ଅନୌପଚାରିକ ରୋଜଗାରିଙ୍କ ପାଇଁ ଗୃହରୃଣ : ଶୁଭମର ସ୍ଥାନାନ୍ତରଣ ସମସ୍ୟା ଉପରେ ଏକ ଅନ୍ତର୍ଦୃଷ୍ଟି

0

ପୁନର୍ବାସ ଓ ସ୍ଥାନାନ୍ତରଣ ଭାରତରେ କେଉ ଆବହମାନ କାଳରୁ ଚାଲିଆସିଛି ,ଏବଂ ବର୍ତ୍ତମାନ ଏହା ଏକ ସାଧାରଣ ପ୍ରକ୍ରିୟା ରୁପେ ପରିଗଣିତ ହେଉଛି ଯେଉଁଠି ଲୋକମାନେ ଜୀବନ ଜୀବିକା ସନ୍ଧାନରେ ଦେଶ ତଥା ରାଜ୍ୟର ବିଭିନ୍ନ ଅଂଚଳକୁ ଯାଇ ବସବାସ କରୁଛନ୍ତି ଓ ଅନେକ ମଧ୍ୟ ସେଠାରେ ସ୍ଥାୟୀ ଭାବରେ ରହିଯାଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଅନେକଙ୍କ ପର୍ଯ୍ୟାପ୍ତ ଅର୍ଥ ନଥାଏ ନୁତନ ସହରରେ ଘରଟିଏ କରିବାକୁ। ସେହିମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଅଜୟ ଓକ ଯେକି ଗୁଡଗାଓଁ ସ୍ଥିତ ଶୁଭମ ହାଉସିଂ ଫାଇନାନ୍ସର ପ୍ରତିଷ୍ଠାତା। ଆଜି ତାଙ୍କ କମ୍ପାନୀ ଦ୍ଵାରା ଲକ୍ଷ ଲକ୍ଷ ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ନିଜର ଘରକରିବାର ସ୍ଵପ୍ନକୁ ସାକାର କରୁଛନ୍ତି।

Series-C foundingରୁ ବାହାରି ଶୁଭମ Business Call to Action(BCtA) ନାମକ ଏକ ଗ୍ଲୋବାଲ ପ୍ରୟାସରେ ଯୋଗ ଦେଇଛି ଯାହାକି ଅନୌପଚାରିକ ଆୟ କରୁଥିବା ପରିବାରର ବାସସ୍ଥାନର ସ୍ଵପ୍ନ ଉପରେ ଗୁରୁତ୍ତ୍ୱ ଦେଇଥାଏ।

ନିମ୍ନରେ ଅଜୟ ଓକଙ୍କ ସହ ଏକ ବାର୍ତ୍ତାଳାପ ବିସ୍ତାର ରେ ଦିଆଗଲା

ପ୍ର- ଅନୌପଚାରିକ ଆୟ କରୁଥିବା ଲୋକ ମନେ ସାଧାରଣତଃ କିପରି ଅସୁବିଧାର ସମ୍ମୁଖିନ ହୁଅନ୍ତି ସେ ବିଷୟ ରେ କିଛି କୁହନ୍ତୁ?

ଆମ ଦେଶ ରେ ସାଧାରଣତଃ ସହରମାନଙ୍କରେ ବହୁ ଲୋକ ବସବାସ କରନ୍ତି ଯେଉଁମାନେକି ଗ୍ରାମାଞ୍ଚଳରୁ ଆସିଥାନ୍ତି ଏବଂ ସେମାନଙ୍କ ଆୟ ସର୍ବଦା ସମାନ ନଥାଏ। ସେମାନେ ସାଧାରଣତଃ ଛୋଟମୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଭାରତ ରେ ୫୫ ପ୍ରତିଶତ ଜନତା ନିଜ ଆୟର ପ୍ରମାଣପତ୍ର ଦେଇପାରିବେନାହିଁ ଓ ମାତ୍ର ୫ ପ୍ରତିଶତ ଲୋକ ଆୟକର ଫେରସ୍ତ ଦାଖଲ କରନ୍ତି। ତେଣୁ ଏହି ବର୍ଗର ଲୋକେ ବ୍ୟାଙ୍କ ବା କୌଣସି ସ୍ଵୀକୃତିପ୍ରାପ୍ତ ସଂସ୍ଥାଠାରୁ ରୃଣ ସୁବିଧା ପାଇ ପାରନ୍ତି ନାହିଁ। ଫଳରେ ସେମାନେ ସାହୁକାର ବା ଅନ୍ୟ କୌଣସି ମାଧ୍ୟମରୁ ରୃଣ କରି ଘରଟିଏ କରିବାକୁ ବାଧ୍ୟ ହୁଅନ୍ତି ଯାହାପାଇଁ ଖୁବ ଉଚ୍ଚ ଦରରେ ସୁଧ ଦେବାକୁ ପଡେ ଓ ଲୋକର ଆର୍ଥିକ ସ୍ଥିତି କ୍ରମଶ ଦୁର୍ବଳ ହୁଏ ଓ ଅନେକ ସମୟରେ ସେ ଘର ତିଆରି କାମ ସମ୍ପୁର୍ଣ୍ଣ ମଧ୍ୟ କରିପାରେ ନାହିଁ।

ପ୍ର- ଶୁଭମ ଅନୁସାରେ ଅନୌପଚାରିକ ଆୟ ବର୍ଗର ଲୋକଙ୍କୁ ରୃଣ ଦେବା ପୂର୍ବରୁ ତାଙ୍କ ଜୀବନ ସମ୍ପର୍କରେ ଏକ ଅନୌପଚାରିକ ଆଲୋଚନା କରିବା ଆବଶ୍ୟକ। ଆପଣଙ୍କ ହିସାବରେ ଏହା ପଛରେ କାରଣ କଣ?

