ମାନସିକ ଅନଗ୍ରସର ତରୁଣଙ୍କ ଅଦ୍ୱିତୀୟ କ୍ଷମତାକୁ ସଚଳ କରି ସଂପନ୍ନ କରୁଛି ନବ ପ୍ରଭୂତି

ମାନସିକ ଅନଗ୍ରସର ତରୁଣଙ୍କ ଅଦ୍ୱିତୀୟ କ୍ଷମତାକୁ ସଚଳ କରି ସଂପନ୍ନ କରୁଛି ନବ ପ୍ରଭୂତି

Tuesday December 01, 2015,

6 min Read

୧୯୮୬/୮୭ରେ, ନିଜର ସ୍ନାତକ ପରେ କ’ଣ କରିବେ ସେ ନେଇ ଜୟଶ୍ରୀ ରମେଶ ବିଭିନ୍ନ ବିକଳ୍ପର ଚିନ୍ତା କରୁଥିଲେ । ଏହି ସମୟରେ ସେ ଭିନ୍ନକ୍ଷମ ଶିଶୁଙ୍କ ସକାଶେ ଉପଯୋଗ ହେଉଥିବା ବର୍ଷିକିଆ ପ୍ରଶିକ୍ଷଣରେ ଯୋଗଦେଲେ । ଅଟିଜମ୍ କ’ଣ ଜୟଶ୍ରୀ ଜାଣିନଥିଲେ । କିନ୍ତୁ ଏହି ଅଜ୍ଞାନତା ଜୟଶ୍ରୀଙ୍କୁ ଅଟିଜମ୍ ବିଷୟରେ ଅଧିକ, ଅଟିଜମର ଶିକାର ଶିଶୁମାନେ କାହିଁକି ଆଖିରେ ଆଖି ମିଳାଇ କଥା ହୋଇପାରନ୍ତି ନାହିଁ କିମ୍ବା ଆପଣ କ’ଣ କହୁଛନ୍ତି ତା’ର ପ୍ରତିକ୍ରିୟା ଦେଇପାରନ୍ତି ଜାଣିବାକୁ ଚାହିଁଲେ । ଏହା ସେହି ସମୟର କଥା ଯେେତେବେଳେ କୌଣସି ଇଂଟରନେଟ୍ ନଥିଲା, ଏଣୁ ଗୁଗୁଲ୍ ସର୍ଚରେ ଖୋଜିବା ସମ୍ଭବନଥିଲା । ତାଙ୍କର ପ୍ରଶିକ୍ଷକ ଅଟିଜମ୍ କ’ଣ ସେ ସଂପର୍କରେ ବୁଝାଇଥିଲେ । ସେ ନିଜର ସ୍ନାତକକୋତ୍ତର ଆମେରିକାରେ ଶେଷ କଲେ ଓ ୧୯୯୫ରେ ଭାରତ ପ୍ରତ୍ୟାବର୍ତ୍ତନ କଲେ । ଏଠାରେ ସେ ଅଟିଜମର ଶିକାର ଶିଶୁଙ୍କ ପାଇଁ କାର୍ଯ୍ୟକଲେ ।

ଜୟଶ୍ରୀ ରମେଶ

ଜୟଶ୍ରୀ ରମେଶ


ଭାରତରେ ଏହି ଅଟିଜମର ଶିକାର ବ୍ୟକ୍ତି ଓ ଶିଶୁଙ୍କ ସଂଖ୍ୟା ସଂପର୍କରେ କୌଣସି ସ୍ପଷ୍ଟ ପରିସଂଖ୍ୟାନଗତ ତଥ୍ୟ ନଥିଲା । ଏକ ଖବର ଅନୁସାରେ, ପ୍ରତି ହଜାରରେ ୨ରୁ ୬ଜଣ ଶିଶୁ ଏହାର ଶିକାର ହୋଇଥାନ୍ତି । ଭାରତରେ ଅଟିଜମର ହାରାହାରି ଅନୁପାତ ପ୍ରତି ୨୫୦ଜଣରେ ଜଣେ(ଯଦିଓ ଏହି ସଂଖ୍ୟା ସଠିକ୍ ଗଣନାର ଅଭାବରୁ ବରିବର୍ତିତ ହୋଇପାରେ) ଓ ସଂପ୍ରତି ଭାରତରେ ୧୦ନିୟୁତ ଲୋକ ଏହାର ଶିକାର ଅଟନ୍ତି । ୨୦୦୧ରେ ଭାରତ ସରକାର ଏହି ଅକ୍ଷମତାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ୧୯୮୦ ଯାଏଁ ଭାରତରେ ଅଟିଜମର ସୂଚନା ନଥିବା କଥା ଜଣାଯାଏ । ରିହାତି ଓ ସୁବିଧା ପ୍ରଦାନ କରିବା ପାଇଁ ସରକାର ନିକଟରେ ମାନସିକ ଅନଗ୍ରସରଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ତଥାପି ଯେଉଁମାନେ ଅଟିଜମର ଶିକାର ସେମାନେ ପ୍ରତ୍ୟେକ ମାନସିକ ଅନଗ୍ରସର ନୁହନ୍ତି ।

