ଦିଲ୍ଲୀରେ ଓଡିଆକୁ ଶାସ୍ତ୍ରୀୟ ମାନ୍ୟତାର ଦ୍ଵିତୀୟ ବାର୍ଷିକୀ ପାଳିତ

“ଦି ଇଣ୍ଟେଲେକ୍ଟସ” ଦ୍ଵାରା ପ୍ରବାସୀ ଓଡିଆ ଭାଷା ସମ୍ମାନ ପ୍ରଦାନ

ଦିଲ୍ଲୀରେ ଓଡିଆକୁ ଶାସ୍ତ୍ରୀୟ ମାନ୍ୟତାର ଦ୍ଵିତୀୟ ବାର୍ଷିକୀ ପାଳିତ

Tuesday February 23, 2016,

2 min Read

image


ଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଓଡିଆ ସଂଗଠନ “ଦି ଇଣ୍ଟେଲେକ୍ଟସ” ଆନୁକୂଲ୍ୟରେ ଗତ ଶନିବାର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଓଡିଆ ଭାଷାର ସାଂସ୍କୃତିକ ମାନ୍ୟତା ଘୋଷଣାର ଦ୍ଵିତୀୟ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। “ଆମରି ଭାଷା ପଥେ” ଶୀର୍ଷକ ଆନ୍ତର୍ଜାତିକ ଓଡିଆ ଭାଷା ସମ୍ମିଳନୀ ମାଧ୍ୟମରେ ଦେଶ ତଥା ଦେଶ ବାହାରର ବିଶିଷ୍ଠ ସାହିତ୍ୟିକ, ଭାଷାବିତ ଓ ବୁଦ୍ଧିଜୀବୀଙ୍କୁ ଏକତ୍ର କରାଯାଇ ଥିଲା। ଏହି ସମ୍ମିଳନୀକୁ ବିଶିଷ୍ଠ ଔପନ୍ୟାସିକ ଡଃ ବିଭୂତି ପଟ୍ଟନାୟକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥୀ ଭାବେ କେନ୍ଦ୍ର ସାହିତ୍ୟ ଏକାଡମୀର ସଭାପତି ଡଃ ବିଶ୍ଵନାଥ ତିୱାରୀ ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ମାତୃଭାଷାର ସୁରକ୍ଷା ପାଇଁ “ଦି ଇଣ୍ଟେଲେକ୍ଟସ”ର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ମାତୃଭାଷା ହିଁ ଶିଶୁର ବୌଦ୍ଧିକ, ମାନସିକ ଓ ସାମାଜିକ ପରିପ୍ରକାଶର ଉପଯୁକ୍ତ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ସାର ମାର୍କ ଟୁଲୀ ମାତୃଭାଷାର ଗୁରୁତ୍ଵ ବିଷୟରେ ବର୍ଣ୍ଣନା କରିବା ସହିତ ସଂଗଠନର ଭାଷା ସୁରକ୍ଷା କାର୍ଯ୍ୟକ୍ରମ ଏକ ବିରଳ ଦୃଷ୍ଟାନ୍ତ ବୋଲି କହିଥିଲେ। ସାରାବିଶ୍ଵରେ ଭାରତୀୟ ଭାଷାର ଏକ ସ୍ଵତନ୍ତ୍ରତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରେର ଅନ୍ୟମାନଙ୍କ ମଧ୍ୟରେ ଡଃ ଜଗନ୍ନାଥ ପ୍ରସାଦ ଦାଶ, ଡଃ ଭଗବାନ ପ୍ରକାଶ, ଡଃ ଦେବଦାସ ଛୋଟରାୟ, ଡଃ ସତ୍ୟନାରାୟଣ ସାହୁ, ଶ୍ରୀଯୁକ୍ତ ବିରଜା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ଅତିଥୀମାନଙ୍କୁ ସ୍ଵାଗତ କରିବାସହିତ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେର ସମ୍ମିଳନୀର ଆଭିମୁଖ୍ୟ ପ୍ରକାଶ କରିଥିଲେ ଓ ଡଃ ଅମେରନ୍ଦ୍ର ଖଟୁଆଙ୍କ ସଭାପତିତ୍ଵରେ “ମୋ ମାତୃଭାଷା ଓ ମୋ ସ୍ଵପ୍ନର ଓଡିଶା” ଆଲୋଚନା ଚକ୍ରରେ ବକ୍ତାମାନେ ଦେଇ ମାତୃଭାଷାର ବ୍ୟବହାର ଓ ସମୃଦ୍ଧିର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ସ୍ରଷ୍ଟା ଓ ସୃଷ୍ଟି ଶୀର୍ଷକ କବିସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ ଡଃ ଦେବଦାସ ଛୋଟରାୟ। ଏଥିରେ କେତେଜଣ ବିଶିଷ୍ଠ କବି ତାଙ୍କର କବିତା ପାଠ କରିଥିେଲ। ସେମାନଙ୍କ ମଧ୍ୟରେ ଡଃ ଜଗନ୍ନାଥ ପ୍ରସାଦ ଦାସ, ଡଃ ଯଶୋଧାରା ମିଶ୍ର, ଶ୍ରୀଯୁକ୍ତ ଗଜାନନ ମିଶ୍ର, ଶ୍ରୀଯୁକ୍ତ ଶଙ୍କର ପରିଡା, ଡଃ ଅମେରନ୍ଦ୍ର ଖଟୁଆ, ଡଃ ଅନିତା ପଣ୍ଡା, ଶ୍ରୀଯୁକ୍ତ କୁଳମଣୀ ବିଶ୍ଵାଳ ପ୍ରମୁଖ ଅନ୍ୟତମ। 

