ସଚ୍ଚୋଟତାର ପରିଣାମ ରୂପେ ପୂର୍ବତନ ବିଧାୟକ ଆଜି ରହୁଛନ୍ତି ଫୁଟପାଥରେ

ସଚ୍ଚୋଟତାର ପରିଣାମ ରୂପେ ପୂର୍ବତନ ବିଧାୟକ ଆଜି ରହୁଛନ୍ତି ଫୁଟପାଥରେ

Monday June 27, 2016,

2 min Read

Image : <a href=

Image :

Metro Vaarthaa12bc34de56fgmedium"/>

ଦିନ ଥିଲା ଶିଙ୍ଗାରା ରାମ ଶାହୁଙ୍ଗ୍ରା ବହୁଜନ ସମାଜବାଦୀ ପାର୍ଟିର ବିଧାନକର୍ତ୍ତା ଥିଲେ। ମାତ୍ର ଏବେ ନିଜ ପରିବାର ସହ ପଞ୍ଜାବର ଗଡ଼ଶଙ୍କର ବୋଲି ଏକ ଛୋଟ ଟାଉନର ଫୁଟପାଥକୁ ନିଜ ଘର କରିଛନ୍ତି। ଉପଯୁକ୍ତ ଘରଟିଏ ଭଡ଼ାରେ ମିଳିବା ପର୍ଯ୍ୟନ୍ତ ଶାହୁଙ୍ଗ୍ରା ଓ ତାଙ୍କ ପୁଅ ବର୍ଷାର ପ୍ରକୋପରୁ ନିଜ ପରିବାରକୁ ବଞ୍ଚାଇବା ପାଇଁ ତାର୍ପୋଲିନ ଖୋଜିବାରେ ଲାଗିଛନ୍ତି। ରାସ୍ତା କଡରେ ତାଙ୍କ ସ୍ତ୍ରୀ ରୋଷେଇ କରୁଛନ୍ତି, ଘରର ଜିନିଷପତ୍ର ରାସ୍ତା ଉପରେ ଏଣେତେଣେ ବିଛାଡି ହେଇ ପଡିରହିଛି ଓ ପଡୋଶୀଙ୍କ ଦୟାରୁ ତାଙ୍କ ଘରେ ବାଥରୁମ ବ୍ୟବହାର କରୁଛନ୍ତି।

“ଆଜି ଏ ଦିନ ଦେଖିବାକୁ ପଡୁଛି କାରଣ ମୁଁ ଭ୍ରଷ୍ଟାଚାର ଠାରୁ ଦୂରରେ ରହିବାର ନିଷ୍ପତ୍ତି ନେଇଥିଲି”, ସେ ଟାଇମସ ଅଫ ଇଣ୍ଡିଆକୁ କହିଛନ୍ତି।

The Huffington Postର ଏକ ରିପୋର୍ଟ ଅନୁସାରେ ଶାହୁଙ୍ଗ୍ରା ନିଜେ ଅନୁସୂଚିତ ଜାତିର ହେଇଥିବା ସତ୍ତ୍ୱେ ସାଧାରଣ ବର୍ଗରୁ ନିର୍ବାଚନ ଲଢି ୧୯୯୨ ଓ ୧୯୯୭ରେ ଗଡଶଙ୍କରର ଆସନ ଜିତିଥିଲେ।

“ବହୁଜନ ସମାଜବାଦୀ ପାର୍ଟିରୁ ମୋତେ ବାହାର କରିଦିଆ ହେଇଥିଲା କାରଣ ସେମାନେ କାଂଶୀରାମଙ୍କ ଅନ୍ତିମ ସମୟରେ ତାଙ୍କ ପରିବାରକୁ ଖୋଜୁଥିବା ବେଳେ ମୁଁ କାଂଶୀରାମଙ୍କ ପରିବାରର ସମର୍ଥନ କରୁଥିଲି,” ସେ କହନ୍ତି।

ସେ ବିଧାୟକ ଥିବା ସମୟରେ ନିଜ ପାଇଁ ଘର ଖଣ୍ଡେ ତୋଳିବା ବିଷୟରେ ବିଲକୁଲ ଚିନ୍ତା କରିନଥିଲେ। ବର୍ତ୍ତମାନ ତାଙ୍କର ବିଧାୟକ ପେନସନ ଯାହାକି ମାତ୍ର ୨୦,୦୦୦ ଟଙ୍କା, ସେତିକି ମଧ୍ୟରେ ଏକ ଭଡ଼ାଘର ଖୋଜିବାର ପ୍ରୟାସ କରୁଛନ୍ତି। ବେଆଇନ ଭାବେ ଜଳସେଚନ ବିଭାଗର ଏକ ଘରେ ରହୁଥିଲେ ବୋଲି ରାଜ୍ୟ ସରକାର ତାଙ୍କୁ ସେ ଘରୁ ବିତାଡିତ କରିଦେଲେ।

“ମୁ କାଂଶୀରାମଙ୍କର ଦଳିତ ମାନଙ୍କୁ ସଶକ୍ତ କରିବାର ସ୍ଵପ୍ନକୁ ସାକାର କରିବାରେ ସହଯୋଗ କରିବା ପାଇଁ ରାଜନୀତିରେ ପ୍ରବେଶ କରିଥିଲି। ମୋର ବିଧାୟକ ଭାବେ ଥିବାର ଦୁଇଟି ପର୍ଯ୍ୟାୟରେ ମୁ କେବେ ନିଜ ପାଇଁ ପଇସା କମେଇବା ପାଇଁ ଚେଷ୍ଟା କରିନାହିଁ। ବିଧାୟକ ଥିବା ସମୟରେ ମିଳୁଥିବା ଦରମା ଟଙ୍କାରେ ଘର ଖଣ୍ଡେ ତୋଳିବା ଅସମ୍ଭବ ଥିଲା ଏବଂ ବର୍ତ୍ତମାନ ପେନସନ ଟଙ୍କାରେ ଚଳୁଛି। ନିଜର ବ୍ୟବସାୟ ଆରମ୍ଭ କରିବା ବିଷୟରେ କେବେ ଚିନ୍ତା କରିନାହିଁ, “ ସେ କୁହନ୍ତି।