ମନିଷା ରାୟସିଂଘାନି: ଏକ ସଫଳ techie

ମନିଷା ରାୟସିଂଘାନି: ଏକ ସଫଳ techie

Monday November 16, 2015,

5 min Read

କାର୍ନେଜି ମେଲୋନ୍ ବିଶ୍ୱବିଦ୍ୟାଳୟ(ସିଏମୟୁ)ରେ ମାର୍କ ଜୁକେର୍ବର୍ଗଙ୍କ ସହ ସାକ୍ଷାତ ଥିଲା LogiNextର ସହ ପ୍ରତିଷ୍ଠାତା ମନିଷା ରାୟସିଂଘାନିଙ୍କ ଜୀବନର ଏକ ବଡ଼ ପରିବର୍ତ୍ତନର କ୍ଷଣ । ଏହାକୁ ମନେ ପକାଇ ସେ କହନ୍ତି, “ମାର୍କ ନିଜର ସହଯୋଗୀ ସେରିଲ୍ ସାଣ୍ଡ୍ବେର୍ଗଙ୍କ ସଂପର୍କରେ କହିଲେ ଏବଂ ନାରୀ ନେତୃତ୍ୱ ସଂପର୍କରେ ସେରିଲଙ୍କ ଟେଡ ଟକ ଶୁଣିବା ପରେ ମୋର ଭିତରେ ଏକ ଉନ୍ନାଦନା ସୃଷ୍ଟି ହେଲା। ”

image


LogiNext Solutionର ବୈଷୟିକ ଏବଂ ଉତ୍ପାଦନ କ୍ଷେତ୍ରକୁ ସେ ତଦାରଖ କରନ୍ତି । ଅନେକ ସମୟରେ ବ୍ୟବସାୟିକ ବୈଠକଗୁଡ଼ିକରେ, ଗ୍ରାହକଙ୍କୁ ସୂଚନା ଏବଂ ନେଟୱର୍କିଂ କାର୍ଯ୍ୟକ୍ରମଗୁଡ଼ିକରେ ଲୋକମାନେ ଅନୁମାନ କରିଥାନ୍ତି ଯେ ମନିଷାଙ୍କ ପୁରୁଷ ସହ ପ୍ରତିଷ୍ଠାତା ଏହି ବୈଷୟିକ କ୍ଷେତ୍ରକୁ ନେତୃତ୍ୱ ଦେଉଛନ୍ତି । ଆଜିକାଲିକା ଯୁଗରେ ଏଭଳି ଅନୁମାନ କରିବା ସ୍ୱାଭାବିକ । କିନ୍ତୁ ଏଥିପାଇଁ ତାଙ୍କର କଠିନ ପରିଶ୍ରମ ଓ ପ୍ରଖର କର୍ମକୁଶଳତା ଆବଶ୍ୟକ ହେଉଥିବାରୁ, ଏଭଳି ଅନୁମାନ ତାଙ୍କ ପାଇଁ କ୍ଲେଶପ୍ରଦ ହୋଇଥାଏ ।

ମନିଷା, ଦୁଇ ଜଣ ମହିଳାଙ୍କ ଦ୍ୱାରା ଅନୁପ୍ରାଣିତ- IBMର ସିଇଓ ଜିନି ରୋମେଟି ଏବଂ ସେରିଲ୍ ସେଣ୍ଡ୍ବେର୍ଗ । ଏକ ସହ ପ୍ରତିଷ୍ଠାତା ହିସାବରେ ସେ ନିଜର ପ୍ରତ୍ୟେକ କାମ ଅତି ନିପୁଣତାରେ ସହକାରେ କରନ୍ତି, ଯଦ୍ୱାରା ସେ ଏକ ଉଦାହରଣ ସୃଷ୍ଟି କରିପାରିବେ ।

