କ୍ଷୁଦ୍ର ଚାଷୀଙ୍କ ନୂତନ ଆଶା - ଜନନୀ ଆଗ୍ରୀସର୍ଭ୍

0

ଆମ ଦେଶରେ ଚାଷ ଏବେ ମଧ୍ୟ ୭୦% ଲୋକଙ୍କ ଜୀବିକା ଅଟେ। ଏହା ଉପରେ ଦେଶର ଅର୍ଥନୀତି ଅନେକାଂଶରେ ନିର୍ଭର କରେ। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆମ ଦେଶରେ କେବେ ବି ଚାଷ ଓ ଚାଷୀକୁ ଗୁରୁତ୍ତ୍ଵ ଦିଆଯାଏ ନାହିଁ। ଏହା ବ୍ୟତୀତ ଚାଷକାମ ସମ୍ପୁର୍ଣ୍ଣ ବର୍ଷା ଉପରେ ନିର୍ଭରଶୀଳ ଓ ଦେଶରେ ଚାଷ କରୁଥିବା ଚାଷୀ ମାନଙ୍କ ମଧ୍ୟରେ ୮୦% ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁ ମାନଙ୍କର ଚାଷ ଜମି ୨ ଏକର ବା ତାହା ଠାରୁ କମ। ଏହି ଚାଷୀ ମାନଙ୍କ ହିତ ପାଇଁ କାମ କରୁଛି ଜନନୀ ଆଗ୍ରୀସର୍ଭ୍। ଏହା ଚାଷୀ ମାନଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରିବା ସହ କିପରି ଅଧିକ ଫସଲ ଅମଲ କରିବା ଓ ତାହାକୁ ବଜାରରେ ବିକିବା ଆଦିର ବ୍ୟବସ୍ଥା କରୁଛି। ଆମେ ଏହାର ସଂସ୍ଥାପକ ସୁନ୍ଦରରାଜନଙ୍କ ସହ ଭେଟି ଏହି ବିଷୟରେ ଆଲୋଚନା କରିଥିଲୁ।

ଏହାର କାମ କରିବାର ପ୍ରଣାଳୀ ନିମ୍ନରେ ସେ ଆମକୁ ପ୍ରଦାନ କରିଛନ୍ତି।

ଏହା କିଓସ୍କ ମଡେଲ୍ ଅନୁସାରେ କାମ କରୁଛି ଯେଉଁଠି ପ୍ରତି ୩-୫ ଟି ଗ୍ରାମ ବା ୧୫୦୦-୨୫୦୦ କୃଷକ ମାନଙ୍କୁ ନେଇ ଏକ କିଓସ୍କ ଗଠନ କରାଯାଇଛି। ଏହାକୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ବା ସ୍ଥାନୀୟ ଏନ.ଜି.ଓ ବା ସମବାୟ ସଂସ୍ଥା ପରିଚାଳନା କରିଥାଏ। ପୁଣି ଏହି ଗ୍ରାମ ସ୍ଥରୀୟ କିଓସ୍କ ମାନଙ୍କୁ ମିଶେଇ ମଣ୍ଡଳ ବା ତାଲୁକା ସ୍ଥରୀୟ କେନ୍ଦ୍ର ଖୋଲା ଯାଇଛି ଯାହାକୁ କି ଜଣେ ମ୍ୟାନେଜମେଣ୍ଟ ସ୍ନାତକ ବା କୃଷି ସ୍ନାତକ ପରିଚାଳନ କରନ୍ତି। ପ୍ରତି ଜିଲ୍ଲାକେନ୍ଦ୍ର ମାନଙ୍କରେ ଜନନୀ ଆଗ୍ରୀସର୍ଭ ନିଜସ୍ଵ ପିଲା ନିଯୁକ୍ତି କରିଥାଏ। ଗୋଟିଆ କିଓସ୍କ୍ ଖୋଲିବା ପାଇଁ ୩,୦୦,୦୦୦ ଟଙ୍କା ଅବଶ୍ୟକ ହୁଏ।

ଏହା ୨୦୦୪ରେ ପ୍ରଥମ ସେବା କେନ୍ଦ୍ର ଆନ୍ଧ୍ର ପ୍ରଦେଶରେ ଖୋଲିଥିଲା। ୨୦୧୦ରେ ଏହାର ୩ଟି କେନ୍ଦ୍ର ପୂର୍ଣ୍ଣ ରୁପେ କାର୍ଯ୍ୟ କରିବା ଆରମ୍ଭକଲା। ପ୍ରଥମେ ଏହା ଇ-ସାଗୁ ନାମକ ସଂସ୍ଥା ସାହାଯ୍ୟରେ ଏକ ପାଇଲଟ ପ୍ରୋଜେକ୍ଟ ରୁପେ କାମ ଆରମ୍ଭ କରିଥିଲା। କିନ୍ତୁ ବର୍ତ୍ତମାନ ଏହା ପୂର୍ଣ୍ଣକାଳୀନ ରୁପେ କାର୍ଯ୍ୟ କରୁଛି।

