WADI ପେଟ୍ ବୋତଲ କରେ ମଇଳା ପାଣିକୁ ପିଇବା ଯୋଗ୍ୟ

WADI ପେଟ୍ ବୋତଲ କରେ ମଇଳା ପାଣିକୁ ପିଇବା ଯୋଗ୍ୟ

Tuesday December 01, 2015,

3 min Read

ଗୋଟେ ବୋତଲରେ ଦୂଷିତ ପାଣି ନିଅନ୍ତୁ। ଏହାକୁ ଖରାରେ କିଛି ସମୟ ରଖନ୍ତୁ। ବର୍ତ୍ତମାନ ଏହା ପିଇବା ନିମନ୍ତେ ଯୋଗ୍ୟ ଅଟେ। ବିଶ୍ଵାସ ହେଉନି ନା? 

କିନ୍ତୁ ଏହା କୌଣସି ଚମତ୍କାର ନୁହେଁ ବରଂ ବିଜ୍ଞାନ ଅଟେ। ଏହା ଏକ ନୂତନ ବୈଜ୍ଞାନିକ ପଦ୍ଧତି ସୋଡିସ ପ୍ରଣାଳୀ ଦ୍ଵାରା ଦୂଷିତ ପାଣିକୁ ପୁଣି ପିଇବା ଉପଯୋଗୀ କରାଯାଇପାରୁଛି। ଏଥିରେ ସୁର୍ଯ୍ୟର ଅତି ବାଇଗଣୀ ରଶ୍ମି ସାହାଯ୍ୟରେ ଜଳରୁ ବ୍ୟାକ୍ଟେରିଆ,ଭାଇରସ ଆଦି ବିଶୋଧନ କରାଯାଉଛି। ଏଥିରେ ନା ପାଣିକୁ ଫୁଟେଇବା ଅବଶ୍ୟକ ହେଉଛି ନା କୌଣସି ବ୍ୟାଟେରୀ ସାହାଯ୍ୟରେ ବିଶୋଧନ ହୋଉଛି ଓ ଏହା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ, ରେଡକ୍ରସ ଓ ୟୁନିସେଫ୍ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଅଟେ। ଏହାର ବ୍ୟବହାର ଯଦିଓ ଅନେକ ସମୟରୁ ପ୍ରଚଳିତ କିନ୍ତୁ ସାଧାରଣ ଲୋକ ଏହି ପ୍ରଣାଳୀରେ କିପରି ଓ କେତେ ସମୟରେ ଏହି ପାଣିକୁ ଜୀବାଣୁମୁକ୍ତ କରାହୁଏ ଜାଣନ୍ତି ନାହିଁ, ତେଣୁ ଅଷ୍ଟ୍ରେଲିଆସ୍ଥିତ ହେଲିଓ ନାମକ ଏକ ସଂସ୍ଥା ଏହାକୁ ସର୍ବସାଧାରଣ ମାନଙ୍କ ନିମନ୍ତେ ବ୍ୟାପକ କରିବାକୁ ଆଗେଇ ଆସିଲା। ଏହା WADI (water disinfection)ପ୍ରଣାଳୀର ସାହାଯ୍ୟରେ ଏହି କାର୍ଯ୍ୟ ଆରମ୍ଭ କଲା।

image


ବର୍ତ୍ତମାନ ଏହା ଭାରତ ଓ ଆଫ୍ରିକାରେ ଏହାର ପାଇଲଟ୍ ପ୍ରୋଜେକ୍ଟ ସରିବାପରେ ଏହାର ସ୍ଵାସ୍ଥ୍ୟ ଉପରେ ପ୍ରଭାବକୁ ନେଇ ଏକ ପୂର୍ଣ୍ଣକାଳୀନ ରିପୋର୍ଟ୍ ପ୍ରସ୍ତୁତ କରୁଛି ଯାହା ଜଳବାହିତ ରୋଗ ୫୦% ପର୍ଯ୍ୟନ୍ତ କମ କରୁଛି। ଏହା ମଧ୍ୟ ଏକ ବ୍ୟବସାୟ ମଡେଲ୍ ଉପରେ କାମ କରୁଛି ଯାହା ଜଳ ବିଶୋଧନ କିଓସ୍କ୍ ଭାବେ କାମ କରିବାସହ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବ।

ଆମ ଦେଶରେ ପାଖାପାଖି ୪ କୋଟି ଲୋକ ଜଳବାହିତ ରୋଗ ଦ୍ଵାରା ଅକ୍ରାନ୍ତ, ସେ ମଧ୍ୟରୁ ୧୫ ଲକ୍ଷ ଶିଶୁ ବର୍ଷକୁ ଡାଇରିଆରେ ପୀଡିତ ହୋଇ ମୃତ୍ୟୁବରଣ କରନ୍ତି। ଏହାଦ୍ଵାରା ୭ କୋଟି କାର୍ଯ୍ୟଦିବସ ନଷ୍ଟ ହୁଏ। ଦେଶର ଅର୍ଥନୀତି ଉପରେ ଏହା ୬୦୦ ମିଲିଅନ ଡଲାର ର ଆର୍ଥିକ କ୍ଷତି କରେ। ଆମେ WADI ଦ୍ଵାରା ଭାରତର ଏହି ଆର୍ଥିକ କ୍ଷତିକୁ ଅନେକ ପରିମାଣରେ ଭରିବାକୁ ସକ୍ଷମ ହେବୁ ବୋଲି କହନ୍ତି ଏହାର ପ୍ରତିଷ୍ଠାତା ମାର୍ଟିନ୍ ଏସିଆନ।