ହେର୍ ଷ୍ଟୋରି, ମନିଷାଙ୍କ ପ୍ରଯୁକ୍ତି ଯାତ୍ରା ଏବଂ ନିଜର କ୍ଷେତ୍ରରେ ସେ କିଭଳି ଆଗଧାଡ଼ିରେ ରହିଛନ୍ତି ସେ ସଂପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ସହ ଆଲୋଚନା କରିଥିଲେ ।

ପ୍ରାରମ୍ଭିକ ଦିନ

ଏକ ସାଧାରଣ ପରିବାରରେ ଜନ୍ମ ହୋଇ ବଢ଼ିବା ଏବଂ ସାମାଜିକ ଓ ଅର୍ଥନୈତିକ ଚାପରୁ ମୁକ୍ତ ରହିବା ଦ୍ୱାରା ମନିଷା ଆହ୍ୱାନକୁ ସ୍ୱୀକାର କରିବା ସହ ନିଜର ରାସ୍ତା ନିଜେ ପ୍ରସ୍ତୁତ କଲେ । ପରିବାରର ଲୋକେ ମନିଷାଙ୍କୁ ଏକ କନ୍ୟା ନୁହେଁ ପୁତ୍ର ସନ୍ତାନ ଭଳି ଦେଖୁଥିଲେ ଏବଂ ପାରିବାରିକ ବ୍ୟବସାୟକୁ ଆଗକୁ ବଢ଼ାଇବା ଦାୟିତ୍ୱ ନେବାକୁ ଚାହିଁଥିଲେ । କିନ୍ତୁ, ସେ ପରିବାରର ଅଭିଳାଷା ଅପେକ୍ଷା ସଂଖ୍ୟା ଓ ତଥ୍ୟକୁ ଗୁରୁତ୍ୱ ଦେଇଥିଲେ ।

ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ପ୍ରାକ୍ ସ୍ନାତକ ପରେ ସେ Mastekରେ ସଫ୍ଟୱେର୍ ଇଂଜିନିୟର ଭାବେ ଯୋଗଦେଲେ । ସେଠାରେ କେବଳ ୬ମାସ କାମ କରିବା ପରେ ଅନୁଭବ କଲେ ଏହି କର୍ପୋରେଟ୍ ଚାକିରି ତାଙ୍କ ପାଇଁ ଜୀବନ ତମାମ ସଂସ୍ଥାନର ସୁଯୋଗ ଦେଇପାରିବନାହିଁ । ୨୦୦୯ରେ, Mastekରୁ ଚାକିରି ଛାଡ଼ିଥିବା ଶହେଜଣଙ୍କ ମଧ୍ୟରେ ସେ ଜଣେ ଥିଲେ।

କର୍ପୋରେଟ୍ ଜୀବନ ପରେ, ମନିଷା ଜୀବନରେ କିଛି ନୂଆ ଶିଖିବାକୁ ଚେଷ୍ଟା କଲେ । ବୈଷୟିକ ଜ୍ଞାନକୁ କିଭଳି ଭାବେ ଏକ କୌଶଳପୂର୍ଣ୍ଣ ସୁଯୋଗରେ ପରିବର୍ତ୍ତନ କରାଯାଇପାରିବ ସେ ସପଂର୍କରେ ଶିକ୍ଷା ଲାଭ କରିବାକୁ ଉଦ୍ୟମ ଆରମ୍ଭ କଲେ । ସେ ନିଜର ଉତ୍ତର ITରେ ପାଇଲେ ଏବଂ କାର୍ନେଜ୍ ମେଲୋନରୁ ITରେ ସ୍ନାତକୋତ୍ତର କଲେ । ଏହାପରେ ସେ iTunesର ଡାଟା ଆନାଲିଟିକ୍ ଟିମର ସଦସ୍ୟ ଭାବେ ୱାର୍ନର ବ୍ରଦର୍ସରେ କାମକଲେ ।

