ସ୍ଵଳ୍ପ ଧନର ଷ୍ଟାର୍ଟ-ଅପ୍ ଯେତେବେଳେ ପୁଞ୍ଜିପ୍ରାପ୍ତ କମ୍ପାନି ପାଲଟେ

ସ୍ଵଳ୍ପ ଧନର ଷ୍ଟାର୍ଟ-ଅପ୍ ଯେତେବେଳେ ପୁଞ୍ଜିପ୍ରାପ୍ତ କମ୍ପାନି ପାଲଟେ

Monday December 07, 2015,

3 min Read

ଅଳ୍ପ ପୁଞ୍ଜି ନେଇ ଆରମ୍ଭ ହୋଇଥିବା ବ୍ୟବସାୟକୁ ଯେତେବେଳେ ବଡ଼ ପୁଞ୍ଜି ମିଳିଯାଏ, ସବୁ ନିୟମ ବଦଳିଯାଏ। ବ୍ୟବସାୟରେ ସ୍ଥାୟୀତ୍ୱ ଓ ଉନ୍ନତି ଉଭୟ ଆବଶ୍ୟକ । ତେବେ ପାଦତଳର ଅବସ୍ଥା ଓ ଆବଶ୍ୟକ ସମ୍ବଳରେ ବ୍ୟାପକ ଭାବେ ବଦଳିଯାଏ । ନୂଆ ପୁଞ୍ଜି ପାଉଥିବା କମ୍ପାନି ଲାଗି ଏହି ବ୍ୟତିକ୍ରମକୁ ବୁଝିବା ଏବଂ , ବ୍ୟବସାୟ ଲକ୍ଷ୍ୟ ଓ ରଣନୀତିରେ ଭାରସାମ୍ୟ ରକ୍ଷା ଗୁରୁତ୍ୱପୂର୍ଣ ।

image


ଯେତେବେଳେ ଆବଶ୍ୟକ ସମୟ ଠାରୁ ଆଗରୁ ହାତକୁ ଅଧିକ ଟଙ୍କା ଆସିଯାଏ, ସେତେବେଳେ ହିଁ ବିରାଟ ପରିବର୍ତନ ଘଟେ । ତେବେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ବା ଅନୁଷ୍ଠାନର ପ୍ରତ୍ୟାଶା ବି ଅଧିକ ଥାଏ, ଏଣୁ ସେହିଠାରୁ ଏହା ପ୍ରତିଟି ବ୍ୟବସାୟ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବା ଆରମ୍ଭ କରେ । ତେବେ ଗୁଢ଼ କଥାଟି ହେଉଛଇ, ଏହି ପ୍ରତ୍ୟାଶାକୁ ନିଜର ସୁଯୋଗରେ ବଦଳାଇବା ।

ଯେତେବେଳେ ଆପଣ ପୁଞ୍ଜି ପାଇବେ, କ’ଣ ସବୁ ପରିବର୍ତନ ଆପଣେଇବେ ତାହାର ଏକ ତାଲିକା ନିମ୍ନରେ ଦିଆଗଲା ।

ସମୟ ହିଁ ଅର୍ଥ

ଆପଣଙ୍କ କପର୍ଦ୍ଧକଶୂନ୍ୟ ଥିବା ବେଳେ ହଠାତ ଯେତେବେଳେ ପୁଞ୍ଜି ମିଳିଯାଏ, ଏହା ନୂଆ ବ୍ୟସ୍ତତା ଆଣିଦିଏ । ଏବେ ନୂଆ ସମସ୍ୟା ଟଙ୍କା ନୁହେଁ, ବରଂ ସମୟ । ଏବେ ଆପଣଙ୍କୁ ପ୍ରାଣପଣେ ଚେଷ୍ଟା କରିବାକୁ ହେବ, କିଭଳି ପୁଞ୍ଜିଦାତାଙ୍କ ଅର୍ଥ ବିନିଯୋଗ କରି କମରୁ କମ ସମୟ ଭିତରେ ଅଧିକ ଲାଭ ଅମଳ କରିବେ । ଆପଣ କେତେ ସମୟ ଦେଉଛନ୍ତି, ତାହା ହିଁ ଆପଣଙ୍କ ବ୍ୟବସାୟ ଲକ୍ଷ୍ୟ, ନିଷ୍ପତ୍ତି, ନିର୍ଦେଶ ଓ କାର୍ଯ୍ୟପନ୍ଥାକୁ ପ୍ରଭାବିତ କରିବ । ଏଣୁ ଏବେ ସମୟ ହିଁ ଆପଣଙ୍କ ପାଇଁ ନୂଆ ଅର୍ଥ ।

