ସ୍ଵିଡେନରେ ଅଳିଆର ଅଭାବ, ଅନ୍ୟଦେଶରୁ କରୁଛି ଆମଦାନୀ

ସ୍ଵିଡେନରେ ଅଳିଆର ଅଭାବ, ଅନ୍ୟଦେଶରୁ କରୁଛି ଆମଦାନୀ

Monday December 12, 2016,

2 min Read

ସକାଳ ଦିନଚର୍ଯ୍ୟାର ଏକ ଅଂଶ ହେଲା ସଫେଇବାଲାକୁ ଅଳିଆ ଦେବା। କଳ୍ପନା କରନ୍ତୁ ଏମିତି କିଛି ଦିନ ଯେବେ ସଫେଇବାଲା ଖାଲିହାତରେ ଫେରିଯିବ। କାହାରି ପାଖରେ ଅଳିଆ ନଥିବ। ଠିକ ଏମିତି କିଛି ପରିସ୍ଥିତି ଏବେ ସ୍ଵିଡେନ ଦେଶରେ। ସେଠାରେ ଆଉ ଅଳିଆ ନାହିଁ। ଏହି ସ୍କାଣ୍ଡିନିଭିଆନ ଦେଶ ଏବେ ନିଜର ଅତ୍ୟାଧୁନିକ ରିସାଇକଲ ପ୍ଳାଣ୍ଟକୁ ଚାଲୁ ରଖିବା ପାଇଁ ଅନ୍ୟ ଦେଶ ମାନଙ୍କରୁ ଅଳିଆ ଆବର୍ଜନା ଆମଦାନୀ କରୁଛି। ସ୍ଵିଡେନର ବିଦ୍ୟୁତ ଆବଶ୍ୟକତାର ଅଧାରୁ ଅଧିକ ନବୀକରଣୀୟ ଶକ୍ତି ଅଟେ। ବିଶ୍ଵର ପ୍ରଥମ ଅଳ୍ପକିଛି ଦେଶମାନଙ୍କ ଭିତରେ ସ୍ଵିଡେନ ଅନ୍ଯତମ ଯେଉଁମାନେ କି ଫସିଲ ଫୁଏଲ ଉପରେ ଭାରି ଟିକସ ଲଗେଇବା ଆରମ୍ଭ କରିଥିଲେ।

Image : <a href=

Image :

Sweden.sea12bc34de56fgmedium"/>

ଗତ ଦୁଇ ଦଶନ୍ଧି ଧରି ସ୍ଵିଡେନର ରିସାଇକଲ ବ୍ୟବସ୍ଥା ଏତେ ଉନ୍ନତ ଓ ଦକ୍ଷ ହେଇଛି ଯେ ଗତବର୍ଷ ୧% ରୁ ମଧ୍ୟ କମ୍ ଘରମାନଙ୍କର ଅଳିଆ ଲ୍ୟାଣ୍ଡଫିଲକୁ ଯାଇଛି। Avfall Sverige, ସ୍ଵିଡେନ ବର୍ଜ୍ୟବସ୍ତୁ ନିୟନ୍ତ୍ରଣର ରିସାଇକ୍ଲିଂ ସଂସ୍ଥାର ନାମ ଅଟେ। ତାହାର ସୂଚନା ବିଭାଗର ନିର୍ଦ୍ଦେଶିକା ଆନ୍ନା-କାରିନ ଗ୍ରିପୱେଲ କୁହନ୍ତି,

ସ୍ଵିଡେନର ଲୋକମାନେ ପ୍ରକୃତିପ୍ରେମୀ। ସେମାନେ ପ୍ରକୃତିର ଆବଶ୍ୟକତା ଓ ତା’ର ସୁରକ୍ଷାକୁ ନେଇ ତାଙ୍କର କର୍ତ୍ତବ୍ୟ ସମ୍ପର୍କରେ ଖୁବ ସଚେତନ। ଆମେ ମାନେ ମଧ୍ୟ ଏହି ସନ୍ଦେଶର ପ୍ରସାର ନିମନ୍ତେ ଦୀର୍ଘଦିନ ଧରି କାମ କରିଛୁ ଯେ କୌଣସି ଅଳିଆ ବାହାରେ ନ ଫିଙ୍ଗି ତାକୁ ରିସାଇକଲ କରିବାକୁ ଦିଅନ୍ତୁ। 

