ମହିଳା ସଶକ୍ତିକରଣର ମୂଳଦୁଆ- ମହିଳାଙ୍କ ନୂଆ ଆଶାର ଆଲୋକ

ମହିଳା ସଶକ୍ତିକରଣର ମୂଳଦୁଆ- ମହିଳାଙ୍କ ନୂଆ ଆଶାର ଆଲୋକ

Monday October 12, 2015,

3 min Read

ସାମାଜିକ କାର୍ଯ୍ୟ ପ୍ରତି ଆବେଗ ତାଙ୍କୁ ମହଙ୍ଗା ପଡ଼ିଥିଲା 2004ରେ ଅପହୃତ ହୋଇ। ତେବେ ନିଜକୁ ମହିଳା ସଶକ୍ତିକରଣ ଏବଂ ବିକାଶ କ୍ଷେତ୍ରରେ ନିୟୋଜିତ କରିବାର ଲକ୍ଷ୍ୟ ନେଇ ଅପହରଣକାରୀଙ୍କ ପଞ୍ଝାରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ। ସେ ହେଉଛନ୍ତି ଦେଶର ଜଣେ ଯୁବ ସାମାଜିକ କର୍ମକର୍ତ୍ତା କୁନ୍ଦନ ଶ୍ରୀବାସ୍ତବ । ବିହାର ଚମ୍ପାରଣ ଜିଲ୍ଲାର ରକ୍ସଉଲ ଗାଁରେ ଜନ୍ମିତ 25ବର୍ଷିୟ କୁନ୍ଦନ ପେସାରେ ଜଣେ ଇଞ୍ଜିନିଅର।

ମାନବଜାତିର ସେବା ପାଇଁ ଉତ୍ସର୍ଗୀକୃତ କୁନ୍ଦନ ବିଶ୍ବ ମାନବିକତା ପୁରସ୍କାର ଏବଂ ପିଠାଧୀଶ ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି।

ନିଜ କାମକୁ ନେଇ ଉତ୍ସାହିତ କୁନ୍ଦନ କୁହନ୍ତି, “ମୁଁ ଯେହେତୁ ଶିକ୍ଷା ବ୍ୟବସ୍ଥାକୁ କବଳ କରି ରଖିଥିବା ଅମଲାତନ୍ତ୍ର ଏବଂ ମାଫିଆଙ୍କ ବିରୋଧରେ ସ୍ଵର ଉଠାଇଲି, ମୋତେ ଅପହରଣ କରାଗଲା। ଅପହରଣ ପରେ ସାତ ଦିନ ନୃଶଂସ ଗୁଣ୍ଡାମାନଙ୍କ ସହ ଭୟଭୀତ ହୋଇ ଦିନକାଟିଛି। କେବେ ସେଠାରୁ ଜୀବନ ନେଇ ଫେରି ପାରିବି ମୁଁ କେବେ ବି ଭାବିନଥିଲି, କିନ୍ତୁ ସାତଦିନ ପରେ ମୁଁ ସେମାନଙ୍କ କବଳରୁ ମୁକୁଳିବାରେ ସକ୍ଷମ ହେଲି। ପଳାଇଆସିବା ବେଳେ ସେମାନଙ୍କ ଗୁଳିମାଡ଼ରେ ଗୋଡ଼ ଜଖମ ମଧ୍ୟ ହୋଇଥିଲା।“

ଏହି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଏକ ସାମାଜିକ କାରଣ ପାଇଁ ସଂଘର୍ଷ ଯେ କଣ୍ଟକିତ ଘରେ ପହଞ୍ଚିବା ପରେ କୁନ୍ଦନ ହୃଦବୋଧ କରିପାରିଥିଲେ। ମୁଁ ଚାହିଁଥିଲେ ଏଥିରୁ ଦୂରେଇ ଯାଇପାରିଥାନ୍ତି, କିନ୍ତୁ ଏହା ମୋତେ ଆହୁରି ଦୃଢ଼ କରିବାରେ ସକ୍ଷମ ହେଲା ବୋଲି କୁନ୍ଦନ କୁହନ୍ତି।

