କେଉଁଝରର ଝିଅ ସୁଖୀଙ୍କ ଆଖି ଅଲିମ୍ପିକରେ

କେଉଁଝରର ଝିଅ ସୁଖୀଙ୍କ ଆଖି ଅଲିମ୍ପିକରେ

Saturday May 14, 2016,

2 min Read

କେଉଁଝରର ଏକ ସାଧାରଣ ଚାଷୀ ପରିବାରର ଝିଅ ସୁଖୀଙ୍କ ଆଖି ଆଜି ଅଲିମ୍ପିକ ଖେଳ ଉପରେ

୧୦୦ ଓ ୨୦୦ ମି (୧୪ ବର୍ଷରୁ କମ ଶ୍ରେଣୀ) ଦୌଡରେ ହେଇଛନ୍ତି ସିଲେକ୍ଟ

କରିପାରନ୍ତି ଭାରତର ପ୍ରତିନିଧିତ୍ଵ ଅଲିମ୍ପିକରେ

image


କେଉଁଝରର ଏକ ଗରିବ ଓ ସାଧାରଣ ଚାଷୀ ପରିବାରରେ ସୁଖୀଙ୍କର ଜନ୍ମ। ଅନେକ ଅଭାବ ଅନଟନ ମଧ୍ୟରେ ବଢି ମଧ୍ୟ ଜୀବନରୁ ହାର ମାନିନାହାନ୍ତି। ୧୦ ବର୍ଷ ବୟସରୁ ଅଭ୍ୟାସ ଆରମ୍ଭ କରିଥିଲେ ସୁଖୀ ବେସ୍କି। ସୁଖୀ ଗତ ୩ବର୍ଷ ଧରି ସୁନ୍ଦରଗଡରେ ଥିବା ସ୍ପୋର୍ଟ୍ସ ହଷ୍ଟେଲରେ ରହି ଟ୍ରେନିଂ ନେଉଥିଲେ। 

ସୁଖୀ କହନ୍ତି,

"ମୋ ବାପାଙ୍କ ପାଖରେ ଆମକୁ ପାଠ ପଢାଇବା ପାଇଁ କଣ, ଜୀବନର ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ମଧ୍ୟ ସମ୍ବଳ ନାହିଁ। ମୁଁ ଗତ ତିନି ବର୍ଷ ଧରି ସରକାରୀ ସ୍ପୋର୍ଟ୍ସ ହଷ୍ଟେଲରେ ରହୁଛି। ସେଠାରେ ମୋତେ ମାଗଣାରେ ଖେଳ ସାମଗ୍ରୀ ଓ ତାଲିମ ମିଳୁଛି।"

ସୁଖୀ ତାଙ୍କ କୋଚ ରାଜିନ୍ଦର ସିଂହ ଓ ଓଡିଶାର ଅନ୍ୟ କ୍ରୀଡାବିତଙ୍କ ସଙ୍ଗେ ଦିଲ୍ଲୀ ଯାଇ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଅନେକ ବାଧାବିଘ୍ନ ସତ୍ତ୍ୱେ ସୁଖୀ ତାଙ୍କ ସ୍ଵପ୍ନକୁ ସତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେ ସ୍କୁଲ ତରଫରୁ ହେଇଥିବା ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ମଧ୍ୟ ପାଇଥିଲେ, କହନ୍ତି କୋଚ ରାଜିନ୍ଦର ସିଂହ।  

ଗୁରୁବାର ଦିନ ନ୍ୟାସନାଲ ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ (GAIL) ରଫ୍ତାର ଦ୍ଵାରା ଆୟୋଜିତ ହୋଇଥିବା ଜାତୀୟ ଟ୍ରାଏଲରେ ଚୟନ କରାଯାଇଥିବା ୯ ଜଣ କ୍ରୀଡାବିତଙ୍କ ମଧ୍ୟରୁ ସୁଖୀ ଜଣେ। ଏହି କାର୍ଯ୍ୟକ୍ରମଟି ଜାତୀୟ ଯୁବା ସହକାରୀ ସମିତି (NYCS) ଦ୍ଵାରା GAILର ସହଯୋଗରେ ଆୟୋଜିତ ହୋଇଥିଲା। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭାବାନ କ୍ରୀଡାବିତ ମାନଙ୍କୁ ଠାବ କରି ତାଙ୍କୁ ୨୦୨୦/୨୦୨୪ ଅଲିମ୍ପିକ ଗେମ ପାଇଁ ଉପଯୁକ୍ତ ଟ୍ରେନିଂ ଦେବା ହେଉଛି NYCSର ମୂଳ ଲକ୍ଷ୍ୟ। 

ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦୦ରୁ ଅଧିକ କ୍ରୀଡାବିତ ମାନେ ଏହି ଟ୍ରାୟଲରେ ଭାଗ ନେଇଥିଲେ। କୃତକାର୍ଯ୍ୟ ହେଇଥିବା ୯ଜଣ କ୍ରୀଡାବିତଙ୍କୁ ଚାରି ବର୍ଷ ପାଇଁ ବିଶ୍ଵସ୍ତରୀୟ ତାଲିମ ଦିଆଯିବ। ଏହି ୯ଜଣ ଖେଳାଳୀଙ୍କ ମଧ୍ୟରୁ ଜଣକୁ ୨୦୨୦ ନଚେତ ୨୦୨୪ରେ ହେବାକୁ ଥିବା ଅଲିମ୍ପିକ ଗେମରେ ଭାରତର ପ୍ରତିନିଧି ଭାବେ ପଠାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। 

"ଉଚିତ ତାଲିମ ମିଳିଲେ ମୁଁ ମୋର ୧୦୦% ଚେଷ୍ଟା କରିବି ଯେ ଦେଶ ପାଇଁ ବିଶ୍ଵ ସ୍ତରରେ ମେଡାଲ ଜିତେ। ମୁଁ ଏପରି ଏକ ସୁଯୋଗ ପାଇଥିବାରୁ ବହୁତ ଖୁସି ଓ କୃତଜ୍ଞ," କୁହନ୍ତି ସୁଖୀ।