ଆମେ ଯେବେ ଏହି ବର୍ଗର ଲୋକ ମାନଙ୍କ ସହ ରୃଣ ବିଷୟରେ ଆଲୋଚନା କରୁ, ଆମେ ମୁଖ୍ୟତ ୨ଟି ଦିଗ ଉପରେ ଧ୍ୟାନ ଦେଉ ପ୍ରଥମଟି ହେଲା ଯେଉଁ ଘର ବା ଜାଗାକୁ ସେ କିଣିବାକୁ ସ୍ଥିର କରିଛନ୍ତି ତାହା ତାଙ୍କ ପାଇଁ ଉପଯୁକ୍ତ କି ନୁହେଁ ଓ ଦ୍ଵିତୀୟଟି ହେଲା ଏହା ସେ କିଣିବାକୁ ସକ୍ଷମ ନା ନାହିଁ? କାରଣ ଏହି ବର୍ଗର ଲୋକେ ନିୟମିତ ଭାବେ ଆୟ କରନ୍ତିନାହିଁ। ଏମାନେ ପ୍ରତି ମାସ ରୃଣର କିସ୍ତି ଦେଇପାରିବେ କି ନାହିଁ ଏବଂ ଯାହାକି ଏକ ଲମ୍ବା ଅବଧିର ରୃଣ। ଏତଦ୍ ବ୍ୟତିତ ଆମେ ସେମାନଙ୍କ ସଞ୍ଚୟ ଓ ପାରିବାରିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥାଉ ଯାହାକି ଆମକୁ ଲୋକର ପ୍ରକୃତ ଆର୍ଥିକ ସ୍ଥିତି ପରଖିବାରେ ସହଜ କରିଥାଏ। ଉକ୍ତ ଘର ତାଙ୍କ କାର୍ଯ୍ୟକ୍ଷେତ୍ର ଓ ପିଲାଙ୍କ ସ୍କୁଲ ଠାରୁ କେତେ ଦୂର ସେଦିଗ ଉପରେ ବି ଆଲୋଚନା କରିଥାଉ।

ପ୍ର-ଜଣେ ଗ୍ରାହକ ଯଦି ରୃଣ ନେଇ ପରିଶୋଧ କରିବାରେ ଅକ୍ଷମ ହୁଏ ତେବେ ଆପଣ କଣ କରନ୍ତି?

ସବୁ ପ୍ରକାର ଅର୍ଥ ଲଗାଣ ବ୍ୟବସାୟରେ ଏହିପରି କିଛି ସମସ୍ୟା ସୃଷ୍ଟି ହୁଏ କିନ୍ତୁ ଆମେ ଏକ ଅଲଗା ଉପାୟ ଅବଲମ୍ବନ କରୁ। ଅମେ ସେହି ଗ୍ରାହକ ସହ ବସି ତାଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରୁ ଓ କିପରି ସେ ସେଥିରୁ ମୁକୁଳିପାରିବେ ତାର ସମାଧାନ ବତେଇଦେଉ। ଯଦି ଆମେ ଦେଖିଲୁ ଯେ ସେ ରୃଣ ସୁଝିବାରେ ଅକ୍ଷମ ଅମେ ସେହି କ୍ଷେତ୍ରରେ ବିକଳ୍ପ ଗ୍ରାହକ ଯୋଗାଡ କରୁ। ଅଧିକାଂଶ କ୍ଷେତ୍ରରେ ଜଣେ ଗ୍ରାହକ ଅଧା ଅର୍ଥ ଦେଇଥାଏ ଓ ବାକି ଅର୍ଥ ଅମେ ରୃଣ ଆକାରରେ ଦେଇଥାଉ ତେଣୁ ସେ ତାର ନିବେଶ କରିଥିବା ଅର୍ଥ ନେଇ ତାର ବ୍ୟବସାୟ ପୁନର୍ବାର ଆରମ୍ଭ କରିବାରେ ସକ୍ଷମ ହୋଇଥାଏ।

ପ୍ର- ବର୍ତ୍ତମାନ ଶୁଭମ କେଉଁସବୁ ଅଂଚଳ ରେ କାମ କରୁଛି ଓ ଆପଣଙ୍କୁ ବ୍ୟବସାୟରେ କି ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି?

ବର୍ତ୍ତମାନ ଆମେ ବିହାର, ଛତିଶଗଡ, ଝାରଖଣ୍ଡ,ପଂଜାବ, ରାଜସ୍ଥାନ ଓ ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଆଦି ଅଂଚଳ ରେ କାମ କରୁଛୁ। ଆଗକୁ ଆମେ ୨୦୧୮ ସୁଦ୍ଧା ୫୦,୦୦୦ ପରିବାରକୁ ବାସଗୃହ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଆମ ବ୍ୟବସାୟ ମଡେଲକୁ ଆମେ ସଫଳ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛୁ। ବିଗତ ୪ ବର୍ଷରେ ଏହା ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ହେବା ସହ ସବୁବର୍ଗର ଗ୍ରାହକ ମାନଂକ ଦ୍ଵାରା ଆଦୃତ ହୋଇ ପାରିଛି। ଆଗକୁ ଏହାର ବିସ୍ତାର ଆମେ ଦେଶର ପ୍ରତି ଅଂଚଳରେ କରିବାକୁ ଯୋଜନା ରଖିଚୁ।

ଶୁଭମ ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା କଲେ ତାଙ୍କର ୱେବସାଇଟ ଚେକ କରନ୍ତୁ ଏଇଠି

Image credits: Shubham.co