ପାଣ୍ଠି ସଂଗ୍ରହର ଦୌଡରେ ନାରୀଙ୍କ ଅଭିଜ୍ଞତା କେମିତି? ତିନୋଟି ନାରୀ ଆଉ ତିନୋଟି ଭିନ୍ନ ଅନୁଭୂତି

0

ବିନ୍ଦିଆ ମାହେଶ୍ୱରୀ କହନ୍ତି - ଯେତେବେଳେ ପୁରୁଷମାନେ ଛୁଆ ଜନ୍ମ କରି ପାରିବେ ସେତେବେଳେ ଯାଇ ସବୁ ବଦଳିବ।

ଓଇନ୍ଦ୍ରିଲା ଦାସଗୁପ୍ତା କହନ୍ତି - ପୁରୁଷମାନେ ମହିଳାଙ୍କ କିଛି ମୌଳିକ ସତ୍ୟତା ବୁଝନ୍ତି ନାହିଁ। ଆମେ ମାନେ ମଲ୍ଟି-ଟାସ୍କିଙ୍ଗ୍ ସୁପର ହିରୋ।

ମାସୁମ ମିନାୱାଲା କହନ୍ତି - ଆମେ ରହୁଥିବା ସମାଜ ବିଷୟରେ ନିରନ୍ତର ଭାବେ ଅବଗତ ହେବା ଭଲ। ଏବଂ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରି ନିଜକୁ ପ୍ରମାଣ କରିବା ଆବଶ୍ୟକ।

ଦୁନିଆର ସବୁଠୁ ଖରାପ ଗୁପ୍ତକଥା ହେଉଛି ଯଦି ଆମର ଖୁବ୍ ଛୋଟିଆ ଭାଗ (ଲିଙ୍ଗ) ଅଲଗା ଥାଅନ୍ତା ତ ଆମ ଜୀବନର ଅନୁଭୂତି ଭିନ୍ନ ହୁଅନ୍ତା। ଏବଂ ଏହା ବର୍ତ୍ତମାନ ଉଦ୍ୟୋଗ ଜଗତରେ ମଧ୍ୟ ପ୍ରବେଶ କରିଛି ଏକା ସ୍ତରର କୃପଣତାର ସହ।

ମହିଳା ଉଦ୍ୟୋଗୀ ଯେଉଁମାନେ ନୂଆଁ ଓ ମରୁଭୂମିରେ ମରୁଦ୍ୟାନ ଭଳି ବିରଳ, ସବୁ ପାଣ୍ଠି ସଂଗ୍ରହର ମୂଷା ଦୌଡରେ ଅଛନ୍ତି। କିନ୍ତୁ ସେମାନେ ଭିନ୍ନ ଏକ ମାପଦଣ୍ଡରେ ମପା ଯାଆନ୍ତି ଯାହା ତାଙ୍କ ପୁରୁଷ ପ୍ରତିଦ୍ୱନ୍ଦୀଙ୍କଠୁ ଅଲଗା।

Eat, Shop, Loveର ସହ ପ୍ରତିଷ୍ଠାତା ଓଇନ୍ଦ୍ରିଲା ଦାସଗୁପ୍ତା

ନିକଟରେ ଓଇନ୍ଦ୍ରିଲାଙ୍କ କମ୍ପାନୀ ଏକ ରିଟେଲ୍ ସମୂହ ଦ୍ୱାରା କିଣାଯାଇଛି।

ଓଇନ୍ଦ୍ରିଲା କହନ୍ତି ପାଣ୍ଠି ସଂଗ୍ରହ ପୂର୍ବରୁ ନିବେଶକମାନେ ତାଙ୍କ ଉପଦେଶ ଦେବା ଆରମ୍ଭ କରିଦିଅନ୍ତି -- ଓଃ! ତୁମର ଗୋଟିଏ ପରିବାର ଅଛି, ତୁମେ ତାଙ୍କୁ ପ୍ରଥମେ ରଖିବା ଦରକାର।

ଓଇନ୍ଦ୍ରିଲାଙ୍କ ମତରେ କିଛି ନିବେଶକ କିଛି ଅଧିକ କଠୋର ଥାଆନ୍ତି। ସେମାନଙ୍କର ଚିନ୍ତାଧାରା ଟିପ୍ପଣୀ ରୂପେ ନଦେଲା ପର୍ଯ୍ୟନ୍ତ ସେମାନେ ଆପଣଙ୍କ ବ୍ୟବସାୟର ଯୋଜନାକୁ ମଧ୍ୟ ଦେଖନ୍ତି ନାହିଁ। ସେ ଭାବନ୍ତି ପୁରୁଷମାନେ ଅଧିକ ଭଲ ପ୍ରଜାତିଭାବେ ଜନ୍ମ ନେଇଥିବା ଯୋଗୁଁ ତାଙ୍କ ପାଇଁ ଏହା ସହଜ ହୋଇଥାଏ।