ମହେନ୍ଦ୍ର ପାୟାତି, ନବ ପ୍ରଭୂତିର ଜଣେ ଟ୍ରଷ୍ଟି କହନ୍ତି, “ଅଟିଜମର ଏକ ସମସ୍ୟା ଏହିକି ଯେ ଏହା ସରକାରଙ୍କ ଠାରୁ କୌଣସି ସହାୟତା ମିଳେନାହିଁ । ପିପୁଲ୍ ୱିଥ୍ ଡିଜାବିଲିଟି ଆକ୍ଟ, ୧୯୯୭ରେ ଏନେଇ କିଛି ନିୟମ ରହିଛି । ଯେହେତୁ ସରକାର ଏହାକୁ ଅକ୍ଷମତା ବୋଲି ଗ୍ରହଣ କରିନାହାନ୍ତି ଏଣୁ ଏନେଇ କୌଣସି ଭିତ୍ତିଭୂମି ମଧ୍ୟ ଗଠନ ହୋଇନାହିଁ । ଆପଣ ସରକାରଙ୍କ ଠାରୁ କୌଣସି ଅନୁଦାନ ମଧ୍ୟ ପାଇପାରିବେ ନାହିଁ । ସରକାରଙ୍କ ଠାରୁ କୌଣସି ଶିକ୍ଷକ ପ୍ରଶିକ୍ଷଣ ପାଇବେନାହିଁ । ଏନେଇ ସଚେତନତା ଓ ସରକାରଙ୍କ ପକ୍ଷରୁ ଯୋଗାଯୋଗ ମଧ୍ୟ ମିଳିପାରିବନାହିଁ । ସରକାର କିମ୍ବା ଜନସାଧାରଣଙ୍କ ପକ୍ଷରୁ ଏନେଇ କୌଣସି ଗବେଷଣା ହୋଇନାହିଁ ।”

ସେମାନେ ନବ ପ୍ରଭୂତି କିଭଳି ଆରମ୍ଭ କଲେ

ନବ ପ୍ରଭୂତିର ମୂଳ ଉଦ୍ଧେଶ୍ୟ ହେଲା, ଅଟିଜମର ଶିକାର ତରୁଣଙ୍କୁ ସଂପନ୍ନ କରିବା ଓ ସମାଜ ପାଇଁ କିଛି କରିବାକୁ ପ୍ରସ୍ତୁତ କରିବା ।

