ପୁଲିସର ମହାନତା: ସଂଖ୍ୟାଲଘୁ ପିଲାଙ୍କୁ ପଢ଼ାଇବେ ପାଠ

ପୁଲିସର ମହାନତା: ସଂଖ୍ୟାଲଘୁ ପିଲାଙ୍କୁ ପଢ଼ାଇବେ ପାଠ

Thursday February 11, 2016,

2 min Read

ଆମ ଦେଶରେ ପୁଲିସର ଛବି ଯାହା, ତାହା ନ କହିବା ଭଲ । କୌଣସି ଲୋକ ସହଜରେ ବିଶ୍ୱାସ କରିପାରିବେ ନାହିଁ ଯେ ପୁଲିସମାନେ ମଧ୍ୟ ସମାଜ ସେବା କରିପାରନ୍ତି । ଏହା କିନ୍ତୁ କରି ଦେଖାଇଛି ଗୁଜୁରାଟ ପୁଲିସ । ନିଜର ମହାନତାର ବରିଷ୍ଠ ପରିଚୟ ପ୍ରଦାନ କରିଛି ସମଗ୍ର ବିଶ୍ୱର ପୁଲିସ ବଳକୁ । ଗୁଜୁରାଟ ପୁଲିସ୍ ରାଜ୍ୟର ସଂଘ୍ୟାଲଘୁ, SC ST ଓ ଆର୍ଥିକ ସ୍ତରରେ ଅନଗ୍ରସର ବର୍ଗର ପିଲାମାନଙ୍କୁ ଶିକ୍ଷାଦାନ କରିବା ଭଳି ମହତ କାର୍ଯ୍ୟ ହାତକୁ ନେଇଛି । ଖୁବଶୀଘ୍ର ସେମାନଙ୍କ ପାଇଁ ପୁଲିସ୍ ପକ୍ଷରୁ ମାଗଣା କୋଚିଂ କ୍ଲାସ୍ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଗୁଜୁରାଟର ପୁଲିସ ବିଭାଗ ଏ ନେଇ ଯୋଜନା ପ୍ରସ୍ତୁତ କରୁଛି ।

ଏହି ଯୋଜନାର ନାମ ରହିବ ସଂନ୍ଧ୍ୟାକାଳୀନ ସଦଭାବନା ଓ ସାମାଜିକ ସମରସଜା । ଏହି ଯୋଜନାରେ ଅଷ୍ଟମରୁ ଅଧିକ ଶ୍ରେଣୀର ପିଲାମାନଙ୍କ ପାଇଁ ପୁଲିସ୍ ବିଭାଗ ମାଗଣା ସନ୍ଧ୍ୟାକାଳୀନ ଶିକ୍ଷାଦାନର ବ୍ୟବସ୍ଥା କରିବ । ଏଥିପାଇଁ ପୁଲିସ ବିଭାଗର ୪ଟି ପ୍ରଶିକ୍ଷଣ କେନ୍ଦ୍ରକୁ ବ୍ୟବହାର କରାଯିବ। ଏହି ଯୋଜନା ବିଷୟରେ ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି ଯେ ସମାଜରେ ଥିବା ପଛୁଆ ବର୍ଗର ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ହେଊଛି ଆମର ମୂଳ ଲକ୍ଷ୍ୟ । ସୁରକ୍ଷା ସେତୁ ଯୋଜନାରେ ରହିଥିବା ପାଣ୍ଠିକୁ ଏ ଦିଗରେ ଖର୍ଚ୍ଚ କରାଯିବ । ଚାକିରି ସନ୍ଧାନ କରିବା, ଇଂରାଜି ଭାଷାରେ କଥାବାର୍ତ୍ତା କରିବା ଓ ସାକ୍ଷାତକାର ସାମ୍ନା କରିବା ଭଳି ବିଷୟ ଉପରେ ଏହି କୋଚିଂ କ୍ଲାସ୍ଗୁଡ଼ିକରେ ଶିକ୍ଷାଦାନ କରାଯିବ । ପୁଲିସ ତାଲିମ କେନ୍ଦ୍ର ଏହାର କମ୍ପ୍ୟୁଟର କେନ୍ଦ୍ର ଓ ପାଠାଗାରକୁ ଏହି ପିଲାମାନଙ୍କୁ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରିବ । ଫଳରେ ପିଲାମାନେ ସହଜରେ କମ୍ପ୍ୟୁଟର ବିଷୟରେ ଜାଣିପାରିବା ସହ ନିଜକୁ କୁଶଳୀ ଭାବେ ଉପସ୍ଥାପିତ କରିପାରିବେ ।

