ଓଡିଶାରେ Watersportsର ସୁଯୋଗ ସୃଷ୍ଟି କରିବାରେ ସବୀର ବକ୍ସଙ୍କ ନୀରବ ସାଧନା

By Sourabh Parida

ଓଡିଶାରେ Watersportsର ସୁଯୋଗ ସୃଷ୍ଟି କରିବାରେ ସବୀର ବକ୍ସଙ୍କ ନୀରବ ସାଧନା

Tuesday December 08, 2015,

3 min Read

ବିଭିନ୍ନତାରେ ଭରା ଏ ବିଶ୍ୱ । ଯାହାର ତିନି ଭାଗ ଜଳ ଓ ଗୋଟିଏ ଭାଗ ସ୍ଥଳ । ଜଳ ଓ ଜଳଭାଗକୁ ନେଇ ନୂଆ ନୂଆ ତଥ୍ୟ ଓ ସତ୍ୟ ଦିନକୁ ଦିନ ଲୋକଲୋଚନକୁ ଅସୁଥିବା ସହ ଏହାକୁ ନେଇ ଆମର ଜିଜ୍ଞାସା ବଢ଼ିବାରେ ଲାଗିଛି । ବେଳେବେଳେ ମତ୍ସ୍ୟରୂପୀ ଜଳଧୀର ବୁକୁଚିରି ଏହାର ଗଭୀରରୁ ଗଭୀରତମ ପ୍ରଦେଶକୁ ଭ୍ରମଣ କରିବାକୁ ଇଛା ହୁଏ । ଆଜିର ଦିନରେ ଏହାକୁ ଜଳକ୍ରୀଡା କୁହାଯାଉଛି । ଆଧୁନିକ ଦେଶମାନଙ୍କରେ ଜଳକ୍ରୀଡା ଆଦୃତ ଲାଭ କରିଥିଲେ ବି ଆମ ରାଜ୍ୟରେ ଏ ନେଇ ସୁବିଧା ନ ଥିବାରୁ ଆମର ଦୀର୍ଘ ସମୁଦ୍ରପଥ ଥାଇ ମଧ୍ୟ ରାଜ୍ୟ ଜଳକ୍ରୀଡାରେ ପରିଚୟ ସୃଷ୍ଟି କରିପାରି ନାହିଁ । କିନ୍ତୁ ଜଳକ୍ରୀଡାର ଭିତ୍ତିଭୂମି ପ୍ରସ୍ତୁତ କରିପାରିଲେ ଓଡିଶା ବିଶ୍ୱରେ ପର୍ଯ୍ୟଟକମାନଙ୍କ ପାଇଁ ଜଳକ୍ରୀଡାର ଲକ୍ଷ୍ୟସ୍ଥଳରେ ପରିଣତ ହୋଇପାରିବ।

image


ଏନେଇ କିଛି ବର୍ଷ ହେଲା ଏକ ନୀରବ ସଂଗ୍ରାମ ଚଳାଇଛନ୍ତି ଓଡିଆ ପୁଅ ତଥା ଆନ୍ତର୍ଜ୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସ । ଓଡିଶାକୁ ଏକ ଆନ୍ତର୍ଜ୍ଜତୀୟ ୱାଟର ଗେମ ଡେଷ୍ଟିନେସନରେ ପରିଣତ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ । ସେ କୁହନ୍ତି, ଦୀର୍ଘ ବେଳାଭୂମି, ସୁନ୍ଦର ପରିଷ୍କାର ପାଣିପାଗ ଏବଂ ଜଳକ୍ରୀଡା ଉପଯୋଗୀ ଉଷ୍ମଜଳରେ ଭରା ଓଡିଶାରେ ଗୋଆ, ହେଭଲକ୍ ଏବଂ ନେଲିସ ଲ୍ୟାଣ୍ଡ ପରି ଜଳକ୍ରୀଡା ଓ ଆଡଭେନଚରସ୍ ୱାଟର ଗେମ ପାଇଁ ସବୁକିଛି ଭରିରହିଛ । ଏଥି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଗଲେ ଏହା ବିଶ୍ୱର ଏକ ବିରଳ ଦୁଃସାହସିକ ଜଳକ୍ରୀଡା ଲକ୍ଷ୍ୟସ୍ଥଳ ହୋଇପାରିବ ।