୧୯୯୫ ସାଲରୁ ଜୟଶ୍ରୀ ଅଟିଜମର ଶିକାର ଶିଶୁଙ୍କ ପାଇଁ କାମ କରିଆସୁଛନ୍ତି । ସେ କହନ୍ତି, “ଏହି ଶିଶୁମାନେ ଆମସହ ବଡ଼ ହୁଅନ୍ତି । ଏକ ସମୟ ଥିଲା, ଯେତେବେଳେ ଶିଶୁ ଓ ତରୁଣମାନେ ଗୋଟିଏ ଛାତତଳେ ରହୁଥିଲେ। ଏହା ପରିଚାଳନା କରିବା କଷ୍ଟକର ହେଉଥିଲା ।” ପରେ ପରେ, ସେମାନେ ଅଟିଜମର ଶିକାର ତରୁଣଙ୍କୁ ଘରକୁ ଫେରାଇନେବାକୁ ସେମାନଙ୍କ ପରିବାରକୁ ଅନୁରୋଧ କଲେ । ଯଦିଓ, ସେମାନଙ୍କ ପରିବାର ସେମାନଙ୍କୁ ଫେରାଇନେବାକୁ ଅନିଚ୍ଛା ପ୍ରକାଶ କଲେ, କାରଣ ସେମାନଙ୍କୁ ଠିକ୍ ଭାବେ ପରିଚାଳିତ କରିପାରିବେନାହିଁ । ଏହି ସୁବିଧାରୁ ବଂଚିତ କରିଥିବାରୁ ଜୟଶ୍ରୀ ମଧ୍ୟ ଦୁଃଖ ପ୍ରକାଶ କଲେ । ତରୁଣମାନଙ୍କ ପାଇଁ କୌଣସି ଯୋଜନା ନଥିଲା; ସେହି ସମୟରେ ସେମାନଙ୍କୁ ଘରକୁ ଫେରାଇଦେବା ମଧ୍ୟ ଗ୍ରହଣୀୟ ନଥିଲା । ଏଣୁ ନବ ପ୍ରଭୂତି ଏହି ଆବଶ୍ୟକତା ପୂରଣ କରିବା ପାଇଁ ଜନ୍ମ ନେଲା । ୨୦୧୨ରେ, ସେମାନେ ଏହି ସଂସ୍ଥା ଆରମ୍ଭ କଲେ ଓ ଏହାକୁ ଏକ ଚାରିଟେବୁଲ ଟ୍ରଷ୍ଟ ଭାବେ ପଂଜୀକୃତ କଲେ । ଏହାର ଟ୍ରଷ୍ଟିମାନେ ପ୍ରତ୍ୟେକ ୫୦୦ଟଙ୍କା ଲେଖାଏଁ ଜମା ଦେଲେ ଓ ପଂଜୀକରଣ କଲେ । ବର୍ତ୍ତମାନ ଟ୍ରଷ୍ଟରେ ୧୩ଜଣ ସଦସ୍ୟ ଅଛନ୍ତି ଓ ୪ରୁ ୫ଜଣ ସକ୍ରିୟ ଅଛନ୍ତି ।

ମହେନ୍ଦ୍ର ପାୟାତି

ମହେନ୍ଦ୍ର ପାୟାତି


ସେମାନେ ୨୫୦୦ ବର୍ଗଫୁଟ ସ୍ଥାନ ନେଇ ଏହାକୁ ବୃତିଗତ କେନ୍ଦ୍ର ଭାବେ ବ୍ୟବହାର କଲେ । ସେମାନଙ୍କ କୋଠା ତିଆରି କରୁଥିବା ସ୍ଥପତି ସେମାନଙ୍କ ମହତ୍ କାର୍ଯ୍ୟ ସଂପର୍କରେ ଅବଗତ ଥିଲେ ଏଣୁ ଉଧାର ସୂତ୍ରରେ ନିର୍ମାଣ ଆରମ୍ଭ କଲେ । ଘର ନିର୍ମାଣ ଶେଷ ହେବା ବେଳେକୁ ସେମାନେ କିଛି ଅନୁଦାନ ଯୋଗାଡ଼ କରିବାରେ ସକ୍ଷମ ହେଲେ ଓ ସ୍ଥପତିଙ୍କୁ ବକୟା ଟଙ୍କା ଫେରସ୍ତ ଦେବା ଆରମ୍ଭ କଲେ । ଏହା ଶେଷ ହେବାକୁ ତିନିମାସ ସମୟ ଲାଗିଲା । ମହେନ୍ଦ୍ର କହନ୍ତି, “କେତେକ ସିଲାଇ ମେସିନ୍ ଦେଲେ, କେତେକ ବଡ଼ ଟେବୁଲ୍ ଓ ତିନିମାସ ମଧ୍ୟରେ ଆମେ ବିଭିନ୍ନ ହାତତିଆରି ସାମଗ୍ରୀ ଓ କୃଷିଜାତ ସାମଗ୍ରୀ ଉତ୍ପାଦନ କଲୁ । ନିଜକୁ ତଉଲିବାକୁ ଆମେ କୌଣସି ସମୟସୀମା ଧାର୍ଯ୍ୟ କରିନଥିଲୁ ଓ ଦେଖିନଥିଲୁ ଯେ ଆମ ଯୋଜନା ଅନୁସାରେ ଅଗ୍ରଗତି କରିଛୁକି ନାହିଁ । ଆମେ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ନ୍ୟୁରୋସାଇନ୍ସର ପରାମର୍ଶ ଗ୍ରହଣକଲୁ ।”