ପରେ ସେ ନିଜର ନୂତନ ଉଦ୍ୟୋଗ ଆରମ୍ଭ କରିବାଯାଏଁ ଆମେରିକାରେ ଆଇବିଏମ୍ ଠାରେ କାମ କଲେ । ୨୦୧୦ରେ ସିଏମୟୁ ଠାରେ ମନିଷା LogiNextର ସହ-ପ୍ରତିଷ୍ଠାତା ଧ୍ରୁଭିଲଙ୍କୁ ଭେଟିଥିଲେ । କିନ୍ତୁ ଜୁଲାଇ ୨୦୧୩ର ଏକ ଭାଗ୍ୟପୂର୍ଣ୍ଣ ଦିନରେ, ଉଭୟେ ନ୍ୟୁୟର୍କରେ କଫି ପିଉଥିଲେ, ଏବଂ ସଂପ୍ରତି ବଜାରରେ ଲଜିଷ୍ଟିକ୍(ପରିବହନ) ବ୍ୟବସାୟର ସମସ୍ୟା ଓ ଜଟିଳତା ସଂପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଉଭୟ ନିଷ୍ପତ୍ତି ନେଲେଯେ ଏହାର ସମାଧାନ ‘ଇଂଟରନେଟର ସାମଗ୍ରୀ’ରେ ରହିଛି ଓ ଏହି କଥାକୁ ସେମାନେ ନିଶ୍ଚିତ କରି ଆମେରିକାରେ ହିଁ ନିଜର ପ୍ରଥମ ଉତ୍ପାଦ ଉପରେ କାମ କରିବା ଆରମ୍ଭ କଲେ । ୨୦୧୪ ପ୍ରାରମ୍ଭରେ ସେ ଆମେରିକାରୁ ଭାରତକୁ ଆସିଲେ ।

ପ୍ରଯୁକ୍ତିରେ ନାରୀ

ତାଙ୍କର ଅଭିଜ୍ଞତା ଅନୁସାରେ, ମନିଷା କହନ୍ତି, “ ପ୍ରଯୁକ୍ତି କ୍ଷେତ୍ରରେ ସ୍ପଳ୍ପ ମହିଳାଙ୍କ ଉପସ୍ଥିତିର କାରଣ ଏହାର ପ୍ରବେଶ ପଥରେ ରହିଛି। ୧୦ମ ଶ୍ରେଣୀ ଯାଏଁ ମୁଁ ବିଶ୍ୱାସ କରୁଥିଲି ଯେ ଝିଅ ଓ ପୁଅଙ୍କ ହାରାହାରି ଅନୁପାତ ଖରାପ ନୁହେଁ, କିନ୍ତୁ ଯେତେବେଳେ ମୁଁ ୧୧ଶ ଓ ୧୨ଶ ଶ୍ରେଣୀର ବିଜ୍ଞାନ ପାଠ୍ୟକ୍ରମରେ ଯୋଗ ଦେଲି ସେତେବେଳେ ଏହି ଧାରଣା ସଂପୂର୍ଣ୍ଣ ବଦଳିଯାଇଥିଲା । ଯେତେବେଳେ ସ୍ନାତକୋତ୍ତର ଶ୍ରେଣୀରେ ଯୋଗ ଦେଲେ ସେତେବେଳେ ଝିଅଙ୍କ ଅନୁପାତ ସାଂଘାତିକ ଭାବେ କମ୍ ଥିଲା । ସ୍କୁଲରେ ଝିଅଙ୍କ ଆନୁପାରିକ ହାର ୪୦% ଥିବା ବେଳେ ପ୍ରାକ୍ ସ୍ନାତକରେ ଏହା ୩୦% ଏବଂ କାର୍ନେଜ୍ ମେଲୋନରେ ଏହା ୨୦% ରହିଥିଲା ।”

