୨୦୧୭ରୁ ଗୁଗଲର ସମସ୍ତ ଅଫିସ ସୌର ଶକ୍ତିରେ ଚାଲିବ

୨୦୧୭ରୁ ଗୁଗଲର ସମସ୍ତ ଅଫିସ ସୌର ଶକ୍ତିରେ ଚାଲିବ

Friday December 09, 2016,

2 min Read

ଗୁଗଲ କହିଲେ କିଏ ନ ଜାଣେ ! କିନ୍ତୁ ଆପଣ ଜାଣନ୍ତି ଗୁଗଲର ସମସ୍ତ ଅଫିସର ବିଦ୍ୟୁତ ଆବଶ୍ୟକତା ଆମେରିକାରେ ସାନ ଫ୍ରାନସିସ୍କୋ ଓ ଭାରତରେ ବାଙ୍ଗାଲୋର ସହରର ବିଦ୍ୟୁତ ଆବଶ୍ୟକତା ସହ ପ୍ରାୟ ସମାନ। କିନ୍ତୁ ଗୁଗଲ ଏମିତି କିଛି କରି ଦେଖାଇଛି ଯାହା କୌଣସି ସହରର କଳ୍ପନା ବାହାରେ। ଇଣ୍ଟରନେଟ ଦୁନିଆର ବାଦଶାହ ଗୁଗଲ ଘୋଷଣା କରିଛି ଯେ ଆସନ୍ତା ବର୍ଷ ଠାରୁ ତା’ର ସମସ୍ତ ବିଦ୍ୟୁତ ଆବଶ୍ୟକତା ସେ ୱିଣ୍ଡମିଲ ଏବଂ ସୋଲାର ପ୍ୟାନେଲ ଯୋଗେ ମେଣ୍ଟାଇବ।

Image : <a href=

Image :

The Guardiana12bc34de56fgmedium"/>

ସମଗ୍ର ବିଶ୍ଵରେ ଥିବା ଏହାର ଡାଟା ସେଣ୍ଟର ଓ ଅଫିସ ଗୁଡ଼ିକ ଯେଉଁଠାରେ ମୋଟ ୬୦,୦୦୦ କର୍ମଚାରୀ ମାନେ କାମ କରୁଛନ୍ତି, ଆସନ୍ତା ବର୍ଷ ଠାରୁ ନିର୍ମଳ ଓ ସବୁଜ ଶକ୍ତିର ବ୍ୟବହାର କରିବ ବୋଲି କମ୍ପାନୀ ଘୋଷଣା କରିଛି।

ବର୍ତ୍ତମାନ ମଧ୍ୟ ଗୁଗଲ ଅଫିସରେ ବ୍ୟବହାର ହେଉଥିବା ବିଦ୍ୟୁତର ୪୪%ର ଉତ୍ସ ହେଉଛି ଅକ୍ଷୟ ଶକ୍ତି। ବିଶ୍ଵରେ ଅକ୍ଷୟ ଶକ୍ତିର ସବୁଠାରୁ ବଡ଼ କର୍ପୋରେଟ ଗ୍ରାହକ ଭାବେ ଗୁଗଲ ନିଜର ସ୍ଥିତି ବନେଇ ସାରିଛି। ଗତ ଦଶନ୍ଦି ମଧ୍ୟରେ ଗୁଗଲ ବିଭିନ୍ନ ଅକ୍ଷୟ ଶକ୍ତି ପ୍ରୋଜେକ୍ଟ ସହ ଜଡ଼ିତ ହୋଇ ସେମାନଙ୍କୁ ସଫଳତା ଲାଭ ପାଇଁ ବ୍ଯବସାୟିକ ସହାୟତା ଯୋଗାଇଦେଇଛି। ବିଶ୍ଵରେ ନିର୍ମଳ ଶକ୍ତି ବ୍ୟବହାର ନେଇ ପ୍ରଚାରରେ ଗୁଗଲ ସକ୍ରିୟ ଭାବେ ଜଡ଼ିତ ରହିଛି।

“ଆମର ବିଶ୍ଵାସ ଯେ ଏପରି ଏକ ପଦକ୍ଷେପ କେବଳ କମ୍ପାନୀ ଉପରେ ସବୁଜ ରଙ୍ଗ ଚଢାଇବା ନୁହେଁ ବରଂ ଏହା ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ ହେବ। ଦୀର୍ଘମିଆଦୀ ଭାବେ ଏହା କମ୍ପାନୀର ସଞ୍ଚୟ ବଢାଇବ। ଅକ୍ଷୟ ଶକ୍ତି ଆଡ଼େ ମୁହାଇଁବା ଭବିଷ୍ୟତକୁ ଚାହିଁ ସବୁଠାରୁ ଶସ୍ତା ଉପାୟ। ଆମର ପ୍ରତିଷ୍ଠାତା ମାନେ ବିଶ୍ଵାସ କରନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତର ଏବଂ ଖୁବ ନିକଟତମ ହେଇ ଆସିଥିବା ଏକ ବିପତ୍ତି। ତେଣୁ ଆମକୁ ଏ ନେଇ ଆମର କର୍ତ୍ତବ୍ୟ କରିବାକୁ ହେବ,”

- ମାର୍କ ଓମାନ, EU ଶକ୍ତି ବିଭାଗ ମୁଖ୍ୟ, ଗୁଗଲ The Guardianକୁ କୁହନ୍ତି।

YouTube, Gmailବା ଗୁଗଲର ଅନ୍ୟାନ୍ୟ ଆପ୍ପ, ଗୁଗଲର ଆଠଟି ଶାଖାର ବ୍ୟବସାୟର ପ୍ରାୟ ୧ ବିଲିୟନ ଉପଭୋକ୍ତା ଅଛନ୍ତି। ୧୩ଟି ବିଶାଳକାୟ ଡାଟା ସେଣ୍ଟରରେ ଏହାର ପରିଚାଳନା ହୁଏ। ପ୍ରତ୍ଯେକ ଡାଟା ସେଣ୍ଟର ଅନେକ ଗୁଡ଼ିଏ ବିଲଡିଙ୍ଗର ଏକ ସମୂହ ଯେଉଁଠାରେ ପଲକ୍ଷାଧିକ କମ୍ପ୍ୟୁଟରରେ କାମ ଚାଲିଥାଏ। (ସୂତ୍ର - The New York Times)