ବିବାହ ଫଟୋଗ୍ରାଫି ଜଗତରେ ଗୋଟିଏ ନାମ -- ମୋନିଶା ଆଜଗାଁଓକାର

ବିବାହ ଫଟୋଗ୍ରାଫି ଜଗତରେ ଗୋଟିଏ ନାମ -- ମୋନିଶା ଆଜଗାଁଓକାର

Friday December 25, 2015,

3 min Read

ମୁଁ କଲେଜ ପଢିବା ସମୟରେ ମୋ ପାଖରେ ଗୋଟିଏ Nokia 6600 ଫୋନ ଥିଲା ଏବଂ ମୋବାଇଲରେ ଫଟୋ ଉଠାଇବା କଥା ଭାବି ଭାରି ଆମୋଦିତ ହୋଇଥିଲି। ସେଇ ସମୟରେ ମୁଁ ଜେ ଜେ କଲେଜରେ ନାମ ଲେଖାଇଲି ଫଟୋଗ୍ରାଫି ଉପରେ ଅଧିକ ଜାଣିବା ପାଇଁ, କହନ୍ତି The Photo Diaryର ପ୍ରତିଷ୍ଠାତା ଓ ନିର୍ଦ୍ଧେଶକ ମୋନିଶା ଆଜଗାଁଓକାର।

image


ମୋନିସା ହେଉଛନ୍ତି ମୁମ୍ୱାଇ ଅବସ୍ଥିତ ଜଣେ ଫଟୋଗ୍ରାଫର୍ ଯିଏ ଫଟୋଗ୍ରାଫିର ବିଭିନ୍ନ ଶୈଳୀର ନିପୁଣତା ଦେଖାଇଛନ୍ତି।

ସେ କହନ୍ତି ଜେ ଜେ କଲେଜରେ ସେ ସେତେଟା ଶିଖି ପାରିନଥିଲେ କାରଣ ଏହା ଏକ ଆଂଶିକ ପାଠ୍ୟକ୍ରମ ଥିଲା।

ଶିଖିବା ପାଇଁ ସ୍କୁଲ ଆଉ କଲେଜ ବହୁତ ଭଲ ମାଧ୍ୟମ। କିନ୍ତୁ କିଛି ବ୍ୟବହାରିକ ଅନୁଭବ ଆମକୁ ଅଧିକ ପେଶାଦାର ବନେଇବାରେ ସହାୟକ ହୋଇଥାଏ। ତୁମେ ଯେତେବେଳେ କିଛି ଚାକିରି କିମ୍ୱା ବ୍ୟବସାୟ ଆରମ୍ଭ କର ସେତେବେଳେ ତୁମେ ଅଳ୍ପ କିଛି ହିଁ ଜାଣିଥାଅ। ମୁଁ ମୋ କାମର ପ୍ରଥମ ଦିନରୁ ହିଁ ଶିଖୁଛି।

ସେ ଭାବନ୍ତି ସେ କିଛି କ୍ୟାମେରା କୋଣ ଓ ଆଲୁଅ ସହ ବହୁତ ଭଲ କରି ପାରିଥାନ୍ତେ । କିନ୍ତୁ ଏହା ଫଟୋ ଉଠାଇବାରେ କୌଣସି ବାଧା ସୃଷ୍ଟି କରିନଥିଲା।

ମୋନିଶା କହନ୍ତି ସଂଗୀତ ତାଙ୍କ ଭିତରେ ଜୋଶ୍ ଭରିଦିଏ । ସେ ପ୍ରଥମେ ବ୍ଲ୍ୟୁ ଫ୍ରଗ୍ ସଂଗୀତ ସମାରୋହରେ ଫଟୋ ଉଠାଇଥିଲେ।