ଏହାର ମୂଳକାରଣ, ମନିଷାଙ୍କ ଅନୁସାରେ, ଝିଅମାନଙ୍କ ଶୈଶବ ସମୟରେ ଉପଯୁକ୍ତ ପରାମର୍ଶ ଏବଂ ପ୍ରେରଣାର ଅଭାବ । କେବଳ ଏହା ନୁହେଁ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରୁ ସାମାଜିକ ପ୍ରତ୍ୟାଶା ଅଧିକ ଅଟେ ।

ଆହ୍ୱାନ(ସମସ୍ୟା)

ମନିଷା କହନ୍ତି, “B2B ଓ ଲଜିଷ୍ଟିକ୍(ପରିବହନ)ରେ ସଂଯୋଗସ୍ଥଳରେ ମହିଳାଙ୍କ ସଂଖ୍ୟା ଆପାତତଃ କମ୍ । ଏହା ଅଧିକ ବନ୍ଧୁର(କଠିନ) କ୍ଷେତ୍ର । ତଥାପି ଏହି ସଂଯୋଗସ୍ଥଳରେ କାମ କରିବାକୁ ମୋର ଉଦ୍ଧୀପନା ବୃଦ୍ଧି ପାଏ ।” ଜଣେ ଏକୁଟିଆ ମହିଳା ଲଜିଷ୍ଟିକ୍ କଂପାନୀର ସମସ୍ତ ପ୍ରମୁଖ ପରିଚାଳକଙ୍କ ସହ ସମସ୍ତ ବୈଠକରେ ଯୋଗ ଦେବା ଯେତିକି ଆହ୍ୱାନପୂର୍ଣ୍ଣ ନୁହେଁ, ସେହି ସ୍ତରରେ ଆବଶ୍ୟକ ମହିଳା କାମ ନକରିବା ଦେଖିଲେ ତାଠାରୁ ବଳି କଷ୍ଟକର ଅଟେ ।

image


ଏକ ଟିମ୍ ନେତ୍ରୀ ଓ ଉଦ୍ୟୋଗୀ ହିସାବରେ ସେ ସମ୍ମୁଖୀନ ହେଉଥିବା ଅନ୍ୟ ଏକ ସମସ୍ୟା ହେଉଛି ଟିମ୍ ସଦସ୍ୟଙ୍କ ମଧ୍ୟରେ ମହିଳା ଓ ପୁରୁଷଙ୍କ ସଂଖ୍ୟାରେ ସମତୁଲ ରକ୍ଷା କରିବା । “ଆମେ ଦେଖିଥିବା ଅନେକ କର୍ମକ୍ଷେତ୍ରଗୁଡ଼ିକରେ, ବିଶେଷତଃ ପ୍ରାଥମିକ ଯୁଗର ଉଦ୍ୟମରେ, ପୁରୁଷଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ । ଏହାର ପ୍ରଥମ କାରଣ ହେଉଛି, ମୁଁ ଅନୁଭବ କରେ, ପ୍ରଥମ ଉଦ୍ୟମ ସ୍ୱାଭାବିକ ଭାବେ ଜଣେ ପୁରୁଷଙ୍କ ଦ୍ୱାରା ହିଁ ହୋଇଥାଏ ଏବଂ ମହିଳାମାନେ ସାଧାରଣତଃ ମହିଳାନେତ୍ରୀଙ୍କ ସହାୟତା ପାଇନଥାନ୍ତି । LogiNextରେ ଆମେ ଚାହୁଁ ଯେ ବର୍ତ୍ତମାନର ମହିଳା କର୍ମଚାରୀମାନେ କିଭଳି ଭାବେ ଭବିଷ୍ୟତର ଜଣେ ନେତ୍ରୀ ଭାବେ ଗଠିତ ହେବେ ଏବଂ ନିଜର ବ୍ୟବସାୟ ଆରମ୍ଭ କରିବେ ।”

