ଘର ଭିତର ଉଦ୍ୟାନ ଜରିଆରେ ବାୟୁ ପ୍ରଦୂଷଣ ଲଢୁଛି ବାୟୋଟେକ ଉଦ୍ୟୋଗ Eco Works

ଘର ଭିତର ଉଦ୍ୟାନ ଜରିଆରେ ବାୟୁ ପ୍ରଦୂଷଣ ଲଢୁଛି ବାୟୋଟେକ ଉଦ୍ୟୋଗ Eco Works

Friday October 16, 2015,

4 min Read

ଦ୍ରୁତ ଗତିରେ ବଢିଚାଲୁଥିବା ପ୍ରଦୂଷଣ, ବର୍ଦ୍ଧିଷ୍ଣୁ ଅଙ୍ଗାରକାମ୍ଳ ଓ ଦିନକୁ ଦିନ କମିଯାଉଥିବା ସବୁଜିମା ସହ ଅନେକ ସହରରେ ଘର ଭିତର ଉଦ୍ୟାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଆବଶ୍ୟକତା ହୋଇଗଲାଣି। କିନ୍ତୁ ଏହି ଉଦ୍ୟାନ ଗୁଡିକୁ ସମ୍ଭାଳିବା ଖୁବ କାଠିକର ପାଠ। ମାଟିର ଉର୍ବରତା ବନେଇ ରଖିବା, ପର୍ଯ୍ୟାପ୍ତ ସୂର୍ଯାଲୋକ ଓ ନିୟମିତ ପଣି ଦେବା ଇତ୍ୟାଦି ସହରିଆ ଜୀବନରେ କଷ୍ଟକର ହୋଇଥାଏ।

ଏହି ଅସୁବିଧା ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ସମାଧାନ କରିବାକୁ ଆଗେଇଆସିଛି Eco Works, ବାଙ୍ଗାଲୋରର ଏକ ବାୟୋଟେକ ଉଦ୍ୟୋଗ।ଏହି କମ୍ପାନୀ ତିଆରି କରୁଛି ଏକ ଗନ୍ଧହୀନ, ଶୋଷକ ପଲିମର ଜେଲ ଯାହାକି ଏକ ସ୍ପଞ୍ଜ ଭଳି କାମ ଦିଏ।ଏହି ଜେଲ ଆବଶ୍ୟକୀୟ ପୋଷାକ ତତ୍ଵ ଓ ଜଳ ଧରି ରଖିଥାଏ।

image


Eco Wonder gel ଏକ ଅଭୂତପୂର୍ବ ଉତ୍ପାଦ ଯାହାକି ଘର ଭିତର ଉଦ୍ୟାନକୁ ବନେଇ ରଖିବା ସହ ଦେଖିବାକୁ ମଧ୍ୟ ଅତ୍ୟନ୍ତ ଆକର୍ଷକ ଅଟେ। ଏହି ଜେଲଟି ଉଦ୍ୟାନ ଗଢିବାକୁ ସହଜ କରିବା ଛଡା ଘର ଭିତର ଉଦ୍ୟାନକୁ ଘରର ସାଜସଜ୍ଜାର ଏକ ମୁଖ୍ୟ ଅଂଶ ମଧ୍ୟ ବନେଇବାରେ ସାହାଯ୍ୟ କରୁଛି।

NASA ତରଫରୁ ଆପଣଙ୍କ ଘରକୁ ଏକ ତାଜା ପବନର ପ୍ରବାହ

ଇସ୍ରାଏଲର Tel Aviv ଇଉନିଭର୍ସିଟି ଦ୍ଵାରା କରାଯାଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ ୨୦୦୨ ରୁ ୨୦୧୦ ଭିତରେ ବାଙ୍ଗାଲୋରର ବାୟୁ ପ୍ରଦୂଷଣ ୩୪% ବଢିଯାଇଛି।ବର୍ତ୍ତମାନ ବାଙ୍ଗାଲୋରର ୧୦% ବଡ ଓ ୫୦% ଶିଶୁ ମାନେ ବାୟୁ ପ୍ରଦୂଷଣ ଯୋଗୁ ହେଉଥିବା ରୋଗର ଶିକାର।ଅନ୍ୟ ସହର ମାନଙ୍କର ମଧ୍ୟ ସମାନ କାହାଣୀ।ସହର ମାନଙ୍କରେ ସବୁଜିମା କମିଯାଉଥିବା ହେଉଛି ଏହାର ମୁଖ୍ୟ କାରଣ।

ଏହି ସମସ୍ୟାର ଏକ ଜୈବ ସମାଧାନ ଆସିଛି the United States National Aeronautics and Space Administration (NASA) ଠାରୁ। ମହାକାଶକୁ ଏକ ମହାକାଶଯାନ ପଠାଇବା ସମ୍ପର୍କିତ ଗବେଷଣା କଲା ବେଳେ ସେମାନେ ଦେଖିଲେ ଯେ ଆଭ୍ୟନ୍ତରୀଣ ପ୍ରଦୂଷଣକୁ ଘର ଭିତର ଉଦ୍ୟାନ ମୁକାବିଲା କରିପାରୁଛି।

