ରୁକ୍ମଣୀ ରାୟର: ଷଷ୍ଠ ଶ୍ରେଣୀରେ ଫେଲ ତଥାପି ବି ଆଇଏଏସ ଟପର

ରୁକ୍ମଣୀ ରାୟର: ଷଷ୍ଠ ଶ୍ରେଣୀରେ ଫେଲ ତଥାପି ବି ଆଇଏଏସ ଟପର

Tuesday January 05, 2016,

2 min Read

ବୋର୍ଡିଙ୍ଗ ସ୍କୁଲକୁ ଯେତେବେଳେ ରୁକ୍ମଣୀଙ୍କୁ ପଠାଇ ଦିଆଗଲା ସେ ଜାଗାର ଆଦବ କାଇଦା ସହ ସେ ତାଳ ମିଶେଇ ପାରି ନଥିଲେ। ଫଳ କଣ ହେଲା ଜାଣିଛନ୍ତି? ଷଷ୍ଠ ଶ୍ରେଣୀରେ ଫେଲ। ହେଲେ ରୁକ୍ମଣୀ ହାରିବାକୁ ପସନ୍ଦ କରୁ ନଥିଲେ। ଆଉ ସେଇ ଝିଅ ଯିଏ ଷଷ୍ଠ ଶ୍ରେଣୀରେ ଫେଲ ହେଇଥିଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୦୧୧ ମସିହାରେ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କଲା। ଆଊ ଏହା ତାର ପ୍ରଥମ ପ୍ରୟାସ ହିଁ ଥିଲା।

image


ରୁକ୍ମଣୀଙ୍କ ଜନ୍ମ ଚଣ୍ଡିଗଡରେ। Tata Institute of Social Sciences ରୁ ସେ Social Entrepreneurshipରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଆଉ ସ୍ନାତକୋତ୍ତର ପଢିବା ସମୟରେ ସେ ନିରନ୍ତର ଭାବେ ସବୁ ପରୀକ୍ଷାରେ ଶ୍ରେଣୀରେ ପ୍ରଥମ ହିଁ ହେଉଥିଲେ। ବୋଧ ହୁଏ ଷଷ୍ଠ ଶ୍ରେଣୀର ସେହି ବିଫଳତା ହିଁ ତାଙ୍କ ପାଇଁ ଆଗକୁ ବଢିବାର ମନୋବଳକୁ ସୁଦୃଢ କରିଥିଲା। ଏହା ଉପରେ ମତ ଦେଇ ରୁକ୍ମଣୀ କୁହନ୍ତି “ ଷଷ୍ଠ ଶ୍ରେଣୀର ସେହି ଘଟଣା ବିଫଳତା ପ୍ରତି ମୋ ମନ ଭିତରେ ଭୟ ଆଣି ଦେଇଥିଲା। ଏହା ମୋ ପାଇଁ ନୈରାଶ୍ୟଜନକ ଥିଲା। ହେଲେ ଏହା ପରେ ମୁଁ ମନେ ମନେ ସ୍ଥିର କରି ସାରିଥିଲି ଯେ ନା ମୁଁ ସମସ୍ୟା ଆଗରେ ମୁଣ୍ଡ ନୂଆଁଇବି ଅବା ସମସ୍ୟା ବିଷୟରେ ଅନ୍ୟମାନଙ୍କ ଆଗେ ମୋ ଅସହାୟତା ପ୍ରକାଶ କରିବି। କଠିନ ପରିଶ୍ରମ ଦ୍ଵାରା ସବୁବେଳେ ମୁଁ ମୋର ସର୍ବୋତ୍କୃଷ୍ଟ ଦେବାକୁ ଚେଷ୍ଟା କରିବି। ମୁଁ ବିଶ୍ଵାସ କରେ ଯେ ଯଦି ଜଣେ ନିଜ ପରିସ୍ଥିତି ରେ ସୁଧାର ଆଣିବାକୁ ଚାହେଁ ପୃଥିବୀର କୌଣସି ଶକ୍ତି ତାକୁ ରୋକି ପାରିବ ନାହିଁ”

କବିତା ଲେଖିବାକୁ ଭଲ ପାଉଥିବା ଏହି ଝିଅଟି କଠିନ ପରିଶ୍ରମ ଓ ନିଷ୍ଠା ଉପରେ ଆଗଧ ବିଶ୍ଵାସ ରଖେ। ରାଜନୀତି ବିଜ୍ଞାନ ଓ ସମାଜ ବିଜ୍ଞାନ ହିଁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ତାଙ୍କର ବିଷୟ ଥିଲା। ନିଜ ସଫଳତା ଉପରେ ମତ ରଖି ରୁକ୍ମଣୀ କୁହନ୍ତି “ ମୁଁ ମୋ କଠିନ ପରିଶ୍ରମର ଫଳ ପାଇଛି ଓ ଏଥି ପାଇଁ ମୁଁ ବହୁତ ଖୁସି। ଏହି ସଫଳତା ପାଇଁ ମୁଁ ମୋ ବାପା ମାଆ ଶିକ୍ଷକ ବନ୍ଧୁଗଣ ଓ ସର୍ବୋପରି ଇଶ୍ଵରଙ୍କୁ ଧନ୍ୟବାଦ ଦେଉଛି। ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଯଦି ଆପଣ ଏହା କରିପାରିବେ ତେବେ ସଫଳତା ଆପଣଙ୍କର”।

ମୂଳ ଲେଖା - Think Change India

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

    Share on
    close