ରୁପା ନାଥ: ସ୍ଵାସ୍ଥ୍ୟସେବାରେ ନୂତନତ୍ଵ ଆଣିବାକୁ ପ୍ରୟାସରତ ଜଣେ ଦେବଦୂତ ନିବେଶକ

0

ଅାମେରିକାର ଟେନେସି ବିଶ୍ଵବିଦ୍ୟାଳୟର ହେଲ୍ଥ ସାଇନ୍ସ ସେଂଟରରୁ ଜେନୋମିକ୍ସ ଓ ମୋଲେକ୍ୟୁଲାର ବାୟୋଲୋଜିରେ ପିଏଚଡି ହାସଲ କରିଛନ୍ତି ରୁପା ନାଥ ସେ ନିଜକୁ ଜେନୋମିକ୍ସ ଓ ସ୍ଵାସ୍ଥ୍ୟ ସେବା ପ୍ରତି ଉତ୍ସର୍ଗ କରିଛନ୍ତି। ନିଜ ବୃତିକୁ ନେଇ ସେ ବେଶ ଗୁରୁତ୍ତ୍ଵ ଦେଉଛନ୍ତି।

ଡକ୍ଟର ରୁପାଙ୍କ କାହାଣୀ ଅାମକୁ ଏହି ଶିକ୍ଷା ଦେଉଛି କିଭଳି ନିଜ ସ୍ଵପ୍ନକୁ ପୂରଣ କରିବ, ତାହାକୁ ଅନୁସରଣ କରିବା ବେଳେ ଅାସିବାକୁ ଥିବା ପରିବର୍ତ୍ତନ ପ୍ରତି ପ୍ରସ୍ତୁତ ରହିବ ଓ ସାମ୍ନାକୁ ଅାସୁଥିବା ସୁଯୋଗଗୁଡ଼ିକ ବ୍ୟବହାର କରିବା ସହ ନିଜକୁ ବାଦ ଦେଇ କିଭଳି ନିଜର ସ୍ଵପ୍ନକୁ ଅଧିକ ଗୁରୁତ୍ତ୍ଵ ପ୍ରଦାନ କରିବ।

ନିଜର ପିଏଚଡି ଶେଷ କରିବା ପରେ ରୁପା ସାନଫ୍ରାନ୍ସିସ୍କୋର ବେ ଏରିଅା ବାୟୋଟେକରେ କିଛି ବର୍ଷ କାମ କରିଥିଲେ ଏହା ପରେ 2006ରେ ସେ ସହ ପ୍ରତିଷ୍ଠା କଲେ ଅାକ୍ଟିସ୍ ବାୟୋଲୋଜିକ୍ ଇନକ୍ଲୁସିଭ। ଏହି ସଂସ୍ଥା କର୍କଟ ରୋଗର ଚିକିତ୍ସା ସମାଧାନ ସନ୍ଧାନ ଦିଗରେ କାର୍ଯ୍ୟ କରୁଛି। ଭାରତରେ କାରବାର ଅାରମ୍ଭ କରିବା, ଅାମେରିକାର ସଂସ୍ଥା ଓ ବିଶ୍ଵବିଦ୍ୟାଳୟଠାରୁ ବୌଦ୍ଧିକ ସଂପତି ଅାଣି ଭାରତରେ ଔଷଧ ବିକାଶ ପ୍ରକ୍ରିୟା ଅାରମ୍ଭ କରିବାରେ ତାଙ୍କର ଗୁରୁତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ସେ ନିଜ ସଂସ୍ଥା ପାଇଁ ମୁରି ଅାବେଦନକୁ ମିଳିତ ଭାବେ ଲେଖିବା ସହ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗରୁ 10 କୋଟି ଟଙ୍କାର ପାଣ୍ଠି ହାସଲ କରିବାର ସଫଳ ହୋଇଥିଲେ। ମୁମ୍ବାଇଠାରେ ସେ ଅାକ୍ଟିସର ଗବେଷଣା ଓ ବିକାଶ କେନ୍ଦ୍ର ସହ କ୍ଲିନିକାଲ୍ ବିକାଶ କେନ୍ଦ୍ର ଅାରମ୍ଭ କରିଥିଲେ। ତାଙ୍କର ଅଭିଜ୍ଞତାରୁ ସେ ଜଣେ ପୋଖତ ଉଦ୍ୟୋଗୀ ବୋଲି ଜଣାପଡୁଥିଲା।