ଏହି ଷ୍ଟଡି ପାଇଁ ହେଲିଓ ୧,୩୫,୦୦୦ ଡଲାର କ୍ରାଉଡ୍ ଫଣ୍ଡିଂଗ୍ ବା ସର୍ବସାଧାରଣଙ୍କ ଠାରୁ ଅର୍ଥ ମାଧ୍ୟମରେ ଜୁଟେଇବାକୁ ଯୋଜନା କରିଛି। ଗତ ୧୯ ଅକ୍ଟୋବରରେ ଏହା ପ୍ରାୟ ୧୨,୩୦୦ ଡଲାର୍ ଅର୍ଥ ଯୋଗାଡ କରିଛି। ଏଥି ପାଇଁ ଜଣେ ବ୍ୟକ୍ତିକୁ ୬.୭୭ ଡଲାର୍ ଅର୍ଥ ପ୍ରଦାନ କରିବାକୁ ପଡିବ। ଏହା ଦେଇ ସାରିବା ପରେ ଦାତା ତାଙ୍କ ଇମେଲ ରେ ଏକ ବାର୍ତ୍ତା ପାଇବେ, ଯାହାଦ୍ଵାରା ହେଲିଓର ବ୍ଲଗ୍ କୁ ମଧ୍ୟ ଦାତା ପଢି ପାରିବେ। ଯିଏ ୧୩,୪୦୦ ଡଲାର୍ ଦାନ କରିବେ ସେ କମ୍ପାନୀର ଓଡିଶାରେ ହେଉଥିବା ଷ୍ଟଡିରେ ଦୁଇ ସପ୍ତାହ ପାଇଁ ଭାଗ ନେଇପାରିବେ। ବାକି ୯୪୦୦୦ ଡଲାର୍ ହେଲିଓ ନିଜେ ଖର୍ଚ୍ଚ କରିବ।

image


ଏହା ଓଡିଶାରେ ଆସନ୍ତା ବର୍ଷ ମାର୍ଚ୍ଚରେ ଆରମ୍ଭ ହେବ ଓ ଏଥିରେ ମହାରାଜ କୃଷ୍ନଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ଓ ସମ୍ଭବ ନାମକ ସ୍ଵେଛାସେବୀ ସଂସ୍ଥା ସାହାଯ୍ୟରେ କାମ କରିବ।

ଏହା ଏବେ ଭାରତରେ ଏହି wadi ସାହାଯ୍ୟରେ ଶସ୍ତା ପାନୀୟଜଳ ଯୋଗାଣ p ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ କରୁଛି ଯେପରି ଏହା ସବୁ ଜାଗାରେ ସୁବିଧାରେ ମିଳିପାରିବ। ଏହା ବର୍ତ୍ତମାନ ହାତ ତିଆରି ବ୍ୟବସ୍ଥାରେ କାମ କରୁଛି ଯାହାପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଆଗକୁ ଆମେ ଏହାକୁ ମେସିନ୍ ସାହାଯ୍ୟରେ ତିଆରି କରିବାର ଲକ୍ଷ୍ୟ ରଖିଛୁ ଯାହା ଫଳରେ ଏହାର ଦାମ୍ ୬୦୦ ଟଙ୍କାକୁ କମାଇପାରିବୁ ବୋଲି ଗେରାଲଡ଼ ଏଜିନ୍ଗାର୍ କହନ୍ତି ଯିଏ ଏହାର ବ୍ୟବସାୟିକ ଦିଗକୁ ଦେଖନ୍ତି।

WADIର କୌଣସି ରକ୍ଷଣାବେକ୍ଷଣ ଖର୍ଚ୍ଚ ନାହିଁ। ଏହା ୨ ବର୍ଷ ପରେ କାମ କରିବା ଆପେ ଆପେ ବନ୍ଦ କରିଦିଏ ଯାହାପରେ ହେଲିଓ ମାଗଣାରେ ଆଉ ଗୋଟେ ଯୋଗାଇଦେବ।

ଏହା ମଧ୍ୟ ଆଗାମୀଦିନରେ ଏହାକୁ ଭାରତରେ ତିଆରି କରିବାକୁ ଲକ୍ଷ୍ୟ ରଖିଛି ଯାହାଫଳରେ ଏହା ଉତ୍ପାଦନ ଖର୍ଚ୍ଚ ଆହୁରି କମ ହେଇପାରିବ ଓ ତାହା ଅଧିକ ଶସ୍ତାରେ ଲୋକମାନେ ପାଇପାରିବେ। ବର୍ତ୍ତମାନ ସେମାନେ ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରୁ ଅନେକ ବ୍ୟବସାୟ ସମ୍ପର୍କିତ ବାର୍ତ୍ତା ପାଇଲେଣି ବୋଲି କହନ୍ତି ଜେରାଲ୍ଡ ଏଜିନ୍ଗାର୍।

ମୂଳ ଲେଖା - ନେଲସନ ବିନୋଦ ମୋଜେସ

ଭାଷାନ୍ତର - ପାର୍ଥସାରଥି ମହାନ୍ତି