ଅନନ୍ତ ଅମ୍ବାନୀଙ୍କ ଫିଟନେସ ଟ୍ରେନର ବିନୋଦଙ୍କ ପାଇଁ ପେଟପୁରା ଖାଦ୍ୟ ଥିଲା ଦିନେ ସ୍ଵପ୍ନ

ଅନନ୍ତ ଅମ୍ବାନୀଙ୍କ ଫିଟନେସ ଟ୍ରେନର ବିନୋଦଙ୍କ ପାଇଁ ପେଟପୁରା ଖାଦ୍ୟ ଥିଲା ଦିନେ ସ୍ଵପ୍ନ

Monday August 01, 2016,

2 min Read

Image: <a href=

Image:

VinodChanna.coma12bc34de56fgmedium"/>

କିଛିଦିନ ତଳେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କର ସାନପୁଅ ଅନନ୍ତ ଅମ୍ବାନୀଙ୍କର ଓଜନ ବେଶ ଚର୍ଚ୍ଚାରେ ଥିଲା। ମାତ୍ର ୧୮ ମାସ ମଧ୍ୟରେ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ୧୦୮ କିଲୋ ଓଜନ କମେଇଥିଲେ ଅନନ୍ତ। କିନ୍ତୁ ଆମେ ଏଠାରେ ଅନନ୍ତଙ୍କ ବିଷୟରେ ନୁହେ ବରଂ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯିଏ ଅନନ୍ତଙ୍କର ଓଜନ କମିବା ପଛର ନାୟକ, ତାଙ୍କ ଟ୍ରେନର ଓ ବଡି ବିଲ୍ଡର ବିନୋଦ ଚନ୍ନା।

ବିନୋଦ ମୁମ୍ବାଇର ଏକ ନିହାତି ସାଧାରଣ ପରିବାରରୁ ଆସିଛନ୍ତି ଓ ଅନେକ ସଂଘର୍ଷ କରି ବଡ଼ ହେଇଛନ୍ତି। ଏପରି ମଧ୍ୟ ଦିନ ଦେଖିଛନ୍ତି ଯେତେବେଳେ ଓଳିଏ ଖାଇବା ମଧ୍ୟ ମିଳିବା କଷ୍ଟ ଥିଲା। ବିନୋଦ ମନେ ପକାନ୍ତି ଏମିତି ଦିନେ ଦିନେ ଥାଏ ଯେବେ ତାଙ୍କର ପୁରା ପରିବାରକୁ କେବଳ ଜଣଙ୍କର ଖାଦ୍ୟ ଖାଇ ବଞ୍ଚିବାକୁ ପଡ଼ୁଥିଲା। ସେ ନିଜେ ଏତେ ପତଳା ଥିଲେ ଯେ ତାଙ୍କ ସାଙ୍ଗ ମାନେ ତାଙ୍କୁ ‘ଶୁକୁଟା’ ବୋଲି ଡାକୁଥିଲେ।

Image: <a href=

Image:

Dainik Bhaskara12bc34de56fgmedium"/>

ସେ ଯେ କଲେଜ ଯାଇପାରିଲେ ଏହାକୁ ସେ ଭଗବାନଙ୍କର ଆଶୀର୍ବାଦ ଠାରୁ କମ ବୋଲି ଭାବନ୍ତି ନାହିଁ। Dainik Bhaskarର ଏକ ରିପୋର୍ଟ ଅନୁଯାୟୀ ବିନୋଦ କଲେଜରେ ପଢିବା ସମୟରେ ଏଣୁତେଣୁ ବିଭିନ୍ନ କାମ କରି ପଇସା ରୋଜଗାର କରୁଥିଲେ। ବଡି ବିଲଡିଙ୍ଗ ଓ କସରତ କରିବା ଥିଲା ତାଙ୍କର ନିଶା ତେଣୁ ସେ ଏକ ଜିମରେ ନାମ ଲେଖାଇଲେ। ଜିମରେ ଦେବାକୁ ପଡୁଥିଲା ମାସକୁ ୫୦ ଟଙ୍କା। ନିଜେ କସରତ କରିବା ସମୟରେ ସେ ଟ୍ରେନର ହେବା ପାଇଁ ମଧ୍ୟ ଏକ କୋର୍ସ କଲେ। ବିନୋଦ ଏବେ ନିଜେ ମୁମ୍ବାଇର ଖାର ଠାରେ VC Fitness ନାମରେ ନିଜର ଏକ ଜିମ ଖୋଲିଛନ୍ତି।

ବିନୋଦ ଜନ ଆବ୍ରାହମ ଓ ଶିଲ୍ପା ଶେଟ୍ଟୀଙ୍କ ଭଳି ନାମଜାଦା ଲୋକଙ୍କୁ ମଧ୍ୟ ଟ୍ରେନ କରିଛନ୍ତି। ତାଙ୍କର ନିକଟ ଅତୀତର ସର୍ବଶ୍ରେଷ୍ଠ ସଫଳତାର କାହାଣୀ ହେଲେ ଅନନ୍ତ ଅମ୍ବାନୀ। ବିନୋଦଙ୍କ ତତ୍ତ୍ଵାବଧାନରେ ଅନନ୍ତ ମାତ୍ର ୧୮ ମାସ ମଧ୍ୟରେ ୧୦୮ କିଲୋ ଓଜନ କମେଇପାରିଥିଲେ। ଅନନ୍ତଙ୍କ ନିତିଦିନିଆ ବ୍ୟାୟାମର ବିଧି ମଧ୍ୟରେ ପ୍ରତିଦିନ ୨୧ କିଲୋମିଟର ଚାଲିବା, ଯୋଗ, ଓଜନ ଟ୍ରେନିଂ, କ୍ରିୟାମୂଳକ ଟ୍ରେନିଂ ଓ କାର୍ଡିଓ ବ୍ୟାୟାମ ଇତ୍ୟାଦି ଥିଲା। ବିନୋଦ ଅନନ୍ତଙ୍କର ଖାଇବା ଉପରେ ବିଶେଷ ଧ୍ୟାନ ରଖୁଥିଲେ। ଅନନ୍ତ ଜିରୋ ସୁଗାର, କମ ଶ୍ଵେତସାର ଥିବା ଖାଦ୍ୟ ସହ ଦରକାରୀ ମାତ୍ରାରେ ପୁଷ୍ଟିସାର ଓ ସ୍ନେହସାର ଥିବା ଖାଦ୍ୟ ଖାଉଥିଲେ।