ମୁମ୍ବାଇର ଡବାବାଲା ସାଜିଛନ୍ତି ଅଙ୍ଗଦାନର ବାର୍ତ୍ତାବହ

ମୁମ୍ବାଇର ଡବାବାଲା ସାଜିଛନ୍ତି ଅଙ୍ଗଦାନର ବାର୍ତ୍ତାବହ

Saturday August 13, 2016,

2 min Read

ମାତ୍ର ଦୁଇ ଦିନ ତଳେ ଜଣେ ଅତି ନିକଟ ଆତ୍ମୀୟ ଅଧରାତିରେ ହୃଦଘାତରେ ଆରପାରିକୁ ଚାଲିଗଲେ। ମୃତ୍ୟୁ ସମୟରେ ସେ ଅନ୍ୟ ଏକ ସହରରେ ଆତ୍ମୀୟ ସ୍ଵଜନଙ୍କ ଠାରୁ ବେଶ ଦୂରରେ ଥାଆନ୍ତି। ଖବର ପାଇ ତାଙ୍କ ପାର୍ଥିବ ଶରୀର ନେଇଯିବା ପାଇଁ ପୁଅ ଆସି ଡାକ୍ତରଖାନା ଆସି ପହଞ୍ଚିଲା ମୃତ୍ୟୁର ପ୍ରାୟ ୮ ଘଣ୍ଟା ପରେ। ପୁଅ ଆସି ଅନ୍ୟାନ୍ୟ ଜରୁରୀ କାଗଜପତ୍ର କାମ କରିସାରିବା ପରେ ଆସିଲା ଅଙ୍ଗ ଦାନର ପ୍ରଶ୍ନ। ସେତେବେଳେ ଶରୀରର ମୁଖ୍ୟ ଅଙ୍ଗ ଗୁଡିକ ଆଉ ଅଙ୍ଗ ଦାନ କରିବା ପାଇଁ ଥିବା ସମୟ ସୀମା ଅତିକ୍ରମ କରିସାରିଥାନ୍ତି। ଛୋଟ ବୟସର ପୁଅ ତାଙ୍କର ଏପରି ଅବସ୍ଥାରେ କୌଣସି ନିଷ୍ପତ୍ତି ନେବା ଅବସ୍ଥାରେ ନ ଥାଏ। ସେତେବେଳେ ମନେ ହେଲା ବଞ୍ଚିଥିବା ଅବସ୍ଥାରେ ମୃତ୍ୟୁ ପରେ ସେ ଅଙ୍ଗଦାନ କରିବେ କି ନାହିଁ ସେ ନିଷ୍ପତ୍ତି ନେଇଯାଇଥାନ୍ତେ କି….ଅଳ୍ପ ବୟସର ପୁଅ ତାଙ୍କର ତାଙ୍କ ଇଛାକୁ ସମ୍ମାନ କରିଥାଆନ୍ତା ଓ ବୋଧହୁଏ ତାଙ୍କ ଆଖିରେ ଓ ଅନ୍ୟାନ୍ୟ ଅଙ୍ଗ ଜରିଆରେ ଆଉ କିଏ ଏ ଦୁନିଆ ଦେଖିପାରିଥାନ୍ତା ଓ ଜୀଇଁ ପାରିଥାନ୍ତା।

Photo - <a href=

Photo -

MTINewsa12bc34de56fgmedium"/>

ଭାରତରେ ପ୍ରାୟ ଦେଢ ଲକ୍ଷ ଲୋକ କିଡନୀ ଦରକାର କରନ୍ତି କିନ୍ତୁ ତାଙ୍କ ମଧ୍ୟରୁ ମାତ୍ର ୩୦୦୦ ଲୋକ ପାଇପାରନ୍ତି। ଅପେକ୍ଷା କରିଥିବା ବାକି ୯୦ ପ୍ରତିଶତ ଅପେକ୍ଷା କରି ଶେଷରେ ମୃତ୍ୟୁବରଣ କରନ୍ତି। ଠିକ ଏହିପରି ଅନ୍ୟାନ୍ୟ ଅଙ୍ଗ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ତାଲିକା ବେଶ ଲମ୍ବା। ଯିଏ କେହି ବି ଅଙ୍ଗଦାନ କରିପାରିବେ। ଆବଶ୍ୟକ କେବଳ ସଚେତନତା ଆଣିବାର।