ବର୍ତ୍ତମାନ ରୁପା ହେଉଛନ୍ତି ମୁମ୍ବାଇ ଆଞ୍ଜେଲର ଜଣେ ସକ୍ରିୟ ନିବେଶକ। ଏହି ସଂସ୍ଥା ପ୍ରଯୁକ୍ତି, ସ୍ଵାସ୍ଥ୍ୟ ସେବା, ଖୁଚୁରା ଓ ଅନ୍ୟାନ୍ୟ କ୍ଷେତ୍ରରେ ନୂତନ ଭାବେ ଅାରମ୍ଭ ହେଉଥିବା କମ୍ପାନୀରେ ପୁଞ୍ଜିନିବେଶ କରୁଛି। ସେ ସିଙ୍ଗାପୁରରେ ଏଷବ ବିବେନ୍ଦା ପିିଟିଇ ଲିମିଟେଡ୍ ନାମକ ଏକ ସଂସ୍ଥା ଗଠନ କରିଛନ୍ତି ଯାହା ଅାମେରିକା-ଭାରତ-ସିଙ୍ଗାପୁରର ସ୍ଵାସ୍ଥ୍ୟ ସେବା, ମେଡିକାଲ୍ ଉପକରଣ ଓ ଫାର୍ମା କମ୍ପାନୀଗୁଡ଼ିକୁ ଉପଦେଶ, ସହାୟତା ଓ ପୁଞ୍ଜି ଯୋଗାଇ ଦେଉଛି

ମୁମ୍ବାଇ ଆଞ୍ଜେଲରେ ସେ ସ୍ଵାସ୍ଥ୍ୟ ସେବା ପୁଞ୍ଜିନିବେଶ ଦିଗରେ ଉପଦେଷ୍ଟା ଭାବେ କାମ କରୁଛନ୍ତି। ବହୁ ଯଥାର୍ଥ ଅାକଳନ କ୍ଷେତ୍ରରେ ସେ ମୁଖ୍ୟ ଭାବେ କାମ କରୁଛନ୍ତି। ମୁମ୍ବାଇ ଆଞ୍ଜେଲ୍ସ ସହ ମିଶି ସେ ଏସିଅାଟିକ୍ ଅାଣ୍ଡ କାର୍ମିକ ଲାଇଫ୍ ସାଇନ୍ସେସ୍ କ୍ଲିନିକାଲ୍ ରିସର୍ଚ ଅର୍ଗାନାଇଜେସନରେ ପୁଞ୍ଜିନିବେଶ କରିଛନ୍ତି ଯାହା ଭାରତର ଫାର୍ମା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛି କାର୍ମିକ ଲାଇଫ୍ ସାଇନ୍ସର ବୋର୍ଡରେ ସେ ଉପଦେଷ୍ଟା ଭାବେ ମଧ୍ୟ କାମ କରୁଛନ୍ତି। ଯଦି ଅାପଣ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଛନ୍ତି ତେବେ ଡକ୍ଟର ରୁପାଙ୍କ ସହ ଯୋଗାଯୋଗ କରିପାରିବେ।

ଏହି ଖୋଲାଖୋଲି ଅାଲୋଚନାରେ ସେ ନିଜର ଅଭିଳାଷା ଓ ବ୍ୟବସାୟରେ ଜଣେ ମହିଳା ଭାବେ ଅନୁଭୂତି ବର୍ଣ୍ଣନା କରିଛନ୍ତି:

YS: ଜେନୋମିକ୍ସ ପ୍ରତି କିଭଳି ଅାକୃଷ୍ଟ ହେଲେ ଓ ପିଏଚଡି କାହିଁକି କଲେ?