ହାତରେ ଅଧିକ ପୁଞ୍ଜି

ଆପଣଙ୍କ ହାତରେ ଏବେ ଅଧିକ ପୁଞ୍ଜି ଅଛି ମାନେ, ଆପଣ ଅଧିକ ପରୀକ୍ଷାନିରୀକ୍ଷା କରିପାରିବେ ଏବଂ ଆହ୍ୱାନର ସାମ୍ନା କରିପାରିବେ । ଆପଣ ଏକାଧିକ ବିକଳ୍ପ ଚେଷ୍ଟା କରି ଯେଉଁଟି ସୁଗମ ଓ ଲାଭଦାୟକ ତାକୁ ଆପଣେଇ ପାରିବେ । ସର୍ବୋପରି ଅତିରିକ୍ତ ଅର୍ଥ ଆପଣଙ୍କ ବ୍ୟବସାୟର ପରିସୀମାକୁ ବହୁଗୁଣିତ କରିବା ସହ ଅଧିକ ଉଚ୍ଚକୁ ଓ ଅଧିକ ଅଞ୍ଚଳକୁ ବ୍ୟାପ୍ତ ହେବାରେ ସହାୟକ ହେବ ।

ବଡ଼ ଓ ଭଲ ସହଯୋଗୀ ଚୟନ

ଆପଣଙ୍କ ହାତରେ ପୁଞ୍ଜି, ଏବେ ଆପଣ ଅଧିକ ଲୋକବଳ, ଅଧିକ ପାଠୁଆ ଓ ଅଭିଜ୍ଞ ଲୋକଙ୍କୁ ନିୟୋଜିତ କରିପାରିବେ ଯେଉଁମାନେ ଆପଣଙ୍କ ଆଦର୍ଶକୁ ବୁଝିପାରୁଥିବେ । ଏବେ ଆପଣ ଭଲ ଦରମା ଦେଇପାରିବେ । ଅଧିକ ଅଭିଜ୍ଞ ଲୋକଙ୍କ ଦ୍ୱାରା ଆପଣ ବ୍ୟବସାୟକୁ ତ୍ୱରାନ୍ୱୀତ କରି କମ ସମୟରେ ଅଧିକ ଲାଭ ଅମଳ କରିପାରିବେ ।

ନୂଆ ନେଟୱର୍କ ସହ ସମ୍ପର୍କ

ଆପଣଙ୍କ ପୁଞ୍ଜିଦାତା କେବଳ ଅର୍ଥ ଦେବେନି, ବରଂ ନୂଆ ବ୍ୟବସାୟ ସମ୍ପର୍କ ସ୍ଥାପନରେ ମଧ୍ୟ ସହାୟକ ହେବେ । ସେମାନଙ୍କର ବ୍ୟବସାୟ ନେଟୱର୍ ଆପଣଙ୍କୁ ଅଧିକ ଗ୍ରାହକ ଦେବା ସହ ଆଗୁସାର କରିବ । ଏହା ହିଁ ବଡ଼ ଲାଭ।

ଅଧିକ ବାହୁବଳ

ଛୋଟ କମ୍ପାନି ଭାବେ ଆପଣ ଯଦି ସ୍ଵେଦରକ୍ତ ଦେଇ କାମ କରୁଛନ୍ତି, ତେବେ ପୁଞ୍ଜି ପ୍ରାପ୍ତ କମ୍ପାନି ଭାବେ ଆପଣଙ୍କ ପାଇଁ ବ୍ୟବସାୟ ଆହୁରି ସହଜ ହୋଇଯିବ । ଏଣିକି ଆପଣଙ୍କ ପ୍ରଚଷ୍ଟାକୁ ହାଲକା କରି ସେ ସ୍ଥାନରେ ଅର୍ଥ ପ୍ରୟୋଗ କରିବେ । ଆପଣଙ୍କ ବଢ଼ନ୍ତା ବ୍ୟାଙ୍କ୍ ବାଲାନ୍ସ ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିବ ।