ମୁମ୍ବାଇର ଡବାବାଲା ମାନେ ତାଙ୍କ ଭଙ୍ଗୀରେ, ତାଙ୍କ ଟିଫିନ କେରିଆରକୁ ଅସ୍ତ୍ର କରି ମୁମ୍ବାଇର ବାସିନ୍ଦାଙ୍କୁ ଅଙ୍ଗଦାନ ସମ୍ପର୍କରେ ସଚେତନ କରିବାରେ ଲାଗି ପଡିଛନ୍ତି। ନିଜେ ମଧ୍ୟ ନିଜର ମୃତ୍ୟୁ ପରେ ଅଙ୍ଗଦାନ କରିବେ ବୋଲି ରେଜିଷ୍ଟର କରିଛନ୍ତି ସେମାନେ।

ମୁମ୍ବାଇ ସହରରେ ପ୍ରାୟ ୫୦୦୦ ଡବାବାଲା ୨ ଲକ୍ଷ ଟିଫିନ ଡବାରେ ଘର ତିଆରି ଖାଦ୍ୟ ନେଇ ଅଫିସ ମାନଙ୍କରେ ନିତି ପହଞ୍ଚାଇଥାନ୍ତି।

ଡବାବାଲା ସଂଘର ମୁଖପାତ୍ର ଶ୍ରୀ ସୁଭାଷ ତାଲେକର କୁହନ୍ତି –

ସମସ୍ତ ଡବାବାଲା ମାନେ ନିଜ ନିଜ ଟିଫିନ ଡବା ଗୁଡିକ ସହ ଅଙ୍ଗଦାନ ସମ୍ପର୍କରେ ତଥ୍ୟ ଥିବା କାଗଜ ଓ କାର୍ଡ ଅଫିସ ମାନଙ୍କୁ ନେଇ ଯାଉଛନ୍ତି। ଏହା ସହ ଅଧିକାଂଶ ଡବାବାଲା ନିଜେ ମଶୀ ଅଙ୍ଗଦାନ କରିବା ପାଇଁ ରେଜିଷ୍ଟର କରିଛନ୍ତି।

ଡବାବାଲାଙ୍କର ନେଟୱର୍କ ବିଶାଳ। ଏପରି ଏକ ପ୍ରୟାସ ଏହି ପ୍ରଚାର ପଛରେ ଥିବା ଶ୍ରୀମଦ ରାଜଚନ୍ଦ୍ର ଅଙ୍ଗଦାନ ଯୋଜନାକୁ ପ୍ରଚୁର ପରିମାଣରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

Photo - <a href=

Photo -

UMFMCa12bc34de56fgmedium"/>

ମୋ ପରି ଜଣେ ବ୍ୟକ୍ତି ଯିଏ ଅଙ୍ଗଦାନ କରିବାକୁ ଇଛୁକ କିନ୍ତୁ କିପରି କରିବାକୁ ହେବ ଓ ଏହା ସମ୍ପର୍କରେ ତଥ୍ୟ ଜାଣିନାହିଁ, ତାଙ୍କୁ ଏପରି ଏକ ପ୍ରୟାସ ଅଙ୍ଗଦାନ କରିବାରେ ସାହାଯ୍ୟ କରିବ।

- ମଧୁର ଭଣ୍ଡାରି ନାମକ ଜଣେ ଅଫିସ କର୍ମଚାରୀ କୁହନ୍ତି ଯାହାଙ୍କୁ ଡବାବାଲା ନିତି ଡବା ପହଞ୍ଚାଇଥାନ୍ତି।

ଲୋକଙ୍କ ମଧ୍ୟରେ ସଚେତାନତା ଆଣିବା ନିହାତି ଆବଶ୍ୟକ। ଅନେକ ଲୋକପ୍ରିୟ ମିଥକୁ ଭାଙ୍ଗିବା ମଧ୍ୟ ନିହାତି ଦରକାର। ଲୋକେ ଭାବନ୍ତି ଅଙ୍ଗଦାନ କଲେ ମୃତଶରୀରଟି ବିକୃତ ହେଇଯିବ ଓ ଆତ୍ମୀୟ ପରିଜନ ଏହା ଦେଖି ପାରିବେନାହିଁ। କିନ୍ତୁ ଏପରି କିଛି ହୁଏନାହିଁ। ଏପରି ଭାବନାକୁ ବଦଳାଇବା ଆବଶ୍ୟକ। ଏହା ଧୀରେ ଧୀରେ ବଦଳୁଛି। - 

- କୁହନ୍ତି ଶ୍ରୀମଦ ରାଜଚନ୍ଦ୍ର ଲଭ ଆଣ୍ଡ କେୟାରର ଜଣେ ସଂରକ୍ଷକ ଡାଃ ବିଜଲ ମେହତା।