ତଥାପି, ତାଙ୍କର ପ୍ରାରମ୍ଭିକ ଜୀବନରେ ସବୁଠାରୁ ବଡ଼ ଆହ୍ୱାନ ଥିଲା, ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ଏକ ମାଲିକ, ଚାପପ୍ରଦାନକାରୀ, ସ୍ୱାର୍ଥପର ଏବଂ ପ୍ରଚାରଧର୍ମୀ ଭାବେ ଯେଉଁ ଧାରଣା ଥିଲା ତାକୁ ଗଠନମୂଳକ, କ୍ରିୟାଶୀଳ ଏବଂ ତ୍ୟାଗପୂତ ନେତା ଭାବେ ପରିବର୍ତ୍ତନ କରିବା । ସେ କହନ୍ତି, “ମୁଁ ସମସ୍ତ ଇଙ୍ଗିତରୁ ମୁକ୍ତ ଏବଂ ମୁଁ ଖୁଶି ଯେ ମୋ ନିକଟରେ ଏକ ଟିମ୍ ଅଛନ୍ତି ଯେଉଁମାନେ ମୋର ଭୂମିକାକୁ ଏକ ମାଲିକ ହିସାବରେ ନୁହେଁ ଏକ ନେତ୍ରୀ ଭାବେ ଦେଖନ୍ତି ।”

ସଫଳତାର ଅଗ୍ରରେ ରହିବାର ପ୍ରଚେଷ୍ଟା

ମନିଷା ପ୍ରଯୁକ୍ତି ଓ ଉତ୍ପାଦ ବିଭାଗର ଦାୟିତ୍ୱ କାନ୍ଧେଇଛନ୍ତି, ଯେଉଁଠି ତାଙ୍କର ସମସ୍ତ ପ୍ରଚେଷ୍ଟା ସୃଜନଶୀଳତା ଓ କ୍ରମାଗତ ଉଦ୍ୟମ ଉପରେ କେନ୍ଦ୍ରୀଭୂତ । ତାଙ୍କର ଚେଷ୍ଟା ହେଉଛି, ତାଙ୍କ ଟିମ୍ ସଦସ୍ୟ କିଭଳି ଭାବେ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିବେ ଯାହାକୁ ସେମାନେ ସେମାନଙ୍କର ବୃତିଗତ ଅଭିବୃଦ୍ଧି ଅପେକ୍ଷା ବ୍ୟକ୍ତିଗତ ପ୍ରଗତିରେ ବିନିଯୋଗ କରିପାରିବେ ।

ସେ କହନ୍ତି, “ଆମେ କେବଳ ସ୍ଥାନୀୟ ସ୍ତରରେ ନୁହେଁ ବିଶ୍ୱସ୍ତରରୁ ସବୁଠାରୁ ଶ୍ରେଷ୍ଠ ପ୍ରତିଭାଙ୍କୁ ଆଣିବୁ । ଆମେ ଲକ୍ଷ୍ୟ କରୁଛୁ ଯେ ହଠାତ୍ ପାଶ୍ଚାତ୍ୟ ଦେଶରେ କାମ କରୁଥିବା ଭାରତୀୟମାନେ ସ୍ୱଦେଶକୁ ଫେରିଆସୁଛନ୍ତି, ବିଶେଷତଃ ନୂତନ ଉଦ୍ୟୋଗରେ କାମ କରିବା ଉଦ୍ଧେଶ୍ୟରେ । ଯେହେତୁ ଆମେ ନିକଟରେ ଅଭିଜ୍ଞତା ଅର୍ଜନ କଲୁ ଯେ ଆମେ ନିଜେ ଆମେରିକାରୁ ଭାରତକୁ ଆସିଲୁ, ଏବଂ ଆମେ ଖୁବଶୀଘ୍ର ନିଜର ପ୍ରତିଭାକୁ ସୁରୁଖୁରୁରେ ଏବଂ ଶୀଘ୍ର କାମରେ ଲଗାଇପାରିଲୁ ।”