ସ୍ଵିଡେନ ଏକ ଜାତୀୟ ରିସାଇକ୍ଲିଂ ନୀତି ମଧ୍ୟ କାର୍ଯ୍ୟାନ୍ଵିତ କରିଛି ଯାହା ଦ୍ଵାରା ଆବର୍ଜନା ନିୟନ୍ତ୍ରଣ ଓ ରିସାଇକଲ କରିବାର କଣ୍ଟ୍ରାକ୍ଟ ପ୍ରାଇଭେଟ କମ୍ପାନୀ ମାନେ ନେଲେ ମଧ୍ୟ ଏଥିରୁ ଉତ୍ପାଦନ ହେଉଥିବା ଉତ୍ତାପ ଏକ ଜାତୀୟ ହିଟିଙ୍ଗ ନେଟୱର୍କକୁ ଆସେ। ନେଟୱର୍କ ଏହି ଶୀତପ୍ରଧାନ ଦେଶର ପ୍ରତ୍ଯେକଟି ଘରକୁ ଉତ୍ତାପ ଯୋଗାଇଥାଏ।

ଗ୍ରିପୱେଲ Independentକୁ ଏକ ସାକ୍ଷାତକାରରେ କୁହନ୍ତି,

ଆବର୍ଜନା ନିୟନ୍ତ୍ରଣ ପ୍ଳାଣ୍ଟର ଉତ୍ତାପକୁ ବ୍ୟବହାର କରିବା ପାଇଁ ହିଁ ଆମେ ଏହି ଜିଲ୍ଲା ନେଟୱର୍କ ଗଢିଛୁ। ଦକ୍ଷିଣ ୟୁରୋପରେ ଆବର୍ଜନା ଜଳାଇବା ସମୟରେ ସୃଷ୍ଟି ହେଉଥିବା ଉତ୍ତାପକୁ ସେମାନେ ବ୍ୟବହାର କରନ୍ତି ନାହିଁ। ଖୋଲା ଚିମନୀ ଦେଇ ତାକୁ ଛାଡିଦେଇଥାନ୍ତି। ଆମେ ଏଠାରେ ତାହାକୁ ଫସିଲ ଫୁଏଲର ବିକଳ୍ପ ଭାବେ ବ୍ୟବହାର କରିଥାଉ।

ସ୍ଵିଡେନର ମୁନିସିପାଲିଟି ମଧ୍ୟ ଆବର୍ଜନା ସଂଗ୍ରହ କରିବା ପାଇଁ ଅତ୍ୟାଧୁନିକ କୌଶଳ ଆପଣାଉଛି, ଯେପରିକି ଘରୁଆ ଅଞ୍ଚଳରେ ଅଟୋମାଟିକ ଭ୍ୟାକୁମ ଯୋଗେ ଅଳିଆ ସଂଗ୍ରହ ବ୍ୟବସ୍ଥା। ଏହା ଫଳରେ ଆଉ ପ୍ରତିଦିନ ସଂଗ୍ରହ ପାଇଁ ଗାଡ଼ି ଯିବା ଆବଶ୍ୟକ ହେବନାହିଁ। ଆପେ ଆପେ ଭ୍ୟାକୁମ ଯୋଗେ ଅଳିଆ ଆସି ଭୂତଳ ପାତ୍ରରେ ରହିଯିବ। ଅଳିଆ ଡବା ଆଉ ରାସ୍ତାରେ ଜାଗା ନେବନାହିଁ କି ଗନ୍ଧ ମଧ୍ୟ ହେବନାହିଁ।

ସ୍ଵିଡେନର ରିସାଇକ୍ଲିଂ ବ୍ୟବସ୍ଥାର ଦକ୍ଷତା ଯୋଗୁ ଏବେ ଏ ଦେଶରେ ଆବର୍ଜନାର ଅଭାବ ଦେଖାଦେଇଛି। ଦେଶର ହିଟିଙ୍ଗ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଉ ପର୍ଯ୍ୟାପ୍ତ ଆବର୍ଜନା ନାହିଁ। ତେଣୁ ୨୦୧୪ରେ ସ୍ଵୀଡେନ ୮୦୦,୦୦୦ ଟନ ଆବର୍ଜନା ବାହାର ଦେଶମାନଙ୍କରୁ ଆମଦାନୀ କରିଥିଲା ବୋଲି Al Jazeera ରିପୋର୍ଟ କରିଥିଲା। ଜର୍ମାନୀ, ଡେନମାର୍କ, ନେଦରଲ୍ୟାଣ୍ଡ, ବେଲଜିଅମ ଭଳି କିଛି ଦେଶ ମଧ୍ୟ ଅଳିଆ ଆମଦାନୀ କରନ୍ତି।