ଉତ୍ତର: ମୁମ୍ବାଇର ରୂପାରେଲ କଲେଜରେ ମୁଁ ଏକାଦଶ ଓ ଦ୍ଵାଦଶ ପଢ଼ିଥିଲି। ମୋ ଶ୍ରେଣୀର ଅଧିକାଂଶ ପିଲା ଇଞ୍ଜିନିୟରିଂ ଅଥବା ମେଡିକାଲ୍ ପାଠ ପ୍ରତିି ଧ୍ୟାନ ଦେଉଥିଲେ। କିନ୍ତୁ ମୁଁ ଏହି ଦୁଇଟିରୁ କୌଣସି ଗୋଟିଏକୁ ବି ପସନ୍ଦ କରୁ ନ ଥିଲି। ଯେତେବେଳେ ମୋତେ 14 ବର୍ଷ ହୋଇଥିଲା ମୁଁ ଜୁରାସିକ୍ ପାର୍କ ନାମକ ପୁସ୍ତକ ପଢ଼ିଥିଲି। ଏହି ନାମରେ ସିନେମା ଅାସିବା ପୂର୍ବରୁ ମୁଁ ବହିିଟିକୁ ପଢ଼ିଥିଲି। ସେଥିରୁ ମୁଁ ଡିଏନଏ ଓ କ୍ଲୋନିଂ ପ୍ରେମରେ ପଡ଼ି ଯାଇଥିଲି। ଏହା ଶୁଣିବାକୁ ମଜାଳିଅା ଲାଗୁଥିଲେ ମଧ୍ୟ ଏହା ସତ ଯେ ମୁଁ ଜୁରାସିକ୍ ପାର୍କ ଯୋଗୁଁ ଜୀବ ବିଜ୍ଞାନ ପ୍ରତି ଆକର୍ଷିତ ହୋଇଥିଲି। ମୁଁ ଭାଗ୍ୟବାନ ଥିଲି ଯେ ମୋତେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ପାଠପଢ଼ିବାର ସୁଯୋଗ ମିଳିଥିଲା। ସେଠାରେ ଜୀବ ବିଜ୍ଞାନ ବିଭାଗ ବହୁତ ଭଲ ଥିଲା। ପାଠ୍ୟକ୍ରମ ସୁହାଇବା ଭଳି ଥିବା ବେଳେ ସବୁ କିଛି ପରୀକ୍ଷଣ କରିବାର ସୁଯୋଗ ମଧ୍ୟ ଥିଲା। ସେହିଠାରୁ ମୁଁ ଏ ବିଷୟରେ ପିଏଚଡି କରିବାକୁ ଚିନ୍ତା କରିଥିଲି। ଅାମେରିକାରେ ପିଏଚଡି କରିବା ମୋର ସ୍ଵପ୍ନ ଥିଲା।

YS: ପିଏଚଡି ଅନୁଭୂତି କିଭଳି ଥିଲା?

ଉତ୍ତର: ପିଏଚଡି ହାସଲ କରିବା ଏକ କଠିନ କାମ। ମୋତେ ଦିନକୁ 16 ଘଣ୍ଟା ପରିଶ୍ରମ କରିବାକୁ ପଡୁଥିଲା। ନିଜର କାମ ପ୍ରତି ଉତ୍ସର୍ଗୀକୃତ ହେବାକୁ ପଡୁଥିଲା। ଏହି କାମ ଏତେ କଠିନ ଥିଲା ଯେ ବେଳେ ବେଳେ ମୁଁ ଅଧାରୁ ଓହରି ଯିବାକୁ ମନ କରୁଥିଲି କିନ୍ତୁ ଅର୍ଥର ମୋହ ମନେ ପଡ଼ିଯିବା ପରେ ପୁଣି ପରିଶ୍ରମ କରୁଥିଲି। ଏ ଦିଗରେ ମୋ ସ୍ଵାମୀ ମୋତେ ବହୁତ ସହାୟତା ଯୋଗାଇ ଦେଇଥିଲେ।

YS: ଆପଣ କଣ ପାଠପଢ଼ା ପ୍ରତି ଅାଗ୍ରହୀ ଥିଲେ?

