୨୦୩୦ ସୁଦ୍ଧା ଜହ୍ନ ମାମୁଁରେ ଗାଁ

୨୦୩୦ ସୁଦ୍ଧା ଜହ୍ନ ମାମୁଁ ପ୍ରୁଷ୍ଠାରେ ନୂଆ ଗାଁ ତିଆରି ହୋଇପାରେ । ଯେଉଁଠି ହୁଏତ ପୃଥିବୀର ମଣିଷମାନେ ରହି ପାରନ୍ତି ।

୨୦୩୦ ସୁଦ୍ଧା ଜହ୍ନ ମାମୁଁରେ ଗାଁ

Monday January 11, 2016,

1 min Read

୨୦୩୦ ସୁଦ୍ଧା ଜହ୍ନ ମାମୁଁ ପ୍ରୁଷ୍ଠାରେ ନୂଆ ଗାଁ ତିଆରି ହୋଇପାରେ । ଯେଉଁଠି ହୁଏତ ପୃଥିବୀର ମଣିଷମାନେ ରହି ପାରନ୍ତି ।

ଦିନେ ଜହ୍ନ ଥିଲା ମାମୁଁ । ମା ନିଜ ପିଲାକୁ ଜହ୍ନ ମାମୁଁକୁ ନେଇ ଗୀତ ଶୁଣାଉ ଥିଲା ।

ଆ ଜହ୍ନ ମାମୁଁ ଶରଦଶଶୀ

ମୋ କାହ୍ନୁ ହାତରେ ପଡ଼ ତୁ ଖସି ।

ହେଲେ ଜହ୍ନ ମାମୁଁକୁ ନେଇ ଏମିତି ପ୍ରୟୋଗ ଚାଲିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇ ପାରେ । ୨୦୩୦ ସୁଦ୍ଧା ଜହ୍ନ ମାମୁଁ ପୃଷ୍ଠରେ ନୂଆ ଗାଁ ତିଆରି ହୋଇପାରେ । ଯେଉଁଠି ହୁଏତ ପୃଥିବୀର ମଣିଷମାନେ ରହି ପାରନ୍ତି ।

image


ସାଇନ୍ସ ଏଲର୍ଟ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ, ନେଦରଲାଣ୍ଡରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ ଏଜେନ୍ସୀ (ଇଏସଏ) ଦ୍ୱାରା ଆୟୋଜିତ ୨୦୨୦-୩୦ ପର୍ଯ୍ୟନ୍ତ ଜହ୍ନ ମାମୁଁ ନେଇ ସଂଗୋଷ୍ଠୀରେ ଏ ସଂପର୍କିତ ଆଶା ପ୍ରକାଶ ପାଇଛି । ସେ ଅନୁସାରେ, ୨୦୩୦ ସୁଦ୍ଧା ଜହ୍ନ ମାମୁଁରେ ଗାଁ ତିଆରି ହୋଇପାରିବ ।

ବୈଜ୍ଞାନିକମାନେ କହିଛନ୍ତି କି, ଜହ୍ନ ମାମୁଁରେ ଗାଁ ତିଆରି କରିବା ଦ୍ୱାରା ସବୁଠାରୁ ଅଧିକ ଲାଭ ହେବ ଯେ, ମଙ୍ଗଳ ଏବଂ ଅନ୍ୟ ଗ୍ରହ ସଂପର୍କିତ ଗବେଷଣା ଓ ଖୋଜ ସମୟରେ ଜହ୍ନ ମାମୁଁର ଗାଁ ଷ୍ଟପଓଭର ଭାବେ କାମ ଦେବ ।

image


ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସାର କେଥି ଲାରିନି କହିଛନ୍ତି- ଏ ସ୍ୱପ୍ନ ସାକାର ହେବ । ଜହ୍ନ ମାମୁଁ ମହାକାଶ ଅଭିଯାନରେ ମଝିରେ ବିଶ୍ରାମ ନେବାର ସ୍ଥାନ ଭାବେ ବ୍ୟବହୃତ ହେବ ।

ଇଏସ୍ଏର ଯୋଜନା ଅନୁସାରେ, ୨୦୨୦ ବେଳକୁ ବିଭିନ୍ନ ସୁବିଧା ତିଆରି କରିବା ପାଇଁ ଜହ୍ନ ମାମୁଁ ପୃଷ୍ଠକୁ ରୋବଟ ପଠାଯିବ । ୨୦୩୦ ବେଳକୁ ସେଠାକୁ ମଣିଷମାନେ ଯିବେ ।