ବଜାରରେ ବିଶ୍ୱସନୀୟତା ବୃଦ୍ଧି

ଏବେ ଆପଣ ଅଧିକ ଗ୍ରାହକ ପାଇବେ । ବଜାରରେ ନିଜ ପାଇଁ ପଥଟିଏ ପ୍ରସ୍ତୁତ କରିବା ଏବେ ସହଜ ହେବ ଓ ଏହା ଦ୍ୱାରା ଆପଣଙ୍କ ବ୍ୟବସାୟ ପରିସୀମା ବୃଦ୍ଧିପାଇବ । ଆପଣ ବାହାରେ ଅଧିକ ବିଶ୍ୱସନୀୟ ହେବେ ।

ସହଭାଗୀଙ୍କ ସଂଖ୍ୟା ଅଧିକ

ଏବେ ଆପଣଙ୍କ ସହଭାଗୀଙ୍କ ସଂଖ୍ୟା ବହୁଗୁଣିତ ହୋଇଚାଲିବ । ଆପଣ ଯେତେ ଅଧିକ ଲୋକଙ୍କୁ କାମ ଦେବେ ସେତେ ଅଧିକ ଲୋକ ଆପଣଙ୍କ ଉପରେ ନିର୍ଭରଶୀଳ ହେବେ । ଆପଣଙ୍କ ପୁଞ୍ଜିଦାତାମାନେ ବି ଆପଣଙ୍କ ବ୍ୟବସାୟର ଭବିଷ୍ୟତ ଉପରେ ନିର୍ଭରଶୀଳ । ଏଣୁ ଏସବୁକୁ ଦୃଷ୍ଟିରେ ରଖି ଆପଣଙ୍କୁ ଦୃଢ଼ତାର ସହ ଆଗେଇ ଯିବାକୁ ହେବ ।

ଲାଭ ଅପେକ୍ଷା ମୂଲ୍ୟବୋଧ ଜରୁରୀ

ଏବେ ଆପଣଙ୍କୁ ଲାଭ ଅପେକ୍ଷା ମୂଲ୍ୟବୋଧ ପ୍ରତିଷ୍ଠା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ତେବେ ଯାଇ ଆପଣ ଦୀର୍ଘସ୍ଥାୟୀ ହୋଇପାରିବେ । ଥରେ ଆପଣଙ୍କୁ ଗ୍ରାହକ ଆବୋରିନେଲେ ଆପଣ ଦୀର୍ଘଯାତ୍ରା କରିପାରିବେ ।

ଉପସଂହାର

ଆର୍ଥିକ ଦୁଃସ୍ଥିତିରେ ଗତି କରୁଥିବା ଅବସ୍ଥାର ଠିକ ବିପରୀତ ପୁଞ୍ଜିପ୍ରାପ୍ତ ନୁହେଁ । ପୁଞ୍ଜି ଏକ ସହାୟତା କେବଳ, ଯାହା ଆପଣଙ୍କୁ ବ୍ୟବସାୟ ସଫଳତାରେ ଆଗେଇ ନେଇଥାଏ । ଆପଣଙ୍କୁ ଆପଣଙ୍କ ମନସ୍କ ପୁଞ୍ଜିଦାତା ଖୋଜିବାକୁ ହେବ । ଆପଣଙ୍କୁ ବି ନୂଆ ଧରଣର କାର୍ଯ୍ୟପନ୍ଥାରେ କାମ କରିବା ଲାଗି ସ୍ପର୍ଧା ରଖିବାକୁ ପଡ଼ିବ । ଆଉ ଆପଣ ଏହାକୁ ଯେତେଶୀଘ୍ର ଆପଣେଇ ନେବେ ସେତେ ଶୀଘ୍ର ଆପଣଙ୍କ ସହ ଜଡ଼ିତ ସମସ୍ତେ ଏହାକୁ ଆପଣେଇବେ ।

ମୂଳ ଲେଖା - ସୌରଭ ସିଂଲା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

References

http://venturebeat.com/2015/09/19/4-lessons-on-switching-from-bootstrapped-to-vc-funded/

https://baremetrics.com/blog/bootstrapped-to-funded