ହ୍ୟାକିଂ ଓ ସାଇବର ସୁରକ୍ଷାରେ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷତା ହାସଲ କରିଥିବା ୯ ବର୍ଷୀୟ ସିଇଓ

ହ୍ୟାକିଂ ଓ ସାଇବର ସୁରକ୍ଷାରେ ଅନ୍ତର୍ଜାତୀୟ ସ୍ତରରେ ଦକ୍ଷତା ହାସଲ କରିଥିବା ୯ ବର୍ଷୀୟ ସିଇଓ

Friday December 04, 2015,

2 min Read

ତାଙ୍କ ବୟସ ମାତ୍ର ୯ ବର୍ଷ, ଓଜନ ୨୪ କେଜିରୁ ସାମାନ୍ୟ ଅଧିକ ଏବଂ ଉଚ୍ଚତା ୪ ଫୁଟ ୬ ଇଞ୍ଚ । ସେ ଏକ ଚୌକି ଉପରେ ଠିଆ ହୋଇ ବ୍ୟବସାୟ ମହାରଥୀ, ସାଇବର ସୁରକ୍ଷା ବିଦ୍ୱାନ, ହ୍ୟାକର, ଆପ୍ ଉନ୍ନୟନକାରୀ ଓ ସାଇବର ସୁରକ୍ଷା ପ୍ରଯୁକ୍ତି ଜ୍ଞାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବୋଧିତ କରନ୍ତି ।

image


ରୁବେନ୍ ପଲଙ୍କ ଘର ଟେକ୍ସାସର ଅଷ୍ଟିନରେ । ସେ ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗେମ୍ ଡେଭେଲପ୍ମେଣ୍ଟ୍ କମ୍ପାନି ପ୍ରୁଡେଣ୍ଟ୍ ଗେମର ସେ ସିଇଓ ଅଛନ୍ତି । ସେ ଜଣେ ପ୍ରଖର ବୁଦ୍ଧିସମ୍ପନ୍ନ ହ୍ୟାକର । ଯେ କୌଣସି ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟରକୁ ସହଜରେ ନିଜ ଆୟତକୁ ନେଇ ଆସିପାରନ୍ତି । ଆଇ-ଡିଜିଟାଲ-ଟାଇମ୍ସକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଏବେ ଯେଭଳି ଭାବେ ଡାଟା ଚୋରି ହେଉଛି ଓ ସାଇବର ଆକ୍ରମଣ ବଢ଼ୁଛି, ସେଥିପାଇଁ ପିଲାମାନଙ୍କୁ ଏହାର ଭୟାବହତା ବାବଦରେ ଶିକ୍ଷା ଦିଆଯିବା ଉଚିତ । ଫଳରେ ସେମାନେ ନିଜକୁ ସୁରକ୍ଷା ଦେଇପାରିବେ ।’

image


ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ନିକଟରେ ଭାରତରେ ଅନୁଷ୍ଠିତ ବିଶ୍ୱର ସର୍ବବୃହତ ହ୍ୟାକର ସମ୍ମିଳନୀ ଗ୍ରାଉଣ୍ଡ୍ ଜିରୋ ସମିତ, ୨୦୧୫ରେ ଜଣେ ବକ୍ତା ଭାବେ ଯୋଗ ଦେଇଥିଲେ ପଲ୍ । ସେ ନିଜର ଆଦର୍ଶ ସ୍ପାଇଡରମ୍ୟାନଙ୍କ ସଂଳାପ ସ୍ମରଣ କରି କହିଥିଲେ, ‘ଉନ୍ନତ ହ୍ୟାକିଂ ଦକ୍ଷତା ଆପଣଙ୍କୁ ଶକ୍ତିଶାଳୀ କରିବ, ଏବଂ ଅଧିକ ଶକ୍ତିଶାଳୀ ହେଲେ ଆପଣଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ହେବାକୁ ପଡ଼ିବ ।’ ସେ ଏବେ ବିଶ୍ୱ ସାରା ବୁଲି ସାଇବର-ସୁରକ୍ଷା ଉପରେ ବକ୍ତବ୍ୟ ରଖୁଛନ୍ତି ।

ରୁବେନ୍ ଖେଳକୁଦ ଓ ସନ୍ତରଣରେ ରୁଚି ରଖନ୍ତି, ବନ୍ଧୁ ପରିଜନଙ୍କ ସମୟ ବିତାଇବାକୁ ଭଲ ପାଆନ୍ତି । ଏକଦା ଆମେରିକାର ସବୁଠୁ ସୁନ୍ଦର ଶିଶୁ ଭାବେ ସେ ନିର୍ବାଚିତ ହୋଇଥିଲେ । କୁଂଫୁରେ ବ୍ଲାକ୍ ବେଲ୍ଟ ହାସଲ କରିବାରେ ସେ ସର୍ବକନିଷ୍ଠ ଆମେରିକୀୟ । ତାଙ୍କର ଲକ୍ଷ୍ୟ, ଦିନରେ ବ୍ୟବସାୟୀ ହେବେ ଏବଂ ରାତିରେ ସାଇବର ଗୁଇନ୍ଦା ଭାବେ କାମ କରିବେ ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା