ଓ ପାରମ୍ପରିକ ଖେଳର ପିଲାମାନଙ୍କ ଉପରେ ଉପକାର ବିଷୟରେ ଗୁରୁତ୍ୱ ଦେଲେ।

ବିଧି ତିନିରୁ ଆଠ ବର୍ଷର ପିଲାଙ୍କ ପାଇଁ ବୋର୍ଡ ଗେମ୍ ତିଆରି କଲେ ଯାହା ଖେଳାଳିଙ୍କ ଭିତରେ କଥାବାର୍ତ୍ତା, ସାହାଯ୍ୟ, ଭାବନା ଓ ସୃଜନଶୀଳତା ଉପରେ ଗୁରୁତ୍ୱ ଦେଉଥିଲା। ସେ କଥାବାର୍ତ୍ତା ଦ୍ୱାରା ଶିକ୍ଷାର ଚିନ୍ତାଧାରା ଉପରେ ବିଶ୍ୱାସ କରୁଥିଲେ।

ସଙ୍ଗଠିତ ସବସ୍କ୍ରିପସନ୍ ବକ୍ସ

ମୁଁ ବହି ଓ ଖେଳନା ଆଣିବା ଉପରେ ଥିଲି ଯାହାକୁ ମୋ ପିଲାମାନେ ମଧ୍ୟ ଦେଖି ନଥାନ୍ତେ। ପରେ ମୁଁ ଅନଲାଇନରେ ଖୋଜିଲି ଆଉ ସେଠି ବହୁତ ସାରା ଜିନିଷ ଥିଲା। ମୁଁ ଯେତେବେଳେ କିଛି ଜିନିଷ ଘରକୁ ଆଣିଲି ମୋ ପିଲାମାନେ ତାକୁ ଦେଖିବାକୁ ମଧ୍ୟ ପସନ୍ଦ କଲେନି। ଆଉ ଯେତେବେଳେ ମୋ ପିଲାମାନଙ୍କୁ ଖେଳେଇବାକୁ ଚାହୁଁଥିଲି ମୋ ପାଖରେ କିଛି ହାତ ଗଣତି ଖେଳ ହିଁ ଥିଲା। ମୁଁ ଭାବିଲି ଏଗୁଡିକ ଠିକ୍ ଖେଳ ନୁହେଁ ଯାହା ପିଲାଙ୍କ ପାର୍ଶିକ ଚିନ୍ତାଧାରା ଓ ସ୍ମରଣ ଶକ୍ତି ବଢାଇବାରେ ସାହାୟକ ହେବ। ଏବଂ ଦେଖିଲି ଅଧିକରୁ ଅଧିକ ଅଭିଭାବକମାନେ ବିମୂଢ ଓ ଅଭିଭୂତ ଅନୁଭବ କରୁଥିଲେ ଯେତେବେଳେ ଗୋଟିଏ ଖେଳଣା ଦୋକାନକୁ ଯାଉଥିଲେ।

ସେଇ ସମୟରେ ବିଧି ଗୋଟିଏ ଗୋଷ୍ଠୀଗଢିଲେ ଯିଏ ପିଲାମାନଙ୍କର ବିକାଶର ଆବଶ୍ୟକତାକୁ ବୁଝୁଥିବେ। କ୍ୟାଣ୍ଡି କେନ୍ କ୍ଲବରେ ସେମାନେ ପ୍ରତି ମାସରେ ଗୋଟିଏ ବକ୍ସ ବାଣ୍ଟିବାକୁ ଆରମ୍ଭ କଲେ ଯେଉଁଥିରେ ଖେଳନା, ବହି ଓ ବିଭିନ୍ନ କାର୍ଯ୍ୟକ୍ରମ ପିଲାଙ୍କ ଆବଶ୍ୟକତା ଅନୁସାରେ ଖଞା ଯାଇଥିଲା। କମ୍ପାନୀର ବିଶେଷଜ୍ଞମାନେ ପ୍ରତି ବକ୍ସକୁ ବୟସ ସଙ୍କଳିତ ବିଷୟରେ ସଜ୍ଜାଇଛନ୍ତି ଯାହା ଅଭିଭାବକଙ୍କୁ ତାଙ୍କ ପିଲାଙ୍କ ବିକାଶର ଭାଗ ନେବାରେ ସାହାଯ୍ୟ କରିବ।

ସବସ୍କ୍ରିପସନ୍ ବକ୍ସ ଗୁଡିକ ଆବଶ୍ୟକ ଖେଳଣା ଓ ବହିରେ ଖଞାଯାଇଛି। ପ୍ରତି ମାସରେ ନୂଆ ବିଷୟ ଆଧାରରେ ତିଆରି ହୁଏ। ଏହି ବକ୍ସ ଗୁଡିକର ବାର୍ଷିକ ଦେୟ ୧୪୦୦୦ ଟଙ୍କା ରହିଛି।

ବିସ୍ତାର ଯୋଜନା

କ୍ୟାଣ୍ଡି କେନ୍ କ୍ଲବର ଭାରତରେ ୨୦୦୦ରୁ ଅଧିକ ଗ୍ରାହକ ଅଛନ୍ତି ଅଧିତକଃ ମୁମ୍ବଇରେ। କ୍ୟାଣ୍ଡି କେନ୍ କ୍ଲବର ଆଗକୁ ନୂଆ ଶିକ୍ଷା ସଂଧାନ ଆଣିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଏହାର କୋର୍ ଟିମରେ ଚାରିଜଣ ସଦସ୍ୟ ଅଛନ୍ତି ଏବଂ ନିକଟରେ ଏକ ଟେକନିକାଲ ଟିମକୁ ନିୟୋଜିତ କରିଛି।

ସ୍ୱ-ପୋଷିତ କ୍ୟାଣ୍ଡି କେନ୍ କ୍ଲବ ବିଭିନ୍ନ କାର୍ଯ୍ୟକ୍ରମ ଓ ଅନଲାଇନ ଶିକ୍ଷା ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କୁ ଯୋଡିଥାଏ। ସେମାନେ ଆଗକୁ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବିଧି ତାଙ୍କ ପରିବାରର ପୂର୍ଣ୍ଣ ସହଯୋଗ ପାଇଛନ୍ତି ଯାହା ତାଙ୍କୁ ପିଲାମାନଙ୍କୁ ହସାଇବାର ଏକ ନୂଆ ସୁଯୋଗ ଦେଇଛି।

ବିଧି କହନ୍ତି ତାଙ୍କର ଏହି ଯାତ୍ରା ସଫଳ ହୋଇଛି ଏବଂ ଏହାକୁ ସେ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

ମୂଳ ଲେଖା - ଶାଶ୍ଵତୀ ମୁଖାର୍ଜୀ

ଭାଷାନ୍ତର - ରାକେଶ ଗଉଡ