ଏହା ଜିଲ୍ଲା କେନ୍ଦ୍ର ମାନଙ୍କରେ ନିମ୍ନ ପ୍ରଦତ୍ତ ସେବା ମାନ ପ୍ରଦାନ କରିଥାଏ।

୧। କ୍ଷୁଦ୍ର ଚାଷୀ ମାନଙ୍କୁ କୃଷି ପରାମର୍ଶ - ଏଠାରେ ଚାଷୀ ମାନଙ୍କୁ ନିୟମିତ ଭାବେ ଚାଷ କରିବା ପୁର୍ବର ପ୍ରାକ୍-ପ୍ରସ୍ତୁତି ଠାରୁ ଆରମ୍ଭକରି ଫସଲ ଅମଳ ପରର ସଂରକ୍ଷଣ ପଦ୍ଧତିର ଶିକ୍ଷା ଦିଆଯାଏ। ଏଠାରେ ଡିଜିଟାଲ୍ ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଏ। ଏଠାରେ ଫସଲର ବୁଣିବା ଦିନ ଠାରୁ ବୃଦ୍ଧି ଓ ରୋଗ ପୋକ ଆଦି ସମସ୍ତ ତଥ୍ୟ ରଖାଯାଏ ଓ ପ୍ରତି ସପ୍ତାହରେ ଏହାକୁ ଅନୁଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଏ। ଏହି ତଥ୍ୟକୁ ସେମାନେ ହାଇଦ୍ରାବାଦକୁ କୃଷି ବିଶେଷଜ୍ଞ ମାନଙ୍କୁ ପଠାନ୍ତି ଓ ସେମାନଙ୍କଠାରୁ ଫସଲ ସମ୍ବନ୍ଧୀୟ ରିପୋର୍ଟ୍ ପାଇବା ପରେ ଚାଷୀଙ୍କ ନିକଟକୁ ମୋବାଇଲରେ ମେସେଜ ପଠାଉ। ଏହି କାର୍ଯ୍ୟରେ ଆମକୁ ହାଇଦ୍ରାବାଦସ୍ଥିତ IIIT (International Institute of Information Technology) ଓ Media Lab Asia ଯାହା ସୂଚନା ପ୍ରଯୁକ୍ତିଜ୍ଞାନ ମନ୍ତ୍ରାଳୟ ଭାରତ ସରକାରଙ୍କ ଏକ ସଂସ୍ଥା ଅଟେ। ଏହା ଦ୍ଵାରା ଚାଷୀ ସଠିକ ସମୟରେ ପରାମର୍ଶ ପାଏ ଓ ଅମଳ ଅଧିକ କରେ। ଦେଖାଯାଇଛି ଯେ ଏଠାରେ ପରାମର୍ଶ ପାଇ ଚାଷୀ ଏକର ପିଛା ୫୦୦୦ ରୁ ଅଧିକ ଟଙ୍କା ରୋଜଗାର କରେ।

୨। କୃଷି ସାମଗ୍ରୀ ବିତରଣ- ଏଠି ଆଗ୍ରୀସର୍ଭ ବିହନ,ଦାନା, ମଞ୍ଜିଠାରୁ ଆରମ୍ଭକରି କୀଟନାଶକ ,ସାର,ଔଷଧ ଆଦି ମଧ୍ୟ ଚାଷୀ ମାନଙ୍କୁ ବିକ୍ରୀ କରେ ଯାହା ଅତି ଉଚ୍ଚ ମାନର। ଏହାଦ୍ଵାରା ଚାଷୀ କମ ଖର୍ଚ୍ଚରେ ଅଧିକ ଫସଲ ଅମଳ କରିବାରେ ସକ୍ଷମ ହୁଏ।

୩। ମାର୍କେଟ୍ ଲିଂକେଜ- ଏହା ଆଗ୍ରୀସର୍ଭର ସବୁଠାରୁ ଶ୍ରେଷ୍ଠ ସେବା ଅଟେ. ଏଥିରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଚାଷୀର ଉତ୍ପାଦକୁ ସିଧାସଳଖ ଲୋକମାନଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଏ। ବିଭିନ୍ନ ରିଟେଲ୍ ଚେନ୍, ରପ୍ତାନୀକାରି,ଖାଦ୍ୟ ପ୍ରକ୍ରିୟାକରଣ କରୁଥିବା ସଂସ୍ଥା ମାନଙ୍କୁସିଧାସଳଖ ଫସଲ ବିକାଯାଏ। ଏହାଦ୍ଵାରା ଚାଷୀ ନିଜ ଫସଲର ସଠିକ ମୂଲ୍ୟ ପାଇବା ସହ ଦଲାଲଙ୍କ ଦ୍ଵାରା ହେଉଥିବା ଶୋଷଣରୁ ମଧ୍ୟ ରକ୍ଷା ପାଇଯାଏ।