image


ମୋନିଶା ଡି ଜେ ରୁପାରେଲ କଲେଜରେ ମନୋବିଜ୍ଞାନ ଅଧ୍ୟୟନ କରୁଥିଲେ ଏବଂ ଫଟୋଗ୍ରାଫି ତାଙ୍କ ସହ ସଂଯୋଗରେ ଯୋଡି ହୋଇଥିଲା। ଆଉ ସେଇ ସମୟରେ ସେ ଭାବିଲେ ସେ ମନୋବିଜ୍ଞାନ ପଢିବାକୁ ଚାହୁଁନାହାନ୍ତି ଆଉ ତାହା ପରେ ପାଠପଢାରୁ ଓହରି ଗଲେ। ତାହା ପରେ ବର୍ଷେ ସେ ଘରେ ବେକାର ବସିଲେ। ସେ ଜୀବନର ଅନ୍ୟ ସବୁ ରାସ୍ତା ଖୋଜିବାରେ ବ୍ୟସ୍ତ ଥିଲେ। ଏହିପରି ଭାବେ ସେ ଫଟୋଗ୍ରାଫିକୁ ଆସିଥିଲେ।

image


ମତେ ଗୋଟିଏ ଝିଅ ଭଲ ଲାଗୁଥିଲା ଯିଏ ସଂଗୀତ ସମାରୋହକୁ ଯିବାକୁ ଭାରି ପସନ୍ଦ କରୁଥିଲା। ଆଉ ତାକୁ ମନେଇବା ପାଇଁ ମୁଁ ମୋ କ୍ୟାମେରା ସହ ସଂଗୀତ ସମାରୋହଗୁଡିକୁ ଯାଉଥିଲି। ତାଙ୍କ ସହ ମୋର ଗୋଟିଏ ହିଁ ଡେଟ୍ ଥିଲା କିନ୍ତୁ ମୁଁ ଅନୁଭବ କରିଲି ଫଟୋଗ୍ରାଫି ପ୍ରତି ମୋର ଭାରି ଆଗ୍ରହ ଅଛି। ତାହା ପରେ ମୁଁ ରୋଲିଂ ଷ୍ଟୋନ, ପେଜ୍ 3 ପାର୍ଟି ଆଉ ଫେସନ୍ କାର୍ଯ୍ୟକ୍ରମମାନ କଭର କରିବା ଆରମ୍ଭ କରିଲି। ବିବାହ ଫଟୋଗ୍ରାଫି ମୋ ସାଙ୍ଗର ବାହାଘରରୁ ଆରମ୍ଭ ହେଲା। ଆଉ ସେଇ କାଥୋଲିକ ବାହାଘରରୁ ଆରମ୍ଭ ହେଲା The Photo Diary।

ସଂଗୀତରୁ ପ୍ରଭାବିତ ମୋନିଶା ସବୁବେଳେ ସଂଗୀତ ସମାରୋହଗୁଡିକରେ ସୁଟ୍ କରିବାକୁ ପସନ୍ଦ କରୁନ୍ତି। ସବୁବେଳେ ନୂଆ କଳାକାରଙ୍କୁ ମିଶିବା ଆଉ ସଂଗୀତ ଉପରେ ତାଙ୍କର ମତ ଜାଣିବା ତାଙ୍କୁ ବହୁତ ଅନୁପ୍ରାଣିତ କରେ।

ସେ ବହୁତ ସଂଗୀତ ସମାରୋହଗୁଡିକରେ ସୁଟ୍ କରିଛନ୍ତି କିନ୍ତୁ ତାଙ୍କର ପ୍ରିୟ ହେଉଛି NH7। ନିକଟରେ ସେ Ten Heads Festival ଦିଲ୍ଲୀରେ ସୁଟ୍ କରିଛନ୍ତି।

ଶିଖିବା ଅବସ୍ଥା

ଗୋଟିଏ ଫଟୋଗ୍ରାଫର ହିସାବରେ ସେ ଶିଖିଛନ୍ତି ଯେ ଫଟୋ ଉଠାଇବାର ସବୁଠୁ ଭଲ ଶୈଳୀ ହେଲା ସେଇ ମୁହୁର୍ତ୍ତକୁ ଅନୁଭବ କରି ସେଥିରେ ହଜିଯିବା। ସେ ଭାବନ୍ତି ଫଟୋଗ୍ରାଫିର ଶୈଳୀ ଓ ପ୍ରଦର୍ଶନର କଳା ବଦଳେ ଏବଂ ଲୋକଙ୍କ ସହ କଥାବାର୍ତ୍ତା ଓ ଫଟୋ ଉଠାଇଲା ବେଳେ ସେ ବି ନୂଆ ଜିନିଷ ଶିଖନ୍ତି।