ଏହି ଆଭିମୁଖ୍ୟଟି ସଂପୂର୍ଣ୍ଣ ବିଶ୍ଵରେ ହେଉଥିବା ବାୟୁ ପ୍ରଦୂଷଙ୍କୁ ରୋକିବାରେ ସମର୍ଥ ହେବ। NASA ଷ୍ଟେନ୍ନିସ ସ୍ପେସ ସେନ୍ଟର, ମିସିସିପି ଠାରେ Biohome ନାମକ ଏକ ଅନୁଷ୍ଠାନ କରିଛି ଯାହାକି କେବଳ ଘର ଭିତର ଉଦ୍ୟାନ କିପରି ବାୟୁ ପ୍ରଦୂଷଣ ରୋକିପାରିବ, ତାକୁ ନେଇ ଗବେଷଣା କରୁଛି।

NASAର ଏହି କାର୍ଯ୍ୟ ଦ୍ଵାରାପ୍ରେରିତ ହୋଇ Eco Works, ବାଙ୍ଗାଲୋରରେ ଥିବା ଏକ ବାୟୋଟେକ କମ୍ପାନୀ Eco Wonder Gel ନାମକ ଏକ ଉତ୍ପାଦ ତିଆରି କଲା, ଯାହାକି ଘର ଭିତରର ଉଦ୍ୟାନକୁ ବାୟୁ ପ୍ରଦୂଷଣ ରୋକିବାରେ ଏବଂ ଘର ଭିତରେ ତାଜା ପବନ ଆଣିବାରେ ସାହାଯ୍ୟ କରିବ। ଏହି କମ୍ପାନୀଟି ବାୟୋଟେକନୋଲଜି ବିଭାଗ, ଭାରତ ସରକାରଙ୍କ ଦ୍ଵାରା ଚିହ୍ନିତ ସହରରେ ଥିବା ଅଗ୍ରଣୀ ବାୟୋଟେକ ଲାବ, Vittal Mallya Scientific Research Foundation (VMSRF) ଭିତରେ କାମ କରୁଥିଲା।

ଏବେ ଆପଣ ମାସଟିଏ ପାଇଁ ମଧ୍ୟ ଆପଣଙ୍କ ଉଦ୍ୟାନରେ ପାଣି ଦେବା କଥା ଚିନ୍ତା ନକରି ଛୁଟି ରେ ଯାଇପାରିବେ

image


ଏହି ଜେଲ ଏକ କ୍ରସ ଲିଙ୍କ୍ଡ଼ ପଲିମର ଯାହାକି ଉଦ୍ଭିଦର ପୋଷକ ତତ୍ଵକୁ ନେଇ ତିଆରି କରାଯାଇଛି। ଏହାକୁ ସୁନ୍ଦର ଦେଖାଯିବା ପାଇଁ ରଙ୍ଗବିରଙ୍ଗୀ କରାଯାଇଛି। ଏଥିରେ Carbohydrates ଛଡା ଅନେକ ପୋଷକ ତତ୍ଵ ରହିଛି ଯାହାକି ଗଛ ଗୁଡିକୁ ଧୀରେ ଧୀରେ ଯାଇଥାଏ। ଘର ଭିତର ରହିପାରୁଥିବା ଅଳଙ୍କାରିକ ଗଛ ଯାହାକି କମ ପାଣି ଆବଶ୍ୟକ କରେ, ତାହା ଏହି ଜେଲ ନିମନ୍ତେ ଏକ ଆଦର୍ଶ ଯୋଡି।

ମୋଟାମୋଟି ଭାବେ Eco Wonder Gel ଘର ଭିତରର ଉଦ୍ୟାନର ରକ୍ଷଣାବେକ୍ଷଣ କୁ ଅନେକ ଭାବେ ସରଳ କରିଦେଇଥାଏ ଯାହା ଫଳରେ କି ଅଧିକରୁ ଅଧିକ ଲୋକ ଘର ଭିତରେ ଉଦ୍ୟାନ କରିବା ପାଇଁ ଆଗ୍ରହୀ ହେବେ।

ଆଜିକାଲି ଘର ଭିତରେ ଉଦ୍ୟାନ ଆମେ ଖୁବ କମ ଦେଖୁ, କାହିଁକିନା ଏହାର ରକ୍ଷଣାବେକ୍ଷଣ କରିବା କଷ୍ଟ ଏବଂ ବର୍ତ୍ତମାନର ବ୍ୟସ୍ତ ଜୀବନ ମଧ୍ୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ଏହି ଜେଲ ଘର ଭିତର ଉଦ୍ୟାନକୁ କରିଦେଇଥାଏ ଏକଦମ ସରଳ। ବାସ ମାସରେ ଥରେ ବା ଦୁଇ ଥର ପାଣି ଦିଅନ୍ତୁ। ତା’ଉପରେ ଏହା ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ, କୁହନ୍ତି Eco Works ର CEO ସମୀର ବାଧୱା।