image


ଦୀର୍ଘ ୨୧ ବର୍ଷ ବିଦେଶରେ ରହିଆସିଥିବା ସବୀର କୁହନ୍ତି ସେ ଜଣେ ସଫଳ ମିମିକ୍ରି କଳାକାର ଭାବେ ଓଡିଶାରେ ସୁପରିଚିତ ଥିଲେ । ତେଣୁ ଥରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଧେଶକକ ଶ୍ରୀକାନ୍ତ ଗୌତମ ତାଙ୍କୁ ଟି ସିରିଜର ଏକ ଓଡିଆ ମିମିକ୍ରି କ୍ୟାସେଟର ରେକଡିଂ ପାଇଁ ମୁମ୍ବାଇକୁ ନିମନ୍ତ୍ରତ କଲେ । ସେଠାରେ ରେକଡିଂ ସମୟରେ ତାଙ୍କର ସରଗମ ଆର୍ଟ ଫାଉଣ୍ଡେସନ ସହ ପରିଚିତ ହେଲା ଏବଂ ଏହି ଗ୍ରୁପ ତାଙ୍କୁ ସାଥିରେ ୟୁକେକୁ ନେଇଯାଇଥିଲେ । ୟୁକେରେ ରହିବା ଭିତରେ ଜଣେ ଅବସରପ୍ରାପ୍ତ ନେଭି ସିଲ ଜନ ଭିରଏଙ୍କ ନିକଟରୁ ସେ ସ୍କୁବା ଡାଇଭିଙ୍ଗ ଶିଖିଲି ।

"୧୯୯୮ ମସିହାରେ ମୁଁ ମୋର ପ୍ରଥମ ଓପନ ୱାଟର ଲାଇସେନ୍ସ ପାଇଲି । ଏହାର ୨୨ ଦିନପରେ ମୋର ପରବର୍ତ୍ତି ଶୋ ଦୁବାଇରେ ଥିଲା । ସେଠାରେ ଏକ ଡାଇଭ ଟ୍ରିପ ସମୟରେ ମୁଁ ପ୍ରିନ୍ସ ସୁଲତାନ ବିନ ସଲମାନଙ୍କ ସମ୍ପର୍କରେ ଆସିଲି । ମୁଁ ଜଳ ଭିତରର ଦୁନିଆକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିଲି ତେଣୁ ମୁଁ ତାଙ୍କର କଥା ଗ୍ରହଣ କଲି ଓ ତାଙ୍କ ପାଇଁ କାର୍ଯ୍ୟ କଲି । ସେବେଠୁ ଆଜି ଯାଏ ପଛକୁ ଫେରିନାହିଁ ।"
image


ଏହି ଆନ୍ତର୍ଜ୍ଜତୀୟ ଖ୍ୟାତିସମ୍ପନ୍ନ ସ୍କୁବା ଡିଭର ଲିମକା ବୁକ ଅଫ ରେକର୍ଡ୍ସରେ ମଧ୍ୟ ସ୍ଥାନିତ ହୋଇଛନ୍ତି । ଏ ନେଇ କୁହନ୍ତି, ମୁଁ ମିଡିଲ ଇଷ୍ଟରେ ରହିବା ସମୟରେ ମୋର ପ୍ରଥମ ଅଣ୍ଡର ୱାଟର ଭିଡିଓ ଆଲବମ କରିଥିଲି । ଗୀତଟି ପ୍ରଥମଥର ପାଇଁ ସମ୍ମାନଜନକ ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନୀତ ହେଲା । ଏଥି ସହିତ ମୁଁ ମଧ୍ୟ ରାୟପୁରରେ ସାହାରା ସମୟ ଦ୍ୱାରା ସ୍ପନସର କରାଯାଇଥିବା ଅଣ୍ଡର ୱାଟର ସ୍ୱାଧୀନତା ଦିବସ ପାଳନ ପାଇଁ ଲିମକା ବୁକରେ ସ୍ଥାନ ପାଇବାର ସୁଯୋଗ ପାଇଲି ।