କିଛି ନିବେଶକ କହନ୍ତି ସେମାନେ ଆପଣଙ୍କ ବିଚାରରେ ନିବେଶ କରିବେ। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ବିଚାର ପାଇଁ ପାଣ୍ଠି ପାଇବା ବାସ୍ତବରେ ବହୁତ ଦୂର। କିଛି ଜାଣି ନଥିବା ପୁରୁଷଙ୍କ ଗୋଷ୍ଠୀ ତାଙ୍କର ଅନୁଷ୍ଠାନ ଆଧାରରେ ପାଣ୍ଠି ପାଇଯାଅନ୍ତି। ଯେଉଁଠିକି ମହିଳାମାନଙ୍କୁ ଭୁଲ ଆକଳନ କରାଯାଇଥାଏ, ଓଇନ୍ଦ୍ରିଲା ବର୍ଣ୍ଣନା କରନ୍ତି।

ତାଙ୍କ କ୍ଷେତ୍ରରେ ଏହା ଘଟିନଥିଲା ଯେଉଁ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ଏଥିରେ ସାମିଲ ହୋଇ ନଥିଲେ।

ତାପରେ ରୁମଟି ବ୍ରୋ-ଜୋନ୍ ପାଲଟି ଯାଏ ଏବଂ ନାରୀମାନେ ଯେମିତି ଗୋଟିଏ ଦୃଶ୍ୟର ଆରମ୍ଭ ପାଇଁ ଥାଅନ୍ତି। ପରୁଷମାନେ ମହିଳାଙ୍କ କିଛି ମୌଳିକ ସତ୍ୟତା ବୁଝନ୍ତି ନାହିଁ। ଆମେ ମାନେ ମଲ୍ଟି-ଟାସ୍କିଙ୍ଗ୍। ଆମେ ମାନେ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ଠିକ୍ ରେ ସମ୍ଭାଳି ପାରିବୁ।

ପେଶାଦାର ମିଟିଙ୍ଗର ଅନ୍ୟ ଏକ ଦୃଶ୍ୟପଟ୍ଟ ହେଲା ଖୁବ ଶୀଘ୍ର ଏହା ବ୍ୟକ୍ତିଗତ ସ୍ତରକୁ ଚାଲିଯାଏ।

IIMରୁ ଏତେ ହଟ୍ ମହିଳା କେବେ ମୁଁ ଦେଖିନି, ଗୋଟିଏ ମିଟିଙ୍ଗରେ ଏଭଳି ମନ୍ତବ୍ୟ ମୋ ଉପରେ ଆସିଥିଲା। ଏହା ବହୁତ ଅଜବ ଥିଲା। ଏବଂ ଏହାକୁ ମୁଁ କେମିତି ନେବି ଭାବି ପାରୁନଥିଲି।

ଗୋଟିଏ ସ୍ୱାଧୀନ ସଫଳ ନାରୀକୁ ତାହାର ଶରୀରର ଗଢଣରେ ସୀମିତ କରିବା ସାଧାରଣରେ ଆମ ସମାଜର ଗୋଟିଏ ଅଙ୍ଗ ହୋଇଯାଇଛି।

ଓଇନ୍ଦ୍ରିଲା କହନ୍ତି ମହିଳା ନିବେଶକମାନେ ଲିଙ୍ଗବାଦ ବିରୁଦ୍ଧରେ ସ୍ୱର ଉଠାଇବାରେ କେବେ ପଛାନ୍ତି ନାହିଁ। ମୁଁ ପାଣ୍ଠି ପାଇଁ ଯାଇଥିବା ଏକ ପ୍ୟାନେଲରେ ଗୋଟିଏ ମହିଳା ହାତ ଉଠାଇ ପ୍ୟାନେଲକୁ କହିଥିଲେ ବନ୍ଦ କର, ସେ ତାଙ୍କ ବୟସ ଉପରେ ମତାମତ ଜାଣିବାକୁ ଚାହୁଁ ନାହାନ୍ତି।

Style Fiestaର ମାଲିକ, ମାସୁମ ମିନାୱାଲା

ମାସୁମ ମୁମ୍ବାଇର ଏକ ନାମୀ କିନ୍ତୁ ପାରମ୍ପାରିକ ଗୁଜୁରାଟୀ ପରିବାରରୁ ଆସିଛନ୍ତି। ତାଙ୍କର ଲାଳନ ପାଳନ ତାଙ୍କୁ ଭାରତୀୟ ସମାଜର ନିକଟତର ରଖି ପାରିଛି। ତାଙ୍କର କହିବା ହେଉଛି ଗୋଟିଏ ଢାଲ ପିନ୍ଧିନିଅ ଓ କଠିନ ପରିଶ୍ରମ କର ଆଉ ଦେଖିବ ଜିତିବା ଭାରି ମିଠା ଲାଗିବ।

