ବରପ୍ରସାଦ ରେଡ୍ଡୀ ଛୁଆଙ୍କ ପାଇଁ ମାରାତ୍ମକ ରୋଗ ପ୍ରତିଷେଧକ ଟୀକା ତିଆରି କରି ନେଲେ ବିଦେଶରେ ହୋଇଥିବା ଅପମାନର ପ୍ରତିଶୋଧ

ବରପ୍ରସାଦ ରେଡ୍ଡୀ ଛୁଆଙ୍କ ପାଇଁ ମାରାତ୍ମକ ରୋଗ ପ୍ରତିଷେଧକ ଟୀକା ତିଆରି କରି ନେଲେ ବିଦେଶରେ ହୋଇଥିବା ଅପମାନର ପ୍ରତିଶୋଧ

Saturday May 28, 2016,

4 min Read

ବ୍ୟବସ୍ଥାରୁ ବିରକ୍ତ ହୋଇ ଜୀବନରେ ଦୁଇ ଦୁଇ ଥର ସରକାରୀ ଚାକିରୀ ଛାଡିଲେ.....

ଦିନରାତି ଏକ କରି ଯେଉଁ କମ୍ପାନୀ ଗଢ଼ିଲେ ସେଇ କମ୍ପାନୀ ତାଙ୍କୁ ବାହାର କରିଦେଲା.... 

ଏତେ ସବୁ ପରେ ବି ସେ ହାର ମାନିଲେ ନାହିଁ....

ବିଳମ୍ବରେ ହେଲେ ମଧ୍ୟ ପାଇଲେ ସଫଳତା....

ନିଜର ପ୍ରଥମ କମ୍ପାନୀ ନାଁ ନିଜ ମାଙ୍କ ନାମ ରେ ନାମିତ କଲେ । ମାଁ ଓ ମାମୁଁଙ୍କ କଥା ଅନୁଯାୟୀ ସେ କାମ କଲେ । ଶାନ୍ତା ବାୟୋଟେକନିକ୍ସ କମ୍ପାନୀ ଦ୍ୱାରା ସେ ଜନହିତ ପାଇଁ ଟୀକା ତିଆରି କଲେ । ଭାରତରେ ବାୟୋଟେକ୍ନୋଲୋଜି ଓ ଜେନେଟିକ ଇଂଜିନିୟରିଙ୍ଗ କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଜୋଡିଲେ ।

ଜଣେ ଇଲେକଟ୍ରୋନିକ ଇଂଜିନିୟରିଙ୍ଗ ବୈଜ୍ଞାନିକ ଯିଏ ବହୁ ସ୍ଵାଭିମାନୀ ବ୍ୟକ୍ତି ଥିଲେ । ଗରିବ ଜନସାଧାରଣ ଲୋକଙ୍କ ଟଙ୍କା ହରିଲୁଟ ଏବଂ ବ୍ୟବସ୍ଥାରେ ଚାଲୁଥିବା ହେରଫେରକୁ ବିରୋଧ କରି ଦୁଇ ଦୁଇ ଥର ଚାକିରି ଛାଡିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାକିରି ସେ ଛାଡିଛନ୍ତି। ଜୀବନରେ କେବେ ସରକାରୀ ଚାକିରୀ କରିବେ ନାହିଁ ବୋଲି ଶପଥ ନେଇ ଜଣେ ଉଦ୍ୟୋଗୀ ହେବାର ସ୍ୱପ୍ନ ନେଇ ଆଗେଇ ଚାଲିଲେ । ଖରାପ ପରିସ୍ଥିତିରେ ଥିବା ଏକ କମ୍ପାନୀରେ ନିଜର ପୁଂଜି ନିବେଶ କଲେ । କମ୍ପାନୀକୁ ନୂଆ ଜୀବନ ଦେଲେ । ନୂଆ ନୂଆ ଜିନିଷ ତିଆରି କରି ସାରା ଦୁନିଆରେ ତାର ବ୍ୟାପାର କଲେ । ଉତ୍ତମ ଗୁଣବତ୍ତାର ଜିନିଷ ହୋଇଥିବାରୁ ସାରା ଦୁନିଆରେ କମ୍ପାନୀର ନାଁ ହେଲା । କିନ୍ତୁ ହଠାତ୍ ଦିନେ ତାଙ୍କୁ ସେ କମ୍ପାନୀରୁ ବାହାର କରି ଦିଆଗଲା । ଯାହା ତାଙ୍କୁ ଘୋର ଆଘାତ ଦେଲା । ଏଇ ଭିତରେ ସେ ଦିନେ ଜେନିଭା ଗଲେ । ସେଠାରେ ୱାଲଡ ହେଲଥ ଅର୍ଗାନାଇଜେସନ୍ ର ସମ୍ମେଳନରେ ସେ ଭାଗ ନେଲେ । ସେଠାରେ ଜଣେ ବିଦେଶୀ ଭାରତୀୟ ମାନଙ୍କୁ ଭିକାରୀ ବୋଲି କହିଥିଲେ। ବୈଦେଶିକ କମ୍ପାନୀ ସାହାଯ୍ୟ ନ କଲେ ଭାରତ କିଛି କରିପାରିବ ନାହିଁ ବୋଲି କହିଥିଲେ । ଏପରି ଏକ ମନ୍ତବ୍ୟ ବୈଜ୍ଞାନିକଙ୍କ ମନକୁ ଦୃଢ଼ ଆଘାତ ଦେଲା । ଏହା ପରେ ସେ ବୈଜ୍ଞାନିକ ଏକ ଭ୍ୟାକସିନ ତିଆରି କଲେ ଯେଉଁଟା ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ଉପଯୁକ୍ତ ହେଲା । ଏହି ଟୀକା ବିଶ୍ୱର ବହୁ ଦେଶ କିଣି ନିଜ ନିଜ ଛୁଆମାନଙ୍କୁ ଦେଲେ । ବହୁତ ଶସ୍ତାରେ ମିଳୁଥିବାରୁ ଏହାର ସବୁିଧା ପାଇଲେ । 