ସବୀରଙ୍କର ଏହି ଯାତ୍ରା ଯେତେ ସହଜ ମନେ ହେଉଛି ସେତେ ସହଜ ନଥିଲା । ଏଥିପାଇଁ ତାଙ୍କୁ ଅନେକ ସଙ୍ଘର୍ଷ କରିବାକୁ ପଡିଛି । ସ୍କୁବା ଡାଇଭିଙ୍ଗ କ୍ଷେତ୍ରରେ ସେ ଓଡିଶାରେ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଓଡିଶା ସରକାରଙ୍କ ଠାରୁ ସେ କଣ ଆଶା କରୁଛନ୍ତି ପ୍ରଶ୍ନରେ ସେ କୁହନ୍ତି ଆଜିର ଦିନରେ ମୋର ନିଶା ପେଷାରେ ପରିଣତ ହୋଇଯାଇଛି । କିନ୍ତୁ ବିଶ୍ୱର ଅନ୍ୟ ଦେଶରେ ସ୍କୁବା ଡିଭରମାନେ ଉଚ୍ଚ ଅର୍ଥରେ ନିୟୋଜିତ ହେଉଥିବା ବେଳେ ମୋତେ ଖୁବ କମ ପାରିଶ୍ରମିକ ମିଳୁଛି । ଏବଂ ଏହା କେବଳ ଏଥି ପାଇଁ ଯେ ମୁଁ ଓଡିଶାରେ ଅଛି । ତଥାପି ମୁଁ ଓଡିଶାକୁ ଏକ ଆନ୍ତର୍ଜ୍ଜାତୀୟ ସ୍କୁବା ଡିଭିଂ ଲକ୍ଷ୍ୟସ୍ଥଳରେ ପରିଣତ କରିବାକୁ ସଂକଳ୍ପ ନେଇଛି ଓ ସେଥିପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ପ୍ରତିବର୍ଷ ସ୍କୁବା କ୍ୟାମ୍ପ କରିବାକୁ ମୋତେ କ୍ରୀଡା ବିଭାଗରୁ ସହଯୋଗ ମିଳୁଛି । ପର୍ଯ୍ୟଟନ ବିଭାଗ ତରଫରୁ ଯଦି ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଆନ୍ତା ତେବେ ଏଥିରୁ ଆମ ରାଜ୍ୟ ପାଇଁ ବହୁ ପରିମାଣର ରାଜସ୍ୱ ଆଦାୟ କରାଯାଇ ପାରନ୍ତା ।

ସରକରୀ ସାହାଯ୍ୟ ଓ ପ୍ରୋତ୍ସାହନ ତ ଅନ୍ୟ କଥା କିନ୍ତୁ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଦିନେ ନା ଦିନେ ରାଜ୍ୟ ପାଇଁ ନିହାତି ଭାବରେ ଏକ ସୁଯୋଗ ଆଣି ଦେବ ଏଥିରେ ଦ୍ୱିମତ ହେବାର ନାହିଁ । ସେ ରାମଚଣ୍ଡୀ ମୁହାଣରେ ୨୦୧୨ରୁ ଏକ ଜଳ କ୍ରୀଡା ଫାସିଲିଟି କେନ୍ଦ୍ର ଖୋଲି ଚଳାଉଛନ୍ତି ଓ ଏହା ଖୁବ ଭଲଚାଲୁଛି । ରାଜ୍ୟର ଯୁବବର୍ଗ ବି ଏବେ ଜଳକ୍ରୀଡା ପ୍ରତି ଆଗ୍ରହୀ ହେବାରେ ଲାଗିଛନ୍ତି ଓ ତାଙ୍କ ସହିତ କାର୍ଯ୍ୟ କରୁଛନ୍ତି ବୋଲି ସେ କୁହନ୍ତି ।

ତାଙ୍କର ସ୍ୱପ୍ନ ପୂରଣ ହେବା ହୁଏତ ଡେରି ହୋଇପାରେ କିନ୍ତୁ ଅପୂର୍ଣ୍ଣ ରହିବ ନାହିଁ । ସେ ଏକାଧାରରେ ଜଣେ ଗାୟକ, ଷ୍ଟାଣ୍ଡ ଅପ କମେଡିଆନ, ମିମିକ୍ରି କଳାକାର, ସଙ୍ଗୀତଜ୍ଞ, ଚିତ୍ରଶିଳ୍ପୀ ଓ ମାର୍ଟିଆଲ ଆର୍ଟରେ ବ୍ଲାକ ବେଲ୍ଟ ପାଇଥିବା ବ୍ୟକ୍ତିତ୍ୱ ।

image