ଡଃ ଜଗନ୍ନାଥ ପ୍ରସାଦ ଦାଶଙ୍କ ପୌରୋହିତ୍ୟରେ ଉଦଯାପନ ସମାରୋହରେ ଓଡିଆ ଭାଷା ପାଇଁ ବିଶେଷ ଅବଦାନ ପାଇଁ ଡଃ ବିଭୁତି ପଟ୍ଟନାୟକଙ୍କୁ “ଆମ ଗୌରବ ସମ୍ମାନ” ପ୍ରଦାନ କରାଯାଇ ଥିଲା। “ଆମରି ଭାଷା ପଥେ ସମ୍ମାନ-୨୦୧୬”ରେ ୧୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅମେରନ୍ଦ୍ର ଖଟୁଆ, ଶ୍ରୀଯୁକ୍ତ ନଟବର ଶତପଥୀ, ଶ୍ରୀଯୁକ୍ତ ବୈଷ୍ଣବ ଚରଣ ପରିଡା, ଶ୍ରୀଯୁକ୍ତ ଗଜାନନ ମିଶ୍ର, ଶ୍ରୀଯୁକ୍ତ କୁଳମଣି ବିଶ୍ଵାଳ, ଡଃ ଇତି ସାମନ୍ତ, ଶ୍ରୀମତୀ କୁକୁ ଦାଶ, ଶ୍ରୀମତୀ ମମତା ମହାପାତ୍ର, ଶ୍ରୀଯୁକ୍ତ ଶଙ୍କର ପରିଡା, ଯୁବ ପ୍ରେରଣା ସମ୍ମାନ: ଶ୍ରୀଯୁକ୍ତ ସୁଭାଶିଷ ପାଣିଗ୍ରାହୀ, ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା। ଶେଷରେ ଯୁଗ୍ମଆବାହକ ଶ୍ରୀଯୁକ୍ତ ଦେବରାଜ ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନା କରିଥିଲେ ପଙ୍କଜମାଳା ଷଡଙ୍ଗୀ, ଅନୁଶୁୟା ନାୟକ, ପ୍ରାଚି ଦାଶ, ସ୍ମୃତିଧାରା ରାଉତ, ପ୍ରତିମା ପରିଡା, ପ୍ରେମାନନ୍ଦ ସ୍ଵାଇଁ, ସତ୍ୟବ୍ରତ ସାମଲ, ସହସ୍ରାଂଶୁ ମହାପାତ୍ର, ଶ୍ରୀକାନ୍ତ କୁମାର ସାହୁ, ପରଂବ୍ରହ୍ମ ତ୍ରିପାଠୀ, ସଞ୍ଜୟ ପରିଡା, ସୁଜିତ କୁମାର ବିଶ୍ଵାଳ, ଅନିରୁଦ୍ଧ ନାୟକ, ମାନସ ରଞ୍ଜନ ମହାପାତ୍ର, ଅଶିତ କୁମାର ମିଶ୍ର, ରାଜେଶ ମିଶ୍ର, ମନୋଜ ପାଣିଗ୍ରାହୀ, ଆଦିତ୍ୟ ମହାନ୍ତି, ସଂଗ୍ରାମ ଧର, ଭକ୍ତବନ୍ଧୁ ନାୟକ ପ୍ରମୁଖ।