ଅନାଥ ଆଶ୍ରମରୁ ଆଇଏଏସ୍

ଅନାଥ ଆଶ୍ରମରୁ ଆଇଏଏସ୍

Friday December 04, 2015,

2 min Read

କେରଳର ମାଲାପୁରମ ଜିଲ୍ଲାର ଏକ ନିପଟ ମଫସଲ ଗାଁ ଏଡ଼ାଭାନାପରାରେ ମହମ୍ମଦ ଅଲ୍ଲୀ ସିହାବଙ୍କ ଜନ୍ମ । ପାନଦୋକାନରେ ବାପାଙ୍କୁ ପାନପତ୍ର ଓ ବାଉଁଶ ଟୋକେଇ ବିକ୍ରିରେ ସହାୟତା କରିବାରେ ତାଙ୍କର ପିଲାଦିନ କଟିଛି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ଦାରିଦ୍ର୍ୟ ହେତୁ ସେ ଏକ ଅନାଥାଶ୍ରମକୁ ଚାଲିଆସନ୍ତି । ଅନାଥାଶ୍ରମରେ ଭର୍ତି ହେବା ଲାଗି ତାଙ୍କୁ ଜାଣିଶୁଣି ପଞ୍ଚମରେ ଫେଲ୍ ହେବାକୁ ପଡ଼ିଥିଲା ।

image


ତେବେ ଅନାଥାଶ୍ରମରେ ସେ ଭଲ ପରାମର୍ଶ ପାଇଲେ । ତାଙ୍କର ଏକମାତ୍ର ଆଶା ଥିଲା, ସେ ଭଲ ପଢ଼ିବେ ଓ ଜୀବନରେ କିଛି କରିବେ । ଦି ହିନ୍ଦୁକୁ ଏକ ସାକ୍ଷାତକାରରେ ସେ କହନ୍ତି, ‘ମୋ ସାଙ୍ଗମାନଙ୍କୁ ବିଚଳିତ ନ କରିବା ଲାଗି ମୁଁ ବେଡସିଟ୍ ଭିତରେ ଅଳ୍ପ ଆଲୁଅରେ ପାଠ ପଢେ଼ । ପ୍ରକୃତରେ ମୁଁ ଅନାଥାଶ୍ରମର ନିୟମ ଭାଙ୍ଗୁଥିଲି ।’ ଅନାଥାଶ୍ରମରେ ମାଧ୍ୟମିକ ଶିକ୍ଷା ପରେ ସେ ଦୂର ଯୋଗାଯୋଗ ପଦ୍ଧତିରେ ଇତିହାସ ବିଷୟ ରଖି ସ୍ନାତକ ଶେଷ କରିଥିଲେ ।

ଇଣ୍ଡିଆନ ଏକ୍ସପ୍ରେସରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ବିଭିନ୍ନ ସରକାରୀ ଚାକିରି ପାଇଁ ୨୧ ଥର ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ସେ କହନ୍ତି, ‘ମୁଁ ଫରେଷ୍ଟର, ଜେଲ ୱାର୍ଡେନନ୍, ରେଳ ଟିକେଟ ତନଖିକାରୀ ଆଦି ବହୁ ପରୀକ୍ଷା ଦେଇଛି । ମୋତେ ୨୫ ବର୍ଷ ବେଳେକୁ ମୋ ମୁଣ୍ଡରେ ଆଇଏଏସ୍ ଭୂତ ସବାର ହେଲା । ମୁଁ ଯେତେବେଳେ ଏ କଥା କହିଲି, ଅନାଥ ଆଶ୍ରମ କର୍ତ୍ତୃପକ୍ଷ ମୋତେ ସହଯୋଗ କଲେ ।’

ବହୁ ପରିଶ୍ରମ ପରେ ସେ UPSC ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଓ ୨୨୬ ତମ ସ୍ଥାନ ପାଇଲେ । ସେ ବିଶ୍ୱାସ କରନ୍ତି ଯେ, ତୃଣମୂଳ ସ୍ତରର ବାସ୍ତବତା ସହ ତାଙ୍କର ବୁଝାମଣା ତାଙ୍କୁ ଜନସେବା କରିବାରେ ଅଧିକ ସହାୟକ ହେବ ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା