ଆସିଲା ମୋବାଇଲ୍ ଆପ 'ସୁବିଧା': ଓଡ଼ିଶାରେ ଏବେ ମୋବାଇଲରେ କିଣି ହେବ ସିମେଂଟ

ଆସିଲା ମୋବାଇଲ୍ ଆପ 'ସୁବିଧା': ଓଡ଼ିଶାରେ ଏବେ ମୋବାଇଲରେ କିଣି ହେବ ସିମେଂଟ

Thursday April 21, 2016,

2 min Read

ଘର କରୁଥିବା ଲୋକ ଜାଣିଥିବେ ଯେ ଭଲ ସିମେଣ୍ଟ ପାଇବାକୁ ହେଲେ କେତେ କସରତ କରିବାକୁ ପଡ଼େ । ଦୋକାନରୁ ଘରକୁ ସିମେଣ୍ଟ ଆଣିବା ତାହାକୁ ସାଇତି ରଖିବା ଏକ କଷ୍ଟକର ବ୍ୟାପାର । ବିଶେଷ କରି ଗାଁରେ ବାସ କରୁଥିବା ଲୋକମାନେ ଘର କରିବା ବେଳେ ସିମେଣ୍ଟ କିଣିବାକୁ ନେଇ ଅସୁବିଧା ସାମ୍ନା କରୁଛନ୍ତି । ସିମେଣ୍ଟ କାରଖାନା ପାଖାପାଖି ଥିବା ଅଂଚଳଗୁଡ଼ିକରେ ରହୁଥିବା ଡିଲରମାନେ ଷ୍ଟକ ଶେଷ ହୋଇଗଲେ ସହଜରେ ନୂଆ ଷ୍ଟକ୍ ପାଇ ପାରନ୍ତି । କିନ୍ତୁ ଦୂରଦୂରାନ୍ତରେ ରହୁଥିବା ଡିଲର ଙ୍କୁ ଆଗୁଆ ବରାଦ ଦେବାକୁ ପଡେ । ଏବେ କିନ୍ତୁ ସେହି କାର୍ଯ୍ୟ ବେଶ ସହଜ ହୋଇଯିବ । ଇଂଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ଟିଏ ଯୋଗେ ଏବେ ଘରେ ବସି ସିମେଣ୍ଟ ବରାଦ ଦେଇ ହେବ । ସେଥିପାଇଁ କେବଳ ଏକ ମୋବାଇଲ୍ ଆପ୍ ଡାଉନଲୋଡ କରିବାକୁ ହେବ ।

ଦେଶର ଅଗ୍ରଣୀ ସିମେଂଟ୍ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ସିମେଂଟ୍ ଭାରତ ଲିମିଟେଡ ଏହାର ଡିଲର୍ସ ସେବାକୁ ଆଉ ଏକ ପାଦ ଆଗେଇ ନେଇ ଆଣ୍ଡ୍ରଏଡ୍ ଭିତ୍ତିକ ସୁବିଧା ଆପ୍ଲିକେସନର ଶୁଭାରମ୍ଭ ଆଜି କରିଛି । ଏଣିକି ଡିଲର୍ ମାନେ ନିଜର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟିଫୋନ ଜରିଆରେ କେବଳ ଯେ ସିମେଣ୍ଟ ଅର୍ଡର ବୁକ୍ କରିବେନି, ଅପରନ୍ତୁ ସିମେଣ୍ଟ ବିତରଣର ସ୍ଥିତି ଅନଲାଇନରେ ଦେଖିପାରିବେ ଅଥବା ବିତରଣରେ ବିଳମ୍ବ ବା ବିଲିଂରେ ତ୍ରୂଟି କିମ୍ବା ଅନ୍ୟ ବାଣିଜ୍ୟିକ କାରବାର ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ମଧ୍ୟ ରିପୋର୍ଟ କରିପାରିବେ ।

image


ସୁବିଧା ଆପ୍ଲିକେସନକୁ ଆଣ୍ଡ୍ରଏଡ ଭିତ୍ତିକ ଯେକୌଣସି ମୋବାଇଲ ଫୋନରେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ସ୍ୱତନ୍ତ୍ର ଭାବେ କୋଣାର୍କ ଡିଲରମାନଙ୍କ ନିମନ୍ତେ ଅନେକ ବ୍ୟବହାର ଉପଯୋଗୀ ବ୍ୟବସ୍ଥାମାନ ରହିଛି ।

ଓଡିଶା ଜୋନାଲ ବିଜନେସ ହେଡ ଅବିନାଶ ମିଶ୍ର ଏହି ଅବସରରେ କହିଛନ୍ତି,

ଏହି ବ୍ୟବସ୍ଥାର ଶୁଭାରମ୍ଭ ଦ୍ୱାରା ଅର୍ଡର ବୁକିଂ ପ୍ରକ୍ରିୟାର ୨ରୁ ୩ଟି ସୋପାନ ହ୍ରାସ ପାଇବ ଏବଂ ପ୍ରକାରାନ୍ତରେ ଡିିଲର୍ କାଉଣ୍ଟରରେ ଗ୍ରାହକମାନଙ୍କ ନିମନ୍ତେ ଉତ୍ପାଦ ତ୍ୱରିତ ଭାବେ ଉପଲବ୍ଧ ହେବ । କାଗଜର ଉପଯୋଗ ହ୍ରାସ ହେତୁ ପ୍ରକୃତି ସୁରକ୍ଷା ଦିଗରେ ଆମର ବଚନବଦ୍ଧତାକୁ ସାକାର କରିପାରିବ । ଏହା ମଧ୍ୟ ଡିଜିଟାଲାଇଜେସନ ଦିଗରେ ଆଉ ଏକ ପାଦ ଆମକୁ ଆଗେଇ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟିର ଧାରଣାକୁ ସାକାର କରିବାରେ ସହାୟକ ହେବ ।

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସୋନୁ କମର୍ସିଆଲ, ସଞ୍ଜୟ କୁମାର ବିଜୟ କୁମାର, ପ୍ରଧାନ ଏଣ୍ଟରପ୍ରାଇଜେସ, ଶ୍ରୀ ଲକ୍ଷ୍ମୀ ହାଉସ, ମହାବୀର ଏଜେନ୍ସି ଆଦି ଡିଲରମାନଙ୍କ ନିମନ୍ତେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ସମସ୍ତ କୋଣାର୍କ ସିମେଂଟ୍ ଡିଲର୍ସମାନଙ୍କୁ ଏହି ସେବାର ଅନ୍ତର୍ଭୁକ୍ତ କରାଯିବ । କଂପାନୀର ଏହି ଉଦ୍ୟମକୁ ଡିଲର୍ସମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।