ଛାତ୍ରମାନଙ୍କୁ କିମ୍ବା ଆଶ୍ରମବାସୀଙ୍କ ଠାରୁ ଅପରେସନାଲ୍ ଦେୟ ଆଦାୟ କରାଗଲା । ସେମାନେ ବିଭିନ୍ନ କାମ, ଯେପରି ଫେବ୍ରିକ୍, ଶାଢ଼ୀ, ଦୁପଟ୍ଟା, ବେଡ୍ସିଟ୍ ଆଦିରେ ଫେବ୍ରିକ୍ ପେଂଟିଂ କଲେ । “ଆମେ ଛୋଟିଆ ଜୈବ ଉଦ୍ୟାନ ଆରମ୍ଭ କଲୁ । ଶିଶୁମାନେ ଏଥିରେ ନିୟମିତ ପାଣିଦେଉଥିଲେ, ଏହାଦ୍ୱାରା ସେମାନଙ୍କର ଶାରୀରିକ କ୍ରିୟା ସଂପନ୍ନ ହେଉଥିଲା ।” ସେମାନେ ଏକ ଏନଜିଓ ଭଳି ନୁହେଁ ଏହି ଉତ୍ପାଦ ସାମଗ୍ରୀକୁ ନେଇ ସଂଗଠନ କରିଛନ୍ତି ।

ଜୟଶ୍ରୀ କହନ୍ତି, “ସେମାନଙ୍କୁ ସ୍କୁଲ ପଠାଇବାଦ୍ୱାରା ସେମାନଙ୍କ ସଶକ୍ତୀକରଣ ହୋଇପାରିବନାହିଁ । ସେମାନେ ଯେତେବେଳେ ସ୍ୱାଧୀନ ହୋଇପାରିବେ ଏବଂ ସେମାନଙ୍କୁ ଏକ ତରୁଣ ଭାବେ ଗଣାଯାଇପାରିବ ସେତେବେଳେ ଯାଇ ସେମାନଙ୍କ ସଶକ୍ତୀକରଣ ସମ୍ଭବ । ଅଟିଜମର ଶିକାର ତରୁଣଙ୍କ ସହ କାମ କରିବା ସମୟରେ ଆମେ ଆମର ଚିନ୍ତାଧାରାର ପରିବର୍ତ୍ତନ କରିବା ଆବଶ୍ୟକ । ସେମାନଙ୍କୁ ଅକ୍ଷର ଶିଖାଇବା କିମ୍ବା ସାଧାରଣ କାମ ସଂପର୍କରେ ଅବଗତ କରିବାରେ କିଛି ହେବନାହିଁ ବରଂ ସେମାନଙ୍କ ଧନ୍ଦାମୂଳକ ଇଚ୍ଛାକୁ ଜାଣିବା ଓ ସେମାନେ ଏକ ସ୍ଥାୟୀ ବାତାବରଣରେ କ’ଣ ଦେଇପାରିବେ ତାକୁ ଖୋଜିବାହାର କରିବା ଆବଶ୍ୟକ ।”

ସେମାନଙ୍କ ବ୍ୟବହାରରେ ପରିବର୍ତନ ଆଣିବା କଷ୍ଟକର, କାରଣ ସେମାନେ ଅନେକ ବିଷୟ ସଂପର୍କରେ ଅଧିକ ସମ୍ବେଦନଶୀଳ । ଯଦି ସେମାନେ ଖୋଲାସ୍ଥାନରେ ଅଛନ୍ତି ଓ ଏକ ଗହଳି ଶ୍ରେଣୀଗୃହରେ ନାହାନ୍ତି, ତେବେ ତାହା ଠିକ୍ । ଯଦି ସେମାନଙ୍କୁ ଶାରୀରିକ ଭାବେ କ୍ରିୟାଶୀଳ ରଖାଯାଏ, ସେମାନେ କିଛି ପରିମାଣରେ ଶାନ୍ତ ରହିବେ । ନବ ପ୍ରଭୂତିର ତରୁଣ ପ୍ରକଳ୍ପ ଏହି ସୂତ୍ର ଆଧାରିତ, ଶ୍ରେଣୀଗୃହଗୁଡ଼ିକ ବଡ଼, ଶାନ୍ତ ଓ ସେମାନେ ସହଜରେ ବୁଲାଚଲା କରିପାରନ୍ତି, ଓ ସେମାନେ ଧନ୍ଦାମୂଳକ କେନ୍ଦ୍ରରେ ପ୍ରଶିକ୍ଷିତ ହୁଅନ୍ତି ।