ପଢନ୍ତୁ - ବିଶ୍ନୋଇ : ଏପରି ଏକ ଧର୍ମ, ଯେଉଁଠି ଜୀବକୁ ସୁରକ୍ଷା ଦେବା ହିଁ ବ୍ରତ

image


ସବୁଠୁ ବଡ଼ କଥା ହେଉଛି ପୁଲିସ ଏହି କାମକୁ ବହୁତ ଗୁରୁତ୍ୱ ଦେବ । କେବଳ ଯୋଜନା କରି ବସିଯିବ ନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ଏହି କୋଚିଂ କ୍ଲାସର ସୁବିଧା ନେବାକୁ ଚାହିଁବେ ସେମାନଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ । ସନ୍ଧ୍ୟା ୫ ଟାରେ ପୁଲିସ୍ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ହେବା ପରେ ପିଲାମାନଙ୍କୁ ଶିକ୍ଷାଦାନ କରିବା କାର୍ଯ୍ୟ ଆରମ୍ଭ ହେବ । ଯେଉଁ ଛାତ୍ରଛାତ୍ରୀମାନେ ଏଥିପାଇଁ ପଞ୍ଜିକରଣ କରିଥିବେ ସେମାନଙ୍କୁ ଘରୁ ପ୍ରଶିକ୍ଷଣ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଓ ପାଠପଢ଼ା ଶେଷ ହେବା ପରେ ସେମାନଙ୍କୁ ଘରେ ଛାଡ଼ିବା କାମରେ ପୁଲିସ୍ର ଗାଡ଼ିକୁ ବ୍ୟବହାର କରାଯିବ ।

image


ଛାତ୍ରଛାତ୍ରୀମାନଙ୍କୁ ଊଚ୍ଚ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଗୁଜୁରାଟ ପୁଲିସ୍ କିଛି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଓ ତାଲିମ କେନ୍ଦ୍ର ସହ ବୁଝାମଣା କରିଛି । ସେମାନଙ୍କର ଉଚ୍ଚ ତାଲିମପ୍ରାପ୍ତ ପ୍ରଶିକ୍ଷକ ଏହି ପିଲାମାନଙ୍କୁ ଶିକ୍ଷାଦାନ କରିବେ । ଏମ୍ଏସ୍ ବିଶ୍ୱବିଦ୍ୟାଳୟ ସହ ଗୁଜୁରାଟ ପୁଲିସ୍ ଏକ ବୁଝାମଣା ମଧ୍ୟ କରିଛି । ଏ ବାବଦରେ ପୁଲିସ ବିଭାଗ ଗୁଜୁରାଟ ଲ' ୟୁନିଭର୍ସିଟି, ଏନ୍ଆଇଡି, ଆଇଆଇଏମ୍-ଅହମ୍ମଦାବାଦ ଓ ଗୁଜୁରାଟ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିବା ପାଇଁ କଥାବାର୍ତ୍ତା ଜାରି ରଖିଛି ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ -

1। ଏବେ ବି ଚରଖା ଚକରେ ଘୂରୁଛି ଜୀବନ

2। ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ, ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ

3। ଓଡ଼ିଶାର ପ୍ରଥମ ସୌର ଗ୍ରାମ