ମୁଖ୍ୟତଃ ବାହାଘର ସମୟରେ ଲୋକେ ଭାବନ୍ତି ନାହିଁ ଯେ କେଉଁ ମୁହୁର୍ତ୍ତଟି ତାଙ୍କ ଜୀବନରେ ବହୁତ ମୁଲ୍ୟବାନ ପାଲଟିଯିବ ଆଉ ଏହି ସମୟରେ ମୁଁ ନିଜକୁ କର୍ତ୍ତ୍ୟବବାନ ଭାବି ସେଇ ମୁହୁର୍ତ୍ତଟି କେମେରାରେ ବାନ୍ଧିବାକୁ ଚେଷ୍ଟା କରେ, ମୋନିଶା କହନ୍ତି।

ୱାଜିର ଚଳଚ୍ଚିତ୍ର ପାଇଁ ଅମିତାଭ ବଚ୍ଚନଙ୍କ ସହ ସୁଟ୍ କରିବାର ଏକ ଅନୁଭବ ସେ ବର୍ଣ୍ଣନା କରନ୍ତି।

ମୋ ପାଇଁ ଏହା ଏକ ବଡ ମୁହୁର୍ତ୍ତ ଥିଲା ଗୋଟିଏ ଏତେ ବଡ ହସ୍ତୀଙ୍କ ସହ ସୁଟ୍ କରିବା। ମୁଁ ତାଙ୍କଠୁ ଗୋଟିଏ ଜିନିଷ ଶିଖିଲି ଯେ ଅନୁଭୂତି ହିଁ ଜଣକୁ ଗୋଟିଏ କ୍ଷେତ୍ରରେ ପୂର୍ଣ୍ଣ ବନାଇଥାଏ।

The Photo Diaryର ବିସ୍ତାର ଯୋଜନା

ମୋନିସା ବାହାଘର, ସଂଗୀତ ସମାରୋହ ଓ ଫେସନ୍ ସୁଟ୍ କରିବାରେ ମାହିର। ଏବଂ The Photo Diary ହେଉଛି ବାହାଘର ଫୋଟୋଗ୍ରାଫିର ଏକ ବିଶେଷ କମ୍ପାନୀ ଯାହା ବାହାଘରର ଚଳଚ୍ଚିତ୍ର, ବାହାଘର ପୂର୍ବର ସୁଟ୍ ଭଳି ବିଭିନ୍ନ ସୁବିଧା ପ୍ରଦାନ କରେ। ସେ ଅଧିକ ବାହାଘର ଫଟୋଗ୍ରାଫି କରିବାକୁ ଚାହୁଁଛନ୍ତି କାରଣ ସୃଜନଶୀଳତାର ଏଥିରେ ଅଧିକ ସୁଯୋଗ ରହିଛି।

ସେ ତାଙ୍କର ବ୍ୟବସାୟ ବଢାଇବା ପାଇଁ ବଜାରର ଅନ୍ୟ ସୁଯୋଗଗୁଡିକୁ ଲକ୍ଷ୍ୟ କରୁଛନ୍ତି। ସେ ଆଗାମୀ ବର୍ଷ ଆମେରିକା କିମ୍ୱା କାନାଡାରେ ନିଜର ଏକ ୟୁନିଟ୍ ତିଆରି କରିବାକୁ ଭାବୁଛନ୍ତି।

ମୂଳ ଲେଖା - ଶାଶ୍ଵତୀ ମୁଖାର୍ଜୀ

ଭାଷାନ୍ତର - ରାକେଶ ଗୌଡ