image


ଅଟିଜମର ଶିକାର ଶିଶୁ ଓ ତରୁଣମାନେ ନିର୍ଦ୍ଧେଶ ପାଳନ କରିପାରନ୍ତି, ବିଶେଷତଃ ଯେଉଁ ନିର୍ଦ୍ଧେଶ ସେମାନେ ଦେଖିପାରନ୍ତି । ଏଣୁ ସ୍ଥାନ ପର୍ଯ୍ୟାପ୍ତ ହେବା ଓ କୌଣସି ପ୍ରତିବନ୍ଧକରହିତ ଆବଶ୍ୟକ । ନବ ପ୍ରଭୂତିର ଶିକ୍ଷକମାନେ ସେମାନଙ୍କ ପାଇଁ ଅନେକ ପରିଶ୍ରମ କରିଛନ୍ତି, ସମୟାନୁସାରେ ସେମାନେ ସ୍ୱାଧୀନ ହୋଇଛନ୍ତି । ଶିକ୍ଷକମାନଙ୍କୁ ସେହି ସ୍ତରପରେ କୌଣସି ପରିଶ୍ରମକରିବାକୁ ପଡ଼େନାହିଁ ।

ଶିକ୍ଷକମାନଙ୍କୁ କେଉଁ ପ୍ରସଙ୍ଗ ଚକିତ କରେ?

ଜୟଶ୍ରୀ କହନ୍ତି, “ସବୁ ସମୟରେ ଚକିତ ହେବାକୁ ପଡ଼େ; ଆମେ ସେମାନଙ୍କ ସହ ଏକ ଗଠନମୂଳକ ପରିବେଶରେ କାମକରିବାକୁ ଚେଷ୍ଟାକରୁ । ସେମାନଙ୍କୁ କଳା, ସଂଗୀତ, କ୍ରିଡ଼ା ଓ ଶିଶୁମାନେ ଚାହୁଁଥିବା କାମଗୁଡ଼ିକ ପ୍ରତି ବିକଶିତ କରାଉ । ସେମାନେ ଯେଉଁଭଳି ଟେକ୍ନୋଲୋଜିର ବ୍ୟବହାର କରନ୍ତି ତାହା ମୋତେ ଚକିତ କରାଏ । ମୁଁ ଦେଖେଯେ ଏକ ତିନିବର୍ଷର ଶିଶୁ ମୋବାଇଲ ଫୋନ ଉଠାଇ ବିନାଅନୁକରଣ ଓ ନିର୍ଦ୍ଧେଶରେ ଏହାକୁ ବ୍ୟବହାର କରିଥାଏ । ଅନ୍ୟ ଏକ ଆମର ଏକ ସାମାଜିକ କାର୍ଯ୍ୟକ୍ରମରେ ଜଣେ ଅଟିଜମ ଶିଶୁ ତାଙ୍କ ମା’ଙ୍କ ମୋବାଇଲ୍ ଫୋନ୍ ନେଇ ସମଗ୍ର କାର୍ଯ୍ୟକ୍ରମକୁ ସୁଟିଂ କଲା । ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ସେମାନେ କିଭଳି ଏହା ଶିକ୍ଷାଲାଭ କଲେ, ତାଙ୍କ ମା’ କହିଲେ ସେ ଫଟୋ ଉଠାଇବାକୁ ଭଲପାଏ । ଅନେକ ଶିଶୁ ଆଇପ୍ୟାଡ୍ ବ୍ୟବହାର କରିବାକୁ ଭଲପାଆନ୍ତି କାରଣ ଏହା ଦୃଶ୍ୟଗ୍ରାହୀ । କେତେକ ସଂଗୀତରେ ଉତ୍ତମ ଅଟନ୍ତି ଓ ଏହାକୁ ପ୍ରଦର୍ଶିତ କରିଛନ୍ତି ।”