୪। ଆଗ୍ରୀ ଫାଇନାନସ୍ ଓ ବୀମା- ଆଗ୍ରୀସର୍ଭ ଏହି କିଓସ୍କ୍ ଦ୍ଵାରା ଚାଷୀ ମାନଙ୍କୁ ସହଜରେ ବ୍ୟାଂକ ଓ ଅଧୀକୃତ ଆର୍ଥିକ ସଂସ୍ଥା ମାନଙ୍କଠାରୁ ରୃଣର ବ୍ୟବସ୍ଥା କରେ ଓ ରୃଣ ସହ ଫସଲର ବୀମା ମଧ୍ୟ କରିଥାଏ। ଏହାଦ୍ଵାରା ଚାଷୀ ସହଜରେ ରୃଣ ପାଇବା ସହ ଫସଲ ହାନୀ ସ୍ଥଳେ ବୀମାର ଲାଭ ପାଇଥାଏ। ଯାହାଦ୍ଵାରା ଫସଲ କ୍ଷତିର ଭରଣା କରିପାରିଥାଏ।

୫। Price risk mitigation service-‘ଏଠାରେ ଆମେ ଚାଷୀ ମାନଙ୍କୁ କ୍ଷୁଦ୍ର କ୍ଷୁଦ୍ର ଦଳ ରେ ବାଣ୍ଟିଦେଇଛୁ ଯୋଉଥିରେ ସେ ନିଜ ଉତ୍ପାଦକୁ MCX (multi commodity exchange) ଓ FMC (Forward Market Comission) ସହ ମିଶି କମୋଡିଟି ଟ୍ରେଡିଂଗ୍ ମଧ୍ୟ କରୁଛନ୍ତି’ ବୋଲି କହନ୍ତି ସୁନ୍ଦରରାଜନ।

୬। କୃଷି ସୂଚନା ସେବା- ବିଖ୍ୟାତ ସୂଚନା ପ୍ରଯୁକ୍ତିବିଦ୍ୟା ସଂସ୍ଥା IBM ସହ ମିଶି ଆଗ୍ରୀସର୍ଭ କୃଷି ସୂଚନା ଉପରେ ମଧ୍ୟ କାମ କରୁଛି,ଏଠି ପାଣିପାଗ ସମ୍ପର୍କୀୟ ପୁର୍ବ ଅନୁମାନ ଠାରୁ ଆରମ୍ଭ କରି ସମସ୍ତ କୃଷି ସମ୍ପର୍କୀୟ ସୂଚନା ମିଳୁଛି।

୭। ଅମଳ ପରବର୍ତ୍ତୀ ଫସଲ ପରିଚାଳନା-ଏଥିରେ ଚାଷୀର ଫସଲ ଅମଳ ହେବାପରେ ତାହାର ଫସଲକୁ ଠିକ ଭାବେ ପ୍ୟାକିଂଗ୍ କରି ନିକଟସ୍ଥ ଗୋଦାମ ଘରେ ସାଇତି ରଖାଯାଏ। ଏଥିରେ ଫସଲ ପରିବହନ କରି ତାହା ବିକ୍ରୀ ହେବା ପର୍ଯ୍ୟନ୍ତ ଚାଷୀର ନିଜସ୍ଵ ବା ପଞ୍ଚାୟତର ଗୋଦାମ ଘରେ ନିରାପଦର ସହ ରଖାଯାଏ।

ଏହି ସବୁ କାର୍ଯ୍ୟ ଦ୍ଵାରା ଚାଷୀଠାରୁ ଯେଉଁ ପଇସା ଆଦାୟ ହୁଏ ସେହିଥିରେ ହିଁ କିଓସ୍କ୍ ମାନେ ଚାଲିଥାନ୍ତି। ଏହାର ସୁପରିଚାଳନା ନିମନ୍ତେ ଏହା ବିଭିନ୍ନ ରାଜ୍ୟ,ଜିଲ୍ଲା ଓ ସୁଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ଅନୁବନ୍ଧିତ। ଏହା ବହୁତ କମ ଖର୍ଚ୍ଚରେ ଏହିସବୁ ସୁବିଧାମାନ ଚାଷୀକୁ ଯୋଗାଇଥାଏ।

ରାଜସ୍ଵ ମଡେଲ୍-ସର୍ଭିସ୍ ଚାର୍ଜ୍, କମିସନ୍ ଓ ଟ୍ରେଡିଂ ଅର୍ଥରୁ ଯେଉଁ ପଇସା ମିଳେ ସେଥିରେ ହିଁ ସବୁ କାମ ହୁଏ। ଏହି ମଡେଲରେ କାମ କରି ଆମର ସବୁ ଗ୍ରାମୀଣ କିଓସ୍କ୍ ଆଜି ଲାଭ କରୁଛନ୍ତି ଓ ଜଣେ କିଓସ୍କ୍ ଏବେ ଇଣ୍ଡିଆନ ବ୍ୟାଂକ ଦ୍ଵାରା ରୃଣ ଲାଭ କରିଛି। ଆଉ ଏକ କିଓସ୍କ୍ ମଧ୍ୟ ଭାରତ ସରକାରଙ୍କ ଦ୍ଵାରା ନାବାର୍ଡ଼ ସଂସ୍ଥାରୁ ସବସିଡ଼ି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କୀହେପଗ