ଏହା ପରେ ସେ ଉଚ୍ଛ ଶିକ୍ଷା ଲାଭ କରି ନିଜର ଇଞ୍ଜିନିଅରିଂ ସମାପ୍ତ କଲେ। ଅପହରଣର ବର୍ଷକ ପରେ, ସାନଭାଇ କର୍କଟରୋଗରେ ମୃତ୍ୟୁବରଣ କରିବା ପରେ ମୁଁ ମୋ ପଢ଼ା ଶେଷ କରିବା ବହୁତ ଗୁରୁତ୍ବପୁର୍ଣ୍ଣ ଥିଲା। ଏହି ଘଟଣା ମୋ ଉପରେ ଗଭୀର ପ୍ରଭାବ ପକାଇଲା ଯାହା ମୋତେ ସାମାଜିକ କାର୍ଯ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରିବାକୁ ପ୍ରେରଣା ଯୋଗାଇଲା।

image


ଏକ ସଶକ୍ତ ଶିକ୍ଷା ବ୍ୟବସ୍ଥା ଗଢ଼ିବା ଏବଂ ଗ୍ରାମାଞ୍ଚଳରେ ସାଧାରଣ ମୌଳିକ ସୁବିଧା ପାଉନଥିବା ପିଲାମାନଙ୍କର ଉନ୍ନତି ପାଇଁ କୁନ୍ଦନ ନିଜର ପ୍ରଚେଷ୍ଟା ଜାରି ରଖିଲେ। ଏହା ପରେ ସେ ଦିଲ୍ଲୀର 91ମୋବାଇଲ ସଂସ୍ଥାରେ ସଫ୍ଟୱୟର ଇଞ୍ଜିନିଅର ଭାବେ ଯୋଗ ଦେଲେ। ପରିବାରର ପ୍ରତିପୋଷଣ ପାଇଁ ଚାକିରୀ ଆବଶ୍ୟକ ଥିଲା। ମାତ୍ର ଦିଲ୍ଲୀ ଯିବା ପରେ ମହିଳାମାନେ ନିୟମିତ ଶୋଷିତ ଏବଂ ଅତ୍ୟାଚାରିତ ହେବା ସେ ଜାଣିବାକୁ ପାଇଲେ। ଏହା ପରେ ସେ Be In Humanity Foundation ପ୍ରତିଷ୍ଠା କରିବାକୁ ସ୍ଥିର କଲେ। ସମାଜର ବିଭିନ୍ନ ବର୍ଗର ମହିଳାମାନଙ୍କ ସଶକ୍ତିକରଣ ପାଇଁ କାମ କରୁଥିବା ଏହି ସ୍ବେଚ୍ଛାସେବୀ ସଂସ୍ଥା ଯୁବବର୍ଗ ଦ୍ବାରା ପରିଚାଳିତ ବୋଲି କୁନ୍ଦନ ମତ ରଖନ୍ତି।

ଯୁବବର୍ଗ ଦ୍ବାରା ପରିଚାଳିତ ଏହି ସଂସ୍ଥା ନିଜେ ହିଁ ଆତ୍ମନିର୍ଭରଶୀଳ ହୋଇ ଚାଲିଆସିଛି। ସଂସ୍ଥାର କାର୍ଯ୍ୟକାରିତା ପାଇଁ ଆମେ ବାହାରୁ କୌଣସି ସହାୟତା ନନେଇ ନିଜ ରୋଜଗାରର ଏକ ଅଂଶ ଏଥିରେ ବିନିଯୋଗ କରୁ ବୋଲି ସେ କୁହନ୍ତି।

