ନୂଡଲ ପରେ ରାମଦେବ ବାବାଙ୍କର ସ୍ଵଦେଶୀ ଜିନ୍ସ

ନୂଡଲ ପରେ ରାମଦେବ ବାବାଙ୍କର ସ୍ଵଦେଶୀ ଜିନ୍ସ

Thursday September 15, 2016,

2 min Read

ଯୋଗ ଗୁରୁରୁ ଉଦ୍ୟୋଗୀ ପାଲଟିଥିବା ରାମଦେବ ବାବାଙ୍କର ପତଞ୍ଜଳି ଗୃପ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ କରିବା ପାଇଁ ଏକଦମ ପ୍ରସ୍ତୁତ। ନିଜର ଏଫଏମସିଜି ଉତ୍ପାଦ ଗୁଡ଼ିକୁ ଖୁବ ଶୀଘ୍ର ବିଦେଶ ବଜାରରେ ଛାଡ଼ିବ ପତଞ୍ଜଳି ଗୃପ। ନିକଟ ଭବିଷ୍ୟତରେ ପାକିସ୍ଥାନ ଓ ଆଫଗାନିସ୍ଥାନରେ ମଧ୍ୟ କାରବାର କରିବାର ଲକ୍ଷ୍ୟ ରହିଛି।

Photo credits : Aditya Ranade

Photo credits : Aditya Ranade


ଆମେ ନେପାଳ ଓ ବାଂଲାଦେଶରେ ଆମର ୟୁନିଟ ସ୍ଥାପନା କରିସାରିଛୁ। ଆମର ଉତ୍ପାଦ ସାଉଦି ଆରବ ଭଳି ମଧ୍ୟପ୍ରାଚ୍ୟ ଦେଶ ମାନଙ୍କରେ ପହଞ୍ଚିସାରିଲାଣି। ଏଠାରେ ଆମର ଉତ୍ପାଦ ଗୁଡ଼ିକ ବେଶ ଲୋକପ୍ରିୟ ମଧ୍ୟ ହେଲାଣି। ଆମେ ବର୍ତ୍ତମାନ ଅପେକ୍ଷାକୃତ ଭାବେ ଗରୀବ ଦେଶ ମାନଙ୍କରେ ଆମର ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ କାରଣ ସେହି ଦେଶ ମାନଙ୍କରୁ ମିଳିଥିବା ଲାଭାଂଶକୁ ଆମେ ସେହି ଦେଶର ବିକାଶକୁ ନେଇ ହେବାକୁ ଥିବା ବିଭିନ୍ନ କାର୍ଯ୍ୟରେ ଲଗାଇବାର ଲକ୍ଷ୍ୟ ରଖିଛୁ। ପାକିସ୍ଥାନ ଓ ଆଫଗାନିସ୍ଥାନରେ ବ୍ୟାପାର ସେଠାକାର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ। ଅନୁକୂଳ ପରିସ୍ଥିତି ରହିଲେ ଆମେ ଶୀଘ୍ର ଆମର ୟୁନିଟ ସେଠାରେ ସ୍ଥାପନା କରିବୁ।

ରାମଦେବ ବାବା ଆହୁରି ଜଣାଇଛନ୍ତି ଯେ ତାଙ୍କ କମ୍ପାନୀର ଉତ୍ପାଦ କାନାଡାରେ ମଧ୍ୟ ଉପଲବ୍ଧ। ପତଞ୍ଜଳି ଅଜରବୈଜାନ ଭଳି ଏକ ଦେଶରେ ମଧ୍ୟ ପ୍ରବେଶ କରିସାରିଛି ଯେଉଁଠାରେ ୯୦ ପ୍ରତିଶତରୁ ଅଧିକ ବାସିନ୍ଦା ମୁସଲିମ ଅଟନ୍ତି। ବାବା କୁହନ୍ତି ସେଠାକାର ଏକ ବିଶିଷ୍ଟ ଉଦ୍ୟୋଗପଟି ପତଞ୍ଜଳିର ଉତ୍ପାଦରେ ଅନେକ ଆଗ୍ରହ ଦେଖାଇ ନିଜ ଦେଶକୁ ଏହାକୁ ଆଣିବାରେ ସହାୟତା କରିଥିଲେ।

ରାମଦେବ କୁହନ୍ତି ପତଞ୍ଜଳି ଖୁବଶୀଘ୍ର ପରିଧାନ ବ୍ୟବସାୟରେ ନିଜର ଉଦ୍ୟମ ଆରମ୍ଭ କରିବ। ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭ ବେଳକୁ ନିଜର ‘ସ୍ଵଦେଶୀ ଜିନ୍ସ’ ଲଞ୍ଚ କରିବ ପତଞ୍ଜଳି।

ପତଞ୍ଜଳି ଖୁବଶୀଘ୍ର ନିଜର ରିଫାଇନ ଖାଇବା ତେଲ ମଧ୍ୟ ବଜାରକୁ ଛାଡିବ।

ପତଞ୍ଜଳିର ସଂପ୍ରସାରଣ ନେଇ ରାମଦେବ କୁହନ୍ତି,

ପତଞ୍ଜଳି ଖୁବଶୀଘ୍ର ନାଗପୁରର ମୀହାନ ଠାରେ ଏକ ବିଶାଳକାୟ ପ୍ରାୟ ୪୦ ଲକ୍ଷ ବର୍ଗଫୁଟ ଜାଗାରେ ଏକ ୟୁନିଟ ସ୍ଥାପନା କରିବାକୁ ଯାଉଛି। ଏହା ହରିଦ୍ଵାରରେ ଥିବା ୟୁନିଟ ଠାରୁ ମଧ୍ୟ ବଡ଼ ହେବା ସହ ଦେଶର ସବୁଠାରୁ ବଡ଼ ଉତ୍ପାଦନ ୟୁନିଟ ହେବ। ପାଖାପାଖି ୧୦୦୦ କୋଟି ଟଙ୍କାର ନିବେଶ ହେବ ଏହି ସହରରେ ଯାହା ଆଗକୁ ଯାଇ ମହାରାଷ୍ଟ୍ରର ୧୦,୦୦୦ ରୁ ୧୫,୦୦୦ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇଦେବ। ନାଗପୁର ସହରରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ଏହା ସହ ପାଖରେ ଏକ ଏକ୍ସପୋର୍ଟ ୟୁନିଟ ମଧ୍ୟ ସ୍ଥାପନା କରାଯିବ।

ପତଞ୍ଜଳି କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ, ଆସାମ, ଜାମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ନିଜର ଉତ୍ପାଦନ ୟୁନିଟ ବସାଇବାର ଯୋଜନା ରଖିଛି। ତା’ଛଡା ଅନ୍ୟାନ୍ୟ ସବସିଡିଆରି ୟୁନିଟ ମଧ୍ୟ ପ୍ରତିଷ୍ଠା କରାଯିବ।

ରାମଦେବ କୁହନ୍ତି ଏଫଏମସିଜି କ୍ଷେତ୍ରରେ ପତଞ୍ଜଳିର ଲକ୍ଷ୍ୟ ହେଉଛି ୫୦ ଲକ୍ଷ କୋଟିର ବ୍ୟବସାୟ ହାସଲ କରିବା।