image


ଅଭିଭାବକଙ୍କ ପାଇଁ ପରାମର୍ଶ

ଜୟଶ୍ରୀ କହନ୍ତି, “ତିନିବର୍ଷ ପୂର୍ବେ ଅଟିଜମର ଶିକାର ଶିଶୁଙ୍କ ସଂଖ୍ୟା ଯାହା ଥିଲା ବର୍ତ୍ତମାନ ତା’ର ଅନେକ ବୃଦ୍ଧି ଘଟିଛି ଯଦିଓ ସେମାନଙ୍କ ଅଟିଜମ୍ ଅଧିକ ପରିପ୍ରକାଶିତ ନୁହେଁ । ମୁଁ ଅନୁଭବ କରୁଛି ଯେ ଏଭଳି ସାମାନ୍ୟ ଅଟିଜମର ଅନେକ ଶିଶୁ ମୁଖ୍ୟସ୍ରୋତ ସ୍କୁଲଗୁଡ଼ିକରେ ଶିକ୍ଷାଲାଭ କରୁଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ । ସେମାନେ ହୁଏତ ଆବଶ୍ୟକ ସହାୟତା ପାଇନପାରନ୍ତି । ଅନେକ ସହରରେ ଏଭଳି ସହାୟତା ମିଳୁନଥିବା କେନ୍ଦ୍ର ରହିଛି । ପ୍ରଥମ ଶ୍ରେଣୀର ସହରରରେ ଅଭିଭାବକଙ୍କ ଦ୍ୱାରା ଏଭଳି ସହାୟକକେନ୍ଦ୍ର ଖୋଲାଯାଇଥାଏ । ବେଙ୍ଗାଲୁରୁରେ କେବଳ, ୧୨ଟି ଏଭଳି ସଂସ୍ଥା ଅଛନ୍ତି ଯେଉଁମାନେ ଅଟିଜମ୍ ପାଇଁ ସେବା ଓ ଚିକିତ୍ସା ଯୋଗାଇଥାନ୍ତି । ସ୍କୁଲରେ ଏହା ଅତି ଅଳ୍ପ ମିଳିଥାଏ ।” ତାଙ୍କର କହିବାନୁସାରେ, ଏହି ବ୍ୟବସ୍ଥାର ପରିବର୍ତନ ଆବଶ୍ୟକ । ଅଟିଜମ୍ର ଶିକାଣ ଶିଶୁଙ୍କ ପାଇଁ ପୂର୍ଣ୍ଣଦିବସ କାର୍ଯ୍ୟକ୍ରମ ଆବଶ୍ୟକ, ଫଳରେ ସେମାନେ ସକ୍ଷମ ହୋଇପାରିବେ ଓ ପ୍ରତିବଦଳରେ ସମାଜକୁ କିଛି ଦେଇପାରିବେ ।

image


ଅଭିଭାବକଙ୍କ ପାଇଁ ତାଙ୍କର ପରାମର୍ଶ ହେଉଛି ଅଟିଜମକୁ ଏକ ସମସ୍ୟା ଭାବେ ଦେଖ । “ଶିଶୁମାନଙ୍କୁ ଅନୁଧ୍ୟାନ କର ଓ ସେମାନେ ଯେଭଳି ଶିକ୍ଷାଲାଭ କରିବେ ସେନେଇ ନିରନ୍ତର ଚେଷ୍ଟାକର । ଉଦ୍ୟମ ଓ ସମସ୍ୟାର ନୂତନ ସମାଧାନ ଓ ନୂତନ ବିଷୟର ଶିକ୍ଷା ଓ ନୂତନ ବିଷୟ ପ୍ରତି ପରିପ୍ରକାଶ କରିବା ଉଚିତ । ଏହା ଏକ କଠିନ କାମ କିନ୍ତୁ କରିବାକୁ ପଡ଼ିବ । ଏଥିପାଇଁ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ସହାୟତା ନିଅନ୍ତୁ, ଆପଣ ନିଜେ ଏହା କରିପାରିବେନାହିଁ ।”

ମୂଳ ଲେଖା - ଇମାନୁଏଲ ଆମ୍ବେର୍ବର

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