ସମୀରଙ୍କ ହିସାବରେ Eco Worksର ଲକ୍ଷ୍ୟ ହେଲା ବାଙ୍ଗାଲୋରର ପ୍ରତ୍ୟେକ ଅଫିସ ଟେବଲ ଉପରେ ଏବଂ ଘର ମାନଙ୍କରେ ଏକ ଗଛ ରଖିବା ଏବଂ ଧୀରେ ଧୀରେ ଦେଶର ଅନ୍ୟାନ୍ୟ ସହର ଗୁଡିକୁ ସମ୍ପ୍ରସାରିତ କରିବା।ଏହା ଆଗକୁ ଯାଇ ଅଫିସ ଓ ଘର ଗୁଡିକୁ ସୁନ୍ଦର ଦେଖାଯିବା ସହ ବାୟୁ ପ୍ରଦୂଷଣର ମଧ୍ୟ ମୁକାବିଲା କରିବ। ସମୀର IIM ଅହମ୍ମଦାବାଦ ରୁ MBA କଲାପରେ ତାଙ୍କର ଆରାମଦାୟକ କର୍ପୋରେଟ ଚାକିରି ଛାଡି ଏହି ମହତ ଉଦ୍ଦେଶ୍ୟରେ ଲାଗିପଡିଛନ୍ତି।

image


ତାଙ୍କର କଳ୍ପନା ବିଷୟରେ ପଚାରିବାରୁ ଡାଃ ଅନିଲ କୁଶ, Eco Worksର ପଥପ୍ରଦର୍ଶକ କୁହନ୍ତି, “ଏହି ଜେଲଟି ବାୟୁ ବିଶୁଦ୍ଧିକରଣ ମାମଲାରେ ଏକ ନିଆରା ଜିନିଷ।ଏହା ଜଳ ପରି ମୁଲ୍ୟବାନ ଜିନିଷର ଉଚିତ ପରିମାଣରେ ବ୍ୟବହାର ମଧ୍ୟ ଶିଖାଏ। ଉଦ୍ଭିଦର ପୋଷକ ତତ୍ଵ ମିଶାଇବା ଫଳରେ ଏହା ସହର ପରିବେଶକୁ ସୁହାଇଥାଏ।ଚିରାଚରିତ ମାଟି ଆଉ ସାର ଦେବା ପଦ୍ଧତି ଘର ବାହାର ଉଦ୍ୟାନ ପାଇଁ ବେଶୀ ପ୍ରଯୁଜ୍ୟ।

ଡାଃ କୁଶ ଦୀର୍ଘ 35 ବର୍ଷ ଧରି ଉଦ୍ଭିଦ ମାନଙ୍କ ବିଷୟରେ ଗବେଷଣା କରି ଆସୁଛନ୍ତି ଓ ବିଶ୍ଵର ଅନେକ ଅଗ୍ରଣୀ ବାୟୋଟେକ ସଂସ୍ଥା ଯେପରିକି Indian Council of Agricultural Research; Pasteur Institute, France; The Rockefeller University, USA; ଓ the Institute of Molecular and Cell Biology, Singapore ଭଳି ଜାଗାରେ କାମ କରିଛନ୍ତି। VMSRF ପରିବେଶ ସୁରକ୍ଷା, ଶକ୍ତି ଓ ସ୍ୱାସ୍ଥ୍ୟ ପାଇଁ କାମ କରିବାରେ ଖୁବ ଗଭୀର ଭାବେ ପ୍ରତିବଦ୍ଧ।

ଦୁନିଆର ସବୁଜିମା ରକ୍ଷା ପାଇଁ Eco Worksର ଅନ୍ୟାନ୍ୟ ଉତ୍ପାଦ

Eco Worksର ଅନେକ ଉତ୍ପାଦ ବର୍ତ୍ତମାନ ବଜାରରେ ଉପଲବ୍ଧ। Eco VegWash ପନିପରିବା ଓ ଫଳମୂଳରୁ ପେଷ୍ଟିସାଇଡ ଧୋଇବାରେ ସାହାଯ୍ୟ କରିଥାଏ।ଏହି ଉତ୍ପାଦ ଗୁଡିକ ଅଗ୍ରଣୀ ରିଟେଲର ନାମଧାରୀ, Total Mall, Food World ଓ Big Basket ରେ ଉପଲବ୍ଧ।

ଏହି ପରି ନୂତନ ସନ୍ଧାନ ମାନଙ୍କ ସହ ସହରୀ ଜୀବନରେ ଯେ ସବୁଜିମା ପୁଣି ଥରେ ଦେଖାଯିବ ତାର ଏକ ନୂଆ ଆଶା ସଂଚାର ହେଉଛି।