ଉତ୍ତର: ମୋ ପରିବାର ମହାରାଷ୍ଟ୍ରରେ। ଯଦିଓ ମୁଁ ନାଗପୁରରେ ଜନ୍ମ ହୋଇଥିଲି କିନ୍ତୁ ମୁମ୍ବାଇରେ ବଢ଼ିଥିଲି। ମୋର ପିଲାଦିନ ଜୁହୁ ସମୁଦ୍ର କୂଳରେ କଟିଥିଲା। ମୋ ପିଲା ଦିନର ଅାଉ ଏକ ବଡ଼ କଥା ଥିଲା ମୋ ଜେଜେବାପାଙ୍କ ନାଗପୁରରେ ଥିବା ଲାଇବ୍ରେରି। ଯେଉଁଥିରେ 10 ହଜାରରୁ ଅଧିକ ବହି ଥିଲା ଯାହାକୁ ବ୍ରିଟେନରୁ ଅଣାଯାଇଥିଲା। ଗ୍ରୀଷ୍ଣ ଋତୁର ଅଧିକାଂଶ ସମୟ ମୁଁ ସେହି ଲାଇବ୍ରେରିରେ ବିତାଉଥିଲି। ମୁଁ ଭାବୁଛି ମୁଁ ସବୁ ବହି ପଢ଼ି ଦେଇଛି। ବହି ପ୍ରତି ମୋ ଅାଗ୍ରହ ପିଲା ବେଳୁ ବଢ଼ାଇଥିବାରୁ ମୁଁ ମୋ ପରିବାର ଲୋକଙ୍କୁ ଧନ୍ୟବାଦ ଦେବି।

YS: ପିଏଚଡି ଶେଷ ହେବା ପରେ କଣ କଲେ?

ଉତ୍ତର: ପିଏଚଡି କରିବା ବେଳେ ମୁଁ ଜାଣିପାରିଥିଲି ଯେ ଶିକ୍ଷା କ୍ଷେତ୍ରରେ ରହିବା ମୋ ଦ୍ଵାରା ସମ୍ଭବପର ନୁହେଁ। ତେଣୁ ମୁଁ ଶିଳ୍ପ ସଂସ୍ଥା ପ୍ରତି ଅାଗ୍ରହୀ ହେବା ସହ ଜେନୋମିକ୍ସ ଷ୍ଟାର୍ଟଅପରେ ଯୋଗ ଦେଇଥିଲି। ସେହି ସମୟରେ ମୁଁ ଗର୍ଭବତୀ ହେବା ଯୋଗୁଁ କାମ କ୍ଷେତ୍ରରୁ କିଛି ବର୍ଷ ଦୂରେଇ ରହିଲି। ସେସମୟରେ ମୁଁ ମୋ ସ୍ଵପ୍ନ ବିଷୟରେ ଚିନ୍ତା କରୁଥିଲି। ଏବେ ଭାବିଲେ ସେହି ସମୟଗୁଡ଼ିକ ବହୁତ ଭଲ ଥିଲା ବୋଲି ଲାଗୁଛି। ମୋ ପୁଅ ଜନ୍ମ ହେବାର ଦୁଇ ବର୍ଷ ପରେ ମୁଁ ପୁଣି କାମରେ ଯୋଗ ଦେଲି ସେହି ସମୟରେ ମୁଁ ଅାକ୍ଟିସ୍ ବାୟୋଲଜିକର ସିଇଓଙ୍କ ସହ ଭେଟ ହେଲି। 2005ର ଏହି କଥା ମୁଁ ତାଙ୍କୁ କହିଲି ଯେ ଭାରତରେ ଏହି କମ୍ପାନୀ ଅାରମ୍ଭ କରାଇବା ଦିଗରେ ମୁଁ ତାଙ୍କୁ ସାହାଯ୍ୟ କରିପାରିବି। ତାହା ମୋତେ ଉଦ୍ୟୋଗ ଜଗତରେ ପାଦ ଦେବାର ପ୍ରଥମ ସୁଯୋଗ ପ୍ରଦାନ କରିଥିଲା।

YS: ଜଣେ ଶିକ୍ଷାବିତ୍ ପାଇଁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶର ଅନୁଭୂତି କିଭଳି ଥିଲା?