ଆମେ ଯାହା ଲେଖା ଅଛି ତାହା ବିପରୀତରେ ଚାଲୁଛୁ ଏବଂ ଦୁଃଖର କଥା ହେଲା ଆମେ ନିଜକୁ ପ୍ରମାଣିତ କରିବା ଲାଗି ଏଇ କଥାବାର୍ତ୍ତାଗୁଡିକରେ ଦୁଇଗୁଣ ପରିଶ୍ରମ କରିବାର ଭାର ଥାଏ ଆମ ଉପରେ।

ଯେତେବେଳେ ଗୋଟିଏ ମହିଳା ପାଣ୍ଠି ସଂଗ୍ରହ କରେ, ଏହା କେବଳ ତାଙ୍କର ଉଥ୍ଥାନର କଥା ନଥାଏ। ସେ ତାଙ୍କର ବ୍ୟବସାୟ ସହ ବ୍ୟକ୍ତିଗତ ଯାତ୍ରା ପ୍ରର୍ଦଶିତ କରିଥାଅନ୍ତି। ଏହା ହେଉଛି ନିଜକୁ ଓ ନିଜ ଜୀବନକୁ କେମିତି ରଖିପାରୁଛ ତାହା କେବଳ। ତୁମର ବ୍ୟକ୍ତିଗତ ଜୀବନ ତୁମ ବ୍ୟବସାୟର ଏକ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ନିବେଶକମାନେ ଜାଣନ୍ତି।

ସେଥିପାଇଁ ମୁଁ ଏହା ଅନ୍ୟାୟ ଭାବେନି ଯଦି କେହି ନିବେଶକ ଆପଣକୁ ଆପଣଙ୍କର ବ୍ୟକ୍ତିଗତ ଯୋଜନା ବିଷୟରେ ପଚାରନ୍ତି। ନିଜ ଓ ଆଖପାଖର ସମାଜର ନିୟମକୁ ଅସ୍ୱୀକାର କରି ବଞ୍ଚିବାକୁ ମୁଁ ଉଚିତ ମଣୁନାହିଁ। ତୁମେ କିଏ ଓ କେଉଁଠୁ ଆସିଛ ତାହାକୁ ଗ୍ରହଣ କର।

ସେ ତାଙ୍କର ପ୍ରଥମ ମିଟିଙ୍ଗ ପାଇଁ ପ୍ରସ୍ତୁତ ନଥିଲେ। ତାଙ୍କୁ କୁହାଗଲା ଯେ ତାଙ୍କର ପରିବାର କେତେ ପାରମ୍ପରିକ ଏବଂ ଏହା ତାଙ୍କୁ ନିବେଶକଙ୍କ ପାଇଁ ଜଣେ ପ୍ରତିକୂଳ ପାର୍ଥୀ ବନାଏ। ତାଙ୍କୁ ତଡିଦିଆଗଲା। କିନ୍ତୁ ସେ ପୁଣି ଫେରିଲେ ଓ ପାଣ୍ଠି ସଂଗ୍ରହ କଲେ ଏବଂ ଖୁସି ଯେ ସେ ସେଇ ଲୋକଙ୍କୁ ଭୁଲ ପ୍ରମାଣିତ କରିପାରୁଛନ୍ତି।

ସେ ସବୁ ମହିଳାଙ୍କୁ ଏହି ଭଳି ପ୍ରଶ୍ନ ଓ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଛନ୍ତି। ନିଜ କମ୍ପାନୀକୁ ଚଲାଇବା ପାଇଁ କାମ ଓ ବ୍ୟକ୍ତିଗତ ଜୀବନର ଭାରସମ୍ୟ ଠିକ୍ ରୂପେ ସଂଚାଳନ କରିବାକୁ ହେବ।

CIO Angel Networkର ଉପସଭାପତି ବିନ୍ଦିଆ ମାହେଶ୍ୱରୀ

ଆମେ ଏବେବି ଗୋଟିଏ ପିତୃଶାସିତ ସମାଜରେ ବଞ୍ଚି ଆସୁଛେ ଯାହା ନିକଟ ଭବିଷ୍ୟତରେ ବଦଳିଲା ଭଳି ଲାଗୁନି।

ବିନ୍ଦିଆ ମାହେଶ୍ୱରୀ ଯିଏ ଗୋଟିଏ ମାସରେ ପାଞ୍ଚରୁ ସାତୋଟି ପିଚରେ ବସନ୍ତି, ଅନୁଭବ କରନ୍ତି ମହିଳାମାନେ ଭିନ୍ନ ପ୍ରକାରର ପ୍ରଶ୍ନର ସମୁଖୀନ ହୁଅନ୍ତି ଯେଉଁ ଭିତରୁ କିଛି ସେମାନଙ୍କ ବ୍ୟବସାୟ ସହ ଆଦୌ ସଂପର୍କ ନଥାଏ।