ଅନୁପ୍ରେରିତ ହୋଇରହିବା

ମନିଷା, ନିଜେ ପ୍ରସ୍ତୁତ କରିଥିବା ତଥ୍ୟର ଯାଦୁକୁ ଭଲ ପାଆନ୍ତି, ଏଣୁ ଏହାକୁ ସେ ନିଜର ହାତନିକଟରେ ସର୍ବଦା ରଖିଥାନ୍ତି । ତାଙ୍କ ପରିବାର ତାଙ୍କରି ଉଦ୍ୟୋଗୀ ପ୍ରଚେଷ୍ଟାକୁ ସହାୟତା ଦେଇଆସିଛନ୍ତି ।

ପ୍ରେରଣା କେଉଁଠାରୁ ଆସେ, ଏନେଇ ମନିଷା କହନ୍ତି, “ତିନିଜଣ ବୁଦ୍ଧିମାନ ଲୋକ(ମୋର ସହ ପ୍ରତିଷ୍ଠାତା ଧ୍ରୁଭିଲ୍ ସଂଘବୀ, ଆମର ନିବେଶକାରୀ ସଂଜୟ ମେହେଟ୍ଟା ଏବଂ ଆମର ପରାମର୍ଶଦାତା ମାର୍କ ଡିସାଂଟିସ୍), ଯେଉଁମାନେ ସର୍ବଦା ନିଦ୍ୱର୍ନ୍ଦ୍ୱରେ ମୁଁ ଯେଉଁଭଳି ଏହି ଖେଳର ନେତୃତ୍ୱ ନେବି ତାକୁ ନିଶ୍ଚିତ କରିଥାନ୍ତି । ଏହି ବର୍ଷର ଉତ୍ଥାନ-ପତନ ପରେ ମୋର ଆତ୍ମବିଶ୍ୱାସ ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି ।”

ଭବିଷ୍ୟତ ଯୋଜନା

ତାଙ୍କର ବର୍ତ୍ତମାନ ଓ ଭବିଷ୍ୟତ ଲକ୍ଷ୍ୟ ସମାନ ଅଟେ-ଭାରତ ଏବଂ ଅନ୍ୟ ଉତ୍ଥାନଶୀଳ ବଜାରରେ ଲଜିଷ୍ଟିକ୍ ଓ ଯୋଗାଣ ଶୃଙ୍ଖଳର ଚିରାଚରିତ ଧାରାର ପରିବର୍ତନ । ମନିଷା କହନ୍ତି, “ଜଣେ ପ୍ରଯୁକ୍ତିବିଦ୍ ଭାବେ ଆମେ ଦୃଢ଼ ଭାବେ ବିଶ୍ୱାସକରୁ ଏବଂ ଏହାକୁ ପ୍ରମାଣ କରୁ ଯେ ତଥ୍ୟ ଏଠାରେ ଭାଗ୍ୟନିର୍ଦ୍ଧାରକ ଅଟେ । ଏଭଳି ଏକ ବିଶ୍ୱକୁ ଆମେ ଦେଖିପାରୁଛୁ ଯେଉଁଠି କାର୍ଯ୍ୟଗୁଡ଼ିକ ଅଧିକ ଆନୁମାନିକ, ପ୍ରତିରୋଧାତ୍ମକ ଏବଂ କ୍ରିୟାଶୀଳ ଭାବେ ସମ୍ପାଦିତ ହେଉଛି । LogiNextରେ, ଆମେ ଯୋଜନା କରୁଛୁ ଯେ ଏହା ସମଗ୍ର ବିଶ୍ୱର ପରିବହନ (ଲଜିଷ୍ଟିକ୍) ଆବଶ୍ୟକତାର ପୂରଣ ଦିଗରେ ଏକମାତ୍ର କେନ୍ଦ୍ର ଭାବେ ପ୍ରତିଷ୍ଠିତ ହେବ ।”