୨୦ରୁ ଅଧିକ ଯନ୍ତ୍ର ଉଦ୍ଭାବନ କରିଥିବା ଗ୍ରାମୀଣ ବୈଜ୍ଞାନିକ

୨୦ରୁ ଅଧିକ ଯନ୍ତ୍ର ଉଦ୍ଭାବନ କରିଥିବା ଗ୍ରାମୀଣ ବୈଜ୍ଞାନିକ

Saturday December 31, 2016,

2 min Read

୩୫ ବର୍ଷୀୟ ରୁଦ୍ର ନାରାୟଣ ମୁଖାର୍ଜୀ ରୁହନ୍ତି ସିନ୍ଦୁରପୁରରେ। ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାରେ ଥିବା ଏକ ଛୋଟିଆ ପଲ୍ଲୀ ହେଇଛୁ ସିନ୍ଦୁରପୁର।ତାଙ୍କୁ ତାଙ୍କ ଗାଁରେ ତାଙ୍କ ନାମରେ ନ ଡାକି ଲୋକେ ‘ଗ୍ରାମୀଣ ବୈଜ୍ଞାନିକ’ ବୋଲି ଡାକନ୍ତି। ନାନା ସାମାଜିକ ସମସ୍ଯାର ସମାଧାନ ପାଇଁ ସେ ପ୍ରାୟ ୨୨ରୁ ଊର୍ଦ୍ଧ୍ଵ ଉଦ୍ଭାବନ କରିଛନ୍ତି।

Image : (L) <a href=

Image : (L)

The Telegraph; (R) – The Weekend Leadera12bc34de56fgmedium"/>

ରୁଦ୍ର ନିଜର ପିତାମାତା, ବଡ଼ ଭାଇ, ସ୍ତ୍ରୀ ଏବଂ ଛୁଆ ସହ ସେଠାରେ ରୁହନ୍ତି। ଏକ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ପୁତ୍ର ଭାବେ ରୁଦ୍ରଙ୍କର ପିଲାବେଳୁ ଛୋଟମୋଟ ଯନ୍ତ୍ର ତିଆରିରେ ରୁଚି ରଖୁଥିଲେ। ଏହି ରୁଚି ଆଜି ପର୍ଯ୍ୟନ୍ତ ସେମିତି ରହିଛି। ସେ Weekend Leaderକୁ ଏକ ସାକ୍ଷାତକାରରେ କୁହନ୍ତି,

ମୁଁ ବିଭିନ୍ନ କାର୍ଯ୍ୟ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ଓ କୌଶଳ ବ୍ୟବହାର କରି ପ୍ରାୟ ୨୦-୨୨ଟି ଯନ୍ତ୍ର ତିଆରି କରିଛି। ଏବେ ଅନ୍ୟାନ୍ୟ ୪୦ଟି ଏପରି ଆଇଡିଆ ଉପରେ କାମ କରୁଛି ଯାହା ବିଶ୍ଵରେ କେହି କେବେ ଦେଖିନଥିବେ।

ରୁଦ୍ରଙ୍କର ଉଦ୍ଭାବନ ମଧ୍ୟରେ ଅଛି ଏକ ଏପରି ହେଲମେଟ ଯାହା ଦୁର୍ଘଟଣା ସମୟରେ ଆପେ ଚାଳକଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେବ ଓ ମହିଳା ମାନେ ବିପଦର ସମ୍ମୁଖୀନ ହେଲେ ଏହାକୁ ବ୍ୟବହାର କରି ନିଜର ବନ୍ଧୁବାନ୍ଧବଙ୍କୁ ସତର୍କ ସୂଚନା ପଠାଇପାରିବେ, ଏକ ଏପରି ଡାଇପର ଯାହା ଛୁଆର ବାପା ମା’ଙ୍କୁ ସମୟ ଅନୁସାରେ କଲ କରିଦେବ ଯାହା ଫଳରେ ଛୁଆ ପରିଚ୍ଛନ୍ନ ଓ ସୁସ୍ଥ ରହିପାରିବ। ରୁଦ୍ର ଏପରି ଏକ ଯନ୍ତ୍ର ମଧ୍ୟ ତିଆରି କରିଛନ୍ତି ଯେଉଁଥିରେ ଯଦି ଆପଣଙ୍କ ଗାଡ଼ିକୁ କେହି ଚୋରୀ କରିବାର ଉଦ୍ୟମ କରୁଥାଏ ତେବେ ସଙ୍ଗେ ସଙ୍ଗେ ଆପଣଙ୍କୁ ଆପେ କଲ ଆସିଯିବ।

ତାଙ୍କର ଉଦ୍ଭାବନ ଗୁଡ଼ିକୁ ଏକ ବୃହତ୍ତର ଜନତା ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ରୁଦ୍ର CIMFR (Central Institute of Mining and Fuel Research, ଧାନବାଦ) ଓ NIF (National Innovation Foundation)ରେ ଥିବା ‘Make in India’ ସହ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିଛନ୍ତି। ସେ rକୁ କୁହନ୍ତି,

ସମସ୍ତେ ମୋର ଉଦ୍ଭାବନ ପଛରେ ଥିବା ବୈଷୟିକ ବିଦ୍ୟା ଏବଂ ବିଚାର ବିଷୟରେ ମୋତେ ପ୍ରଶ୍ନ କରନ୍ତି। ମୋତେ ଆର୍ଥିକ ସାହାଯ୍ୟ ମିଳେନାହିଁ କି ମୋର ଉଦ୍ଭାବନର ନକଲ ନହେବା ପାଇଁ କୌଣସି ଆଶ୍ଵାସନ ମଧ୍ୟ ମିଳେନାହିଁ। ମୋତେ ଏହାର ସତ୍ତ୍ଵକୁ ସୁରକ୍ଷିତ ରଖିବା ପାଇଁ ପେଟେଣ୍ଟ କରିବା ଦରକାର। କିନ୍ତୁ ଗୋଟିଏ ପେଟେଣ୍ଟ ପାଇଁ ପ୍ରାୟ ୮୬,୦୦୦ ଟଙ୍କା ଖର୍ଚ୍ଚ ହେବ। ମୋ ପକ୍ଷରେ ଏତେ ଖର୍ଚ୍ଚ କରିବା ପାଖାପାଖି ଅସମ୍ଭବ।