ପାଣ୍ଠି ଲୋଡୁଥିବା ମହିଳାମାନଙ୍କ ଭିତରେ ଅଧିକାଂଶଙ୍କର ବୟସ କୋଡିଏରୁ ଉର୍ଦ୍ଧ ଥାଏ। ଆଉ ସେମାନେ କେବେ ବାହା ହେଉଛନ୍ତି ପ୍ରଶ୍ନଟି ନିଶ୍ଟିତ ସାମନା କରିଥାନ୍ତ। ଏଇ ପ୍ରଶ୍ନର ଉତ୍ତର ସେମାନଙ୍କ ପାଖରେ ଥାଇପାରେ କିମ୍ବା ନଥାଇ ପାରେ। କିନ୍ତୁ ପ୍ରଶ୍ନଟି ସେମାନଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ ନଥାଏ ବରଂ ସେମାନଙ୍କର ପ୍ରତିବଦ୍ଧତାକୁ ନେଇ ଥାଏ।

ଏହା ପଚାରିବା ଠିକ୍ କି ଭୁଲ୍ ତାହା ଅନ୍ୟ କଥା। ବିନ୍ଦିଆ ମହିଳାମାନେ ରହୁଥିବା ସମାଜ କଥା ବିଚାରକୁ ନେଇ ବୁଝନ୍ତି ଏଭଳି ପ୍ରଶ୍ନ କାହିଁକି ପଚାରାଯାଏ। ଗୋଟିଏ ନିବେଶକ ଓ ଉଦ୍ୟୋଗିକର ସଂପର୍କ ଗୋଟିଏ କର୍ମଚାରୀ ଓ କର୍ମଦାତା ଭିତର ସଂର୍ପକଠୁ ଅଲଗା, ଯେଉଁଠିକି ପ୍ରଥମ ପରିସ୍ଥିତି ଉଭୟ ମହିଳା ଥାଆନ୍ତି।

କର୍ପୋରେଟ୍ ଜଗତରୁ ଏହାର ଦୃଶ୍ୟ ଭିନ୍ନ। ଏଇଠି ମୁଁ ନିଜ ଟଙ୍କା ଲଗାଉଛି। କିନ୍ତୁ କର୍ପୋରେଟ୍ ଜଗତରେ ବିଭିନ୍ନ ନିୟମ କରାଯାଇଛି ଯାହା ନାରୀକୁ ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ଭଲ ସେ ସନ୍ତୁଳନ କରିପାରିବ ଏବଂ ଏଥିରେ ବିଫଳ ହେବା କଂପାନୀକୁ ପ୍ରଭାବ ପକାଇବନାହିଁ। କିନ୍ତୁ ଜଣେ ମହିଳା ପ୍ରତିଷ୍ଠାତା ଗୋଟିଏ କଂପାନୀର ସର୍ବେ ସର୍ବା। ଜଣେ ନିବେଶକର ଆଶଙ୍କା ନିଶ୍ଚୟ ରହିବା ଦରକାର ଯେ ମହିଳା ଜଣକ ମଲ୍ଟି-ଟାସ୍କିଙ୍ଗର ସଂକଟ ଭିତରେ ତିଷ୍ଠିପାରିବେ କି ନାହିଁ।

ମୁଁ କେବଳ ସାତରୁ ନଅ ଦଶ ପ୍ରତିଶତ ମହିଳା ଦେଖିଛି। ସତ କହିବାକୁ ଗଲେ ମହିଳା ନିବେଶକମାନେ ନିଜେ ଏହି ମାନଦଣ୍ଡଗୁଡିକ କରନ୍ତି। ମୁଁ କେବେ କୌଣସି ମହିଳା ନିବେଶିକାକୁ ଦେଖିନି ଯିଏ ମିଟିଙ୍ଗରେ ମହିଳାଙ୍କ ସ୍ୱାଧୀନତା ଉପରେ ଭାଷଣ ଦେଉଥିବେ। ବ୍ୟବସାୟ ବ୍ୟବସାୟ ଅଟେ।

"ଯେତେବେଳେ ପୁରୁଷମାନେ ଛୁଆ ଜନ୍ମ କରି ପାରିବେ ସେତେବେଳେ ହିଁ ସବୁ ବଦଳିପାରିବ, କହି ସେ ସମାପ୍ତ କରନ୍ତି।

ମୂଳ ଲେଖା - ବିଞ୍ଜାଲ ଶାହ

ଭାଷାନ୍ତର - ରାକେଶ୍ କୁମାର ଗୌଡ଼