ଶହୀଦ ଜବାନଙ୍କ ପରିବାରକୁ ଆପଣ ପଠାଇପାରିବେ ଟଙ୍କା; ଅକ୍ଷୟ କୁମାର ଡିଜାଇନ କରିବାକୁ ଚାହୁଁଛନ୍ତି ଏକ ଏଭଳି ଆପ୍

0

ଫିଲ୍ମ ଅଭିନେତା ଅକ୍ଷୟ କୁମାର ନିଜର ମାନବୀୟ ଓ ପରୋପକାରୀ ଗୁଣ ପାଇଁ ଜଣାଶୁଣା। ସେ ପ୍ରାୟ ସବୁ ସମୟରେ ନିଜର ଟୁଇଟର ହ୍ୟାଣ୍ଡଲରୁ ଏସବୁ ପ୍ରସଙ୍ଗ ମାନଙ୍କ ଉପରେ ଟୁଇଟ କରିଥାନ୍ତି। ଅତୀତରେ ନାରୀ ମାନଙ୍କର ସୁରକ୍ଷାକୁ ନେଇ ସେ ଅନେକ ଥର ଟୁଇଟ କରିଥିଲେ। ସେ କହିଥିଲେ ଯେ ନାରୀ ମାନଙ୍କୁ ସମ୍ମାନ ଦେବା କେବେ ମଧ୍ୟ ଏକ ବିକଳ୍ପ ନୁହେଁ ବରଂ ଏହା ଯେ ଏକ ଗଭୀର ସାମାଜିକ ମୂଳଦୁଆ ହେଇଥାଈ ତାହା ଆମକୁ ସ୍ଵୀକାର କରିବାକୁ ହେବ।

Images : (L) – Chiloka; (R) – Linkedin
Images : (L) – Chiloka; (R) – Linkedin

ଏବେ କିଛିଦିନ ତଳେ ଅକ୍ଷୟ କୁମାର ସମଗ୍ର ଦେଶକୁ ଆଗେଇଆସି ଆର୍ମି ଓ ଜାତୀୟ ପ୍ରତିରକ୍ଷା ସେବାର ଶହୀଦ ମାନଙ୍କର ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ସରକାରୀ ସହାୟତା ବାଦ ନାଗରିକ ମାନଙ୍କର ମଧ୍ୟ ଏ ନେଇ ଏକ କର୍ତ୍ତବ୍ୟ ରହିଛି ବୋଲି ସେ କହିଛନ୍ତି। ସେ ବିଶ୍ବାସ କରନ୍ତି ଯେ ଏହି ବୀର ଜବାନ ମାନଙ୍କର କଲ୍ୟାଣର ଦାୟିତ୍ଵ କେବଳ ସରକାରଙ୍କର ନୁହେଁ, ବରଂ ଦେଶର ସମସ୍ତ ନାଗରିକଙ୍କର ଏକ ନୈତିକ ଦାୟିତ୍ଵ ମଧ୍ୟ। ସେ ଏକ ଏପରି ମଞ୍ଚ ହେଉ ବୋଲି କହିଛନ୍ତି ଯେଉଁଠାରେ ସବୁ ନାଗରିକ ମାନେ ଶହୀଦ ମାନଙ୍କର ପରିବାର ମାନଙ୍କ ସହ ସିଧାସଳଖ ସମ୍ପର୍କ କରିପାରିବେ। ଏକ ଆପ୍ ବା ୱେବସାଇଟ ଦ୍ଵାରା ଏହି ଉଦ୍ଦେଶ୍ୟ ସାଧିତ ହେଇପାରିବ। ଏହି ଆପ୍ ବା ୱେବସାଇଟ ଜରିଆରେ ଶହୀଦଙ୍କର ପରିବାରର କେଉଁ ଏକ ସଦସ୍ୟଙ୍କର ବ୍ଯାଙ୍କ ଖାତାକୁ (ଯାହାର ତନଖି ହେଇଥିବ) ଯିଏ ଚାହିଁବ ଟଙ୍କା ପଠାଇପାରିବ।

ଏହି ଭିଡିଓରେ ସେ ଜନସାଧାରଣଙ୍କର ସହଯୋଗ ପ୍ରାର୍ଥନା କରିବାର ଦେଖାଯାଏ ଯାହାଦ୍ୱାରା ସରକାର ଓ ଆର୍ମିର ଅନୁମତି ସହ ସେ ଏଭଳି ଏକ ଆପ୍ ନିଜେ ଡିଜାଇନ ଏବଂ କାର୍ଯ୍ୟକାରୀ କରାଇପାରିବେ।