ଉତ୍ତର: ଏହାକୁ ମୁଁ ବହୁତ ଭଲ ପାଏ। ମୋ ଜୀବନର ସବୁଠୁ ଭଲ ଅନୁଭୂତି ହେଉଛି ତାହା ଏକ କଂପାନି କିଭଳି ଅାରମ୍ଭ କରାଯାଇପାରିବ ତାହା ମୁଁ ଶିଖିପାରିଥିଲି। ମୁଁ ଏକା ସବୁ କିଛି କରୁଥିଲି। ମାର୍କେଟିଂଠାରୁ ଅାରମ୍ଭ କରି ଅାକଉଟାଂଟ, ଲୋକ ନିଯୁକ୍ତି କରିବା ପର୍ଯ୍ୟନ୍ତ ସବୁ କାମ କରୁଥିଲି। ଯେହେତୁ ମୋ ସ୍ଵାମୀ ଅାମେରିକାରେ ରହୁଥିଲେ ତେଣୁ ମୁଁ ଭାରତରୁ ପ୍ରଶାସନିକ କାମ ଛାଡ଼ି ସାନଫ୍ରାନ୍ସିକୋ ଚାଲିଗଲି। ଏହି କଂପାନିର ଜଣେ ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ଅାମେରିକାରୁ ଭାରତକୁ ଯାତ୍ରା କରି କାମ ସମ୍ଭାଳୁଥିଲି।

YS: ମୁମ୍ବାଇ ଅଞ୍ଜେଲ୍ସରେ ନିବେଶକ ଭାବେ ଅନୁଭତି ବିଷୟରେ ବର୍ଣ୍ଣନା କରନ୍ତୁ?

ଉତ୍ତର: ମୁଁ ମୋ ସ୍ଵାମୀ ସଂଜୟ ନାଥ (ବ୍ଲୁମ୍ ଭେଂଚର)ଙ୍କ ସହ 2010ରେ ଭାରତ ଚାଲି ଅାସିଲି। ସେ ଭାରତରେ ଏକ ଭେଂଚର ପାଣ୍ଠି ପ୍ରତିଷ୍ଠା କରିଥିଲେ। 2006ରେ ମୁଁ ଯେଉଁ କଂପାନି ଗଠନ କରିଥିଲି, ଭାରତରେ ଡିସିଜିଅାଇ ନିୟମ ଯୋଗୁଁ ତାହା ସଙ୍କୁଚିତ ହୋଇଯାଇଥିଲା। ପୁଣି ମୁଁ ସେହି ସ୍ଥାନକୁ ଫେରିଗଲି ଯେଉଁଠାରେ ମୋ ପାଇଁ କିଛି ନ ଥିଲା। ମୁଁ ଭାବିଲି ଅାଗକୁ କଣ କରିବି। ମୋ ସ୍ଵାମୀ ମୋତେ ମୁମ୍ବାଇ ଆଞ୍ଜେଲ୍ସ ବୈଠକରେ ଯୋଗ ଦେବାକୁ କହିଲେ। ମୁଁ ସେତେବେଳେ ଭାବିଲି ଯେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ଜଣେ ମହିଳା ନିବେଶ ବିଷୟରେ କଣ କରିପାରିବ। କିନ୍ତୁ ମୁଁ ବୈଠକରେ ଯୋଗ ଦେଲି। ସମୟ ଗଡ଼ିବା ସହ ମୁଁ ମୁମ୍ବାଇ ଆଞ୍ଜେଲ୍ସ ସହ ଅଭ୍ୟସ୍ତ ହୋଇଗଲି। ଭାରତରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଅାରମ୍ଭ ହେଉଥିବା ବିକଳ୍ପ ଏହି ସଂସ୍ଥାରେ କାମ କରିବା ପାଇଁ ମୋତେ ଉତ୍ସାହିତ କରିଥିଲା।

YS: ନିଜ ସ୍ଵାମୀ ସଂଜୟ ନାଥଙ୍କ ସହ କିଭଳି ସମ୍ପର୍କ ରହିଛି?