image


ଯେଉଁ ବୈଜ୍ଞାନିକ ଙ୍କ ସମ୍ବନ୍ଧରେ ଆମେ କଥା ହେଉଛୁ ସେ ହେଉଛନ୍ତି ବରପ୍ରସାଦ ରେଡ୍ଡି । ସେ ଶାନ୍ତା ବାୟୋଟେକନିକ୍ସ ତିଆରି କରି ହେପାଟାଇଟିସ୍ ବି ଓ ଏହା ପରି ଅନ୍ୟ ମାରାତ୍ମକ ରୋଗ ପ୍ରତିଷେଧକୟ ଟୀକା ତିଆରି କରି ଲୋକଙ୍କ ଜୀବନ ବଂଚାଇବାରେ ସକ୍ଷମ ହେଲେ । ଭାରତ ତାଙ୍କୁ ୨୦୦୫ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କଲେ । ସେଇ ସମୟରେ ବା ନବେ ଦଶକରେ ଦୁନିଆ ସାରା ଲୋକେ ହେପାଟାଇଟିସ୍–ବି ର ଉପରେ ନିର୍ଭରଶୀଳ ଥିଲେ । କିନ୍ତୁ ଏହା ସେ ସମୟରେ ବିଶ୍ୱରେ ଅଧିକ ଦାମ ହୋଇଥିବାରୁ ସମସ୍ତେ କିଣି ପାରୁ ନ ଥିଲେ । କିନ୍ତୁ ବରପ୍ରସାଦ ରେଡ୍ଡି ଯେଉଁ ଭ୍ୟାକସିନ୍ ତିଆରି କଲେ ତାହାକୁ ଗରିବ ଲୋକମାନେ ମଧ୍ୟ କିଣି ପାରିଲେ ।

ଏହି ଟୀକା ତିଆରି ଟେକ୍ନୋଲୋଜି ପାଇଁ ସେ ବିଦେଶ ଯାଇଥିଲେ । ସେଠାରେ ସେ ଘୋର ଅପମାନର ସାମ୍ନା କରିଥିଲେ । ବିଦେଶୀ କମ୍ପାନୀ କହିଥିଲା ଟେକ୍ନାଲୋଜି ନେଇ ମଧ୍ୟ ଭାରତୀୟ ବୈଜ୍ଞାନିକ ଟୀକା ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ । କିନ୍ତୁ ଏହାକୁ ସେ ଭୁଲ ପ୍ରମାଣିତ କରିଥିଲେ । ଶାନ୍ତା ବାୟୋଟେକନିକ୍ସକମ୍ପାନୀ ତିଆରି କରିବା ସମୟରେ ବହୁ ଅସବୁଧାର ସମ୍ମୁଖୀନ ହେବାକୁ ପଡିଥିଲା ।