ନିଜ ସଂସ୍ଥା ଦ୍ବାରା କେବଳ ମହିଳାଙ୍କ ଉପରେ ଅତ୍ୟାଚାର ପାଇଁ ସଂଗ୍ରାମ କରୁନାହାନ୍ତି ବଂର ବହୁ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ଧର୍ଷଣ, ଏସିଡ୍ ଆକ୍ରମଣ, ଯୌନ ଶୋଷଣ ବା ଯୌତୁକ ନିର୍ଯ୍ୟାତନା ଭଳି ଘୃଣ୍ୟ ଅପରାଧରେ ପିଡ଼ୀତା ମହିଳାମାନଙ୍କ ପାଇଁ ସାହାଯ୍ୟର ହାତ ସାମାନ୍ୟ ବୋଲି କୁନ୍ଦନ କୁହନ୍ତି। ସେମାନଙ୍କୁ ସମାଜରେ ସ୍ବାଗତ କରାଯିବା ସହ ସେମାନଙ୍କ ଉତ୍ସାହ ବଢ଼ାଇ, ସୁଦୃଢ଼ କରି, ସଶକ୍ତ କରି ସାଧାରଣ ଜୀବନ ବିତାଇବା ଆବଶ୍ୟକ ବୋଲି କୁନ୍ଦନ ମତ ଦିଅନ୍ତି।

ଏହା ବ୍ୟତୀତ ତାଙ୍କ ସଂସ୍ଥା Screams of the Soul ନାମକ ଏକ ପ୍ରକଳ୍ପରେ କାର୍ଯ୍ୟରତ। ମହିଳାମାନଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ସମାଜକୁ ବାର୍ତ୍ତା ଦେବା ଏହାର ମୂଳ ଲକ୍ଷ୍ୟ। ମାନସିକ ଆଘାତରୁ ମୁକ୍ତି, ମାନସିକତା ପରିବର୍ତ୍ତନ ଏବଂ ଏହିପରି ଅନ୍ୟ ପ୍ରସଙ୍ଗରେ ଶିକ୍ଷା ଦେବା ଏବଂ ସଚେତନତା କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆମେ ବକ୍ତାମାନଙ୍କୁ ଆଣି କାର୍ଯ୍ୟକ୍ରମ ସଂଚାଳନ କରିଥାଉ ବୋଲି କୁନ୍ଦନ କୁହନ୍ତି।

ଏଭଳି ହିଂସାକାଣ୍ଡକୁ ଦେଶରେ ବନ୍ଦ କରିବା ପାଇଁ, ମୂଳସ୍ତରରୁ ଆମକୁ କାମ କରିବାକୁ ପଡ଼ିବ ବୋଲି ସେ ବିଶ୍ବାସ କରନ୍ତି। ଯୁବପିଢ଼ୀଙ୍କ ବଦଳୁଥିବା ମାନସିକତା ଉପରେ ଧ୍ୟାନ ଦେବା ଜରୁରୀ। ସେଥିପାଇଁ ସ୍କୁଲଗୁଡ଼ିକୁ ପ୍ରାଥମିକତା ଦେଇ ପିଲାଙ୍କୁ ଶିକ୍ଷାଦାନ ମାଧ୍ୟମରେ ଲିଙ୍ଗଗତ ସମାନତା, ସ୍ବାସ୍ଥ୍ୟ ସମସ୍ୟାକୁ ପ୍ରାଧାନ୍ୟ, ପରିଚ୍ଛନ୍ନତା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେଉଛୁ ବୋଲି ସେ କୁହନ୍ତି।

image


“Title is Untitled” ଶୀର୍ଷକ ଏକ ପୁସ୍ତକ ଲେଖିଛନ୍ତି କୁନ୍ଦନ ଯେଉଁଥିରେ ଆମେ ସମାଜରେ ସୃଷ୍ଟିକରିଥିବା ଉଦାସୀନତା ସଂପର୍କରେ ଲେଖାଯାଇଛି। ଏହା ଶିକ୍ଷା ହେଉ ବା ମହିଳା ସଶକ୍ତିକରଣ ହେଉ, ଏହା କେବଳ ଆଲୋଚନା ମାଧ୍ୟମରେ ସୀମିତ ନରହି ତାକୁ ବାସ୍ତବିକତାରେ କାମରେ କରି ଦେଖାଇବାକୁ ପଡ଼ିବ। ଏହି ପରିର୍ତ୍ତନ ପ୍ରତି ମଣିଷ ନିଜ ଠାରୁ ଆରମ୍ଭ କରିବା ଆବଶ୍ୟକ ବୋଲି କୁନ୍ଦନ କହନ୍ତି।