ଉତ୍ତର: ତାଙ୍କୁ ପାଇ ମୁଁ ବେଶ ଖୁସି। ଅାରମ୍ଭରୁ ସେ ମୋତେ ଉତ୍ସାହିତ କରି ଅାସିଛନ୍ତି। ସେ ସବୁ ବେଳେ ଉଦ୍ୟୋଗୀ ହେବାକୁ ମୋତେ ପ୍ରବର୍ତ୍ତାଉଥିଲେ। ବିଟସ୍ ପିଲାନିରୁ ପାଠପଢ଼ା ଶେଷ କରିବା ପରେ ସେ 21 ବର୍ଷ ବୟସରେ ନିଜ କମ୍ପାନୀ ଅାରମ୍ଭ କରିଥିଲେ। ମୁଁ ପିଏଚଡି କରିବା ବେଳେ ଅଧାରୁ ତାହାକୁ ଛାଡ଼ି ଦେବି ବୋଲି ଯେତେବେଳେ ଭାବୁଥିଲି ସଂଜୟ ମୋତେ ସାହସ ଦେଉଥିଲେ।

YS: ଭାରତରେ ବ୍ୟବସାୟ ଜଗତରେ ସକ୍ରିୟ ମହିଳାଙ୍କ ବିଷୟରେ କଣ କହିବେ?

ଉତ୍ତର: ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ବହୁବିଧ କାର୍ଯ୍ୟ କରିପାରନ୍ତି। ସେମାନେ କାମକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବେଶ ପାରଙ୍ଗମ। ଏହା ସମସ୍ତେ ଜାଣନ୍ତି ଯେ କେତେ ସମୟ କାମ ବଦଳରେ କେତେ ଭଲ କାମ ହେଉଛି ତାହା ଗୁରୁତ୍ତ୍ଵପୂର୍ଣ୍ଣ। ମହିଳାମାନେ ସେ ଦିଗରେ ବେଶ ଭଲ କାମ କରୁଛନ୍ତି। ମହିଳାମାନଙ୍କ ନିଜ ଉପରେ ଅଧିକ ବିଶ୍ୱାସ ଥାଏ। ଯେଉଁ ମହିଳାମାନେ ଭାରତରେ ବୃତ୍ତି ପ୍ରତି ଅଧିକ ସଚେତନ ସେମାନଙ୍କୁ ପୁରୁଷମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ମହିଳାମାନଙ୍କ କ୍ଷେତ୍ରରେ ଗୋଟିଏ ବଡ଼ ଅସୁବିଧା ହେଉଛି ସେମାନେ ପରସ୍ପରକୁ ଏତେ ସହଜରେ ବିଶ୍ୱାସ କରନ୍ତି ନାହିଁ।

YS: ନିଜର ଭୂମିକାକୁ ନେଇ ଅାଜିରେ ଅାପଣ କେଉଁ ବିଷୟକୁ ନେଇ ଅଧିକ ଉତ୍ସାହିତ?

ଉତ୍ତର: ମୁଁ ଭାରତରେ ସ୍ଵାସ୍ଥ୍ୟ ସେବାରେ ନୂତନତ୍ତ୍ଵକୁ ଅାଗକୁ ବଢ଼ାଇବାକୁ ଚାହୁଁଛି। ଭାରତ ସ୍ଵାସ୍ଥ୍ୟ ସେବା ଟାଇମ୍ ବମ୍ ଉପରେ ବସିଛି। ଅାମର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ହେଉଛି। ଯୁବାବସ୍ଥାରେ ଲୋକମାନଙ୍କୁ ଏବେ ଏଭଳି କିଛି ରୋଗ ହେଉଛି ଯାହା ଅାଗରୁ ହେଉ ନ ଥିଲା। ଭାରତରେ ପରିବର୍ତ୍ତନ ସହ ଖାପଖୁଅାଇବା ପାଇଁ ଅଧିକ ସମ୍ବଳ ନାହିଁ। ଯଦି ପିଇବାକୁ ବିଶୁଦ୍ଧ ପାଣି ନାହିଁ ତେବେ କୋଟି କୋଟି ଡଲାରର ପ୍ରଯୁକ୍ତି କଂପାନି ସୃଷ୍ଟି ହେଲେ ଲାଭ କଣ? ମୁଁ ପ୍ରଯୁକ୍ତିକୁ ବିରୋଧ କରୁନାହିଁ କିନ୍ତୁ ଉଦ୍ୟୋଗୀମାନେ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର।