Bootstrap at Breakfast: ଷ୍ଟାର୍ଟଅପ୍-ଅନୁକୂଳ ପରିବେଶ ସନ୍ଧାନରେ ଭୁବନେଶ୍ୱରର ଷ୍ଟାର୍ଟଅପ୍ ସମୂହ

Bootstrap at Breakfast: ଷ୍ଟାର୍ଟଅପ୍-ଅନୁକୂଳ ପରିବେଶ ସନ୍ଧାନରେ ଭୁବନେଶ୍ୱରର ଷ୍ଟାର୍ଟଅପ୍ ସମୂହ

Wednesday January 13, 2016,

3 min Read

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଷ୍ଟାର୍ଟଅପକୁ ନେଇ ସେତେଟା ଚର୍ଚ୍ଚା ନାହିଁ । ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ପାଇଁ ଥିବା ସୁଯୋଗ ସଂପର୍କରେ ବର୍ଷେ ତଳେ XIMBର ମାର୍କେଟିଂ ବିଭାଗ ପ୍ରାଧ୍ୟାପକ ଗୋଟେ ଉତ୍ସାହପ୍ରଦ ଆଲେଖ ଲେଖିଥିଲେ ।

କିନ୍ତୁ ସରକାର କିଛି କରିବେ ବୋଲି ସେ ଅପେକ୍ଷାରେ ହାତ ବାନ୍ଧି ବସିଯିବା ଉଦ୍ୟୋଗୀଙ୍କ କାମ ନୁହଁ । ସେମାନେ ନିଜ କ୍ଷୁଦ୍ର ପରିଧି ଭିତରେ ବି ରାସ୍ତାଟିଏ ବାଛିନିଅନ୍ତି । ଭୁବନେଶ୍ୱରର କିଛି ପ୍ରତିଷ୍ଠାତା ଉଦ୍ୟୋଗୀଙ୍କୁ ନେଇ ‘ବୁଟଷ୍ଟ୍ରାପ୍ ଆଟ୍ ବ୍ରେକଫାଷ୍ଟ୍’ ଶୀର୍ଷକ ଏକ ବିମର୍ଷ ସଭା ଆୟୋଜନ ମାଧ୍ୟମରେ ସେମିତି କିଛି ସ୍ଵପ୍ନ ସାକାର କରିବାକୁ ପ୍ରୟାସ ହୋଇଥିଲା ।

image


କିଛି ସମୟ ତଳେ ଏକାଠି ହୋଇଥିବା ଏହି ଷ୍ଟାର୍ଟଅପ୍ ସମୂହ ନିଜର ସମସ୍ୟା ଓ ସେସବୁର ସମାଧାନ ଲାଗି ସୂତ୍ର ବାହାର କରିବାକୁ ନିୟମିତ ଭାବେ ଏକାଠି ହୋଇ ଆଲୋଚନା କରୁଛନ୍ତି । ଫେସବୁକ ଗ୍ରୁପ୍ ‘ବୁଟଷ୍ଟ୍ରାପ ଭୁବନେଶ୍ୱର’ ଏବେ ଏହି ଉଦ୍ୟୋଗୀମାନଙ୍କୁ ଏକାଠି ହେବାର ସୁଯୋଗ ଆଣିବା ସହ ସେଠାରେ ଗୁରୁତ୍ୱପୂର୍ଣ ଆଲୋଚନା ମଧ୍ୟ ସମ୍ଭବ ହେଉଛି ।

image


ଏଥିରୁ ଜଣାଯାଉଛି ସ୍ଥାନୀୟ ଉଦ୍ୟେଗୀମାନେ ଅଧିକ ସୁଯୋଗ ଓ ବାଟ ଚାହୁଛନ୍ତି । (ଏଥିପାଇଁ ୟୋରଷ୍ଟୋରୀ ମଧ୍ୟ ଟେକସ୍ପାର୍କସ୍ ଯୋଗାଇଦେବାର ଉଦ୍ୟମ କରିବ ।) ସ୍ଥାନୀୟ ଅଞ୍ଚଳରେ ଏସବୁ ପ୍ରତି ଆଗ୍ରହ ନାହିଁ, ତେଣୁ ନୂଆ ପ୍ରତିଷ୍ଠାତାମାନେ ନିଜ ବାଟ ନିଜେ ଦେଖୁଛନ୍ତି । ଏଇଠି ଆମେ ସେମିତି କିଛି କମ୍ପାନିର ତାଲିକା ଦେଉଛୁ ଯେଉଁମାନେ ଅଧିକ ପରିଚିତି ଓ ସହଯୋଗ ପାଇବା ଉଚିତ । (ଏମିତି ଅଧିକ କମ୍ପାନି ଥିଲେ ଆପଣ କମେଣ୍ଟ ବକ୍ସରେ ସେମାନଙ୍କ ତାଲିକା ଦେଇପାରିବେ ।)

SakRobotix : ଏହା ଏକ ରୋବୋଟିକ୍ସ ଷ୍ଟାର୍ଟଅପ୍ ଯାହା ପାଠ ବାବଦରେ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ବଢ଼ାଇବାରେ ସହଯୋଗ କରିବ । ସ୍ଥାନୀୟ କଲେଜଗୁଡ଼ିକରେ ସାକରୋବୋଟିକ୍ସ ବେଶ୍ ସଫଳ ହୋଇଛି । ଏବେ ସେମାନେ ସେମାନଙ୍କ ପାଠ୍ୟକ୍ରମକୁ ଅନଲାଇନରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବାକୁ ପ୍ରୟାସ କରୁଛନ୍ତି । ଏହାର ପ୍ରତିଷ୍ଠାତା ଶାକ୍ୟସିଂହ ମହାପାତ୍ର ଓଡ଼ିଶା ଷ୍ଟାର୍ଟଅପ୍ ଜଗତରେ ଜଣେ ଚଳଚଞ୍ଚଳ ବ୍ୟକ୍ତିତ୍ୱ ।

Muvi : ମୁଭି ହେଉଛି ଗୋଟେ ଚଳଚ୍ଚିତ୍ର ସୋସିଆଲ ସାଇଟ୍ । ଏଠାରେ ବ୍ୟବହାରକାରୀମାନେ ସିନେମା ବାବଦରେ ଜାଣିବା ସହ ଟ୍ରେଲର ଦେଖିପାରିବେ, ସେଗୁଡ଼ିକୁ ପସନ୍ଦ ନାପସନ୍ଦ କରିପାରିବେ, ବିଦ୍ୱାନଙ୍କ ଠାରୁ ସମୀକ୍ଷା ପଢ଼ିପାରିବେ, ଅନ୍ୟ ସିନେପ୍ରେମୀଙ୍କ ସହ ଯୋଡ଼ି ହୋଇପାରିବେ । ଏହାର ପ୍ରତିଷ୍ଠାତା ସଂଜୀବ ପରିଡ଼ା ଆମେରିକାରେ ରହନ୍ତି, ଓଡ଼ିଶା ଓ ସିଲିକନ୍ ଭାଲି ବିଭାଜିତ ସମୟ ବିତାନ୍ତି । ଓଡ଼ିଶା ଷ୍ଟାର୍ଟଅପ୍ ପାଇଁ ଉପଯୁକ୍ତ ସ୍ଥାନ ବୋଲି ସେ ବିଶ୍ୱାସ ରଖନ୍ତି ।

FounderMates : ଏହା ସମ୍ଭବତଃ ନିଜର ଅସୁବିଧା ଉପଲବ୍ଧି କରି ପ୍ରତିଷ୍ଠା ହୋଇଛି । ସୁରକ୍ଷିତ, ଗୋପନୀୟ ଭାବେ ଉଦ୍ୟୋଗୀ ଓ ଉପଦେଷ୍ଟାଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବାର ପ୍ରୟାସ କରୁଛି ଫାଉଣ୍ଡରମେଟ୍ସ ।

SlickAccount : ଏବେ ବି ପ୍ରାଇଭେଟ ବେଟାରେ କାମ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଏହା ଏକ ଆକାଉଣ୍ଟିଂ ସଫ୍ଟୱେର ।

Brogels : ଏହା ଏକ ପ୍ରଯୁକ୍ତି ଓ ସୋସିଆଲ ମିଡିଆ ବ୍ଲଗ୍ । ଦଳେ ଆଗ୍ରହୀ ଉଦ୍ୟମୀଙ୍କ ଦ୍ୱାରା ଏହା ପ୍ରତିଷ୍ଠା ପାଇଛି ।

Mayihelpyou.info ଏବଂ Forelines.com : ସଂଜୟ ମହାନ୍ତିଙ୍କ ପ୍ରତିଷ୍ଠିତ ମେଆଇହେଲ୍ପୟୁ ସହଜରେ ସୂଚନା ଲାଭ କରିବାର ଏକ ମାଧ୍ୟମ ହୋଇଥିବା ବେଳେ ଫୋରଲାଇନ୍ସ ହେଉଛି ମାନବସମ୍ବଳ ପରାମର୍ଶ ପୋର୍ଟାଲ । ଫୋରଲାଇନ୍ସ ବିଶେଷ କରି ପାଠପଢ଼ା ସଦ୍ୟ ଶେଷ କରିଥିବା ବ୍ୟକ୍ତିଙ୍କ ଲାଗି ବୃତ୍ତିସହାୟକ ।

Little Steps Preschool : ସୁଧା ମିଶ୍ର ଓ ଦେବାଶିଷ ଷଡ଼ଙ୍ଗୀଙ୍କ ଦ୍ୱାରା ସ୍ଥାପିତ ଏହା ଏକ ପ୍ରାକ୍-ବିଦ୍ୟାଳୟ ଷ୍ଟାର୍ଟଅପ । ସେମାନଙ୍କର ‘ନିପୁଣ’ ଶିକ୍ଷା ବ୍ୟବସ୍ଥାରେ ୯ଟି ଶିକ୍ଷା କୌଶଳ ରହିଛି; ଗୁରୁକୂଳ(ନୀତି ଆଧାରିତ), ରେଜିଓ ଏମିଲା, ୱାଲଡର୍ଫ, କେନ୍ଦ୍ର ଆଧାରିତ, ବିଷୟ ଆଧାରିତ, ମଣ୍ଟେସୋରି, ଖାଦ୍ୟ ଆଧାରିତ, ମସ୍ତିଷ୍କ ଆଧାରିତ ଓ ଅନୁସନ୍ଧାନ ଆଧାରିତ ।

ସେବା ଯୋଗାଣକାରୀ ସଂସ୍ଥାନ

Tatwa Technologies : ୧୦ ବର୍ଷରୁ ଅଧିକ ପୁରୁଣା ତତ୍ୱ ଟେକନଲୋଜିସ୍ ଓଡ଼ିଶାରେ ୫ଟି କେନ୍ଦ୍ର ଖୋଲି ସୂଚନାପ୍ରଯୁକ୍ତି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛି ।

MindFire Solutions : ୧୩ ବର୍ଷ ପୁରୁଣା କମ୍ପାନି ମାଇଣ୍ଡ ଫାୟାୟ ସଲ୍ୟୁସନ ମଧ୍ୟ ସୂଚନାପ୍ରଯୁକ୍ତି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛି ।

Discoverture : ଇନ୍ସୁରାନ୍ସ କମ୍ପାନିଙ୍କ ଲାଗି ପ୍ରପର୍ଟି ଓ କାଜୁଆଲଟି ସଫ୍ଟୱେର ଯୋଗାଉଛି ଡିସକଭରଚର ।

ଭୁବନେଶ୍ୱରରେ ଆହୁରି ଅଧିକ ଷ୍ଟାର୍ଟଅପ୍ ଆସିବା ଉଚିତ । ଏସବୁ ଷ୍ଟାର୍ଟଅପ୍ ଅବଶ୍ୟ ଉତ୍ସାହପ୍ରଦ । ଅଧିକ ଜାଣିବା ପାଇଁ ବୁଟଷ୍ଟ୍ରାପ୍ ଭୁବନେଶ୍ୱର ଫେସବୁକ ଗ୍ରୁପ୍ ସହ ଯୋଡ଼ିହୁଅନ୍ତୁ ।

ମୂଳ ଲେଖା - ଜୁବିନ ମେହଟା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା