ଆନ୍ନା କ୍ୟାଣ୍ଟିନରେ ମିଳିବ ଇଡ଼ଲି ୧ ଟଙ୍କା ଓ କର୍ଡ ରାଇସ (ଦହି ଭାତ) ୩ ଟଙ୍କାରେ

ଆନ୍ନା କ୍ୟାଣ୍ଟିନରେ ମିଳିବ ଇଡ଼ଲି ୧ ଟଙ୍କା ଓ କର୍ଡ ରାଇସ (ଦହି ଭାତ) ୩ ଟଙ୍କାରେ

Tuesday June 28, 2016,

1 min Read

image


ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଥିବା ୨୯ଟି ଗାଁର ଲୋକେ, ଯେଉଁଠାରେ ରାଜ୍ୟ ସରକାର ତାଙ୍କର ନୂତନ ରାଜଧାନୀ, ‘ଅମରାବତୀ’ ସହର ପ୍ରତିଷ୍ଠା କରିବା ପାଇଁ ଜମି ଅଧିଗ୍ରହଣ କରିଛନ୍ତି, ଏବେ ଖୁବ କମ ମୂଲ୍ୟରେ ଦକ୍ଷିଣ ଭାରତୀୟ ଖାଦ୍ୟକୁ ଉପଭୋଗ କରିପାରିବେ। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଅନ୍ତରିମ ସଚିବାଳୟର ନିକଟରେ ଥିବା ଏପରି ଏକ କ୍ୟାଣ୍ଟିନ ଉଦ୍ଘାଟନ କରିବା ସହ ମିଳୁଥିବା ସ୍ଵାଦିଷ୍ଟ ଖାଦ୍ୟର ମଜା ଉଠାଇଛନ୍ତି। ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଏନ. ଚିନାରାଜପ୍ପା, ଗୁଣ୍ଟୁରର ଲୋକସଭା ପ୍ରତିନିଧି ଜୟଦେବ ଗଲ୍ଲା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ସେ କହିଛନ୍ତି ଖୁବଶୀଘ୍ର ମଙ୍ଗଳଗିରି, ତାଡ଼େପଲ୍ଲୀ ଓ ଥୁଲ୍ଲୁର ଭଳି ୨୯ଟି ଗାଁ ରେ ଏପରି କ୍ୟାଣ୍ଟିନର ପ୍ରତିଷ୍ଠା ହେବ।

The Hinduର ଏକ ରିପୋର୍ଟ ଅନୁସାରେ ହରେକୃଷ୍ଣ ମୁଭମେଣ୍ଟର ଅକ୍ଷୟ ପାତ୍ର ଚାରିଟେବଲ ଫାଉଣ୍ଡେସନ (APCF) ଦ୍ଵାରା ପରିଚାଳିତ ଏହି କ୍ୟାଣ୍ଟିନ ଗୁଡିକ ଖୁବ ଶୀଘ୍ର ସଂପୂର୍ଣ୍ଣ ଆନ୍ଧ୍ରପ୍ରଦେଶରେ ଖୋଲାଯିବ। APCFକୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ଉନ୍ନୟନ ପରିଷଦ ଦ୍ଵାରା କ୍ରିୟାନ୍ଵୟନ ସଂସ୍ଥା ଭାବେ ସ୍ଵୀକୃତି ମିଳିଛି। ଏହି କ୍ୟାଣ୍ଟିନ ଗୁଡିକ ଜମି ଅଧିଗ୍ରହଣ ଯୋଜନାର ପରିସଂଖ୍ୟା ୩ (୧) (iii) ଅନୁସାରେ ସ୍ଥାପିତ ହେବ।

ତାମିଲନାଡୁର ଲୋକପ୍ରିୟ ଆମ୍ମା କ୍ୟାଣ୍ଟିନ ମଡେଲକୁ ଅନୁସରଣ କରି ଏହାର ପରିକଳ୍ପନା ହେଇଛି। ଇଡ଼ଲିର ମୂଲ୍ୟ ମାତ୍ର ୧ ଟଙ୍କା ହୋଇଥିବା ବେଳେ, ୨୦୦ ଗ୍ରାମ ପୋଙ୍ଗଲ ଭାତ ଓ ଟମାଟୋ ରସମ ୫ ଟଙ୍କା ଲେଖାଏ ପଡିବ। ୨୦୦ ଗ୍ରାମ ସମ୍ବର ଭାତ, ପୁଲିହୋରା (ତେନ୍ତୁଳି ଭାତ) ଓ ପଲଉର ମୂଲ୍ୟ ମାତ୍ର ୫ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ୧୫୦ ଗ୍ରାମ ଦହିଭାତର ମୂଲ୍ୟ ମାତ୍ର ୩ ଟଙ୍କା ରଖାଯାଇଛି।