image


ଉଚ୍ଚ ଶିକ୍ଷା ପାଇଁ ତାଙ୍କ ପିତା ଓ ମାତା ତାଙ୍କୁ ତାଙ୍କ ମାମୁଁଙ୍କ ଘରକୁ ପଠାଇଦେଇଥିଲେ । ବରପ୍ରସାଦଙ୍କ ଛୋଟ ସମୟରୁ ତେଲୁଗୁ ଭାଷା ଓ ସାହିତ୍ୟ ପ୍ରତି ରୁଚି ଥିଲା । କିନ୍ତୁ ତାଙ୍କ ମାମୁଁଙ୍କ ଇଚ୍ଛା ଥିଲା ସେ ଜଣେ ଇଂଜିନିୟର ହୋଇ ଦେଶର ଉନ୍ନତିରେ ସାହାଯ୍ୟ କରନ୍ତୁ । କିନ୍ତୁ ତାଙ୍କୁ ଜବରଦସ୍ତି ବିଜ୍ଞାନ ପଢ଼ିବାକୁ କୁହାଗଲା । ସେ କଲେଜରେ ଏତେ ଭଲ ପାଠ ପଢ଼ୁ ନ ଥିଲେ । ବରପ୍ରସାଦ ରେଡ୍ଡି ତିରୁପତିର ଭେଙ୍କେଟଶ୍ୱରା ବିଶ୍ୱବିଦ୍ୟାଳୟ ରୁ ୧୯୬୭ ମସିହାରେ ବିଏଏସ୍ସି ପାଠ୍ୟ ଡିଗ୍ରୀ ହାସଲ କଲେ । କାକିନାଡା ଇଂଜିନିୟରିଙ୍ଗ କଲେଜରୁ ନାଁ ଲେଖାଇଲେ । ଇଲେକଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍ ରେ ଉଚ୍ଚ ସ୍ତରୀୟ ଡିଗ୍ରୀ ହାସଲ କଲେ । ୧୯୭୦ ବରପ୍ରସାଦ ଇଂଜିନିୟିରିଙ୍ଗ ଗ୍ରାଜୁଏଟ ହେଲେ । କମ୍ପୁଟର ସାଇନନ୍ସ ପାଠ ପଢ଼ା ପାଇଁ ସେ ଜର୍ମାନି ଗଲେ । ଏବଂ ଜର୍ମାନିରୁ କମ୍ପୁଟର ସାଇନ୍ସରେ ପିଜି ଡିପ୍ଳୋମା କଲେ । ତା'ପରେ ହାଇଦାରାବାଦ ସ୍ଥିତ ଡିଫେନ୍ସ ଇଲେକଟ୍ରୋନିକ୍ସ ଲାବୋଟୋରିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଆନ୍ତି । ସେଠାରେ ସେ କିନ୍ତୁ ବେଶି ବର୍ଷ ଧରି ଚାକିରିରେ ରହିପାରିଲେ ନାହିଁ । ୬ ବର୍ଷ ଚାକିରି କରିବା ପରେ ଆର୍ମି ନିୟମରେ ନିଜକୁ ସାମିଲ କରିପାରିଲେ ନାହିଁ । ଡିଇଆରଏଲର ନିୟମକୁ ସେ ପାଳନ କରିପାରିଲେ ନାହିଁ । ଯାହା ଫଳରେ କେନ୍ଦ୍ର ସରକାରଙ୍କ ଚାକିରି ଛାଡିବାକୁ ବାଧ୍ୟ ହେଲେ । ପରେ ପରେ ୧୯୭୭ ମସିହାରେ ତାଙ୍କୁ ଆନ୍ଧ୍ରପ୍ରଦେଶ ଉଦ୍ୟୋଗୀଙ୍କ ବିକାଶ ନିଗମରେ ଚାକିରି ପାଇଁ ନିଯୁକ୍ତି ମିଳିଲା । ସେଠାରେ ମଧ୍ୟ ସେ ବହୁ ଦିନ ଧରି ରହିପାରିଲେ ନାହିଁ । ସେହି ନିଗମର ଅନ୍ୟ କର୍ମଚାରୀଙ୍କ ସହ ସେ ଖାପ ଖୁଆଇ ଚାଲିପାରିଲେ ନାହିଁ । କରଦାତାଙ୍କ ଟଙ୍କାକୁ ହରିଲୁଟ କରାଯାଉଥିଲା ସେ ଜାଣିବାକୁ ପାଇଲେ । ତେଣୁ କରି ସେ ଏସବୁ ସହି ନ ପାରି ଚାକିରି ଛାଡିଲେ ।

ଥରେ ଏପରି ହେଲା ଯେ ଶାନ୍ତା ବାୟୋଟେକନୋଲୋଜି କୁ ଏକ ବୈଦୈଶିକ କମ୍ପାନୀ ଟେକ୍ଓଭର କଲା । କିନ୍ତୁ ବରପ୍ରସାଦ ସେହି କମ୍ପାନୀ ସହ ରାଜିନାମା କଲେ ଯେ କମ୍ପାନୀ ର ସମସ୍ତ ସେୟାର ସେହି କମ୍ପାନୀରେ କାମ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ଦିଆଯାଉ । ସେହି ବିଦେଶୀ କମ୍ପାନୀ ତାଙ୍କ ସର୍ତ୍ତକୁ ମାନିବା ସହ ବରପ୍ରସାଦଙ୍କୁ ତାଙ୍କ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ତଥା ଚେୟାରମ୍ୟାନ ପଦ ଦେଲା । ଏବେ ମଧ୍ୟ ବରପ୍ରସାଦ ସେହି କମ୍ପାନୀର ଚେୟାରମ୍ୟାନ ଦାୟିତ୍ୱ ତୁଳାଉଛନ୍ତି । ସେ ନିଜର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଲେ ଯେ ଭାରତ କେବଳ ନେଇ ଜାଣେ ତା ନୁହେଁ ଅନ୍ୟମାନଙ୍କୁ ଦେଇପାରେ । ଏହି ସଫଳତା ସହ ସେ ସେହି ବିଦେଶୀଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।